Santosh Jena

Romance Others

2  

Santosh Jena

Romance Others

କିଛି ସ୍ୱପ୍ନ

କିଛି ସ୍ୱପ୍ନ

3 mins
53


ସତରେ ୟେ ଭଲ ପାଇବା ଟା ଏମିତି ଯେ କଥା କଥା ରେ ମଣିଷ କୁ ନେଇ କେଉଁଠି ପହଞ୍ଚେଇଦିଏ ଜାଣି ହୁଏନି..

ଯେମିତି କି ମୁଁ କଥା ରେ କଥା ରେ ଯାଇ ପହଂଚି ଯାଇଥିଲି ମୋ ପପି ର ଗାଁ ରେ.....

ମାର୍ଚ୍ଚ ମାସ ସେଦିନ ତତେ ଫୋନ କଲି ଠିକ ସଞ୍ଜ ବେଳେ ଆଉ ତୁ କିଛି ସମୟ ପରେ ତ ପଟୁ ଫୋନ କଲୁ ଆଉ ପଚାରିଲୁ ଏବେ ପରା କଥା ହୋଇଥିଲେ ଆଉ ପୁଣି କଣ ବାକି ରହିଗଲା ମୁ କହିଲି ତୁ ବହୁତ ମନେ ପଡୁଛୁ ତ ସେଥିପାଇଁ ଫୋନ କରିଦେଲି

ତୁ କହିଲୁ ଯଦି ଏତେ ମନେ ପଡୁଛି ଆସୁନ ଆମ ଗାଁ କୁ ମୁ କହିଲି ଏବେ ତୁ କହିଲୁ ହଁ ମୁ କହିଲି ସେମିତି କହନା ଏବେ ଯାଇ ତୋ ଗାଁ ରେ ପହଂଚି ଯିବି ତୁ କହିଲୁ ଭାରି ଆସିବା ବଲା ହଉ ଆସିକି ଦେଖାଓ ତୁ କହି ଫୋନ ରଖିଦେଲୁ |

ମୁ ମୋ ସାଙ୍ଗ ର ବାଇକ ନେଇ ତେଲ ଟାଙ୍କିରେ ତେଲ ପକେଇ ବାହାରିଲି ତୋ ଗାଁ କୁ ରାତି ପାହିଲେ ହୋଲି ସେ ସବୁ ଭୁଲି ମୁ ବାହାରିଲି ତୋ ଗାଁ କୁ ଶୀତ ଦୀନ ବାଇକ ରେ ଯିବା କୁ ଭାରି କଷ୍ଟ ଲାଗୁଥିଲା ହେଲେ ମୁଁ କିଛି ନ ମାନି ମୋବାଇଲ ରେ ଗୀତ ଲଗାଇ କାନରେ Hadephone ଦେଇ ଚାଲିଲି ତୋ ପାଖକୁ ତୁ ରାତି 10 ଟା ରେ ଫୋନ କଲୁ ଆଉ ପଚାରିଲୁ କଉଠୁ ମୁ କହିଲି ତୋ ଗାଁ କୁ ଯାଉଛି |

ତୁ ବିଶ୍ୱାସ କଲୁନି ଆଉ କହିଲୁ ଭିଡ଼ିଓ call କର ମୁ ଦେଖିବି ତୁ ଭିଡ଼ିଓ call ରେ ଦେଖି ସାରିବା ପରେ ମୋତେ କହିଲୁ ପାଗଳ ପାଗଳ ପାଗଳ ବହୁତ ଥର କହିପକାଇଲୁ ତୁ କହିଲୁ ମୁଁ ମଜାକ ରେ କହିଲି ତମେ ସତରେ ପଳାଇ ଆସିଲ ହଉ ଯେ ଏତେ ରାତି ରେ ରହିବ କେଉଁଠି ତୁ ଏତିକ କଥା ହୋଇଛୁ ତୋ ଘର ଲୋକ କିଏ ଆସିଲେ ଆଉ ତୁ ଫୋନ କାଟିଦେଲୁ।

ରାତିରେ ଯିବା ବାଟ ରେ ବହୁତ ଡର ଲାଗୁଥିଲା ତମ ର ସେଇ ଯଉ ଜଙ୍ଗଲ ରାସ୍ତା ରେ ମୁଁ ଭାବୁଥାଏ ପଳାଇ ତ ଆସିଲି ହେଲେ ଏ ଜଙ୍ଗଲ ରାସ୍ତା ରେ ଏକା ଯିବି କେମିତି ମୋର ଯଦି କିଛି ହୋଇଯାଏ ଶେଷ ରେ ସେ ଜଙ୍ଗଲ ରାସ୍ତା ପାର ହୋଇ ମୁ ଯାଇ ପହଂଚିଲି ତୋ ଗାଁ ମୁଣ୍ଡରେ ଥିବା ସେଇ ମନ୍ଦିର ଆଉ ପାଖରେ ଥିବା ଗୋଟେ ବଡ଼ ବର ଗଛ

ସେତବେଳକୁ ରାତି 2 ଟା ହେଲାଣି ପ୍ରବଳ ଶୀତ ଲାଗୁଥାଏ ଆଉ ସେଇ ଶୀତ ରାତି ମୋତେ ବିତେଇ ବାକୁ ପଡିଥିଲା ସେଇ ବର ଗଛ ମୂଳରେ 4 ଟା ରେ ତୁ call କଲୁ ପଚାରିଲୁ ପାଗଳ କଉଠି ମୁଁ କହିଲି ତମ ଗାଁ ଶେଷ ରେ ଥିବା ବରଗଛ ମୂଳେ ତୁ ଫୋନ ରେ କଥା ହୋଇ ହୋଇ ଆସି ପହଂଚି ଗଲୁ ମୋ ପାଖରେ |

ଆଉ କିଛି ନ କହି ସିଧା ଆସି ମୋତେ ବହୁତ ଜୋର ରେ Hug କରି ବହୁତ କାନ୍ଦିଲୁ ଆଉ କହିଲୁ ପାଗଳ ପାଗଳ ପାଗଳ କହି ମୋତେ ବହୁତ ବି ତୁ ଶ୍ରଦ୍ଧା ରେ ମାରିଲୁ ଆଉ ତୁ ଆଣିଥିବା ସେ ରଙ୍ଗ ମୋ ମୁହଁ ରେ ବଳି ଦେଇ କହିଲୁ ହାପି ହୋଲି।

ଆଉ ତୁ କହିଲୁ ଚାଲ ଯିବା ମୁ ପଚାରିଲି କୁଆଡେ ତୁ ମୋତେ ଟାଣି ଟାଣି ନେଇ ଯାଇଥିଲୁ ତମ ଗାଁ ପାଖ ଦେଇ ବହି ଯାଉଥିବା ସେ ନଇଁ ପାଖକୁ ନଇଁ ର ତୁଠ ରେ ଆମେ ଦୁଇ ଜଣ ବସିଲେ ଆଉ ତୁ ମୋ ହାତ କୁ ତୋ ହାତ ରେ ଛନ୍ଦି ଆଉ ତୋ ମଥା କୁ ମୋ ଛାତିରେ ରଖି ବହୁତ କାନ୍ଦିଲୁ ମୁ ତତେ ପଚାରିଲି କାହିଁକି କାନ୍ଦୁଛୁ ବୋଲି ତୁ କହିଲୁ ମୋତେ କେବେ ଛାଡିବନିତ ତମ ବିନା ସତରେ ମୁ ମରିଯିବି।

ଆଉ ମୁ ତତେ କହିଲି ଭଗବାନ ଙ୍କ ଉପରେ ଭରସା ରଖ ସବୁ ଠିକ ହୋଇଯିବ ତୁ କହିଲୁ ମୁ ଭଗବାନ ଙ୍କୁ ବିଶ୍ୱାସ କରେନି କିନ୍ତୁ ତମେ ଯେବେ ଠୁ ଆସିଛ ମୋ ଲାଇଫ ରେ ମୁ ଭଗବାନ ଙ୍କୁ ମାନୁଛି।

ଆଉ ମୁ ତତେ କହିଲି ଭଗବାନକୁ ତମ ଇଛା ମଗାନି ବରଂ ତାକୁ ମାଗ ଯିଏ ତମ ପାଇଁ ଠିକ ତୁ ବହୁତ କାନ୍ଦି ମୋତେ ବହୁତ ଜୋର ରେ hug କରି କହିଲୁ ହଉ ଛାଡ ମୁ ଆଜି ତମ ସହ କଟେଇବା ପାଇଁ ଚାହୁଁଚି ଚାଲ କୁଆଡେ ବୁଲି ବାକୁ ଯିବା ମୁ କହିଲି ଆମ ସେପଟେ ଯିବ ତମେ କହିଲ ସତରେ ମୁ କହିଲି ହଁ ତତେ ନେଇକି ମୁ ଆସିଲି

ଚାନ୍ଦିପୁର ସମୁଦ୍ର କୂଳେ ଆଉ ତତେ ନଇକି ସେଇ ଲୋକ କୁ ଦେଖେଇଲି ଯାହାକୁ ଦେଖିଲେ ମୋ ହୃଦୟ କଣ ହୋଇଯାଏ ସେ ଆଉ କେହି ନୁହଁ ସେଠି ବିକ୍ରି କରୁଥିବା ବେଲୁନ ଛୋଟ ଛୋଟ ପିଲା ମାନେ ଆଉ ତୁ ବି ନିଜେ କିଛି ଅନୁଭବ କଲୁ...

ତୁ ଯାଇ ସମସ୍ତ ଙ୍କ ପାଇଁ Ice Cream ଆଣିଲୁ ଆଉ ଜାଣିଶୁଣି ଗୋଟେ କମ ଆଣିଥିଲୁ ତୁ ସମସ୍ତ ଙ୍କୁ ଦେଲୁ ମୋତେ ବି ଦେଲୁ ହେଲେ ତୋ ପାଇଁ ନ ଥିଲା ତତେ ପଚାରିଲି ତୁ ଖାଇବୁନି ତୁ ମୋ କାନ ଧରି କହିଲୁ ପାଗଳ ଗୋଟେ କୁ ଆମେ ଦୁଇ ଜଣ ଖାଇଲେ ହବନି...ତୁ ସେମାନଙ୍କୁ କୁ bye କହି ଆମେ ସମୁଦ୍ର କୂଳ କୁ ପଳାଇଆସିଲେ

ସେଠି ତୁ ବାଲିରେ ଗୋଟେ Love ଚିତ୍ର କାଟି ତୋ ନା ଆଉ ମୋ ନା ଲେଖିଦେଲୁ ଆଉ ମୁ ସେପଟେ କୁ ଅନାଇ ଥାଏ ତୁ ତ ଓଠ କୁ ଆଣି ମୋ ମଥା ରେ ଗୋଟେ kiss କରିଦେଲୁ.....


Rate this content
Log in

Similar oriya story from Romance