Santosh Jena

Romance

3  

Santosh Jena

Romance

ବର୍ଷା ଭିଜା ଦିନ

ବର୍ଷା ଭିଜା ଦିନ

4 mins
140


ବର୍ଷାରେ ଭିଜିଥିଲା ସେଦିନ ଦୁଇ ମନ ଆଉ ଦୁଇ ଶରୀର l ହଁ ରେ ଡାଏରୀ ମୁଁ ଆଜି ତୋର ସେହି ପୁରୁଣା ପୃଷ୍ଠାରେ ଲେଖାଥିବା କିଛି

ସ୍ମୃତିକୁ ଆଉ ଥରେ ଲେଖୁଛି...........

ଚାନ୍ଦିପୁର ବାଲେଶ୍ୱରଠୁ ୧୫ କି.ମି ଦୂରରେ ଏକ ବିଶାଳ ସମୁଦ୍ର ବହିଯାଇଛି ଯେଉଁଠି ନା ଅଛି କିଛି ହିଂସା ନା ଅଛି କିଛି ପ୍ରତାରଣା।

ଅଛି ତ କେବଳ ଖାଲି ସାଗର ଆଉ ଜୁଆର ପ୍ରେମ ଆଉ ସେ ସମୁଦ୍ରର କୁଳୁକୁଳୁ ଶବ୍ଦ ଆଉ ତା' ସାଙ୍ଗକୁ ଏ ଲୁଣି ପବନ ସବୁ ପ୍ରେମୀ ଯୁଗଳଙ୍କ ମନକୁ କିଣିନିଏ l


ଗୋଟେ ବର୍ଷର ଅପେକ୍ଷା ପରେ ଆଜି ମୋର ପ୍ରେମର ଅନ୍ତ ଘଟିଛି।

ପ୍ରିୟା ଆଜି ମୋ ମୋ ସହରକୁ ଆସୁଛି l ଏହି ଗୋଟେ ବର୍ଷ ଭିତରେ ଆମ ପ୍ରେମ ଏତେ ବଢ଼ି ଯାଇଛି ଯେ ଲେଖିଲେ ବି ମୁଁ ଲେଖି ପାରିବିନି କାହାକୁ କହିଲେ ବି ମୁଁ କହି ପାରିବିନି l ପ୍ରିୟା ଯାହାକୁ ମୁ ଏତେ ଭଲପାଉଛି ନା ମୁଁ ତାକୁ କେବେ ଦେଖିଛି ନା ସେ ମୋତେ କେବେ ଦେଖିଛି l ବାସ୍ କିଛି ଲେଖା ଆଉ କିଛି କାହାଣୀରୁ

ମୁଁ ତାକୁ ଭଲପାଇ ଯାଇଥିଲି ଆଉ ସେ ବି ମୋତେ କିନ୍ତୁ ଫରକ ଏତିକି ଥିଲା ନା ମୁଁ ତାକୁ ମୁହଁ ଖୋଲି କହିପାରୁଥିଲି ନା ସେ ମୋତେ ମୁହଁ ଖୋଲି କିଛି କହିପାରୁଥିଲା କିନ୍ତୁ ଏ ବର୍ଷାରେ ଏମିତି କିଛି ଘଟିଲା ସେହିଦିନୁ ମୁଁ ହୋଇଯାଇଥିଲି ମୋ ପ୍ରିୟାର ଆଉ ସେ ବି ମୋର l


ପ୍ରିୟା ର ସି.ଟି ଏଣ୍ଟ୍ରାନ୍ସ୍ ଥାଏ ବାଲେଶ୍ୱରରେ ସେ ଦୁଇ ଦିନ ପୂର୍ବରୁ ମୋତେ କହିଥିଲା ମୁଁ ବାଲେଶ୍ୱର ଯିବି ମୋତେ ବସଷ୍ଟାଣ୍ଡ୍ ରୁ ଆସି ନେଇଯିବ l ମୁଁ ପ୍ରିୟାକୁ ପଚାରିଲି ତମର କେଉଁ କଲେଜ୍ ରେ ପରୀକ୍ଷା ଅଛି ବୋଲି ? ପ୍ରିୟା କହିଲା ଏଫ୍.ଏମ୍ କଲେଜରେ ମୁଁ ପ୍ରିୟାକୁ କହିଥିଲି ତମେ ବସ୍ ଷ୍ଟାଣ୍ଡ୍ ରେ ଓହ୍ଲାଇ ରିକ୍ସାରେ ଏଫ୍.ଏମ୍ କଲେଜ୍ କହିଲେ ସେ ତମକୁ ନେଇଯିବେ ମୋର ଖେଳ କୋଚିଂ ଅଛି ମୁଁ ଯାଇପାରିବିନି ବୋଲି l କିନ୍ତୁ ପ୍ରିୟାର ଗୋଟିଏ ଜିଦ୍ ତମେ ବସ୍ ଷ୍ଟାଣ୍ଡ୍ କୁ ଆସିବ ମାନେ ଆସିବ ନ ହେଲେ ମୁଁ ଆଉ କେବେ ବି ତମ ସହ କଥା ହେବିନି l


କ'ଣ କରିବି କିଛି ଭାବି ନପାରି ମୁଁ ଆମ କୋଚିଂ ସାର୍ ଙ୍କୁ ଘରେ ଅସୁବିଧା କହି ଗୋଟେ ଦିନ ଛୁଟି ନେଲି l ସେଦିନ ରାତି ୩ ଟା ରେ ପ୍ରିୟା ମୋତେ ଫୋନ୍ କରି କହିଲା ହ୍ୟାଲୋ ମୁଁ ଭୁବନେଶ୍ୱରରୁ ବସ୍ ରେ ବସିଲି ତମେ ଶୋଇଛ ନା ହଉ ଶୋଇଥାଏ ଯଦି ମୋ ପାଇଁ ଲେଟ୍ ହେଲା କି କିଛି ବାହାନା କର ତାହେଲେ ଦେଖିବ ୭ ଟା ରେ ବସ୍ ବାଲେଶ୍ୱରରେ ପହଞ୍ଚିବ ମୋତେ ଜଲଦି ଆସି ନେଇକି ୯ ଟା ବେଳକୁ ଏଫ୍.ଏମ୍ କଲେଜରେ ଛାଡିବ ହଉ ମୁଁ ରହୁଛି ତମେ ଶୋଇପଡ ଫୋନ୍ ଯେମିତି ସାଇଲେଣ୍ଟ୍ ରେ ନ ରଖିବ ରହୁଛି l


ମୁଁ ହଁ କହି ସକାଳୁ ଟିକେ ଜଲଦି ଉଠି ମୋ ଗାଡିକୁ ଟିକେ ସଫା କରି ବାହାରିଲି ବାଲେଶ୍ୱର ମୁଁ ବାଲେଶ୍ୱର ବସ୍ ଷ୍ଟାଣ୍ଡ୍ ରେ ପହଞ୍ଚି ପ୍ରିୟାର ଆସିବା ସମୟକୁ ଅପେକ୍ଷା କରିଥାଏ l ସେପଟେ ସୀତାରାମ ବସ୍ ଟି ଆସି ବସ୍ ଷ୍ଟାଣ୍ଡ୍ ରେ ଲାଗିଯାଇଥିଲା ମୁଁ ପ୍ରିୟାକୁ ଖୋଜୁଥାଏ କିଏ ସେ ଝିଅ କେମିତି ଦେଖିବାକୁ ଯାହା ପ୍ରେମରେ ମୁଁ ଆଜି ପାଗଳ ହୋଇସାରିଲିଣି l ସମସ୍ତେ ବସ୍ ରୁ ଓହ୍ଲାଇ ସାରିବା ପରେ ଶେଷରେ ଗୋଟେ ଝିଅ ବ୍ୟାଗ୍ ଟେ କାନ୍ଧରେ ଧରି ଓହ୍ଲାଇବାର ଦେଖିଲି ଦେଖିବାକୁ ତ ସେ ଝିଅ ବହୁତ ସୁନ୍ଦର ଥିଲା ମୁଁ ମନେ ମନେ ଭାବୁଥାଏ ବୋଧେ ଏହି ମୋ ପ୍ରିୟା ବୋଲି l


ଠିକ୍ ସେତିକି ସମୟରେ ପ୍ରିୟା ମୋତେ ଫୋନ୍ କରି ପଚାରିଲା କେଉଁଠି ଅଛ ? ମୁଁ କହିଲି ବସ୍ ଷ୍ଟାଣ୍ଡ୍ ରେ ପ୍ରିୟା କହିଲା ମୁଁ କାହିଁ ତମକୁ ଦେଖି ପାରୁନି ? ମୁଁ କହିଲି ଦେଖ ମୁଁ ଗୋଟେ ବାଇକ୍ ଉପରେ ବସିଥିବି ପ୍ରିୟା ଏତିକିରେ ବୋଧେ ମୋତେ ଦେଖିସାରିଥିଲା ସେ କିଛି ନ କହି ଆଉ ସିଧା ଆସି ମୋ ପଛ ପାଖୁ ମୋ କାନକୁ ଜୋର୍ ରେ ଧରି କହିଲା ଚୋର ଏତେ ଲେଟ୍ କ'ଣ ପାଇଁ ମୋତେ ଚିହ୍ନିବାରେ ଏତେ ସମୟ ଲଗେଇ ଦେଲ ହଉ ଚାଲ ମୋର ପରୀକ୍ଷା ସରୁ ତା ପରେ ଯେଉଁ କଥା l


ମୁ ପ୍ରିୟାକୁ ନେଇ ଏଫ୍.ଏମ୍ କଲେଜ୍ ରେ ଛାଡ଼ି କହିଲି ତମକୁ ଅପେକ୍ଷା କରିଛି ଟିକେ ଜଲଦି ଆସିବ ଆଉ ହଁ ପରୀକ୍ଷାରେ ଯେମିତି ଏଣୁ ତେଣୁ କିଛି ନ ଭାବ ଭଲସେ ସବୁ କିଛି ମନେ ପକେଇ ଲେଖିବ ପ୍ରିୟା ହସି ଦେଇ ଚାଲିଗଲା l ମୁଁ ପ୍ରିୟାର ଫେରିବା ବାଟକୁ ଅନାଇ ଥାଏ ପ୍ରାୟ ଦୁଇ ଘଣ୍ଟା ପରେ ପ୍ରିୟା ଆସିଲା ମୁଁ ପ୍ରିୟାକୁ ପଚାରିଲି କିଛି ଖାଇବା ପାଇଁ l କିନ୍ତୁ ପ୍ରିୟା ମୋତେ କହିଲା ମୁଁ ଶୁଣିଛି ଚାନ୍ଦିପୁର କୁଆଡ଼େ ଏହି ପାଖରେ ଚାଲନା ଯିବା ବୁଲିବାକୁ ପ୍ଲିଜ୍ ଚାଲ ତମ ପାଖରେ ମୋର କଥା ଅଛି ମୁଁ ପ୍ରିୟାକୁ ନେଇ ଚାନ୍ଦିପୁର ସମୁଦ୍ର କୂଳକୁ ଗଲି l


ଆମେ ଦୁଇ ଜଣ ସମୁଦ୍ର କୂଳରେ ବସି ବହୁତ କିଛି କଥା ହୋଇଥିଲୁ l ପ୍ରିୟା ମୋତେ କହିଲା ତମକୁ ଗୋଟେ କଥା କହିବାର ଥିଲା ଖରାପ ଭାବିବନି ତ ? ମୁ କ'ଣ ଏମିତି କହିବ ଯେ ମୁଁ ତମକୁ ଖରାପ ଭାବିବି ପ୍ରିୟା ଆଉ ଲେଟ୍ ନ କରି ମୋତେ ତା' ବାହୁରେ ଜାବୁଡିକି ଧରି କହିଲା ( ଆଇ ଲଭ୍ ୟୁ ) ମୁଁ ମଧ୍ୟ୍ୟ ପ୍ରିୟାକୁ କହିଦେଲି (ଲଭ୍ ୟୁ ଟୁ) ବୋଲି l ସେତବେଳେକୁ ଆମେ ଦୁଇଜଣ ଉବୁଟୁବୁ ହେଉଥିଲୁ ପ୍ରେମରେ ସ୍ପର୍ଶରେ ସମୁଦ୍ରର ଢେଉ ଆସି ଛୁଇଁ ଯାଉଥିଲା ଆମ ଦୁଇ ଜଣକ ପାଦକୁ l ଝିପି ଝିପି ବର୍ଷା ବି ପଡ଼ିବାକୁ ଲାଗିଲା ପ୍ରିୟାର ଓଠ ପାଖକୁ କାହିଁ କେଜାଣି ମୋ ଓଠ ଟାଣି ହୋଇ ଯାଉଥିଲା ମୁଁ ନିଜ ଆଖି ବନ୍ଦ କରି ଭରି ଦେଇଥିଲି ପ୍ରିୟାର ଓଠରେ ଶୀତଳ ଭରା ଚୁମା l


ବର୍ଷାର ତୀବ୍ର ଯେତେବେଳେ ବଢିବାକୁ ଲାଗିଲା ପ୍ରିୟା ଲାଜେଇ ଯାଇ କିଛି ଦୂରକୁ ଚାଲିଗଲା l ପ୍ରିୟା ସିନା ଦୂରକୁ ଚାଲିଗଲା ହେଲେ ମୋ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲା ମୁଁ ମୋ ପ୍ରଶ୍ନର ନିଜେ ଉତ୍ତର ଖୋଜିବାକୁ ଚେଷ୍ଟା କରିଲି କିନ୍ତୁ ଉତ୍ତର କିଛି ପାଇଲିନି ଶେଷରେ ପ୍ରିୟାର ହାତକୁ ଧରି କହିଦେଲି 'sorry' ପ୍ରିୟା ଯାହା କରିଛି ମୁଁ କିଛି ଭୁଲ୍ କରିଛି କି ?


ପ୍ରିୟା ଉତ୍ତର ଥିଲା ଏଥିରେ ଭୁଲ କ'ଣ ଯେ ମୁଁ ତମକୁ ଭଲ ପାଉଛି ଆଉ ସାରାଜୀବନ ପାଇଁ ତମର ହେବାକୁ ଚାହୁଁଛି l ସେହି ଦିନୁ ମିଶି ଯାଇଥିଲା ଦୁଇଟି ହୃଦୟ ଆଉ ଦୁଇଟି ଶରୀର।



Rate this content
Log in

Similar oriya story from Romance