କୋକେଇ ଡର
କୋକେଇ ଡର
ମା କହେ ବାପା ରେ ଗାଡି ଧୀରେ ଚଲେଇବୁ । ବାପା କୁହନ୍ତି ପୁଅ ହେଲମେଟ ନେଇ ଯା ସାଙ୍ଗରେ।
ହେଃ....
ଏ ବୁଢା ବୁଢ଼ୀଙ୍କର କିଛି କାମ ଧନ୍ଦା ନାହିଁ ବୋଧେ...
ଏଇଟା ନେଇଜା, ସେଇଟା ନେଇଜା.. ମୁଁ କଣ ଛୁଆ ହେଈଛି, କ୍ଷୀର ପିଉଛି । ଏଇ ସେ ଦିନ ମୋ ସାଙ୍ଗ ଆସିଥିଲେ ସବୁ ଘର କୁ, ତାଙ୍କ ସହ ପିକନିକ ଯିବା ପାଇଁ ଗାଡି ବାହାର କରୁ କରୁ, ମା ଧାଇଁ ଆସିଲା ପଦାକୁ ଗୋଟେ ଛୋଟ ଡବା ଧରି, ପୁଅ ଟିକେ ସମସ୍ତେ ଗୋରଖନାଥ ବାବା ଙ୍କ ବିଭୁତି ଟିକେ ମୁଣ୍ଡରେ ମାରି ଦିଅ।
ସେ କାଇଁ ଜାଣିବ ଏଇ ଅନ୍ଧବିଶ୍ୱାସ, ଅଯଥା ସୁପରଷ୍ଟିସନ ପାଇଁ ସେ ଦିନ ମୋ ସାଙ୍ଗ ମାନେ ମତେ କେତେ ଥଟା କଲେ । କହିଲେ ଧାର୍ମିକ ମଣିଷ, କିଛି ଦିନ ପରେ ଅଘୋରୀ ହେଇ ଯିବୁ, ଆରେ ତତେ ନିଅଣ୍ଟ ପଡିଲେ ଆମ ପୁରୁଣା ଚଡି ବା କପଡା ନେଇ ଯିବୁ, କୌପୁନି କରି ପିନ୍ଧିବୁ... ହିମାଳୟ ଯିବୁ । ଆଉ ଜଣେ ହସି ହସି କହିଲା ନା ବେ ତାର ଯୋଉ ଚେହେରା ସେ ଆଣ୍ଠୁଆ ଗୋପାଳ ହବ, ନହେଲେ ବିଭୁତି ଲଗେଇ ଆଶାରାମ ଆଉ ନିତ୍ୟାନନ୍ଦ ପରି ପୋଟେନ୍ସି ପରୀକ୍ଷା କରିବ ଆଉ ଦୁଇ ଚାରିଟା ରାଧେ ମା ଘେର ରେ ପାଶବିକ ପାଲଟି ଯିବ ।
ମା ର ସେଇ ଛୋଟିଆ ହସ୍ତକ୍ଷେପ ମତେ ସେଦିନ ପୁରା ପିକନିକ ରେ ହାସ୍ୟ ର ପାତ୍ର କରି ଦେଲା । ସେ ଦିନ ପିକନିକ ରୁ ଲଜ୍ଜିତ ହେଇ ଫେରିବା ପରେ ଘରେ ପଶୁ ପଶୁ ବାପା ପଚାରିଲେ କିରେ ଖାଇଛୁ । ହଠାତ୍ ମୁଣ୍ଡ କୁ ରକ୍ତ ଉଠିଗଲା ପରି ଗର୍ଜି ଉଠିଲି ମୁଁ । ନା ଖାଇନି, ଏତେ ଲଜ୍ୟା ପାଇଲି ଯେ ସେଥିରେ ମୋ ପେଟ ପୁରି ଗଲା।
ବୁଲି ପଡି ମା କୁ କହିଲି ଏବେ ଖୁସି ତ, ତୋର ଅତି ଯତ୍ନ, ସ୍ନେହ, ଖାତିର ପାଇଁ ତୋ ପୁଅ ଆଜି ସମସ୍ତଙ୍କ ଆଗରେ ଲୋକ ହସା। ଆରେ ଆଉ କାହା ମା, ବାପା ତ ଏତେ ଚିନ୍ତା କରୁନାହାନ୍ତି, ଆଉ କାହା ଘରେ ତ, ସବୁ କଥା ରେ ମୁଣ୍ଡ ପୁରାଉନାହାନ୍ତି । ତମର ସବୁବେଳେ ମୋ ଚିନ୍ତା, ଖାଇଲି କି ନାହିଁ, ବାଇକ ଆସ୍ତେ ଚଳାଉଛି କି ନାହିଁ, ହେଲମେଟ, ପର୍ସ, ପାଣି ନେଲି କି ନାହିଁ ।
ଉଫଫ...
ମଝିରେ ମଝିରେ ଲାଗୁଛି
ମୁଁ ଗୋଟେ କୈଦି...
ନିୟମ ଅନୁଯାଇ ଏଇଟା କର, ସେଇଟା କର
ସ୍ୱାଧୀନତା ବୋଲି କିଛି ନାହିଁ ଯେମିତି...
ଆଇ ଆମ ଫେଡ଼ ଅପ...।
ମା ଜାଣିଛି ମୁଁ ରାଗିଲେ କିଛି ଶୁଣେନି, ସେ ମୋ ଅବସ୍ଥା କୁ ସମ୍ଭାଳିବାକୁ ଯାଇ କହି ପକେଇଲା ବାପା ରେ ତୋର ଭଲ ପାଇଁ ଆମେ କହୁଛୁ । ତୋ ଛଡା ଆମର କିଏ ବା ଅଛି । ତୁ ରାଗେନା ଆସେ ଅଳ୍ପ ଟିକେ ଖାଇ ଦେ। ରାତିରେ ଖାଲି ପେଟ ରେ ଶୁଅନ୍ତିନି, ତା ଉପରେ ପାଗ ବଦଳୁଛି ପେଟ ଗରମ ଯୋଗୁ ଥଣ୍ଡା, କାଶ ହବ।
ମୁଁ ଚେଙ୍କା ଲାଗିଲା ପରି ଚିହିଁକି ଉଠିଲି, ବଡ ପାଠୁଆ ମୁଁ, (କାରଣ ବଡ କଲେଜ ରେ ପାଠ ପଢ଼ୁଥିଲି, ବାପାଙ୍କ ପଇସା ରେ ପେଟ୍ରୋଲ ପୋଡି ଗାଡି ଚଢି ଯାଉଥିଲି ) ସେପାଇଁ ଢଗ ଗାଇ ଗଲି ବାପା, ମା କୁ ଶୁଣେଇ....
"ମତେ ଯେତେ ମାଠିବୁ ମାଠେ ମୁଁ ସେଇ ଦରା ପୋଡା କାଠେ...."
ମତେ ଜମାରୁ ଡାକିବୁନି ମୁଁ ଶୋଇବାକୁ ଯାଉଛି, କିଛି ଖାଇବିନି କହି ଗର ଗର ହେଇ ମୋ ରୁମ ଭିତରକୁ ଚାଲି ଗଲି । ଭୁଲିଗଲି ସେ ବାପା, ମା -ଛୁଆ ନ ଖାଇଲେ, ତାଙ୍କ ତଣ୍ଟି ରେ ଆହାର ଗଳିବନି, ଦୁହେଁ ମୋ ମୂର୍ଖାମୀ, ଅଭିମାନ ଯୋଗୁ ଉପାସ ଶୋଇଲେ, କିନ୍ତୁ ମୁଁ ମୋ ପ୍ରଦାହ, ଆଶାଭଙ୍ଗ ର ସବୁ ଦୋଷ ତାଙ୍କ ମୁଣ୍ଡ ରେ ଲଦି ଦେଇ ଯାଇ ସୋଇପଡିଲି।
ରାଗ ରେ ଭୁଲି ଗଲି ତାଙ୍କ ବୟସ, ତାଙ୍କ ସ୍ୱାସ୍ଥ୍ୟ ବିଷୟରେ । ଆର ଦିନ ସଖାଳୁ ଉଠି ଗାଧେଇ ପଡି ବାହାରି ପଡ଼ିଲି କଲେଜ କୁ, ଗାଡି ଷ୍ଟାର୍ଟ କରୁ କରୁ, ଗାଡି କାଚରେ ଦେଖିଲି ବାପା ହେଲମେଟ ଧରି ଆଉ ମା ବିଭୁତି ଧରି ଆସୁ ଆସୁ, ମୁଁ ଗେଟ କୁ ଗୋଡ ରେ ଠେଲି ଦେଇ ଧୂଆଁ ଛାଡି ରକେଟ ବେଗରେ ପଳେଇ ଆସିଲି ।
ମନେ ମନେ ଖୁସି ହେଲି ଯାହା ହଉ ଆଜି ବାପା ମା କୁ ଚକ୍ଷ୍ମା ଦେଇ ଆସିଛି, ଈଶ କି ଶାନ୍ତି ଲାଗୁଛି ବିନା ହେଲମେଟ ରେ, ଆଉ ରିଙ୍ଗ ରୋଡ ଫାଙ୍କା ରାସ୍ତାରେ ଶହେ -ଶହେ ଦଶ ରେ ନ ଉଡ଼େଇଲେ, ଝିଅ ଚାହିଁବେ କାହିଁକି...?
ଶଳା ସାଙ୍ଗ ମାନେ ଠିକ କହୁଥିଲେ କି ମଜା ଏମିତି ଚଷମା ପିନ୍ଧୀ, ଚୁଟି ଉଡେଇବାରେ । ଆଜି କଲେଜ ରେ ମତେ ଏମିତି ଦେଖି ସବୁ କାବା ହେବେ । ଆଜି ଜାଣିବେ ମୋ ଗାଲ ଚିପିଲେ କ୍ଷୀର ବାହାରୁନି, ଓଲଟା କିଶୋର ରକ୍ତ ରେ ଗାଲ ଟି ଚକ ଚକ କରୁଛି ।
ଏତିକି ମନେ ମନେ ଭାବି ଖୁସି ରେ ଗୀତ ଗାଇ ଫୁଲ ସ୍ପୀଡ଼ ରେ ଗାଡି ଉଡେଇ ଆଣିଲି କଲେଜ ଭିତରକୁ। ପଶୁ ପଶୁ କଲେଜ ରେ କିଛି ଅଲଗା ପରିବେଶ ଲାଗିଲା । ବାପା ଦେଇଥିବା ଦାମିକା ସୁନା ପାଣି ଦିଆ ହେଇଥିବା ଘଣ୍ଟା ଦେଖିଲି, ଆଜି ସୋମବାର, ତାମାନେ ଆଜି କଲେଜ ଖୋଲା। ଭିତରକୁ ପଶିଲା ବେଳେ ଦେଖିଲି ସବୁ ପିଲା ଆଉ ଷ୍ଟାଫ ସବୁ ଗୋଟେ ଜାଗାରେ ଠୁଳ ହେଇ କଣ ନିଜ ଭିତରେ ଫୁସର ଫାସର ହଉଛନ୍ତି । ଟିକେ ପାଖେଇ ଜିବାରୁ କେହି ଯେମିତି ରଡି କରି କାନ୍ଦିବାର ଶୁଭୁଥିଲା । ଦଉଡ଼ିକି ଯାଇ ଯାହା ଦେଖିଲି ମୋ ରକ୍ତ ସୁଖୀ ଗଲା, ମୋ ସାଙ୍ଗ କ୍ରିଷ ର ସବ ପଡିଛି, ମୁଣ୍ଡ ପୁରା ପୁରି ଚେପା, ଚାରି ଆଡେ କପଡା ଯାକ ରକ୍ତ ଆଉ ପାଖରେ ତା ମା, ପାଗଲିଣି ପରି "ମୋ ପୁଅ" ରଡି କରି କାନ୍ଦି ଚାଲିଛନ୍ତି ।
ପାଖରେ ଥିବା ପିଅନ କୁ ପଚାରିଲି କେମିତି ହେଲା? ସେ କହିଲା ସକାଳୁ କଲେଜ ଆସିବା ବେଳେ ବିନା ହେଲମେଟ ରେ, ଜୋରେ ଗାଡି ଚଳାଉଥିଲା, ହଠାତ୍ ବ୍ରେକ ଯୋଗୁ ଗାଡି ଖସି ଗଲା ଆଉ ଗୋଟେ ବୋଝେଇ ଟ୍ରକ ତା ମୁଣ୍ଡ ଉପରେ ଚଢିଗଲା ।
ଏତିକି କହି ସେ ଚୁ ଚୁ କହି ଆସିବା ବେଳେ ସେ ସାଙ୍ଗ ର ମା ଉଠି ଆସି ବଡ ପାଟିରେ କହିଲେ, "ତମେ ଛୋଟ ଛୁଆ ସବୁ, ତମର ଜିଦ କୁ ପୁରା କରିବା କୁ ଯାଇ ବାପା ମା କେତେ କଷ୍ଟ କରୁଛନ୍ତି, ନ ମାଗୁଣୁ ଜିନିଷ ଯୋଗେଇ ଦେଉଛନ୍ତି, ଆଉ ତମେ ତାଙ୍କ କଥା ନ ଶୁଣି ବିନା ହେଲମେଟ, ବିନା କିଛି ସୁରକ୍ଷା ରେ ଗାଡି ଉଡେଇ ପଳାଉଛ ତାଙ୍କ ମୁହଁ ରେ ଧୂଆଁ ଛାଡି । ଆଜି ମୋର ଏ କ୍ଷତି ର ଭରପାଇ କେହି କରି ପାରିବେନି, ମୋ କୋଳଶୂନ୍ୟ ଆଜି, ଏଥି ପାଇଁ କାହା କୁ ଦୋଷ ଦେଇ ପାରିବିନି, କାରଣ ଦୋଷୀ ନିଜେ ଏ ମୃତ ଶରୀର। ଦୋଷୀ ନିଜେ ମୋ ଅମାନିଆ ସନ୍ତାନ, ଏତିକି କହି ସେ କାନ୍ଦି କାନ୍ଦି ବେହୋସ ହେଇ ଗଲେ । ସାଙ୍ଗ ର ଏ ଅବସ୍ଥା ପାଇଁ କଲେଜ କତୃପକ୍ଷ ଦୁଇ ଦିନ ପାଇଁ କଲେଜ ବନ୍ଦ ଘୋଷିତ କଲେ । ମୁଁ ଗାଡି ପାଖକୁ ଆସି, ଗାଡି କାଚ ରେ ନିଜକୁ ଦେଖିଲି, ଦୁଇ ଚଟକଣୀ ଗାଲ ରେ ବସେଇ ଭାବିଲି କି ସ୍ୱାର୍ଥପର ମୁଁ..? କଣଟା ବା ବାପା, ମା ଭୁଲ କହୁଥିଲେ, ଆଜି ଯଦି ମୋର ଏ ଅବସ୍ଥା ହେଇଥାନ୍ତା ?
ଗୋଟେ ଶିହରଣ ଖେଳିଗଲା ମୋ ଦେହରେ । ନିଜ କୁ "ଛି " କହିବାକୁ ପଛେଇଲିନି । ଭାବିଲି କେଡେ ମୂର୍ଖ ମୁଁ ସତେ ! ସେ ବାପା, ମାଙ୍କ ପରି କେବେ ତ ଜୀବନ ରେ ଉତ୍କୃଷ୍ଟ, ଧୈର୍ଯ୍ୟଶୀଳ, ନିସ୍ଵାର୍ଥପର ହୋଇପାରିବିନି ନା ହି ତାଙ୍କ ପରି ତ୍ୟାଗ ଭାବ ନିଜ ପିଲାଙ୍କୁ ବା ଅନ୍ୟ ପ୍ରତି ଦେଖେଇ ପାରିବି । ତା' ହାଲେ କଣ ପାଇଁ ଏ ଗର୍ବ, ଅହଂକାର ? କୋଉ ମୁହଁ ରେ ମୁଁ ଗତ କାଲି ତାଙ୍କ ସହ ଯୁକ୍ତି କରିଥିଲି । କଣ ପାଇଁ ତାଙ୍କ ଉପଦେଶ କୁ ଏଡାଇ ଆଜି ନିର୍ଲଜଙ୍କ ପରି ଧୂଆଁ ଛାଡି ପଳେଇ ଆସିଲି ? ବୋଧ ହୁଏ ଆଜି କା ପିଢ଼ି ଆମେ ସବୁ ଏମିତି ଉପର ମୁହାଁ, ଆମେ ଭୁଲି ଯାଉ ଆମେ ବେଶି ଫୁର୍ତ୍ତିବାଜ, ଆଧୁନିକ, ଆତ୍ମବିଶ୍ୱାସୀ ହେଲେ ମଧ୍ୟ ଆମେ ବୋକା । କାରଣ ଆମ ବାପା, ମାଙ୍କ ପରି ଆମର କୌଣସି ଦିଗରେ ଅଭିଜ୍ଞନ୍ତା କି ଅନୁଭୂତି ନାହିଁ, ଆମେ ଖାଲି କହି ଶିଖିଚୁ, କୌଣସି ଜିନିଷ ଶୁଣିବାକୁ ଆମେ ପ୍ରସ୍ତୁତ ନୁହଁ । ଆଉ ସେଇ ହାଂବେଡା ପ୍ରକୃତି ଧରି ଆମେ ଯୋଉ ପିଢ଼ି କୁ ଆଗେଇ ନେଉଛୁ ତାର ପରିଣାମ ଶୂନ ରୁ ନାକରାତ୍ମକ ଦିଗ କୁ ହି ଆଗେଇ ଚାଲୁଛି । କରିଥିବା ଭୁଲ କୁ ତ ଫେରେଇ ପାରିବିନି କିନ୍ତୁ କ୍ଷମା ମାଗି ସେ ଭୁଲ କୁ ଆଗକୁ ଦୋହରାଇବିନି ବୋଲି ରାଣ ଖାଇଲି ।
(ବି :ଦ୍ର _ ଆଜିର ଗୋଟେ ଗାଡି ଦୁର୍ଘଟଣା ଦୃଶ୍ୟ ମନ ରୁ ଯାଉନି, ମା କୁ କହିଲା ବେଳେ ସେ ବୋଧେ ବୁଝି ପାରିଲା, ମୋ ମନର ବ୍ୟାକୁଳତା.......
କହିଲା ଗୋଟେ ଗପ ଲେଖୁନୁ #ପୁଅ, କିଛି ଲୋକ ସଚେତନ ଏଇ ଦିଗରେ ହେଇ ପାରିଲେ ଅନେକ ବାପା,ମା ଓ ପରିବାର ବର୍ଗ ରେ ଏ ପରି ଦୁଃଖ ଆସିବନି....
ରାଣ ଖାଇଛି ଯେତେବେଳେ ମା କଥା ରଖିଲି, ଗପ ଭଲ ଲାଗିଲେ ଅନ୍ୟକୁ ଜଣେଇବେ, ସଚେତନ ଦ୍ୱାରା ଦୁର୍ଘଟଣା କମି ଯାଇ ପାରେ ।)
