STORYMIRROR

Santosh Jena

Classics

4  

Santosh Jena

Classics

ଭାବୁଛି ଆଜି ଜଗା

ଭାବୁଛି ଆଜି ଜଗା

1 min
19

ପ୍ରଭୁ ଜଗନ୍ନାଥ ରଥରେ ବସି ଆଜି ଭାବୁଛନ୍ତି 

ଆଉ ଥରେ ଫେରନ୍ତା ନି ମୋର

ସେହି ପୁରୁଣା ଭକ୍ତ, ଜାହା ହାତରୁ

ଆଜି ବି ମୁ ଟେକି ନିଅନ୍ତି ନଡ଼ିଆ ଗୋଟିକ l


ଆଉ ଥରେ ଫେରନ୍ତା ନି ମୋର

ସେହି ପୁରୁଣା ଭକ୍ତ ସାଲବେଗ

ଜାହା ଭକ୍ତି ଦେଖି ଆଜି ବି ବଡ଼

ଦାଣ୍ଡେ ଅଟକନ୍ତା ମୋ ରଥ l


ଆଉ ଥରେ ବୋଲନ୍ତାନି ମୋର

ସେହି ଭକ୍ତ ସାଲବେଗ, କେନେ

ଘେନି ଜାଉଛ ଜଗନ୍ନାଥ କୁ ?

ଆମ୍ଭେ ଦରଶନ କରିବୁ କାହାକୁ ?


ଆଉ ଥରେ ତୋଳନ୍ତାନି ମୋ ପାଇଁ

ସେ ବାଲି ରଥ ।


ଆଉ ଥରେ ବଡ଼ ଦାଣ୍ଡେ ଶୁଭ ନ୍ତାନି

ଭିକାରି ବଳ ଙ୍କ ସେହି ଗୀତ,

ମୁ ତ ବଡ଼ ଦେଉଳ ର ପରା ରେ

ନୀଳ ଚକ୍ର ମୋର ଆଶରା ?


ଆଉ ଥରେ ଭକ୍ତ ମାନେ ନାଚନ୍ତେନି 

ସେଇ ପୁରୁଣା ଗୀତରେ, ବଡ଼ ଦେଉଳ 

ରେ ଚାକିରୀ ଖଣ୍ଡିଏ ମିଳିବକି ମୋ ପାଇଁ 

କାଳିଆ ରେ, ଚନ୍ଦନ ଘୋରିବା ପାଇଁ 

ତୁଳସୀ ଗୁନ୍ଥିବା ପାଇଁ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics