ହଁ ସେ ଗାଁ ବଦଳି ଯାଇଛି
ହଁ ସେ ଗାଁ ବଦଳି ଯାଇଛି
ହଁ ବନ୍ଧୁ ସେ ଗାଁ ବଦଳି ଯାଇଛି,
ସେଠି ସକାଳେ କାଉ ର ଆଉ
ରାବ ଶୁଭୁନି କି ଖରା ବେଳେ
କୋଇଲି ର କୁହୁ ଶୁଭୁନି..😔
ହଁ ବନ୍ଧୁ ସେ ଗାଁ ବଦଳି ଯାଇଛି,
ଚାଷୀ ଆଉ ଲଙ୍ଗଳ ଧରୁନି,
କି ଶଗଡ଼ ବଲା ର ଆଉ
ଶଗଡ଼ ଗଡ଼ୁନି...😔
ହଁ ବନ୍ଧୁ ସେ ଗାଁ ବଦଳି ଯାଇଛି,
ସବୁଜ ପରିସୀମା ରେ ଭରିଥିବା
ସେ ଗଛ ସବୁ କାହିଁ କେତେ ଦିନୁ
ଥୁଣ୍ଟା ହୋଇ ପଡ଼ି ରହିଛି..😔
ହଁ ବନ୍ଧୁ ସେ ଗାଁ ବଦଳି ଯାଇଛି,
ଚାଳ ଛପର ରେ ଭରି ଥିବା ସେ
ଗାଁ ଟି ଆଜି ବଡ଼ ବଡ଼ କୋଠା
ରେ ପରିଣତ ହୋଇଛି..🤔
ହଁ ବନ୍ଧୁ ସେ ଗାଁ ବଦଳି ଯାଇଛି,
ଆଗ ପରି ସେ ଗାଁ ରେ ଆଉ
ରଜ ଦୋଳି ଦେଖିବାକୁ ମିଳୁନି
କି ଦୋଳ ଯାତ୍ରା ରେ ରଙ୍ଗ ଖେଳ
ଦେଖିବାକୁ ମିଳୁନି..🤔
ହଁ ବନ୍ଧୁ ସେ ଗାଁ ବଦଳି ଯାଇଛି,
ସେ ରାମାୟଣ ଟୁଙ୍ଗି ରେ ଆଉ
ରାମାୟଣ ଶୁଣିବାକୁ ମିଳୁନି, କି
ସେ ବୁଢ଼ା ବରଗଛ ମୂଳେ ଲୋକଙ୍କ
ଭିଡ଼ ଆଉ ଜମୁନି..🥺
ହଁ ବନ୍ଧୁ ସେ ଗାଁ ବଦଳି ଯାଇଛି,
ଆଗ ପରି ଆଉ ସେ ନଦୀ ପଠାରେ
ସୁନ୍ଦରୀ ମାନଙ୍କୁ ଦେଖିବାକୁ ମିଳୁନି
କି ଆଗ ପରି ଆଉ ସେ ନାଉରୀ ର
ଗୀତ ଶୁଭୁନି..🥺
