Santosh Jena

Romance

4.0  

Santosh Jena

Romance

ଏମିତି ପ୍ରେମ

ଏମିତି ପ୍ରେମ

3 mins
200



ପ୍ରେମର ନିଆଁଟା କଣ ସତରେ ଏମିତି...?

ତା ଅଜାଣତରେ ଚାନ୍ଦିପୁର ସମୁଦ୍ରର ସେହି ବେଳା

ଭୂମି କୂଳେ ମୁଁ ପ୍ରେମର ଚିତ୍ର ଆଙ୍କି ତଳେ ଲେଖି ଥିଲି ଦେବଶ୍ରୀ  ଆଇ ମିସ୍ ୟୁ...!

ଆଉ ଆଜି ଠିକ୍ ଦୁଇ ମାସ ପରେ ସେ ମୋ ଅଜାଣତରେ ପୁରୀ ସମୁଦ୍ରର ସେହି ବେଳାଭୂମି କୂଳରେ ସେ ଗୋଟେ ପ୍ରେମର ଚିତ୍ର ଆଙ୍କି ତଳେ ଲେଖିଛି ସନ୍ତୋଷ, ଆଇ ଲଭ୍ ୟୁ..!!



କାହାଣୀର ଆରମ୍ଭ -


ସକାଳୁ ସକାଳୁ ଚଢ଼େଇ ମାନଙ୍କର କିଚିରି ମିଚିରି ଶବ୍ଦ ସାଙ୍ଗକୁ ନାଉରିଆର ସେହି ଗୀତ ରେ ନିଦ ଭାଙ୍ଗି ଗଲା l ମୁଁ ମୋବାଇଲ ଟା ଆଣି ଫେସବୁକ୍ ଦେଖୁଥାଏ ହଠାତ ମୋ ନଜର ପଡ଼ିଲା ଗୋଟେ ପୋଷ୍ଟ ଉପରେ l ନାମ ଥିଲା ଦେବଶ୍ରୀ.. ଫୋଟୋର ଲୋକେସନ ଥିଲା ପୁରୀ ସିଆ ବିଚ୍, ସମୟ ଥିଲା ସକାଳ 7:00 ଟା ବେଳା ଭୂମି କୂଳେ ବାଲିରେ ପ୍ରେମ ଚିତ୍ର ଅଙ୍କା ଜାଇ ଲେଖା ଯାଇଥିଲା ସନ୍ତୋଷ  ଆଇ ଲଭ୍ ୟୁ l



ନିଜ ନାଆ କୁ ପୋଷ୍ଟ ରେ ଦେଖି ଭାବିଲି ଟିକେ ଆଇଡ ଟା ଚେକ୍ କରିବି ବୋଲି l ଆଇଡ ର ଡି ପି ଟା ଜାଣିଲା ଜାଣିଲା ଲାଗୁଥିଲା ହଁ ଠିକ୍ ସେ ମନେ ପଡ଼ିଲା ଦେବଶ୍ରୀ, ହଁ ଏ ସେହି ଦେବଶ୍ରୀ l ଯାହା ସହ ମୋ ପ୍ରଥମ ଦେଖା ହୋଇଥିଲା କଟକ ବାଲି ଯାତ୍ରା ମେଳା ରେ l ମୁଁ ବାଲି ଯାତ୍ରା ଯାଇଥାଏ ଫକୀର ମୋହନ ସେନାପତି ଙ୍କ ର  'ଛ' ମାଣ ଆଠ ଗୁଣ୍ଠ ବହି ଆଣିବାକୁ l ଗୋଟେ ବହି ଦୋକାନ ପାଖରେ ଛିଡା ହୋଇ ମୁଁ ସେହି ବହି ଟିକୁ ଦେଖୁଥାଏ l ଗୋଟେ ଝିଅ ଆସି ମୋ ପଛ ପାଖରେ ଛିଡ଼ା ହୋଇ କହିଲା ହାଏ ସନ୍ତୋଷ ସାର୍, ମୁଁ ପଛକୁ ମୋଡି ଦେଖେତ ଗୋଟେ ହଳଦୀ ରଙ୍ଗର ଶାଢ଼ୀ ପିନ୍ଧି ଝିଅଟିଏ ଛିଡା ହୋଇଛି l


ପ୍ରଥମ ଥର ପାଇଁ ସେ ଝିଅକୁ ଦେଖୁଥିଲି ମନେ ମନେ ଭାବୁଥାଏ କିଏ ସେହି ଝିଅ..? ମୋତେ କେମିତି ଜାଣିଲା..? ଏମିତି ମନରେ ମୋର ଅନେକ ପ୍ରଶ୍ନ ଉଙ୍କି ମରୁଥାଏ ମୋ ଆଖି କିନ୍ତୁ ଖାଲି ଦେଖୁଥାଏ l ସେ ମୋ ଆଖି ସାମ୍ନା ରେ ହାତ ହଲାଇ କହିଲା ''O'' କବି ବର କୁଆଡ଼େ ଭାବନା ରାଇଜରେ ହଜି ଗଲକି l

ମୁଁ କହିଲି ନା ନା ତମକୁ ପ୍ରଥମ ଥର ପାଇଁ ଦେଖୁଚି ଜାଣି ପାରୁନି ତମକୁ ଆଛା କିଏ ତମେ..? ସେ କହିଲା ଆରେ ଜାଣି ପାରୁନ କଣ ମୋ ମୁଁ ଦେବଶ୍ରୀ 'ଯିଏ ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ତମେ ପୋଷ୍ଟ କରିଥିବା କବିତା ସବୁ ପଢ଼ିକି କମେଣ୍ଟ ଆଉ ଲାଇକ୍ କରେ l ମୁଁ କହିଲି ହଁ ହଁ ଏବେ ଜାଣି ପାରିଲି l ହେଲେ ତମେ କଣ ମୋତେ ଆଗରୁ ଜାଣିଥିଲ.. l



ସେ କହିଲା ଯାହା ନାଆରୁ ସକାଳ ଆରମ୍ଭ ଆଉ ରାତିରେ ଶେଷ ହୁଏ ସେ ଲୋକକୁ କେମିତି ଜାଣି ପାରିବିନି l ମୁଁ କହିଲି ଆଛା ତମ ଘର କେଉଁଠି..? ସେ କହିଲା ପୁରୀ l ମୁଁ କହିଲି ପୁରୀରୁ କଟକ ଏତେ ଦୂର ଆସବାର ରହସ୍ୟ କଣ l ସେ କହିଲା ବାସ୍ କବିତା ପଢିବାକୁ ଭଲ ଲାଗେ ଆଉ ସେହି ବହି କିଛି ନେବାକୁ ଆସିଛି l

ଆଉ ସାର୍ ତମେ ତ ବାଲେଶ୍ୱରରୁ ତମେ ଏତେ ଦୂରରୁ ଏଠି..?

ମୁଁ କହିଲି ହଁ ଦୂର ଯେ କଟକରେ କିନ୍ତୁ ବାଲି ଯାତ୍ରା ଦେଖିବାକୁ ମୁଁ ସବୁ ବର୍ଷ ଆସେ ଆଉ ତମ ପରି କବିତା ଆଉ ଉପନ୍ୟାସ ପଢିବାକୁ ମୋତେ ଭଲ ଲାଗେ ଭାବିଲି କିଛି ନୂଆ ବହି ନେଇଯିବି l ଏମିତି ରେ ବହୁତ କଥା ହୋଇଥିଲୁ ଆମେ ସମୟ କେତେବେଳେ ସନ୍ଧ୍ୟା ହୋଇଗଲା ଆମେ ଜାଣି ପାରିଲୁନି ଶେଷରେ ଦେବଶ୍ରୀ ତା ଘରକୁ ଯିବାପାଇଁ ପଳାଇ ଗଲା l


ମୁଁ ମଧ୍ୟ ମୋ ଘରକୁ ଫେରିଲି କାହିଁ କେଜାଣି ସେହି ପ୍ରଥମ ଦେଖାରୁ ଦେବଶ୍ରୀ ପ୍ରତି ମୋ ମନରେ ପ୍ରେମ ଚଢ଼େଇଟିଏ ଘର କରି ଦେଲା l ଦେବଶ୍ରୀ ନାଆଟି ମୋ ଚାରିଆଡେ ଗୁଂଜିରିତ ହେଉଥିଲା ଏମିତି କେଉଁ ଜାଗା ନାହିଁ ଯେଉଁ ଜାଗା ରେ ମୁଁ ଦେବଶ୍ରୀ ନାଆ ଲେଖିନାହିଁ l କାହିଁ କେଜାଣି ସେହି ନାଆରେ ଏମିତି କି ଯାଦୁ ଥିଲା ସେହି ନାଆଟି ଶୁଣିବା ମାତ୍ରେ ମୋ ଦେହରେ କେଉଁ ଗୋଟେ ଅଜବ ଶିହରଣ ହୋଇଯାଏ l ଦିନେ ଚାନ୍ଦିପୁର ବେଳାଭୂମି କୂଳେ ବୁଲୁ ବୁଲୁ ସେହି ବାଲୁକା ଶଯ୍ୟାରେ ଗୋଟେ ପ୍ରେମର ଚିତ୍ର ଆଙ୍କି ଦେଇ ତଳେ ଦେବଶ୍ରୀ ଆଇ ମିସ୍ ୟୁ ବୋଲି ଲେଖି ଗୋଟେ ଫୋଟୋ ଉଠାଇ ଫେସବୁକ୍ ରେ

ପୋଷ୍ଟ କରିଥିଲି l


ଆଉ ସେହି ପୋଷ୍ଟର ଦୁଇ ମାସ ପରେ ସେହି ପୋଷ୍ଟ କୁ ଟ୍ୟାଗ କରି ଆଜି ଫେସବୁକ୍ ରେ ଗୋଟେ ପୋଷ୍ଟ ହୋଇଛି l ଦେବଶ୍ରୀ ଆଇଡିରେ ପୋଷ୍ଟ ହୋଇଛି ପୁରୀ ସମୁଦ୍ର କୂଳେ ସେହି ବାଲୁକା ଶଯ୍ୟାରେ ପ୍ରେମର ଚିତ୍ର ଅଙ୍କା ଜାଇ ଲେଖା ଯାଇଛି...

ସନ୍ତୋଷ ଆଇ ଲଭ୍ ୟୁ....!!!


Rate this content
Log in

Similar oriya story from Romance