STORYMIRROR

Itusmita Behera

Drama Classics Inspirational

4  

Itusmita Behera

Drama Classics Inspirational

କିଛି ଅକୁହା କଥା

କିଛି ଅକୁହା କଥା

4 mins
612

ପ୍ରଥମ ଟ୍ରିପ ଅନେକ ଅନେକଙ୍କ ଜୀବନ ରେ ଟ୍ରିପ ଯାଇଥିବେ କିନ୍ତୁ ମୁଁ ଏମିତି ଏକ ମଣିଷ ଯିଏ ତା ଜୀବନର ପ୍ରଥମ ଟ୍ରିପ ବିଷୟରେ କଉଠୁ ଆରମ୍ଭ କରିବି କଉଠି ଶେଷ କରିବି ତା ବି ମୋତେ ଜଣା ନାଇଁ ସେ ବିଷୟ ରେ ଲେଖିବା ପାଇଁ ମୁଁ ଶବ୍ଦ ଖଜୁଛି ମନ ମଧ୍ୟରେ ଶବ୍ଦ ସବୁ ଛନ୍ଦି ହେଇଯାଉଛନ୍ତି ସେ ସବୁ ସମୟ କୁ ଆପଣଙ୍କ ସହ ବାଣ୍ଟିବା ପାଇଁ ମନ ବ୍ୟାକୁଳିତ କିନ୍ତୁ ଲେଖିବା ବେଳେ ହୃଦୟ ବ୍ୟଥିତ ଇଛା ହୁଏ ଲେଖିବାକୁ କିନ୍ତୁ ସହ୍ୟ କରିହୁଏନି ହୃଦୟର ବେଦନାକୁ ତଥାପି ଲେଖୁଛି ହୃଦୟର ବେଦନା ସହ ମନର ଭାରସାମ୍ୟକୁ ସମ୍ଭାଳି ମୋ ଜୀବନର ଯାତ୍ରା ମୁଁ ଆରମ୍ଭ କରିଥିଲି ସ୍ମିତା ର ହାତ ଧରି ମୋ ଜୀବନ ର ପ୍ରଥମ ଯାତ୍ରା ସେଦିନ ମୁଁ ତାଙ୍କୁ ବୁଝିବାରେ ବହୁତ ଅବହେଳା କରିଛି ଏଇ ଯାତ୍ରାରେ ସେତ ସବୁବେଳେ ମୋତେ ସାଥ ଦେଇଛନ୍ତି କିନ୍ତୁ ମୁଁ କଣ କରିଛି ତାଙ୍କ ପାଇଁ କେବଳ କଟୁ କଥାକହିଛି ତାର ଅନ୍ୟ ଭୋଉଣି ମାନେ କେତେ ଖୁସିରେ ଅଛନ୍ତି କେତେ ପଇସା ଵାଲା ଘର କିନ୍ତୁ ମୋ ପାଖରେ କଣ ଅଛି ତା ପରେ ବି ଆଜି କୁ ତିରିଶ ଚାଳିଶ ବର୍ଷ ହବ ସେ କେବେ ମୋ କଥା ବାହାରକୁ ଯାଇନି କେବେ ବି ମୁଁ ତା ମନ ଭିତରେ ଆମ ଦରିଦ୍ରତା କୁ ନେଇ ଦୁଃଖ କରିବାର ଦେଖିନି ନିଜ ପରିବାରର ପେଟ ପୋଷିବା ପାଇଁ ମୁଁ ଯୋଉ ଉପାୟ କଲେ ବି ସେ ମୋତେ ସାହାଯ୍ୟ ର ହାତ ସବୁ ବେଳେ ବଢ଼େଇଛି ବୋଧହୁଏ ଏଇ ନାରୀ ଜାତି ଟା ସେଇ ଭଳି ନିଜ ଜୀବନ କୁ ଆମ ପାଖରେ ସମର୍ପଣ କରିଦେଇ ନିଜ ଜନ୍ମ କଲା ବାପା ମା ଭାଇ ଭଉଣୀଙ୍କୁ ବି ପର କରିଦିଅନ୍ତୁ ଦିନେ ଭାଇ ଅଧିକ ଖାଇଦେଲେ କି ଭଲ ପୋଷାକ ଟେ ପିନ୍ଧି ଦେଲେ ଯୋଉ ଭଉଣୀ କାନ୍ଦି କାନ୍ଦି ଘର ଉଠାଇ ପକାଉଥିଲା ମୁହଁ ହାଣ୍ଡି କରି ବସୁଥିଲା ସେଇ ଭଉଣୀ ବାହା ହବା ପରେ ସ୍ୱାଭିମାନ ରେ ଯେତେ ଅସୁବିଧା ରେ ଥିଲେ ମଧ୍ୟ ମୁହଁ ଖୋଲି ଭାଇ ପାଖରେ ଓଳି କରେନି ସ୍ମିତା କୁ ବି କେତେ ଥର କାହିଲିଣି ଯାଅ ଭାଇ ପାଖରୁ ଅଳ୍ପ କିଛି ସାହାଯ୍ୟ ମାଗ କିନ୍ତୁ ନା ସେ କେବେ ମୋ ସ୍ୱାଭିମାନ ରେ ଆଞ୍ଚ ଆସିବାକୁ ଦେଇନି ଆଉ ମୁଁ ବି କେବେ ତା ପାଇଁ ଖୁସିରେ ଶାଢ଼ୀ ଖଣ୍ଡେ ଆଣିଦେଇପାରିନି କିନ୍ତୁ ସେ କେବେବି ମୋତେ ମୁହଁ ଖୋଲି ମାଗିନି ମାଗିବ ବି କେମିତି ବାହାଘର ବେଳେ ତାର ସବୁ ଦାଇତ୍ୱ ମୋର ହେଇସାରିଥିଲା କିନ୍ତୁ ମୁଁ ସେସବୁ ଭୁଲିଗଲି ସେ ଅଗ୍ନି ଚାରିପାଖେ ସାତ ଘେରା ର ସାତ ବଚନ କୁ ହେଲେ ସେ ଆଜି ବି ସେ ସବୁ କୁ ନେଇ ତା ଯାତ୍ରା ଚଳେଇଛି ବାହାଘରର ନାଂଢ଼ୀମୁଣ୍ଡି ଶ୍ରାଦ୍ଧ ପଡିବା ବେଳେ ସେ କାହିଁକି ଏତେ କାନ୍ଦୁଥିଲା ସେଇଟା ମୁଁ ମୋ ଝିଅ ବାହାଘର ବେଳେ ଜାଣିଲି ବଞ୍ଚି ଥାଉ ଥାଉ ସେ ତା ବାପା ମା ଙ୍କୁ ଶ୍ରାଦ୍ଧ ଦେଇ ଆମ ଘରକୁ ଆସେ ଏଇ ତ ନାରୀ ଯିଏ ତା ଜୀବନ ରେ ଦୁଇଥର ଜନ୍ମ ନିଏ ଅନେକ ପରିଚୟ ରେ ବଞ୍ଚେ ସମସ୍ତଙ୍କୁ ଆପଣାର କରିନିଏ ଜୀବନର ଏଇ ଯାତ୍ରାରେ ଆଜି ଆମେ ତିରିଶ ବର୍ଷ ହେଲା ଚାଲିଲୁଣି ତିରିଶ ବର୍ଷ ଭିତରେ କେତେ ଝଗଡା ପାଟିତୁଣ୍ଡ ହେଇଛି କିନ୍ତୁ ସେସବୁ ଆମ ରୁମ ବାହାରକୁ ଯାଇନି ତାକୁ ଯେତେ କଟୁ କଥା କହିଲେ ବି ସେ ମୋ ଯତ୍ନ ନବା ରେ ଉଣା କରିନି ଏମିତି ସଂସାର ଭିତରେ ସବୁ କଥା ବୁଝୁ ବୁଝୁ ଆଜି ସେ ବୟସ ର ପାହାନ୍ତା ରେ ଭାବୁଛି ଏବେ ତାକୁ କୁଆଡେ ବୁଲେଇ ନିଅନ୍ତି ତା ସହ ମନ ଖୋଲି ସମୟ ବିତାନ୍ତୁ ବାହାଘରର ସେଇ କେତେଦିନ ଯାହା ତାର ମର କେଇ ପଦ କଥା ତା ପରେ ପୁଅ ଝିଅ ସମସ୍ତଙ୍କ କଥା ବୁଝୁ ବୁଝୁ କେତେବେଳେ କେଶ ର ରଙ୍ଗ ବଦଳି ଗଲାଣି ତା ଜଣା ପଡ଼ିଲାଣି ଆଜି ମୁଁ ତାକୁ ବୁଲିବାକୁ ଡାକିଲେ ସେ କଣ ଯିବ ଏଇ ଅପରାହ୍ନ ବୟସ ରେ

     

          ବାବା ଆମେ ଆପଣଙ୍କ ପାଇଁ ଆଉ ମା ଙ୍କ ପାଇଁ କିଛି ଭାବିଛୁ ଆପଣ ମାନେ ଏବେ ବୁଲିବାକୁ ଯିବେ ତମ ପୁଅ ଙ୍କୁ କହି ମୁଁ ଟିକଟ କରେଇଦେଇଛି ଏକଥା ଶୁଣି ବା ପରେ ମୁଁ ସ୍ମିତା ଆଡକୁ କୋଣେଇ ଚାହିଁଲି ସ୍ମିତାକୁ ଦେଖି ଭାବୁଥାଏ ସତେ ଯେମିତି ଆମେ ଆଉଥରେ ସେ ଯୌବନ ର ବୟସ କୁ ଫେରିଯାଇଛୁ ସ୍ମିତା ସହ କାହିଁ କେତେ ବର୍ଷ ତଳେ ଯାଇଥିଲି ପୁରି ଟ୍ରିପ ରେ ବେଲଭୁମି ରେ ତା ହାତ ଧରି ଚାଲିଥିଲି ବାହାଘର ସମୟ ର ଓଲତା ବି ଛାଡ଼ିନଥାଏ ତା ପାଦ ରୁ ଆଉ ସମୁଦ୍ର ର ଢେଉ ଆସି ଯେମିତି ତାର ସେଇ ସୁନ୍ଦର ଅଳତା ଲଗା ପାଦ ରେ ଚୁମ୍ବନ ଦେଇ ଚାଲିଯାନ୍ତି ବଡ ଢେଉ ଟେ ଆସିଲେ ସେ ଡରିଯାଇ ମୋ ବାହୁ କୁ ଜର ରେ ଜାବୁଡି ଧରେ କେଜାଣି କଣ ପାଇଁ ସେ ସମୟ ରେ ମୁଁ ଟିକେ ବିଚଳିତ ହେଇଯାଏ ଚାଲୁ ଚାଲୁ ମୁଁ କେବେ ଆଗେଇଗଲେ ସେ ବାଲି ପାଦ ର ଛାପ ରେ ଚାଲି ଚାଲି ଆସି ପଛରୁ ମୋ ହାତ ଧରି ନିଏ ନିହାତି ଗୋଟେ ଅଜବ ଝିଅ ଥିଲା ସ୍ମିତା ଆଜି ମୋ ଜୀବନ ର ସେଇ ଅଳ୍ପ ସମୟ ର କାକର ପଡା ସକାଳ ଟା ମନେ ପଡିଲେ ଦେହ ଶୀତେଇ ଯାଏ ଆଉ ହୃଦୟ ରେ ଆଙ୍କି ହେଇଯାଏ ସାତ ରଙ୍ଗ ର ଇନ୍ଦ୍ରଧନୁ ମନ ହୁଏ ପ୍ରଫୁଲ୍ଲିତ

     ସ୍ମିତା କଣ କହୁଛ ଜୀବନ ରେ ତମ ହାତ ଧରି ଆରମ୍ଭ କରିଥିବା ପ୍ରଥମ ଟ୍ରିପ କୁ ଆଜି ଆଉ ଥରେ ତମେ ଶେଷ ଟ୍ରିପ ର ଗୋଟେ ସୁନ୍ଦର ଛବି ମୋ ହୃଦୟ ରେ ଆଙ୍କି ଦେଇପାରିବ ତିରିଶ ବର୍ଷ ର ଜଂଜାଳ ରୁ ବାହାରି ମୋତେ ତମ ସହ ଆଉ ଗୋଟେ ଟ୍ରିପ ପାଇଁ ଅନୁମତି ଦବ ସ୍ମିତା ନବଯୌବନ ଛୁଁଇଥିବା ଝିଅ ଟେ ପରି ଲାଜେଇ ଗଲା ଆଉ ତା ମୁହଁ ଲାଜକୁଳୀ ଲତା ଭଳି ଝାଉଁଳି ଗଲା ତାର ସମ୍ମତି ନେଇ ଆଜି ମୁଁ ବାହାରିଛି ମୋ ଜୀବନ ର ଶେଷ ଟ୍ରିପରେ    ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama