ଶିଶିର ସାହୁ ମନୋଜ

Classics

2  

ଶିଶିର ସାହୁ ମନୋଜ

Classics

କରକଣ୍ଡୁ ଉପାଖ୍ୟାନ

କରକଣ୍ଡୁ ଉପାଖ୍ୟାନ

2 mins
382


ଚମ୍ପା ନଗରର ରାଜା ଦଧିଵାହନ ଏବଂ ରାଣୀ ଇନ୍ଦ୍ରାଵତୀ ପଶ୍ଚିମ ଓଡ଼ିଶାର ଵନପ୍ରାନ୍ତରରେ ଵିହାର କରିବାକୁ ଆସି ପହଞ୍ଚିଲେ । ସେହି ଘଞ୍ଚ ଜଙ୍ଗଲରେ ବୁଲୁଥିଵା ସମୟେ ହଟାତ୍ କେଉଁଠୁ ଏକ ମହାବଳ ଵାଘ ଆସି ସେମାନଙ୍କ ରାସ୍ତା ଓଗାଳିଲା...


ଵାଘକୁ ଦେଖି ରାଣୀ ଭୟଭୀତ ହେଲେ ଏଵଂ ନଟାଭିତରେ ଏଣେତେଣେ ଦଉଡି଼ଵାକୁ ଲାଗିଲେ !


ଏପଟେ ରାଜା ଵାଘକୁ ମାରି ରାଣୀଙ୍କୁ ବହେ ଉଣ୍ଡିଲେ ହେଲେ ସେତେଵେଳକୁ ସେ ଘନ୍ଘାର କୋଟରେ ରାଣୀ କୁଆଡ଼େ ହଜିଯାଇଥିଲେ । 


ସେକାଳେ ଏକଵସ୍ତ୍ରଧାରୀ ଜୈନ ସାଧୁ ପାର୍ଶ୍ଵନାଥଙ୍କର ଓଡ଼ିଶା ରହଣୀ ହୋଇଥିଲା ! ତାଙ୍କ ପ୍ରଭାଵରେ ଏଠାକାର ଜଙ୍ଗଲଗୁଡ଼ିକରେ ଜୈନଧର୍ମଗ୍ରହଣ କରିଥିଵା ସନ୍ୟାସୀ ସନ୍ୟାସିନୀ ଜପ ତପରେ ନିମଗ୍ନ ରହୁଥିଲେ !


ଘଞ୍ଚ ଅରଣ୍ୟ ମଧ୍ୟରେ ଇତଃସ୍ତତଃ ବୁଲୁଥିଵା ବେଳେ ରାଣୀଙ୍କର ଭେଟ ଜଣେ ଜୈନ ସନ୍ୟାସିନୀଙ୍କ ସହିତ ହୋଇଗଲା ! ଅତିଶୟ ଭୟଭୀତ ଚମ୍ପା ରାଜରାଣୀଙ୍କୁ ଜୈନ ସାଧ୍ଵୀମାନେ ମଠରେ ଆଶ୍ରୟ ଦେଲେ !


କିଛିଦିନ ଉତ୍ତାରୁ ଜଣାଗଲା ରାଣୀ ଗର୍ଭଵତୀ ଅଛନ୍ତି । ଅନେକ ଵାଦଵିଵାଦପରେ ରାଣୀଙ୍କୁ କିଛି ନିର୍ଦ୍ଧିଷ୍ଟ ନିୟମ ପାଳନପୂର୍ଵକ ଆଶ୍ରମରେ ରହିଵାକୁ ଅନୁମତି ମିଳିଗଲା ! ରାଣୀଙ୍କୁ ଶପଥ ପୂର୍ଵକ ରାଜପୁତ୍ରଙ୍କ ଜନ୍ମ ହେଲା ମାତ୍ରେ ତାଙ୍କୁ ଏକ ଚାଣ୍ଡାଳ ଦମ୍ପତ୍ତିକୁ ଦେଵାକୁ ହେଲା !


ତହିଁପରେ ଚମ୍ପାନଗର ରାଜପୁତ୍ରଙ୍କର ଚଂଣ୍ଡାଳଦମ୍ପତ୍ତି ଦ୍ଵାରା ପାଳନପୋଷଣ ହେଵାକୁ ଲାଗିଲା । ତେବେ ଯେହେତୁ ଚାଣ୍ଡାଳ ଦମ୍ପତି ନିତାନ୍ତ ଦରିଦ୍ର ଥିଲେ ସେମାନେ ରାଜପୁତ୍ରକୁ ପୌଷ୍ଟିକ ଅହାର୍ଯ୍ୟ ଖାଦ୍ୟ ଯୋଗାଇ ପାରିଲେନି ଫଳରେ ରାଜପୁତ୍ର କଣ୍ଡୁରୋଗରେ ପୀଡି଼ତ ହେଲେ ଏବଂ ଏହି କାରଣରୁ ସେଇ ଅଞ୍ଚଳରେ ରହୁଥିଵା ଵନଵାସୀମାନେ ରାଜପୁତ୍ରର ନାମ କରକଣ୍ଡୁ ଦେଇଥିଲେ !


ଯୁଵାବସ୍ଥାକୁ ପ୍ରାପ୍ତ ହେଲାପରେ କରକଣ୍ଡୁ ସେ ଜଙ୍ଗଲ ପରେ ନିଜର ଏକାଧିପତ୍ୟ କରିଵା ଆରମ୍ଭ କରିଦେଇଥିଲା ! ଦିନେ ଚମ୍ପାନଗର ରାଜାଙ୍କର କିଛି ଲୋକ ସେହି ଜଙ୍ଗଲରେ କରକଣ୍ଡୁ ହାତରେ ବନ୍ଦୀ ହେଲେ । 


ରାଜା ଯେତେବେଳେ ଜାଣିଲେ ଜଣେ କେହି ଵିଦ୍ରୋହୀର ଜଙ୍ଗଲରେ ପାଦୁର୍ଭାଵ ହେଲାଣି ସେ ସଦଳବଳ ନେଇ ବିଦ୍ରୋହୀକୁ ଦଣ୍ଡିତ କରିଵା ସକାଶେ କରକଣ୍ଡୁ ରହୁଥିଵା ଜଙ୍ଗଲରେ ପ୍ରଵେଶ କଲେ ।


କରକଣ୍ଡୁ ସହ ଚମ୍ପାନଗର ରାଜାଙ୍କ ତୁମୁଳଯୁଦ୍ଧ ହେଲା । ପିତାପୁତ୍ର କେହି କାହାକୁ ଚିହ୍ନି ନ ପାରି ଭୀଷଣଯୁଦ୍ଧରେ ମାତିଥିଲେ ।


ଯେତେବେଳେ ରାଣୀ ଇନ୍ଦ୍ରାଵତୀ ଏ କଥା ଜାଣିଲେ ରାଜାଙ୍କୁ ଆସି ନିଜର ଏବଂ କରକଣ୍ଡୁର ପରିଚୟ ଦେଲେ ! ଚଂପାନଗର ରାଜା ଏତେଦିନ ପରେ ନିଜ ପରିବାରକୁ ପାଇ ଏକାବାରେ ନିର୍ଵାକ ହେଇଗଲେ । ଖୁସି ରେ ତାଙ୍କ ଆଖିରୁ ଦୁଇଧାର ଲୁହ ବୋହିଗଲା । 


ତହୁଁ ଦଧୀଵାହନ ତାଙ୍କ ପୁତ୍ର କରକଣ୍ଡୁକୁ ଉକ୍ତ ଅଞ୍ଚଳର ରାଜା ଘୋଷଣା କଲେ । ପରେ କରକଣ୍ଡୁ ଦ୍ଵାରା ଏଇ କ୍ଷେତ୍ର ରେ ଜୈନଧର୍ମର ପ୍ରଚାର ପସାର କରାଗଲା କାହିଁକି ନା ଵିପତ୍ତି ସମୟରେ ଜୈନ ସାଧ୍ଵୀ ମାନେ ତାଙ୍କ ମାତାଙ୍କୁ ରକ୍ଷା କରିଥିଲେ । କରକଣ୍ଡୁଙ୍କୁ ମନେ ରଖିଵା ପାଇଁ ଜଗନ୍ନାଥ ପୁରୀରେ ରଥଯାତ୍ରା ସମୟ ରେ ପୁରୀ ରାଜା ଦ୍ଵାରା ଛେରାପହଁରା କରାଯାଇଥାଏ । କରକଣ୍ଡୁ ଓଡ଼ିଶାର ସେଇ ଚଣ୍ଡାଳ ରାଜା ଯାହାଙ୍କ ଦ୍ଵାରା ଏଠାରେ ଜାତିଗତ ଉଦାରୀକରଣ , ସମନ୍ଵୟତା ଏବଂ ଏକତା ସମ୍ଭଵ ହୋଇପାରିଛି ।


ଵି:ଦ୍ର—

ମାଦଳାପାଞ୍ଜିରେ ଓଡ଼ିଶାର ଅନେକ ରାଜାମାନଙ୍କର

ନାମୋଲ୍ଲେଖ ମିଳେ ଏଵଂ କେତେକ ଐତିହାସିକ କରକଣ୍ଡୁଙ୍କୁ ମହେନ୍ଦ୍ର ଦେଓ ବୋଲି ଅନୁମାନ କରିଛନ୍ତି । ମହେନ୍ଦ୍ର ଦେଓଙ୍କ ରାଜଧାନୀ ଥିଲା ମେହେନ୍ଦ୍ରପୁରୀ ଯାହା ଆଜି ରାଜମହେନ୍ଦ୍ରୀ ନାମରେ ସର୍ଵପରିଚିତ । କରକଣ୍ଡୁ ଵା ମହେନ୍ଦ୍ର ଦେବଙ୍କୁ ପ୍ରଥମ କଳିଙ୍ଗୀ ସମ୍ରାଟ ଅଭିହିତ କରାଯାଏ ଏଵଂ ତାଙ୍କ ପରେ ଖାରଵେଳ ସେହି ପରମ୍ପରାକୁ ରକ୍ଷା କରି କଳିଙ୍ଗ ଦେଶରେ ଜୈନଧର୍ମର ପ୍ରଚାର ପ୍ରସାରର ଵ୍ରତୀ ହୋଇଥିଲେ । ପ୍ରାୟ ତିନି ହଜାର ବର୍ଷ ପୁରୁଣା ଆମର ସେହି ସମ୍ରାଟଙ୍କର ନାମ ଥିଲା ଅଭକିଣ୍ଣୟୋ କରକଣ୍ଡୁ ।


ସେକାଳର ପଣ୍ଡିତ ବର୍ଗଙ୍କର ଦିଆ ନାମ ହେଉଛି 'ଅଭକିଣ୍ଣୟୋ' ମାନେ ନିମ୍ନ ଜାତ ବା ଚଣ୍ଡାଳ କିନ୍ତୁ ଲୋକଙ୍କର ସ୍ନେହର ନାମ - 'କରକଣ୍ଡୁ' (କର+କୁଣ୍ଡେଇ) - ଜନ୍ମରୁ ରହିଥିବା ହାତ ବା କରରେ ଅଶୁଖା ଘାଆ ଯୋଗୁ ହଉଥିବା କୁଣ୍ଡିଆ |”)


●●●●●●●●●●●●●●●●●●●●●●●●●>

ଶବ୍ଦାର୍ଥ

ଉଣ୍ଡିଲେ—ଖୋଜିଲେ

ନଟା—ବନ

ଘନ୍ଘାର—ଘଞ୍ଚ

କୋଟ—ବନ

●●●●●●●●●●●●●●●●●●●●●●●●●>


Rate this content
Log in

Similar oriya story from Classics