jyotsna mayee panda

Abstract Tragedy

4  

jyotsna mayee panda

Abstract Tragedy

କଣ୍ଢେଇ ବାହାଘର

କଣ୍ଢେଇ ବାହାଘର

3 mins
324


ବହୁତ ଦିନ ହେଲା ସିପ୍ରା କାଚ ଆଲମିରା ଟା ସଫାକରିନାହାନ୍ତି l ସେଥିପାଇଁ ସବୁ ଜିନିଷ ରେ ଉପରେ ଧୂଳି ର ଏକ ଆସ୍ତରଣ l ଛୋଟ ସମୟ ରୁ ବିଭିନ୍ନ ସୌଖିନ ଜିନିଷ କିଣି ସାଇତି ରଖିବା ସିପ୍ରାଙ୍କ ଏକ ଅଭ୍ୟାସ l ସେଥିପାଇଁ ବାପା ଏ କାଚ ଆଲମିରା ଟା ତାକୁ ବାହାଘର ବେଳେ ଦେଇଥିଲେ l ଆଜିବି ଅତୀତ ର ଅନେକ ସ୍ମୃତି କୁ ସାଇତି ଧରି ରଖିଛି ଏ ପୁରୁଣା ଆଲମିରା l ସିପ୍ରାଙ୍କ ଦୁଇ ଝିଅ l ସ୍ୱାମୀ ଡାକ୍ତର... ସେଥିପାଇଁ ତାଙ୍କୁ ସମୟ କମ ମିଳେ l ଦୁଇ ଛୁଆଙ୍କ ଯତ୍ନ ଶାଶୁ ଶଶୁରଙ୍କ ସେବା, ରନ୍ଧାବଢ଼ା ସବୁ ଏକା ହିଁ ତାକୁ କରିବାକୁ ପଡେ l ଘରେ ଚାକର ଚାକରାଣୀ ଅଛନ୍ତି ହେଲେ ଏ ଆଲମିରାକୁ କାହାକୁ କେବେ ସେ ସଫା କରିବାକୁ ଦିଅନ୍ତିନି l କାଳେ କିଏ ଭାଙ୍ଗି ଦେବ ସେଥିପାଇଁ l ଝିଅ ମାନେ ଏବେ ବଡ଼ ହୋଇଗଲେଣି l ବଡ଼ ଝିଅ ସଫ୍ଟୱାର ଇଂଜିନୀୟର l ସାନ ବିଟେକ କରୁଛି l ଝିଅ ମାନେ ସବୁବେଳେ ଏ ଆଲମିରାକୁ ଦେଖି ମା କୁ ଚିଡ଼ାନ୍ତି l କୁହନ୍ତି ମାମା ଏ ଆଣ୍ଟିକ ପିସ କୁ କେବେ ହଟେଇବ ଏ ବେଡ଼ରୁମ ରୁ l ସିପ୍ରା ହସୁ ହସୁ କୁହନ୍ତି ଯେଉଁଦିନ ମୁଁ ଏ ପୃଥିବୀ ରୁ ସବୁଦିନ ପାଇଁ ଚାଲିଯିବି ମୋ ଆଲମିରା କୁ ସେଦିନ ଏ ଘରୁ କାଢ଼ି ଦେବ l ହେଲେ ଏ ପୁରୁଣା ଆଲମିରା ରେ ଏମିତି କଣ ମୂଲ୍ୟବାନ ଜିନିଷ ଅଛି କେଜାଣେ l କେତେ ଟା ପୁରୁଣା କାଠ କଣ୍ଢେଇ ଆଉ କେତେ ଘର ସଜ୍ଜା ଉପକରଣ l ଆଉ ତ କିଛି ନାହିଁ l ସେ ପୁଣି କେତେ ବର୍ଷ ର ଜିନିଷ ସବୁ l କିନ୍ତୁ ରୀତିମତ ସଫା ହୁଏ ଏ ସବୁ l ସମୟ ମିଳୁନ ଥିଲା ବୋଲି ସିପ୍ରା ସଫା କରି ପାରୁନଥିଲେ ଏ ସବୁ ଜିନିଷ l ସେଦିନ ସଫା କରୁ କରୁ ସେ କାଠ କଣ୍ଢେଇ କୁ ଦେଖି ସିପ୍ରା ଭାବପ୍ରବଣ ହୋଇ ପଡିଲେ l ଆଖି କୋଣ ରୁ ଝରି ପଡିଲା ଦୁଇ ଟୋପା ଅଶ୍ରୁ l ଏ ତ ତାଙ୍କ ବଉଳର ଉପହାର l ନିଜକୁ ହଜେଇ ଦେଲେ ପୁଣି ଥରେ ସେ ସୁନ୍ଦର ପିଲାଦିନ ଭିତରେ l ସିପ୍ରା ଓ ମିତା ଦୁଇ ବଉଳ l ଜଣେ ଜଣକୁ ନ ଦେଖିଲେ ପାଗଳ l ଏକାଠି ପଢନ୍ତି ଦୁହେଁ l ସକାଳୁ ସନ୍ଧ୍ୟା ଯାଏ ଏକାଠି ରୁହନ୍ତି l ଛୁଟି ଦିନ ନଈ କୁ ଦୁଇଜଣ ଗାଧୋଇ ଯାଆନ୍ତି.... ଖରା ଛୁଟି ରେ ଆମ୍ବ ଚୋରି, ପିଜୁଳି ଚୋରି ପୂଜା ପାଇଁ ଫୁଲ ଚୋରି ସବୁଥିରେ ଓସ୍ତାଦ l ପୁଣି ଆରମ୍ଭ ହୋଇଯାଏ କଣ୍ଢେଇ ବାହାଘର ଖେଳ l ବରଯାତ୍ରୀ ଯିବା.... ମିଛି ମିଚିକା ଖାଦ୍ୟ ରାନ୍ଧିବା ନିଜ ଝିଅ କୁ ବିଦାୟ କରି ମିଛି ମିଛିକା କାନ୍ଦିବା l କେତେ ସୁନ୍ଦର ଥିଲା ସେ ପିଲାଦିନ l ଯେମିତି ଦୁହେଁ ଥିଲେ ଜଣେ ଜଣେ ରାଣୀ lଏମିତି ଦୁହେଁ ଦିନେ ବଡ଼ ହୋଇ ବାହା ହୋଇଗଲେ l ହେଲେ ସିପ୍ରା ର ସବୁକିଛି ଏବେ ବି ମନେଅଛି l ସବୁବେଳେ ସେ ହିଁ ଝିଅ ର ମା ହୁଏ l ବାହାଘର ପରେ ବାହୁନି ବାହୁନି କାନ୍ଦେ l ମିତା ସବୁବେଳେ ପୁଅ ର ମା ହୁଏ l କିନ୍ତୁ ନିଜ ବାହାଘର ପରେ କିନ୍ତୁ ମିତା ତା ଠୁ ବହୁତ ଦୂର କୁ ପଳେଇଗଲା l ସେ ଆମେରିକା ରେ ରହିଲା l ମଝିରେ ମଝିରେ ଫୋନ ରେ କଥା ହୁଏ l ତାର ଗୋଟେ ବୋଲି ପୁଅ l ସେ ସବୁବେଳେ କୁହେ ବୁଝିଲୁ ସିପୁ ତୋ ଝିଅ ଜୁ ମୁଁ ସତସତିକା ବୋହୂ କରିବି l କଣ୍ଢେଇ ଖେଳ ପରି ଭଗବାନ ମୋତେ ପୁଅ ର ମା କଲେ ଆଉ ତତେ ଝିଅ ର ମା l ଆମ ଅତୀତ ସମ୍ପର୍କ ସବୁଦିନ ପାଇଁ ରହିଯିବ ବଉଳ l ସେଥିପାଇଁ ମୋ କଥା ତୁ ନିଶ୍ଚୟ ରଖିବୁ l ତୋ କଣ୍ଢେଇ ରାଣୀ କୁ ମୋତେ ଦେବୁ....

ଏମିତି ବହୁତ ଦିନ ବିତିଗଲାଣି l ସେ ଦେଇଥିବା କଣ୍ଢେଇ ଆଜିବି ସାଇତି ରଖିଛନ୍ତି ସିପ୍ରା l କିନ୍ତୁ ସେ ଆଉ ଏ ଦୁନିଆରେ ନାହଁ l ଥରେ ଏକା ଭାରତ ଆସୁଥିଲା l ପୁଅ ଓ ସ୍ୱାମୀଙ୍କ ଛୁଟି ନ ଥିଲା l ସେଥିପାଇଁ ନିଜ ସମ୍ପର୍କୀୟ ବାହାଘରକୁ ଯୋଗଦେବାପାଇଁ ଆସୁଥିଲା l ହେଲେ ଵିଧିର ବିଧାନ ବଡ଼ ବିଚିତ୍ର l ସେଦିନ ସେ ବିମାନ ଆଉ ଭାରତ ପହଂଚି ନ ଥିଲା l ଦୁର୍ଘଟଣା ହେବାରୁ ସମସ୍ତ ଯାତ୍ରୀ ମୃତ୍ୟୁ ବରଣ କରିଥିଲେ l ସେଦିନ ବହୁତ ଦୁଃଖ ଲାଗିଥିଲା ସିପ୍ରାଙ୍କୁ l ସେ ଦେଇଥିବା ସୁନ୍ଦର କଣ୍ଢେଇ ଦୁଇଟି ଆଜି ବି ସାଇତି ରଖିଛି ଏ ଆଲମିରା ଭିତରେ l ହେଲେ ତା ସ୍ୱପ୍ନ କଣ ସତ ହେବ ? ସିପ୍ରା ର ଝିଅ କଣ ତା ବୋହୂ ହୋଇ ପାରିବ?

ଆଜିବି ସେ କଣ୍ଢେଇ ରେ ସେ ନିଜ ବଉଳକୁ ହିଁ ଦେଖେ l ଏମିତି ଲାଗେ ସେ କହୁଛି "ବଉଳ ମୋ କଥା ତୁମ ମନେ ଅଛି ନା... ତୁମ କଣ୍ଢେଇ ରାଣୀ ମୋ ବୋହୂ ହବ ନା "... ପୁଣି ଫେରି ଆସନ୍ତି ସେ ନିଜ ବାସ୍ତବ ଦୁନିଆକୁ l ନିଜ କର୍ତ୍ତବ୍ୟ ରେ ହଜେଇ ଦିଅନ୍ତି ନିଜକୁ l ହେଲେ ନିଜ ବଉଳ କଥା ସବୁବେଳେ ତାଙ୍କ ମନେପଡେ l ସତରେ କେତେ ସୁନ୍ଦର ସେ ପିଲାଦିନ, ସେ ବାଲିଘର, ସେ ରାଜାରାଣୀ ଖେଳ l ସେ ତ ଖେଳ ଘର ଥିଲା କିନ୍ତୁ ଜୀବନ ର ଏ ସତସତିକା ଖେଳ ଘର ରେ ଏ ସବୁ କଣ କେବେ ସମ୍ଭବ ହୋଇ ପାରିବ? କାରଣ ସବୁ କଣ୍ଢେଇଙ୍କ ଡୋରି ତ ସେଇ ଉପରବାଲା ହାତରେ l ସେ ଯେମିତି ନଚେଇବ ସେମିତି ଦୁନିଆ ର ରଙ୍ଗମଞ୍ଚ ରେ ସେମିତି ନାଚିବାକୁ ପଡିବ ସମସ୍ତଙ୍କୁ ।



Rate this content
Log in

Similar oriya story from Abstract