Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Prabhas Mohapatra

Abstract Others

4.0  

Prabhas Mohapatra

Abstract Others

କନ୍ଦେଇଲା ୧୦୦

କନ୍ଦେଇଲା ୧୦୦

2 mins
424



ହରିଆ_ମାଳତୀ ଗଣ୍ଡେ ପଖାଳ ଦେଲ ମୁଁ ଖାଇ ବିଲକୁ ଯିବି । ବିଲରେ ଧାନ ରୁଇବାକୁ ଅଛି ।

ମାଳତୀ_ନିଅ ପଖାଳ ଖାଇ ଦିଅ ପୁର ବାସି ତମ ମନ ପସନ୍ଦର ।

ହରିଆ_ ଆରେ ମାଳତୀ ହେଲା ଯେ ମୋ ମନ ପସନ୍ଦର ଦେଲ। କିନ୍ତୁ କଣ ମୁଁ ଖାଲି ପଖାଳ ଖାଇବିନା କ'ଣ।

ମାଳତୀ_ଘରେ ତ କିଛି ନାହିଁ କ'ଣ ମୁଁ ଚରି କରି ଦେବିନା କ'ଣ ।

ହରିଆ_ମୁଁ ଚରି କରିବାକୁ କେତେ ବେଳେ କହିଲି ।

ମାଳତୀ_ଆଉ ନ ଜାଣିଲା ଭଳିଆ ପଚାରୁଛ ଯେ ।

ହରିଆ_ହଉ କିଛି ଯଦି ନାହିଁ ତ ଗୋଟେ ମରିଚ ଦିଅ ।

ମାଳତୀ_ମରିଚ , ତୁମେ ଜାଣିନ କି ତମ ଗେଲ୍ଲୀ ସବୁ ଖାଇ ଦେଇଛି ।

ହରିଆ_ତମେ କାହା କଥା କହୁଛ ।

ମାଳତୀ_ମୁଁ ତମ ଉଲେଇ ଛେଳି କଥା କହୁଛି । ତାକୁ ତୁମେ ଏମିତି ଫୁଲେଇଛ ଯେ ସେ ଯାହା ପାଇଲା ସବୁ ଖାଇଲା ତ ଖାଇଲା ଗଛ ତକୁବି ଖାଇଦେଲା । ନା ଅଛି ବାଉଁଶ ନା ବାଜିବ ବଇଁଶୀ। ଦେହ ଥିବ ନା ଜର ହେବ । ସେ ରଖିଛି ଯେ ମୁଁ ଆଣି ତୁମକୁ ମରିଚ ଦେବି । ସେମିତି ଖାଇ ଦିଅ ।

ହରିଆ_ହଉ ମାରିଚ ନାହିତ ପିଆଜ ଗଟେ ଦିଅ ।

ମାଳତୀ_ପିଆଜ କଥା କହୁଛ । ଯାହାକୁ କାଟିଲେ ନିତି ଆଖିରୁ ଦି ବୁନ୍ଦା ଲୁହ ନିହାତି ବହାରେ ତ ଯେ ମୋତେ ନିତି କନ୍ଦାଇ ଥାଏ ।

ହରିଆ_ହଁ ହଁ ମୁଁ ତାହାରି କଥା କହୁଛି । ସେ ତମକୁ କେମିତି କନ୍ଦାଇଲା ।

ମାଳତୀ_ତାକୁ ମୁଁ କାଟିବି ମାନେ ମୋ ଆଖିରୁ ଦି ବୁନ୍ଦା ନିହାତି ସେ ଲୁହ ବାହାର କରିବ । କିନ୍ତୁ କଣ କରିବି ସେ ଆଉ ଆମ ଘରେ ନାହିଁ ।

ହରିଆ_ନାହିଁ ମାନେ ।

ମାଳତୀ_ମୁଁ ସେଇ ପିଆଜ କଥା କହୁଛି । ତାର ମୂଲ ଆକାଶ ଛୁଆଁ ହେଲାଣି । ଯେଉଁଠି ୧୫ ରୁ ୨୦ ଟଙ୍କା ପଡୁଥିଲା ଆଜି ସେଠି ନିଆଁ ଲାଗିଛି । ତା' ପାଖ ଆମେ କ'ଣ ଗରିବ ଲୋକ ପହଞ୍ଚି ପାରିବା ।

ହରିଆ_ଆରେ ଏମିତି କେତେ ହେଲାକି , ଆମେ ତାକୁ ଖାଇ ପାରିବାନି ।

ମାଳତୀ _ସେ କଣ ଆଉ ୧୦,୨୦ ଅଛି ।୧୦୦ ଟଙ୍କା ହେଲାଣି ୧୦୦ ଟଙ୍କା ।

ହରିଆ_ସତରେ ? ଆରେ ଆମେ ଗରିବୀ ଲୋକ ପରିବା କିଣିବାକୁ ତ ପଇସା ନାହିଁ । ପିଆଜ ହେଲେ ଚଲେଇ ନେଉଥିଲେ ମାତ୍ର ସେବି କନ୍ଦେଇଦେଲା । ଏକା ଥରକେ ୧୦୦ ।

ମାଳତୀ_ହଁ ତମେ ସେମିତି ପଖାଳ ଖାଇ ଦିଅ

ହେଲା ।

ହାରିଆ_ହେ ଭଗବାନ୍ ତମେ ଶେଷରେ ଆମକୁ କନ୍ଦେଇ ଦେଲ। ଆମ ଶେଷ ଆହରକୁ ମଧ୍ୟ ଛଡେଇ ନେଲ । କେଉଁଠୁ ଏତେ ଟଙ୍କା ପାଇବା ଯେ ଆମେ ଖାଇବା । ସେ ଦି ବୁନ୍ଦା ଲୁହ (ପିଆଜ) କୁ ବି ଛଡେଇ ଦେଲ ତମେ କିଛି କର ପ୍ରଭୁ କିଛି କର ।


ବାସ୍ତବରେ ଆଜି ପିଆଜର ଦର ବୃଦ୍ଧି ହେବାକୁ ଲାଗିଲାଣି ଯାହା ଫଳରେ ଗରିବ ତ କିଣି ପାରୁନାହିଁ । ମାତ୍ର ଥିଲା ବଲା ବି କିଣିବାକୁ ଡରୁଛି । କାହାଣୀଟି ଲେଖିବାର କାରଣ ଏହି ଯେ ଖାଲି ପିଆଜ ନୁହଁ ବରଂ ସବୁ ଜିନିଷ ବଢିବ କାରଣ ଯେତେବେଳେ ଆବଶକ୍ୟ ଜିନିଷ କମ୍ ଥାଏ ଓ ଗ୍ରାହକ ସଂଖ୍ୟା ଅଧିକ ଥାଏ ତ ଏମିତି ଅସୁବିଧା ହୋଇଥାଏ । ତେଣୁ ମୋର ଗୋଟିଏ ଅନୁରୋଧ କି ଆମେ ଏସବୁ ଅସୁବିଧାକୁ ଦୂର କରି ପରିବା ଯଦି ଆମେ ସମସ୍ତେ ଚାଷ କରିବା ପାଇଁ ମନ ବଳାଇବା ଓ ଚାଷୀ କୁ ସହାୟତାର ହାତ ବଢ଼ାଇବା । ଚାଷିକୁ ସମ୍ମାନ ଦେବା । ତ ଆମ ରାଜ୍ୟରେ ଆମ ଦେଶରେ ଏମିତି ଅସୁବିଧା ହେବନାହିଁ । ନଚେତ୍ ସବୁ ଜିନିଷ ଏମିତି ବଢ଼ି ଚାଲିବ । ଆସନ୍ତୁ ସମସ୍ତେ ଚାଷୀକୁ ସମ୍ମାନ ଦେବା ।

ଜୟ କିଷାନ


Rate this content
Log in

More oriya story from Prabhas Mohapatra

Similar oriya story from Abstract