Santosh Jena

Others

4  

Santosh Jena

Others

ମାନସୀ ସେଇ ଝିଅ

ମାନସୀ ସେଇ ଝିଅ

3 mins
343


ଗ୍ରୀଷ୍ମ ଛୁଟିରେ ନାନୀ ଘରକୁ ଯିବା ପାଇଁ ବାପା କହିଲେ ମୁ ବି ରାଜି ହୋଇଗଲି l କେତେ ଆଉ ଗାଁ ରେ ବୁଲିବି ନାନୀ ଘରେ ବୁଲି ଆସିଲେ ମନ ବି ଟିକେ ହାଲ୍କା ହୋଇଯିବ l ବାପା ମୋତେ ଯିବା ପାଇଁ କହି ସାଙ୍ଗରେ ରଜ ଭାର ନେଇଯିବାକୁ କହିଲେ ମୁ ରଜ ଭାର ନେଇ ନାନୀ ଘରକୁ ଗଲି l ନାନୀ ଘର ଗାଁ ବସ ଷ୍ଟାଣ୍ଡ ରେ ଓଲ୍ହାଇ ଅପେକ୍ଷା କରିଥିଲି l ନାନୀ କହୁଥିଲା ତାଙ୍କ ଘର ପାଖ ଝିଅ କିଏ ମାନସୀ ଟିଉସନ ସାରି ଛକ ବାଟ ଆସିବ ଆଉ ମୋତେ ତା ସାଙ୍ଗରେ ଯିବା ପାଇଁ ନାନୀ କହିଥିଲା l ପ୍ରଥମ ଥର ନାନୀ ଘର କୁ ଆସୁଥିଲି ବାଟ ପାଇବିନି ବୋଲି ନାନୀ ମାନସୀ ସାଙ୍ଗରେ ଯିବା ପାଇଁ କହୁଥିଲା l

ଆଉ ମୁ ସକାଳେ ବସ ରେ ଓଲ୍ଲାହିଁ ସେହି ମାନସୀ କୁ ଅପେକ୍ଷା କରିଛି କିନ୍ତୁ ମାନସୀ ର ଦେଖା ନଥିଲା ଶେଷରେ ବିରକ୍ତ ହୋଇ ବାହାରିଲି କିଛି ଲୋକ ଙ୍କୁ ପଚାରିବି ଗୋବିନ୍ଦପୁର କୁ ଯିବା ପାଇଁ ରାସ୍ତା l ସେତିକ ମଧ୍ୟରେ ପାଞ୍ଚ କି ଛ ଜଣ ଝିଅ ସାଇକେଲ ନେଇ ଆସୁ ଥିଲେ ସେମାନଙ୍କ ଭିତରୁ ଗୋଟେ ଝିଅ ବାରି ହୋଇ ଯାଉଥିଲା l ସେ ବହୁତ ଅଲଗା ଲାଗୁଥିଲା କାହିଁ କେଜାଣି ସେହି ପ୍ରଥମ ଦେଖାରୁ ସେ ବହୁତ ନିଜର ଲାଗୁଥିଲା l ସେମାନେ ମୋ ପାଖକୁ ଆସି ମୋତେ ପଚାରିଲେ ତମେ ଗୋବିନ୍ଦପୁର କୁ ଆସିଛ ତ l ମୁ ହଁ କହିଲି l ସେମାନେ ପୁଣି ପଚାରିଲେ ତମେ ରୁନି ଭାଉଜ ଙ୍କ ଭାଇ ତ l ମୁ ହଁ କହିଲି l କାହିଁ କେଜାଣି ସେହି ବାରି ହେଉଥିବା ଝିଅ ଟି କହିଲା sorry ଆସିବାରେ ଟିକେ ଲେଟ ହୋଇଗଲା l

ମୁ କହିଲି ଚଳିବ ସେମାନେ କହିଲେ ହଉ ଚାଲ ତମ ନାନୀ ପୁଣି ଅପେକ୍ଷା କରିଥିବେ l ଆମେ ସାଙ୍ଗ ହୋଇ ଚାଲି ଚାଲି ସେ ପାହାଡ଼ ରାସ୍ତାରେ ଯାଉଥିଲୁ l ସେହି ଝିଅ ମାନଙ୍କ ଭିତରୁ କେହି ଜଣେ ପଚାରିଲା ମିଷ୍ଟର ତମ ନା ଟା କଣ l ମୁ କହିଲି ମୋ ନା ମାନସ l କାହିଁ କେଜାଣି ମୋ ପାଖରୁ ମାନସ ନା ଟା ଶୁଣି ସବୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l ମାନସୀ ମୋତେ କହିଲା ଥଟା କରିବା ବନ୍ଦ କର ଆଉ ନିଜ ନା କୁହ l ମୁ କହିଲି ଆରେ ମୁ ଥଟା କରୁନି ମୋ ନା ପରା ମାନସ l ମାନସୀ ର ସାଙ୍ଗ ମାନେ ଟିକେ ହସି ଦେଇ ମାନସୀ କୁ କହିଲେ l ମାନସୀ କୁ ଏବେ ମାନସ ମିଳିଗଲା l ମାନସୀ ଟିକେ ଲାଜେଇ ଜାଇ କହିଲା ସତରେ କଣ ତମ ନା ମାନସ l ମୁ କହିଲି ଜଦି ବିଶ୍ୱାସ ନ ହେଉଛି ତାହାଲେ ତମ ରୁନି ଭାଉଜ ଙ୍କୁ ପଚାରି ଦେବ l

ଏମିତି କଥା ହେଉ ହେଉ ଆମେ ଗୋବିନ୍ଦପୁର ପହଞ୍ଚି ଗଲୁ ମାନସୀ ମୋତେ ନାନୀ ଘରେ ଛାଡି ସେ ତାଙ୍କ ଘରକୁ ଚାଲିଗଲା l ସନ୍ଧ୍ୟା ବେଳେ ମୁ ନାନୀଙ୍କ ଘରେ ଥାଏ ମାନସୀ ଆସି ନାନୀ କୁ କହୁଥାଏ l ରୁନି ଭାଉଜ ତମ ଘରକୁ ଆସିଥିବା ହିରୋ କୁଆଡେ ଗଲେ l ନାନୀ କହିଲା କିଏ ମୋ ଭାଇ ମାନସ ତ l ମାନସୀ କହିଲା ହଁ ଭାଉଜ ତମ ଭାଇ l ନାନୀ କହିଲା ସେ ଘରେ ଅଛି l ମାନସୀ ସିଧା ଘର କୁ ଆସି କହିଲା ଛୋଟ ପିଲାଙ୍କ ଭଳି କଣ ଘରେ ରହୁଛ l ଆସ ରଜ ପାଇଁ ପାହାଡ଼ ପାଖ ଗାଁ ରେ କୀର୍ତନ ହୁଏ ଦେଖିବାକୁ ଯିବା l ସେଦିନ ମାନସୀ ମୋତେ ତାଙ୍କ ଗାଁ କୁ ବୁଲେଇଥିଲା l ମୁ ନାନୀ ଘରେ ଗୋଟେ ମାସ ଥିଲି ସେହି ଗୋଟେ ମାସ ରେ ମାନସୀ ମୋତେ ବହୁତ ଜାଗା କୁ ବୁଲେଇବାକୁ ନେଇଛି l ମାନସୀ ମୋତେ ବୁଲେଇ ନେଇଥିଲା ତାଙ୍କ ଗାଁ ଆମ୍ଭ ତୋଟା, ଜାମ୍ବ ବଣ, ଗାଁ ମନ୍ଦିର, ସମୁଦ୍ର ର କୂଳେ କୂଳେ ମାନସୀ ମୋ ହାତ ଧରି ବୁଲେଇ ଥିଲା ଆଉ ବୁଲେଇ ଥିଲା ମୋତେ ସେ ତା କଲେଜ କୁ ଜେଉଁଠି ସେ ପାଠ ପଢ଼େ l

ଏହି ଗୋଟେ ମାସ ଭିତରେ ମାନସୀ କୁ ମୁ ଭଲସେ ଜାଣି ଯାଇଥିଲି ଆଉ ସେ ଭି ମୋତେ l ମୋ ଘରକୁ ଫେରିବା ର ପୂର୍ବ ଦିନ ମାନସୀ ଡାକିଥିଲା ମୋତେ ତାଙ୍କ ଗାଁ ମୁଣ୍ଡରେ ଥିବା ଶିବ ମନ୍ଦିର ପାଖକୁ l ମୁ ଯାଇଥିଲି ସେଦିନ ଶିବ ମନ୍ଦିର ପାଖକୁ ମାନସୀ ବି ଆସି ଥିଲା ସେଠିକୁ l ଆମେ ଶିବ ମନ୍ଦିର ପାଖରେ ଥିବା ବରଗଛ ମୂଳେ ବସିଥାଉ କେହି ଜଣେ ଆମକୁ ଲୁଚି ଦେଖୁଥାଏ l ଏ କଥା ମାନସୀ ଜାଣି କିଛି ନ କହି ସେ ଚାଲି ଗଲା ତା ଘରକୁ l ଆଉ ତା ପର ଦିନ ମୁ ବି ସବୁ ଦିନ ପାଇଁ ଗୋବିନ୍ଦପୁର ଛାଡି ପଳାଇ ଆସିଲି ମୋ ଗାଁ କୁ l


            


Rate this content
Log in