STORYMIRROR

Santosh Jena

Others

4  

Santosh Jena

Others

କାବ୍ୟ ନାୟିକା

କାବ୍ୟ ନାୟିକା

1 min
12

କେବେ ସେ ସାହିତ୍ୟ ସାଜି ମୋ 

ଜୀବନରେ ଶବ୍ଦ ଓ ପଂକ୍ତି ମାନଙ୍କୁ 

ସଜାଇ ଜାଉଛି../

ତ ଆଉ କେବେ ସେ ବ୍ୟାକରଣ 

ସାଜି କଷ୍ଟ କଷ୍ଟ ଶବ୍ଦ ରେ ମୋତେ 

ଆନମନା କରିଦେଉଛି..I 


କେବେ ସେ ଇତିହାସ ସାଜି ମୋ 

ଜୀବନରେ ଅନେକ ପୁରୁଣା ପୁରୁଣା 

ସ୍ମୃତି ହୋଇ ରହିଯାଉଛି../

ତ ଆଉ କେବେ ସେ ଭୂଗୋଳ 

ସାଜି ଆଙ୍କିଦିଏ ଅନାବନା ମାନ 

ଚିତ୍ର ସବୁ ମୋ ହୃଦୟ ର ପରଧିରେ.. I


କେବେ ସେ ବିଜ୍ଞାନ ସାଜି ମୋ 

ଜୀବନରେ କ୍ଷତ ବିକ୍ଷ୍ୟତ ଜାଗାକୁ 

ରାସାୟନିକ ପ୍ରକ୍ରିୟାରେ ଉପସମ ଦିଏ./

ତ ଆଉ କେବେ ସେ ଚିତ୍ରାଙ୍କନ ସାଜି 

ଆଙ୍କି ଦିଏ ସବୁ ମନଭାର ଚିତ୍ରକୁ 

ମୋ କାନଭାସ ର ପେଟିରେ.. I


କେବେ ସେ ଇଂଲିଶ ସାଜି ମୋ 

ଜୀବନରେ ଅନେକ କଷ୍ଟ କଷ୍ଟ 

ଶବ୍ଦରେ ମୋତେ ପ୍ରଶ୍ନ ପଚାରି

ପାଗଳ କରିଦିଏ../

ତ ଆଉ କେବେ ସେ ଗଣିତ ସାଜି 

ମୋ ଜୀବନର ସୁଖ ଦୁଃଖ ର 

ହିସାବକୁ ମିଶାଣ / ଫେଡ଼ାଣ କରେ.. I


Rate this content
Log in