STORYMIRROR

Itusmita Behera

Children Stories Tragedy Fantasy

4  

Itusmita Behera

Children Stories Tragedy Fantasy

ମୁଁ ସହିଦ ଯବାନ ଙ୍କ ଝିଅ କହୁଛି

ମୁଁ ସହିଦ ଯବାନ ଙ୍କ ଝିଅ କହୁଛି

8 mins
591

ବୀର ଯବାନ ଙ୍କ ସ୍ମୃତି କୁ ମନେ ପକେଇ ଏକ ବିଦ୍ୟାଳୟ ରେ ପିତୃତ୍ୱ ଦିବସ ରେ ଅନୁଷ୍ଠିତ ହେଲା ଯବାନ ଙ୍କ ଉଦେଶ୍ୟ ରେ we are one ସଭା |ଏଠାକୁ ଅନେକ ସୈନିକ, ସାଧାରଣ ନାଗରିକ, ବିଭିନ୍ନ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଏବଂ ତାଙ୍କ ପିତାମାତା ଙ୍କ ସହ ଯୋଗ ଦେଇଥିଲେ | ବହୂ ପ୍ରତୀକ୍ଷା ର ଅନ୍ତ ପରେ ଆରମ୍ଭ ହେଲା ସଭାକାର୍ଯ୍ୟ  ।


ଶୁଭ ସନ୍ଧ୍ୟା | ଆଜି ର ଏଇ ସଂଧ୍ୟା କୁ ମୋର ସମସ୍ତଙ୍କୁ ସ୍ୱାଗତ | ଏଠି ଉପସ୍ଥିତ ଥିବା ସମସ୍ତ ଯବାନ ଙ୍କୁ ମୁଁ ସାଲୁଟ କରୁଛି | ଅତୀତ ର ସେଇ ରକ୍ତିମ ଅଧ୍ୟାୟ କୁ ଆଜି ଅନେକ ବର୍ଷ ପୁରିଯାଇଛି କିନ୍ତୁ ତଥାପି ମା ତା ପୁଅ କୁ ଝୁରିବା ବନ୍ଦ କରିନି କି ସ୍ତ୍ରୀ ଆଖି ର ଲୁହ ଶୁଖିନି | ଆମେ ବହୁତ ସରଳ | ଶତ୍ରୁ ଟିଏ ବିପଦ ରେ ପଡିଥିଲେ ମଧ୍ୟ ଆମେ ଆଗ ସେମାନଙ୍କୁ ସାହାଯ୍ୟ କରୁ କାରଣ ଆମେ ଭାରତୀୟ | ଭାରତ ମାଟି ରେ ଜନ୍ମ ଏବଂ ଭାରତ ମା ର ରକ୍ତ ଯାହା ଆମ ଶିରା ପ୍ରଶିରା ରେ ବହୁଛି ତାହା ବିଶ୍ୱାସଘାତକ ର ନୁହଁ ବରଂ ତାହା ହୋଉଛି ବନ୍ଧୁତ୍ୱ ର ଅନ୍ୟନାମ | ଶତ୍ରୁ ଦେଶ ଆମ ଏକତା କୁ ଦେଖିଛି, ଆମ ବନ୍ଧୁତ୍ବ ଏବଂ ଭାତୃତ୍ୱ କୁ ଦେଖିଛି କିନ୍ତୁ ଯେତେବେଳେ ଆମ ପାଖକୁ କିଏ ବିଶ୍ୱାସ ଘାତକ ର ହାତ ଲମ୍ବେଇଛି ସେତେବେଳେ ଭାରତୀୟ ଯବାନ ଙ୍କ ଜୋଶ ମଧ୍ୟ ଦେଖିଛି | ଯିଏ ଦୁଃଖ ସମୟ ରେ ଛାତି ରେ ଲଗେଇ ପାରେ ଦରକାର ପଡିଲେ ନିଜ ମାଟି ମା ର ସ୍ୱାଭିମାନ ଆଉ ସମ୍ମାନ ପାଇଁ ଜୀବନ ର ଲାଳସା କୁ ପଛରେ ପୋକେଇ ବୀରଦର୍ପ ରେ ଲଢ଼ିବାକୁ ଆଗେଇଚାଲିଥାଏ | ଆଜି ସେଇଭଳି ଜଣେ ବୀର ଯବାନ ଙ୍କ ଝିଅ ମୁହଁ ରୁ ଶୁଣିବା ତାଙ୍କ ବୀରତ୍ୱ ର କାହାଣୀ | ସ୍ୱାଗତ କରିବା ଆମ ଅନୁଷ୍ଠାନ ର ଦଶମ ଶ୍ରେଣୀ ର ଛାତ୍ରୀ କୁହୁ ମହାପାତ୍ର ଙ୍କୁ

      

ଜୟ ହିନ୍ଦ! ଜୟ ଭାରତ ମାତା | ଶୁଭ ସନ୍ଧ୍ୟା | ଉପସ୍ଥିତ ସମସ୍ତ ବୀର ଯବାନଙ୍କୁ ମୋର ସଲାମ | ଏବଂ ଅନ୍ୟାନ୍ୟ ଭାଇ ଭଉଣୀ ଏବଂ ଗୁରୁଜନ ମାନଙ୍କୁ ଶୁଭେଚ୍ଛା ଏବଂ ଏଇ we are one ଶୋଭା କୁ ସ୍ୱାଗତ | ମୁଁ କୁହୁ ମହାପାତ୍ର | ଷ୍ଟାଣ୍ଡାର୍ଡ ଟେନ ରେ ପଢୁଛି | ମୁଁ ଜଣେ ବୀର ସହିଦ ଯବାନଙ୍କ ଝିଅ କହୁଛି | ଏତିକି କହିବା ବେଳକୁ ସଭା ସ୍ଥଳ କର ତାଳି ରେ କମ୍ପି ଗଲା | କିଛି ସମୟ ର କର ତାଳି ପରେ ଦଶମ ଶ୍ରେଣୀ ର ଝିଅ ଟି ଆରମ୍ଭ କଲା -- ଆଜି ପିତୃତ୍ୱ ଦିବସ | ଏଠି ଉପସ୍ଥିତ ହେଇଥିବା ପ୍ରତ୍ୟକ କୁନି କୁନି ପିଲା ତାଙ୍କ ବାପା ଙ୍କ ହାତ ଧରି ଛିଡା ହେଇଥିବେ ଆଉ କିଛି ତାଙ୍କ ମା ଙ୍କ ର | ମୁଁ ସେଇ ମା ହାତ ଧରି ଏଠିକୁ ଆସିଥିବା ଝିଅ | ମୁଁ ବୋଧହୁଏ ଏଇ ଚାରି ପାଞ୍ଚ ବର୍ଷ ର ହେଇଥିଲି ଯେବେ ମୋ ବାପା ଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲି, ତାଙ୍କ କୋଳରେ ଗେଲହା ହେଇଥିଲି | ଯଉ କିଛି ଦିନ ମୁଁ ବାବା ଙ୍କ ସହ ଖେଳୁଥିଲି | ସେ ମୋତେ କୋଳରେ ଧରି ବଜାର ଯାଉଥିଲେ | ବାପା ଖାଇଲେ ମୁଁ ଖାଉଥିଲି | ମୋ ପାଇଁ ବହୁତ ଖେଳଣା ଆଣିଦେଉ ଥିଲେ | ବର୍ଷକୁ ଦୁଇଥର ନହେଲେ ଥରେ ଘରକୁ ଆସୁଥିଲେ ବାପା | ଆମେ ମା, ଝିଅ ତାଙ୍କ ରାସ୍ତା କୁ ଚାହିଁ ବସିଥାଉ | ମୁଁ ସବୁବେଳେ ଭାବୁଥାଏ କେବେ ମାଟି ମା ତାଙ୍କ ପୁଅ କୁ ମୋ ପାଖକୁ ପଠେଇବେ | ବୋଧହୁଏ ମୋ ମାମା ବି ସେଇଆ ଭାବୁଥିବ | ଅଝଟ ମନ ନ ବୁଝିଲେ ମୁଁ ବାପା ଙ୍କୁ ଫୋନ କରି କହୁଥିଲି ଏଥର ଆସିଲେ ମୁଁ ତାଙ୍କୁ ଛାଡିବିନି | ବାପା କୁହନ୍ତି ମା ରେ ମୁଁ ପରା ଦେଶ ସେବା କରୁଛି | ତମ ଭଳି ଏଇ ଦେଶ ର ପ୍ରତ୍ୟେକ ମଣିଷ ମୋ ଝିଅ, ପୁଅ | ମୋତେ ସମସ୍ତଙ୍କୁ ରକ୍ଷା କରିବାର ଅଛି ନା |ତାହାଲେ ତ ଆମେ ସମସ୍ତେ ହସ ଖୁସି ରେ ବଞ୍ଚି ପାରିବା |ମୁଁ ଯିବି ନିଶ୍ଚିତ ଖୁଵ ଶୀଘ୍ର | ମୋ ମନ ବୁଝୁନଥାଏ ବାପା ଙ୍କୁ କହେ ବାପା କ'ଣ ମିଳିବ ସେବାରୁ

ବାପା କୁହନ୍ତି ଆତ୍ମସନ୍ତୋଷ, ସ୍ୱାଭିମାନରେ ମା | ବାହାର ଲୋକ ଆମ ଜାଗା ନେଇଯିବେ ସେତେବେଳେ କ'ଣ ଆମେ ମୁଣ୍ଡ ଉଠେଇ ଏଇ ଦୁନିଆ ସହ ବଞ୍ଚି ପରିବା | ସବୁବେଳେ ସ୍ୱାଭିମାନ ର ସହ ବଂଚିବା | ତେଣିକି ଯେତେ ବଡ଼ ମୂଲ୍ୟ ଦେବାକୁ ପଡ଼ୁ | ମୁଁ ଅଳ୍ପ କିଛି କିଛି ବୁଝି କହେ ବାପା ମୁଁ ବି ତମ ଭଳି ଦେଶ ସେବା କରିବି | ବାପା କୁହନ୍ତି ସବାସ ବେଟା | ମୁଁ ତତେ ନେଇ ଗର୍ବ କରିବି | ମୁଁ ପଚାରିଲି ବାପା ଏଇ କାମ କରୁଥିବା ଲୋକଙ୍କୁ ନେଇ ଗର୍ବ କରାଯାଏ ? ବାପା କୁହନ୍ତି ହଁ ରେ ମା ଗର୍ବ କରନ୍ତି | ସାଲ୍ୟୁଟ କରନ୍ତି | ଆଜି ତ ଭିତରେ ସେଇ ଭଳି ଆଗ୍ରହ ଦେଖି ମୁଁ ବି ଏଇଠି ତତେ ସାଲ୍ୟୁଟ କରୁଛି | ମୁଁ ବହୁତ ଖୁସି ହେଇଯାଉଥିଲି | ବାପା କୁହନ୍ତି ତୁ ଦେଶ ସେବା କରିଲେ ମୁଁ ବୀରତ୍ୱ ଭାବେ କହିବି ଏଇ ଦେଖ ମୋ ଝିଅ ମୋ ମାଟି ମା ର ସେବା କରୁଛି |

ଯୋଉ ବୟସ ରେ ଅନାବନା କଥା କହି ବାପା ଙ୍କ ସହ ଆମେ ମାନେ କେତେ ମଜା କରୁ କେତେ ଖେଳୁ ସେଇ ବୟସ ରେ ମୁଁ ବାପାଙ୍କ ସହ କେବଳ ଦଶ ରୁ ପନ୍ଦର ମିନିଟ କଥା ହୁଏ |ସେଦିନ ବାପା ଫନ ରଖିଦେଲା ପରେ ମୋ ମନ କୁ ପୁଣି ପ୍ରଶ୍ନ ଟିଏ ଆସିଲା ମୁଁ ପୁଣି ଫୋନ ଲଗେଇ ପଚାରିଲି ବାପା ତାହାଲେ କଣ ମୁଁ ବି ତମ ପାଇଁ ଗର୍ବ କରିବି?

ବାପା କିଛି ସମୟ ର ନୀରବତା ପରେ କୁହନ୍ତି ହଁ ରେ ମା ନିଶ୍ଚୟ କରିବୁ | ଗର୍ବର ସହ ବିଦାୟ ଦବୁ | ଦେଖିବୁ ମୋତେ ବିଦାୟ ଦେବା ବେଳେ ତ ଛାତି କୁଣ୍ଢେମୋଟ ହେଇଯାଉଥିବ | ସେତିକି ବେଳେ ତୁ ଭାଙ୍ଗି ପଡିବୁନି ବୁଝିଲୁ |

ସେଦିନ ମୋ ବାପା ଙ୍କ କଥା ମୁଁ ଠିକ ସେ ବୁଝିପାରିନଥିଲି |ଏଇଭଳି କିଛି ବର୍ଷ ଯାଏ ମୁଁ ମୋ ବାପା ଆଉ ମା ଆମ ପରିବାର ରେ ବେଶ ଖୁସି ରେ ରହୁଥିଲୁ କିନ୍ତୁ ମୋର ଷ୍ଟାଣ୍ଡାର୍ଡ ସେଭେନ ରେ ବାପା ମୋ ଜନ୍ମ ଦିନ କୁ ଆସିଥିଲେ | ମୋ ପାଇଁ ଗିଫ୍ଟ ଆଉ କେକ ନେଇ | ଆମେ ବହୁତ ମଜା କରିଥିଲୁ ସେଦିନ | ତା ପରେ ଆଠ ଦିନ ପରେ ବାପା ଯାଇଥିଲେ | ସେ ଯିବା ପରେ ମା ସବୁଦିନ ଦୀପ ଲଗାଉଥିଲା ଠାକୁର ଘରେ | ବାପା ସବୁବେଳେ ମୋତେ strong କରିବାକୁ ଚାହିଁଥିଲେ |ସେ ଆସିବାର କିଛି ଦିନ ପରେ ଫୋନ କରି କହିଲେ ମା ଏଥର ମୁଁ ବହୁତ ଦିନ ଛୁଟି ରେ ଯିବି | ତତେ ବହୁତ ସାରା କାମ ଶିଖେଇଦେବି | ବାପା ଙ୍କ ପାଖରୁ ଏସବୁ ଶୁଣି ମୁଁ ଖୁସି ହେଇଗଲି | ସମସ୍ତଙ୍କୁ କହୁଥାଏ ଏଇ ଜାଣିଛୁ ମୋ ବାପା ଆସିଲେ ନା ଆମେ ଏଥର କୋଣାର୍କ, ଧଉଳି, ଖଣ୍ଡଗିରି ବୁଲିବାକୁ ଯିବା | ଯାହା କାମ ଥାଏ ମୁଁ ଅଧା କରି ଛାଡି ଦିଏ ଥାଉ ବାପା ଆସିଲେ କରିବି |ସେଦିନ ଚିତ୍ର ଟିଏ ଆଙ୍କୁ ଥିଲି | ମୋ ବାପା ଙ୍କ ହାତ ଧରି ଚାଲିବାର | ସବୁ କରିବା ପରେ ମୁଁ କହିଲି ନାଇଁ ଏଇଟା ଥାଉ ବାପା ଆସିଲେ ଆଗ ତାଙ୍କ ହାତ ଧରି ମାର୍କେଟ ଯିବି ତା ପରେ ମୋ ଚିତ୍ର ସମ୍ପୂର୍ଣ୍ଣ କରିବି | ସେଠି ଲେଖିଲି best hero papa of the world.କାହିଁକି ନା ଯେତେବେଳେ ମୁଁ କହେ ଜାଣିଛୁ ମାମା ମୋତେ hero ଭିତରେ କାହାକୁ ଭଲ ଲାଗେ ? ମୋ ମାମା କୁହେ ତ ବାପା ଜଣେ hero | ତୁ ତ ବାପା ଙ୍କ ନାମ କହିବୁ | ସେଇଥି ପାଇଁ ମୁଁ ସେଠି ଲେଖିଥିଲି best hero papa of the world.

କିଛିଦିନ ପରେ ଆମେ ବହୁତ ଖୁସି ର ସହ ଅପେକ୍ଷା କରିଥାଉ ତାଙ୍କ ଆସିବା ବାଟ କୁ | ସେଦିନ ସମାଚାର ରେ ମାମା ଜାଣିବାକୁ ପାଇଲା କିଛି ପାକ -ସେନା ଆମ ସୀମା ରେ ପ୍ରବେଶ କରିଛନ୍ତି | ମାମା ର ଆଉ ମୋର ହୃଦୟ ଥରି ଉଠିଲା | ମୋ ମାମା ଦୌଡ଼ି ଯାଇ ଠାକୁର ଘରେ ଦୀପ ଟିଏ ଜାଳିଦେଲା | ଦୀପ ଜାଳିବା ବେଳେ ଆଖି ତାର ଲୁହ ରେ ଛଳ ଛଳ ହେଇଯାଇ ଥିଲା | ସେ ବାପାଙ୍କୁ ଫୋନ କରିବାରୁ ବାପାଙ୍କ ଫୋନ out of network coverage area କହିଲା | ମା ମୋତେ ଟାଣି ନେଇ କାନ୍ଦୁଥିଲା | ସେତେବେଳେ ମୁଁ କିଛି ବୁଝି ପାରୁନଥିଲି | ମା କୁ କହିଲି ଛାଡ ତ ମୁଁ ବାପାଙ୍କ ସହ ଆଣିଥିବା ପୋଷାକ ପିନ୍ଧେ | ମା ମୋ ହାତ ଧରି କହେ ବସ ଏଠି ଆଉ ତ hero ବାପା ଙ୍କ ଲାଗି ପ୍ରାର୍ଥନା କର | ଯଦିଓ ମୁଁ ମଧ୍ୟ ଡ଼ରିଥିଲି ମା କଥା ଶୁଣି ବସିଲି |

ହଠାତ ଝିଅ ର ସ୍ବର ଆସ୍ତେ ଆସ୍ତେ ଧୀର ହେଇଯାଇଛି | ସେ ମୁହଁ କୁ ତଳକୁ କରି ଦେଇଛି | ଆଖିରୁ ତାର ଧାର ଧାର ଲୁହ | ସାମ୍ନା ରେ ବସିଥିବା ବୀର ଯବାନ ମାନେ ନିଜେ ନିଜ ମସ୍ତିଷ୍କ ରେ କିଛି କିଛି ଅନୁମାନ କରି ବହୁତ ଉତ୍ସାହ ର ସହ ବସିଥାନ୍ତି | କେହି କେହି ଆଖି ରୁ ଚଷମା ଖୋଲି ଲୁହ ପଛନ୍ତି ତ କିଏ କିଏ ଆଖିରେ ରୁମାଲ ଦେଇଥାନ୍ତି | ଅନ୍ୟ କିଛି ଚେୟାର ରେ ବସି ଅପଲୋକ ନୟନ ରେ କୁହୁ ର ମୁହଁ କୁ ଚାହିଁଥାନ୍ତି | କିଛି ସମୟ ପରେ କୁହୁ ମୁଣ୍ଡ ଉଠେଇ କହିବା ଆରମ୍ଭ କଲା

ତା ପର ଦିନ ସକାଳେ ବାପା ଆସିଲେ | ଗୋଟେ ବାକ୍ସ ଭିତରେ ଆମ ତ୍ରିରଙ୍ଗା ଗୋଡ଼ା ହେଇ | କେବଳ ତାଙ୍କ ମୁହଁ ଦେଖା ଯାଉଥିଲା | ସେ ମୋତେ ମା ରେ କହି ଡାକୁନାଥିଲେ | ମୋ ମାମା ନିଶ୍ଚଳ ପାଷାଣ ଟିଏ ଭଳି ଛିଡା ହେଇଥାଏ | ମୁଁ ବାପା କହି ଉଠିବାକୁ ଡାକୁଥାଏ | ମୋ ଚିତ୍ର ଅଧା ରହିଯାଇଛି ଆଉ ମୋ ଦେଶ ସେବା ଆରମ୍ଭ ହେଇନି ତମେ ମୋତେ ନେଇ ଗର୍ବ କରିନ | ଚୁପ କାହିଁକି ବାପା !

ମା ପାଖକୁ ଯାଇ ଜଣେ କହିଲେ ସୀମା ରେ ପାକ-ସେନା ଙ୍କ କବଳିତ ହେଇ ଥିଲେ |ପରେ ଅତି ନିର୍ମମ ଭାବେ ସେମାନେ ତାଙ୍କୁ ମାରିଛନ୍ତି | ମାମା ପଥର ଭଳି ଛିଡା ହେଇଥିଲା | ମୁଁ କହିଲି ଦେଖ ନା ବାପା ଥରେ | ଜାଣିନି କୋଉଠୁ ମୋ ମାମା ଏତେ ଶକ୍ତି ପାଇଲା ମୋତେ ଆସି କହେ କୁହୁ ଉଠ ଆଉ ଆଖି ରୁ ଲୁହ ପୂଛ | ସେ ଶୋଭା ରେ ବି କୁହୁ ଲୁହ ପୋଛିଚି | ପୁଣି କହିଛି -- ମାମା ସେଦିନ ମୋତେ ବାପା କହିଥିବା କଥା ମନେ ପକେଇଦେଲା -- କୁହୁ ତୁ ମୋତେ ନେଇ ଗର୍ବ କରିବୁ ସେତେବେଳେ ଲୁହ ଗଡେଇ ନୁହଁ ବରଂ ସାହସ ର ସହ ବିଦାୟ ଦବୁ | ଭାଙ୍ଗି ପଡିବୁନି | ସେଦିନ ମୋ ବାପାଙ୍କ ପାଇଁ ବହୁତ ଗହଳି ଲାଗିଥିଲା | ସତେ ଯେମିତି ଭଗବାନ ଆସିଛନ୍ତି ଆମ ଘରକୁ | ମୋ ମାମା ଆଉ ମୁଁ ଲୁହ ପୋଛିଲୁ | ମାମା ଜୋର ରେ ଚିଲେଇ ଉଠିଲା - ଭାରତ ମାତା କି

ମୋ କଣ୍ଠ ରୁ ସେତିକି ଜୋର ରେ ବାହାରିଲା ଜୟ!ସେଠି ଥିବା ସମସ୍ତେ ଆମକୁ ବାଃ ବାଃ କହୁଥିଲେ | ଜଣେ ଅଙ୍କଲ ମୋ ପିଠି ଥାପୁଡ଼େଇ କହିଲେ ବହାଦୁର ବାପା ର ବହାଦୁର ଝିଅ | ଗର୍ବ ର ସହ ମୁଁ ଆଉ ମୋ ମା ଶବ ଦାହ କଲୁ | ଆମେ ଦୁହେଁ ତାଙ୍କ ମୁଖାଗ୍ନି ଦେଲୁ |ଗୋଟେ ଆଖିରେ ମୋ ବାପାଙ୍କ ବୀରତ୍ୱ ର ଗାଥା କହି ଅଗ୍ନି ସମ ତେଜ ରେ ଚାହିଁଥିଲୁ ତାଙ୍କ ଚିତା କୁ | ଆଉ ଗୋଟେ ପଟେ ମୋ ବାପା ଆଉ ମା ତା ସ୍ୱାମୀ ଙ୍କୁ ହରେଇବାର ଦୁଃଖ ରେ ଅମାନିଆ ଅଶ୍ରୁ ବୋହି ଚାଲିଥିଲା | ସବୁ ଶାନ୍ତ ହେଇଗଲା କିନ୍ତୁ ମୋ ମା ସବୁଦିନ ପାଇଁ ତା hero କୁ ହରେଇଦେଲେ ଆଉ ମୁଁ ମୋ hero ପାପ କୁ | କୁହୁ ତା ଛବି କୁ ସେଦିନ ପରଦା ରେ ଥିବା ତା ବାପାଙ୍କ ଫଟୋ କୁ ଦେଖେଇ କହିଛି -- ତମ ହାତ ଧରି ଚାଲିବାର ସ୍ବପ୍ନ ସହ ଏ ଚିତ୍ର ବି ଅଧା ରହିଗଲା ବାପା |you are my hero papa. ଆଜି ମୁଁ ସମ୍ପୂର୍ଣ୍ଣ ଏକା |

କୁହୁ ଆଉ ଅଧିକ କିଛି କହିବାର ସାମର୍ଥ୍ୟ ରେ ନ ଥାଏ | ସେତିକି ବେଳେ ସାମ୍ନା ରେ ବସିଥିବା ଯବାନ ମାନେ ଛିଡା ହେଇ କୁହୁ କୁ ସାଲୁଟ କରୁଥିଲେ | ସେତିକି ବେଲେ ଜଣେ ଉଠି କହିଛନ୍ତି | ବହାଦୁର ବାପା ର ଝିଅ ବହାଦୁର ହେଇଥାଏ ନା | ଜଣେ ଯବାନ ର ଝିଅ ଏକା ନୁହଁ | ଆମେ ସମସ୍ତେ ତମ ସହ ଅଛୁ | ଆଜି ତମେ ତମ ବାପା ଭାବି ମୋତେ ଜାବୁଡି ଧରି ତମ ବାପାଙ୍କ ପାଇଁ ଚାପି ରଖିଥିବା ସବୁ କୋହ କୁ ମୋ କାନ୍ଧ ରେ ଢାଳି ଦିଅ | ଏବେ ଏଠୁ ତଳକୁ ମୋ ହାତ ଧରି ଚାଲ |ଆଉ ସେ ଚିତ୍ର ସମ୍ପୂର୍ଣ୍ଣ କର |ଏତିକି କହି ସେ ଆଣ୍ଠେଇ ପଡିଛନ୍ତି କୁହୁ ସାମ୍ନା ରେ | କୁହୁ ଦୌଡ଼ି ଯାଇ ବାପା କହି ଭୋ ଭୋ କାନ୍ଦିଛି | ସମ୍ପୂର୍ଣ୍ଣ ଶୋଭା ସ୍ତବ୍ଧ | ସମସ୍ତଙ୍କ ଆଖିରେ ଲୁହ ଆଉ ମାନିନୀ | ଝରି ଚାଲିଛି ଲୁହ | କୁହୁ ତାଙ୍କ ହାତ ଧରି ତଳକୁ ଆସିଛି | ବୁଲି ପଡ଼ି ତା ବାପାଙ୍କୁ ଚାହିଁ କହିଛି love you papa. ବହୁତ ପଛରେ ଥିବା ତା ମା ପାଖକୁ ଯାଇ ବସିଛି | ସେଦିନ ଦୁହିଁଙ୍କ ଛାତି ତା ବାପାଙ୍କ ପାଇଁ ଗର୍ବ ରେ ଉତଫୁଲ୍ଲିତ ହେଉଥିଲା |

କ୍ରମଶଃ ସଭା କାର୍ଯ୍ୟ ଆଗେଇ ଶେଷ ରେ ପରିସମାପ୍ତି ହେଇଛି |



Rate this content
Log in