Amit Bal

Romance Tragedy Inspirational

4.0  

Amit Bal

Romance Tragedy Inspirational

କିଛି ସ୍ମୃତି ପ୍ରେମର ସହରରେ

କିଛି ସ୍ମୃତି ପ୍ରେମର ସହରରେ

3 mins
217


   ସକାଳର ଶୀତୁଆ ପବନରେ ଆଖି ଖୋଲୁ ନଥାଏ ।ଅନିମେଷଙ୍କର ବିଛଣା ଛାଡ଼ିବାକୁ ମନ ନଥାଏ । ହୋଟେଲ ର ବଡ ବଡ ଝର୍କା ଦେଇ ଚାହିଁଲେ ଚାରିଆଡେ ଖାଲି ଧୂଆଁ ଧୂଆଁ । ବାହାରର ଦୃଶ୍ୟ ଦେଖି ଚିତ୍ରା ଖୁସିରେ ଆତ୍ମହରା । କହିଲା ଏଇଠି ଶୋଇବା ପାଇଁ ଆସିଛ ନା ବୁଲିବା ପାଇଁ !ଶୀଘ୍ର ରେଡ଼ି ହୋଇ କ୍ଯାଣ୍ଟିନକୁ ଆସ । ମୁଁ ଅପେକ୍ଷା କରିଛି । 


     ବଡ଼ ଅଦ୍ଭୁତ ହିମାଚଳ ର ଏ ସହର ଶିମଲା । ଏଥର କୁ ମିଶାଇ ବାହାଘର ପରେ ଦୁଇ ଥର, ଆଗ ରୁ ଥରେ ,ଟୋଟାଲ ତିନି ଥର ଆସିଲାଣି ଚିତ୍ରା । ପ୍ରତି ଥର ତାକୁ ନୂଆ ନୂଆ ଲାଗେ ହିଲ୍ କୁଇନ । ମନେହୁଏ ଏଇତ ପ୍ରଥମ ଥର ଆସିଛି । କି ମନୋହର ପ୍ରାକୃତିକ ଦୃଶ୍ୟରାଜି ।ମଣିଷ ଅଜଣା ରାଇଜେ ହଜିଯାଏ । ଇଛା ହୁଏ ସବୁଦିନ ଲାଗି ରହିଯିବାକୁ । ମଜାରେ ମଜାରେ ସେ ଅନିମେଷକୁ କହେ, ଚାଲ ଏଠି ଘର ନେଇ ରହିଯିବା ।ସେ ବି ମୁଣ୍ଡ ଟୁଙ୍ଗାରି କ଼ହନ୍ତି ନିଶ୍ଚୟ , କାହିଁକି ନୁହେଁ ।


    ଏବର୍ଷ ବରଫ ନଗରୀ ଶିମଲା କୁ ଭରପୁର ବରଫ ଭିତରେ ଦେଖିବାକୁ ପ୍ଲାନ୍ କରି ଆସିଛି ଚିତ୍ରା । ଅନିମେଷ ମନା କରୁଥିଲେ ।ସେ କିନ୍ତୁ ମାନିଲାନି । କହିଲା ଚାରିଆଡେ ବରଫରେ ଭରା ଶିମଲା କୁ ଦେଖି ଥଣ୍ଡା ଉପଭୋଗ କରିବାର ମଜା ବି ଅଲଗା । ତମେ ମୋର ଏତିକି ଟିକିଏ କଥା ରଖି ପାରିବନି । ଶେଷରେ ରାଜି ହୋଇଯାଇଥିଲେ ଅନିମେଷ ।


      କିଛି ସମୟ ଆଗରୁ ଚିତ୍ରା ଟେରେସ ଉପରୁ ଦେଖି ଆସିଥିଲା । ବାହାରେ ବରଫ ପଡୁଛି , ପୁଷ୍ପ ବୃଷ୍ଟି ହେଲା ଭଳି । ଖୁସିରେ ସେ ନାଚି ଉଠିଲା । ଆଗରୁ ଏ ଦୃଶ୍ୟ ସେ ଟିଭି ରେ ଦେଖିଛି । ହେଲେ ରିୟଲ ଲାଇଫରେ ଫାଷ୍ଟ ଟାଇମ୍ । ସୋ ଇଟସ୍ ରିୟଲି ଆଉଟ୍ ଷ୍ଟାଣ୍ତିଙ୍ଗ ।


       ସ୍ଥିର ହୋଇ ରୁମରେ ବସି ପାରିନଥିଲା ଚିତ୍ରା । ଅନିମେଷକୁ ଧରି ବାହାରି ପଡ଼ିଲା ସ୍ନୋ ଫଲର ମଜା ନେବା ପାଇଁ ।ଆଜିର ଏ ସୁନ୍ଦର ଦିନ ଏ‌ ପରିବେଶକୁ ସେ କେମିତି ମିସ୍ କରିଦେବ । କିଏ ଜାଣେ ଏ ସୁଯୋଗ ଆଗକୁ ମିଳିବ କି ନାହିଁ ।ୟାକୁ ଦେଖିବା ଲାଗି ତ ସେ ଆସିଛି ଏତେ ଦୂରରୁ ।


       ଦିନ ସାରା ବୁଲି ବୁଲି ହାଲିଆ ହୋଇ ସେ ହୋଟେଲ ଫେରି ଆସିଥିଲା । ଟାୟାର୍ଡ ହୋଇ ପଡ଼ିଥିଲେ ଅନିମେଷ । ରୁମବୟକୁ କଫି ଅର୍ଡର ଦେଇ ବାଥରୁମ ଭିତରେ ପଶିଗଲା ଚିତ୍ରା।


       ବାଥରୁମରୁ ବାହାରିଲା ବେଳକୁ ଦେଖିଲା କାହା ସହ ଫୋନରେ କଥା ହେଉଛନ୍ତି ଅନିମେଷ । ଚିତ୍ରା ଚୁପ୍ ଚାପ୍ ବାହାରକୁ ଚାଲିଗଲା । ବାଲକୋନୀକୁ ଯାଇ ଆକାଶକୁ ଚାହିଁ ଭାବୁଥିଲା ଅନେକ କିଛି । କିଛି ସ୍ବପ୍ନ କିଛି ସ୍ମୃତି । ହେଲେ ସବୁ ସ୍ବପ୍ନ ସବୁ ସ୍ମୃତି କୁ ନେଇ କ'ଣ ବଞ୍ଚି ହୁଏ । ନା କେବେ ନୁହେଁ । ବେଳେ ବେଳେ ସମୟ ଉପରେ ଛାଡି ଦେବାକୁ ହୁଏ ନିୟତିକୁ ।


       ଅନିମେଷ ଆଉ ଚିତ୍ରା ଚୁପ୍ ଚାପ୍ ବସିଥିଲେ ରୁମ୍ ଭିତରେ । ଆସନ୍ତା କାଲି ଶିମଲା ଛାଡିବାକୁ ହେବ । ଏଠାରୁ ସେମାନେ ସିଧା ଦିଲ୍ଲୀ ଯିବେ ।ୟୁ.ଏସ୍ ଅଙ୍କୋଲଜିଷ୍ଟ ଡକ୍ଟର ଉଇଲିୟମଙ୍କ ଏପୋଏଣ୍ଟମେଣ୍ଟ ମିଳି ସାରିଛି । ତାଙ୍କୁ ଦେଖା କଲାପରେ ହିଁ ତେଣିକି ଭବିଷ୍ୟତର ରଣନୀତି ।


       ବିଗତ କିଛି ଘଣ୍ଟା ଆଗରୁ କେତେ ନରମଲ ଥିଲା ପରିବେଶ । ଚିତ୍ରା କୁ ଲାଗୁଥିଲା ଯେମିତି ସେ ହନିମୁନ ରେ ଶିମଲା ଆସିଛି ।ଆଉ ଏବେ ଖୁସି ଯେମିତି ତା' ଠାରୁ କାହିଁ କେତେ ଦୂରେ ।


       କ'ଣ ପାଇଁ ହୁଏ ଏମିତି ଜୀବନରେ । ଦୁନିଆକୁ ଟିକିଏ ମନଭରି ଦେଖିବା ଆଗରୁ, କାଣିଚାଏ ସୁଖ ପାଇବା ପୂର୍ବରୁ , ନିୟତି ମଣିଷର ସବୁ କିଛି ଲୁଟି ନିଏ , ଧିରେ ଧିରେ ତା'ର ଅଜାଣତରେ । ହଜାଇ ଦେବାକୁ ସମୟର ଭବ ସାଗରେ । ଏମିତି ବି ଦୁଇ ଦିନର ତ ଜୀବନ , କାହାକୁ ମିଳେ କାହାକୁ ସାତ ସପନ ।


        ଚିତ୍ରା କୁ ଲ୍ଯୁକମିଆଁ । ଫାଷ୍ଟ ଷ୍ଟେଜରେ ଡିଟେକ୍ଟ ହୋଇଛି । ପ୍ରାଇମେରୀ ଟ୍ରିଟମେଣ୍ଟ ଚାଲିଛି । ଡକ୍ଟର କହୁଛନ୍ତି ଭଲ ହୋଇଯିବ । ତଥାପି ଅନିମେଷର ମନ ବୁଝୁନି । ତେଣୁ ଜଣେ ପରିଚିତ ଅଙ୍କୋଲଜିଷ୍ଟଙ୍କ ରେଫରେନସ୍ ରେ ସେ ଡଃ ଉଇଲିୟମ ଙ୍କୁ ଭିଜିଟ୍ କରିବାକୁ ଦିଲ୍ଲୀ ନେଇ ଯାଉଛନ୍ତି ଚିତ୍ରାକୁ ।


        ସମୟ ସରି ସରି ଆସୁଥିଲା । ଏଥର ମୂହୁର୍ତ୍ତ ଥିଲା ବରଫ ନଗରୀ ଶିମଲା କୁ ବାୟ ବାୟ କହିବାର ।ଅନିମେଷ ଚିତ୍ରା ପାଇଁ ଏଠାରେ କିଣି ଥିଲେ ଦାମୀ କୋଟ୍ ଟିଏ । ଚିତ୍ରା ଯେତେ ମନା କଲେ ମଧ୍ୟ ସେ ଶୁଣି ନଥିଲେ ।ତାକୁ ହିଁ ଚିତ୍ରା ଆଜି ଫେରିଲା ବେଳକୁ ପିନ୍ଧିଥିଲା । ଫ୍ଲାଇଟ ଛାଡ଼ିବାକୁ ଅଧଘଣ୍ଟା ବାକିଥାଏ । ଚିତ୍ରାର ମୁହଁ ଛଳଛଳ । ସେ ଅନିମେଷଙ୍କ ହାତକୁ ଜାବୁଡ଼ି ଧରିଥାଏ । ଫ୍ଲାଇଟ ଟେକ୍ ଅଫ୍ ହେବା ପୂର୍ବରୁ, ନିଜ କୋହକୁ ଚାପି ରଖି କେବଳ ଏତିକି କହିଲା, " ଅନିମେଷ ! ମୁଁ ଫେରିବିନା ।ଅନିମେଷ ଚିତ୍ରାକୁ କୋଳେଇ ନେଇ କହୁଥିଲେ, ମୁଁ କଥା ଦେଉଛି , ତମେ ନିଶ୍ଚୟ ଫେରିବ ।"

        


Rate this content
Log in

Similar oriya story from Romance