Santosh Jena

Others

4  

Santosh Jena

Others

ବୁନ୍ଦାଏ ରକ୍ତରେ କାହା ଜୀବନ

ବୁନ୍ଦାଏ ରକ୍ତରେ କାହା ଜୀବନ

3 mins
399


କିଛି ବର୍ଷ ପୂର୍ବର ଘଟଣା ମୁଁ ମୋ ଭାଇ କୁ ଆଣିବାକୁ ଭୁବନେଶ୍ୱର ରେଳ ଷ୍ଟେସନ ଜିବାର ଥିଲା ମୁଁ ବହୁତ ଖୁସିରେ ଘରୁ ବାହାରିକି ଗଲି କିଛି ବାଟ ଗଲା ପରେ ପାଣିକୋଇଲି ପାଖରେ କିଛି ଲୋକ ଛିଡା ହୋଇଥିବାର ଦେଖି ମୁଁ ମୋ ଗାଡ଼ି ସାଇଡ କରି ଲୋକ ମାନଙ୍କ ଗହଳି କୁ ଗଲି l ସେଠି ଦେଖେ ତ ଗୋଟେ ବାଇକ ଆଉ ଟ୍ରକ ର ମୁହାଁ ମୁହିଁ ଧକ୍କା ହୋଇଛି ବାଇକ ରେ ଥିବା ଦୁଇ ଜଣ ଅଚେତ ଅବସ୍ଥାରେ ପଡିଛନ୍ତି କିନ୍ତୁ ଆଜିକାଲିର ଲୋକ ମାନେ ତାଙ୍କୁ ମେଡିକାଲ ନ ନେଇ ଫୋନ ରେ ମାତିଛନ୍ତି କିଏ ଫୋଟୋ ଉଠାଉଛି ତ ଆଉ କିଏ ଫୋନ ରେ କଥା ହେଉଛି l


ଜଣେ କେହି ମହାନ ବ୍ୟକ୍ତି ପାଣି ଆଣି ସେମାନଙ୍କୁ ପିଆଇବାକୁ ଚେଷ୍ଟା କରୁଥିଲେ ତାଙ୍କୁ ଦେଖି ମୁଁ ମଧ୍ୟ୍ୟ ସେ ଲୋକ ସାଙ୍ଗରେ ମିଶି ସେମାନଙ୍କୁ ପାଣି ଦେଲୁ ପାଣି ପିଇବା ପରେ ସେ ପୁଅର ଟିକେ ଚେତା ଫେରିଲା ଚେତା ଫେରିବାପରେ ସେ ତା ପ୍ରେମିକା କୁ ଆଗ ଖୋଜୁଥିଲା କିନ୍ତୁ ତା ପ୍ରେମିକାର ମୁଣ୍ଡ ରେ ମାଡ଼ ଯୋଗୁ ସେ ଅଚେତ ଅବସ୍ଥା ରେ ପଡିରହିଥିଲା l ଆମେ ସଙ୍ଗେ ସଙ୍ଗେ ସେମାନଙ୍କୁ ଭଦ୍ରକ ମେଡିକାଲ କୁ ନେଇ ଆସିଲୁ ଡକ୍ଟର ସେ ଝିଅର ସଙ୍ଗେ ସଙ୍ଗେ ଚିକିତ୍ସା କରିବାପାଇଁ ଅପେରସନ ରୁମ କୁ ନେଇଗଲେ lକିନ୍ତୁ ସେ ପୁଅଟି ବହୁତ ଅସ୍ଥିର ଥିଲା ମୁଁ ତାକୁ ବହୁତ ବୁଝାଉଥାଏ କିଛି ହେବନି ସବୁ ଠିକ ହୋଇଯିବ କିଛି ସମୟପରେ ଡକ୍ଟର ଅପରେସନ ରୁମ ରୁ ବାହାରକୁ ଆସି କହିଲେ ମୁଣ୍ଡ ରେ ଗଭୀର ଆଘାତ ଯୋଗୁ ଦେହରୁ ବହୁତ ରକ୍ତ ଚାଲିଯାଇଛି l

ଶୀଘ୍ର A ରକ୍ତ ଆବଶ୍ୟକ ଆମେ ମେଡିକାଲ ରେ ପଚାରିଲୁ ସେମାନେ ମନାକଲେ ନାହିଁ ବୋଲି ସେ ପୁଅ ନିଜେ ରକ୍ତ ଦେବା ପାଇଁ ରାଜିଥିଲା କିନ୍ତୁ ତା ରକ୍ତ ଅଲଗା ପାଇଁ ଡକ୍ଟର ମନା କଲେ ମୁଁ ବି ଦେବା ପାଇଁ ରାଜିଥିଲି କିନ୍ତୁ ମୋର ବି ଅଲଗା ବୋଲି ଡକ୍ଟର ମନା କଲେ l ଜେଉ ଲୋକଙ୍କ ର A ରକ୍ତ ସେମାନେ ରାଜିହେଲେନି ଆଜି କାଲି ଲୋକ ମାନେ ଭାବୁଛନ୍ତି ରକ୍ତ ଦେଇଦେଲେ ବୋଧେ ସେମାନଙ୍କର ରକ୍ତ କମିଯିବ l ମଣିଷ ଜୀବନରେ ରକ୍ତ କେତେ ଦରକାରୀ କେହି ଜଦି ଅଙ୍ଗେ ନ ଲିଭାଇଛି ସେ ଜାଣିପାରିବନି l କିନ୍ତୁ ସେ ପୁଅଟି ତା ପ୍ରେମିକା ର ଜୀବନ ପାଇଁ ସବୁ ଲୋକଙ୍କ ଗୋଡ଼ ତଳେ ପଡିଗଲା ଜଣେ କେହି ରାଜି ହୋଇ ଗଲା ରକ୍ତ ଦେବାପାଇଁ,ତାଙ୍କୁ ଆମେ ନେଇ ଅପେରସନ ରୁମ ରେ ପହଁଚିଲା ବେଳ କୁ ଡକ୍ଟର ଆସି କହିଲେ l


ସେ ଝିଅ ର ଜୀବନ ଚାଲିଯାଇଛି ପ୍ରେମିକା ର ଚାଲିଯିବା କଥା ଶୁଣି ସେ ପୁଅଟି ଅଚେତ ଅବସ୍ଥାରେ ପଡିଗଲା ମୁଁ ସେ ଦୁଃଖ ଦେଖିନପାରି ସେଠୁ ବାହାରକୁ ଚାଲି ଆସିଲି l ଏକା ନିଜ ଆଖିରୁ ଲୁହ କୁ ଝରାଇ ଭାବୁଥିଲି କି ନିଜ ଆଗରେ ଜଦି କେହି ଆପଣ ର ଲୋକ ଟି ପ୍ରାଣ ହାରିଦିଏ ତାହାଲେ କେମିତି ଲାଗିବ lମୋ ଆଖି ସାମ୍ନା ରେ ସେ ଝିଅର ଜୀବନ ଜିବା ପରଠାରୁ ମୁଁ ଆଉ ମୋ ନିଜକୁ ରୋକିପାରୁନି ମୋ ଦେହ ମୋତେ ଟାଣି ନିଏ ଯେଉଁଠି ବି ରକ୍ତଦାନ ହୁଏ ଆଉ ମୁଁ ପ୍ରତି 6 ମାସରେ ଥରେ ମୋତେ ଯେଉଁଠି ସୁବିଧା ମିଳେ ମୁଁ ସେଠି ରକ୍ତଦାନ କରିଦିଏ l ସେ ଝିଅ କୁ ତ ବଞ୍ଚାଇ ପାରିଲିନି କିନ୍ତୁ ମୁଁ ଚାହୁଁନି ସେ ଝିଅ ଭଳି ଆଉ କେହି ଆପଣା ର ଲୋକଙ୍କ ଆଗରେ ଜୀବନ ହାରିଦେଉ ବୋଲି lକାହିଁକିନା ଆପଣାର ଲୋକଙ୍କ ଭିତରେ ଜୀବନ ହରିଦେବାର କଷ୍ଟ ମୁଁ ସେ ପ୍ରେମୀ ଜୁଗଳଙ୍କ ପାଖରେ ଦେଖିଛି l


ରକ୍ତ ଦାନ ମହତ ଦାନ, ବୁନ୍ଦେ ରକ୍ତରେ କେହି ଆପଣାର ଲୋକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣି ପାରେ , ମୁଁ ଆଜିକାଲି ସେହି ପିଲାମାନଙ୍କୁ କହୁଛି ଯେଉଁମାନେ ପ୍ରେମରେ ବିଫଳ ପରେ ନିଜ ହାତ କାଟି ଅଯଥାରେ ରକ୍ତ ବୋହାଇ ଦେଉଛନ୍ତି l ଜଦି ରକ୍ତ ବୋହାଇବାର ଅଛି ଜାଇ କଉ ଗୋଟେ ମେଡିକାଲ ରେ ରକ୍ତଦାନ କରିଦିଅନ୍ତୁ କେ ଜାଣେ ଆପଣଙ୍କ ର ଏହି ବୁନ୍ଦେ ରକ୍ତ କାହା ଜୀବନରେ ଆଉ ଥରେ ଖୁସି ଆଣି ପାରେ l


     ଆସନ୍ତୁ ସବୁ ମିଶି ରକ୍ତଦାନ କରିବା ।



Rate this content
Log in