Itusmita Behera

Children Stories Others Children

3.9  

Itusmita Behera

Children Stories Others Children

ମୋ ରଜା ଭାଇ

ମୋ ରଜା ଭାଇ

5 mins
386


ସୁରେଶ ପୂଝାରୀ ଙ୍କ ଘରେ ଛଅ ପ୍ରାଣୀ | ତିନି ଝିଅ ରେ ଗୋଟାଏ ବୋଲି ପୁଅ | ବାପା ମାଙ୍କ ଗେଲ୍ହା | ପୁଅ କୁ ଚାହିଁ ଚାହିଁ ତିନିଟା ଝିଅ ହେଲେ ତା ପରେ ଜନ୍ମ ହୁଏ ମୋ ଭାଇ କାଳିଆ ରଜା | ତେଣୁ ବାପା ମା ଭାରି ସରାଗ ରେ ତାକୁ ଡାକନ୍ତି କାନ୍ହା...... ସେ ମା ପେଟ ରେ ଥିବା ପାଖରୁ ତା ଲାଗି କେତେ ବାର,ବ୍ରତ ଆଉ ଓପାସ | ମା କହୁଥାଏ ଠାକୁରେ ଏଇଥର ଯେମିତି ଝିଅ ନ ଦିଅ | ହେ ଭଲା ନାଥ ପୁଓ ଟେ ପାଇଲେ ତମକୁ ଏକଶହ ବେଲ ପତ୍ର ଚଢେଇବି | ଏପଟେ ବାପା କହୁଥିବେ ହେ ନାରାୟଣ!!!! କେତେ ଆଉ ହଟ ହଟା କରେଇବ ଅଷ୍ଟମ ଗର୍ଭ ରେ ମାତା ଦେବକୀ ଙ୍କ କଳେ ଜନ୍ମିଲ ଏବେ ଏଇ ଦରିଦ୍ର କୁଡ଼ିଆ ରେ ପାଦ ଦିଅ ଠାକୁରେ | ମୁଁ ତମ ପାଖରେ ଏକଶହ ତୁଳସୀ ଜଟା ଚଢେଇବି |

  ମୁଁ ମନରେ ମନରେ ଭାବୁଥାଏ କେଜାଣି ଆମେ ଜନ୍ମ ହେଲାବେଳେ ବି ଏମିତି କେତେ କଣ କହୁଥିବେ | ଆମ ଜନ୍ମ ନ ହବା ଯାଏ ବୋଧେ ଠିକ ଠାକ ଥିବେ ଏକ ପୁତ୍ର ସନ୍ତାନ ର କଳ୍ପନା ରେ, ଆଉ ଜନ୍ମ ହବା ପରେ ତାଙ୍କ ବିଷର୍ଣ୍ଣତା କୁ ମୁଁ ଏଇ ପୁତ୍ର ଭକ୍ତି ଦେଖି ଅନୁମାନ କରିପାରୁଛି |ମୁଁ ହୋଉଛି ପୂଜା | ସୁରେଶ ପୂଝାରୀ ଙ୍କ ସାନ ଝିଅ | ଛାଡ ସେ ଯାହା ହୋଉ.... କାନ୍ହା ଆମର ଏଇ ଜନ୍ମାଅଷ୍ଟମୀ ରେ ଜନ୍ମ ହେଇଥିଲା | ବାପା ଦୁହେଁ ବୋଧେ ସେଦିନ କୋଟିଏ କୋଟିଏ ଥର ମୁଣ୍ଡିଆ ମାରିଥିବେ ଯେ ଯାହା ଇଷ୍ଟ ଙ୍କୁ | ସେ ଆସିବା ଆଗରୁ ତ ମୁଁ ରାଜା ଥିଲି | ଅବଶ୍ୟ ମୋତେ କହିଲେଣି ଅନେକ ଲୋକ.... ଆଲୋ.... ଏ ପୂଜା ଏଥର ତ ଭାଗ ବୁଡ଼ିଲା | ମୁଁ ମନେ ମନେ କାନ୍ହା କୁ ବହୁତ ରାଗୁଥାଏ | ଆଜି ତାକୁ ବାର ବର୍ଷ ଆଉ ମୋତେ ପନ୍ଦର ବର୍ଷ | ଏଇ ବାର ବର୍ଷ ରେ ବାବୁ ଆମର ଭଲ ବାର ତିଥି ରେ ନଣ୍ଢା ହୁଅନ୍ତି | ସେ ବିଚରା କଣ କରିବ ଯେ ବାପା ମା ଙ୍କ ସୋଅଣୀ ପାଇଁ ତାକୁ ବାଧ୍ୟ ରେ ହବାକୁ ପଡେ | ଆଜି ଯାଏ ବି ପଛରେ ଚର୍ଣ ଚୁଟି ଚାଁଖଡେ ଅଛି | ତେଣୁ ମୁଁ ତାକୁ କାନ୍ହା ନୁହଁ ବରଂ ଚାଣକ୍ୟ ଡାକେ | କଣ କରିବି ବର୍ଷ ର ଛଅ ମାସ ଚୁଟି ଥିଲେ ଆଉ ବାକି ସେଇ ଚାଖଣ୍ଡେ.... ପୁଣି ଆଉ କୋଉଠି ନଣ୍ଢା ହବ..... ଜନ୍ମ ଚୁଟି |

ହଁ ମୋତେ ସେ ବଡ଼ ବୋଲି ଜମା ମାନେନି | ଏଇ ସ୍କୁଲ ରୁ ଆସିକି ବ୍ୟାଗ ଫପାଡ଼ି ଦେଇ, ଫ୍ୟାନ ଛାଡି ବସିଯିବ ଯେମିତି କୋଉ ଠି କସରତ କରିକି ଆସିଛି | ତେଣେ ମାମା ପାଟି କରିଥିବ ପୂଜା ଛୁଆ ର ବସ୍ତାନି ଟା ନେଇକି ରଖେ | ଇଛା ତ ହୁଏ ମୁନ୍ସିପାଲଟି ନର୍ଦମା ରେ ନେଇ ଫପାଡ଼ାନ୍ତି | ହେଲେ କଣ କରିବି ଗୋଟାଏ ବୋଲି ଭାଇ ନା | ଅବଶ୍ୟ ମୁଁ ବି ବହୁତ ଭଲ ପାଏ ତାକୁ | ସେ ତ ସବୁବେଳେ ଲାଗିଥାଏ କିନ୍ତୁ ରାକ୍ଷୀ ପୂର୍ଣମୀ ରେ ବଡ଼ ଦିଦି ଆଉ ମଝିଆଁ ଦିଦି ବଦଳ ରେ ମୁଁ ଆଗ ରାକ୍ଷୀ ବାନ୍ଧେ | ସେମାନେ ତା ଠୁ ବେଶୀ ବଡ଼ ହେଇଯାନ୍ତି ନା ତେଣୁ ସେ ଏତେ ଲେକଚର ଝାଡ଼ି ପାରେନି ଯେତକ ମୋ ଉପରେ ଝାଡ଼େ | ତାର ମୋର ପିଲା ଦିନେ ମୁଣ୍ଡ ଭିଡାଭିଡି ଖେଳୁଥିଲୁ | ଦୁହିଁଙ୍କ ମୁଣ୍ଡ କୁ ଲଗେଇ କିଏ କେତେ ଶକ୍ତି ଶାଳୀ ଦେଖୁଥିଲୁ | ଏକଦମ ମେଣ୍ଡା ମୁଣ୍ଡ ଟେ ତାର ବହୁତ ଟାଣ | ବାପା ଆସିଲେ ଆଗରୁ ଡାକୁଥିଲେ ମା ରେ........ ଏବେ ଆଉ ମା କଥା ମନରେ ପଡୁନି ଏବେ ଆଗ ବାପା ରେ.......... ସବୁବେଳେ ଛୋଟ ଛୋଟ କଥା ରେ ଝଗଡା କରିବ ଆଉ ମାମା ଆସିକି ମୋତେ ଗାଳି କରିଲେ ମୁଚୁକୁନ୍ଦ ମରାହୋଉଥିବ ବାବୁଙ୍କର | ଛୋଟ ଛୋଟ କଥା ରେ ଧମକେଇବ ଆଗ ତତେ ବାହକରିଦିଆ ଯିବ | ବଡ଼ ଦିଦି କେତେ ଭଲ ଦେଖିଲୁ ଯେବେ ଆସନ୍ତି ମୋ ପାଇଁ ଚକଲେଟ ଆଣନ୍ତି ତୁ କଣ ଆଣୁ କହିଲୁ ଖାଲି ଖେଫୁ ମୋ ଭାଗ ରୁ....

ସେତେବେଳେ ମୋର ଦୁଇ ଭଉଣୀ ଭିତରୁ ଜଣେ ନୂର୍ସିଙ୍ଗ ଟ୍ରେନିଂ ନେଉଥାଏ କେନ୍ଦ୍ରାପଡ଼ା ରେ ଆଉ ଜଣେ କେନ୍ଦୁଝର ରେ B. Ed କରୁଥାଏ | ଗୋଟାଏ ବୋଲି ଭାଇ ନା ତେଣୁ ଗେଲହା ବୋଲି ଦୁଇଜଣ ଆସିବା ବେଳେ ମେଞ୍ଚେ ଜିନିଷ ନେଇଆସନ୍ତି | ଅବଶ୍ୟ ମୋ ପାଇଁ ବି ଆଣିଥାନ୍ତି କିନ୍ତୁ ତାର ଅଧିକ | ତାର ମୋର ଏକା ସହ ପଢୁ ସାରଙ୍କ ପାଖରେ | ମୋର ମ୍ୟାଥ ଆଦୁ ହୁଏନି | ଆଉ ତାର ସାହିତ୍ୟ | କିନ୍ତୁ ମୁଁ ଟିକେ ସେଥିରେ ବେଶୀ ରୁଚି ରଖେ | ଯେବେ ବି ସାହିତ୍ୟ ପଢିବାକୁ କହିଲେ ଗୋଟାଏ କଥା କହେ ସେଟା ପଢିଲେ ମୁଁ ଝିଅ ସ୍ବପ୍ନ ଦେଖେ | ମା ଆଉ ଦିଦି ମାନେ ହସିପୋକାନ୍ତି | ସେ ପୁଣି କହେ.... ସେ କୁଳୁ କୁଳୁ ନଈ, ଝର ଝର ଝରଣା, କଉଠି ଜହ୍ନ୍ନ ନାୟିକା ତ କଉଠି ନାୟିକା ବି ଖଳନାୟିକା | ମୁଁ ତାକୁ ସବୁବେଳେ କହେ ମୁଁ ଅଭିଶାପ ଦଉଛି ତୁ ସାହିତ୍ୟ ରେ ଫେଲ ହବୁ |ଆଉ ଯଦି ମୁଁ କେବେ ମାଡ଼ ଖାଇଲି ମା କୁ ଆସି ସାଙ୍ଗେ କହିପକାଏ | ଏମିତି ମୋଜା ମସ୍ତି ଭିତରେ ମୁଁ ବି ବାହାରେ ରହି D. El. Ed ପଢ଼ିଲି ତେଣୁ ଏବେ ସେ ଏକା ଘରେ ମୁହଁ ଲଗେଇବାକୁ କେହି ମିଳୁନାହାଁନ୍ତି ନା କାହା ସହ ଲାଗିବ ଫନ କରିକି ମୋ ପିଛା ଛାଡେନି | ଫନ ରେ ତ କେବେ ଆସିବୁ କହି କହି ଅତର୍ଚ୍ଚା କରିପୋକାଏ | ମୁଁ କେତେ ଖୁସି ହୋଉଥାଏ ଯାହା ହୋଉ ଭାଇ ଟା ମୋର କେତେ ମନରେ ପକୋଉଛି |କିନ୍ତୁ ଘରକୁ ଗଲେ ବ୍ୟାଗ ଝାଡ଼ି ଝୁଡି ଆଗ ସବୁ ଭଲ ଭଲ ଜିନିଷ ନେଇଯାଏ | ଥରେ କହିବା ବି ଦରକାର କରେନି | ହଁ ଅବଶ୍ୟ ସେସବୁ ତା ପାଇଁ ଆଣିଥାଏ କିନ୍ତୁ ଭାବୁଥିଲି ଏଥର ଏସବୁ ଲୋଭ ଦେଖେଇ ତାକୁ ମୋ କାମ କରେଇବି | କାହିଁକି ନା ଦିଦି ଯେତେବେଳେ ଚକଲେଟ ଆଣୁଥିଲା ସେସବୁ ଆଗ ନେଇଯାଇକି ମୋତେ ଅର୍ଡର କରୁଥାଏ | ଏଥର ମୋ ପାଳି.... କିଂତୁ ସେ ତ ଆଗୁଆ ନେଇଯାଏ | ବହୁତ ଥର ବଡ଼ିଆ ପିଟା ହେଇଛୁ......ମା ରାଗିଥିଲେ ଦୁହିଁଙ୍କୁ ବାଡାନ୍ତି | ନହେଲେ ମୋତେ ଟିକେ ଗାଳି ପଡେ | ଏଇଭଳି ମନ ଇଛା ରାଜୁତି କରେ ସେ ଆମ ଘରେ | ସ୍ବେଛାଚାରି ରାଜା ସେ......

ଏମିତି କିଛି ବର୍ଷ ପରେ ଦିଦି ବାହାଘର ହୁଏ..... ଦିଦି ବିଦାଇ ବେଳେ ଆମେ ବହୁତ କାନ୍ଦନ୍ତି | ଦିଦି ଆମ ତିନିଜଣକୁ ଅଙ୍କୁଡ଼େଇ ସବୁବେଳେ କହୁଥାଏ ବହୁତ ମନେ ପଡିବ ତମ ମାନଙ୍କ କଥା | କାନ୍ହା ପୂଜା ସହ ଝଗଡା କରିବୁନି ଜାମା ବି | ଏମିତି କହୁ କହୁ ଦିଦି କୁ ଗାଡି ଭିତରେ ବସେଇ ଦିଅନ୍ତି ଜବରଦସ୍ତି ଦିଦି ଆଖିର ଲୁହ ଦେଖି ଭାରି କଷ୍ଟ ଲାଗେ...... ଦିଦି ର ଗାଡି ବାହାରି ଯିବା ପରେ ସମସ୍ତେ ଘର କୁ ପଳାନ୍ତି କିନ୍ତୁ କାନ୍ହା ସେଇ ବେଦି ପାଖ ରେ ବସି ଥାଏ | ମୁଁ ଯାଇ ଡାକିଲି ଆସ ଖାଇବୁ | କେଜାଣି କଣ ହେଲା ଜାବୁଡି ଧରି ମୋତେ ବହୁତ କାନ୍ଦିଲା | ଖାଲି ଏତିକି କହୁଥିଲା.... ଦିଦି କାଲି ତୁ ବି ପୋଳେଇବୁ ମୋତେ ଛାଡିକି | ମୁଁ ଏକା ହେଇଯିବି ନା ଦିଦି | ତମ ମନାକର ଶାଶୁ ଘର ଯିବା କଣ ନିହାତି ଦରକାର |

ଆହା ତାର ଏଇ ପରିସ୍ଥିତି ର ଫାଇଦା ନେଇ ମୁଁ ତାକୁ କହୁଥାଏ ହଁ ରେ... ମୁଁ ବି ଚାଲିଯିବି | ବହୁତ ଦୂର ରୁ ଧଳା ଘଡ଼ା ଚଢ଼ୀ ଗୋଟେ ରାଜକୁମାର ଆସିବ ଆଉ ତ ଦିଦି କୁ ନେଇଯିବ |

କାନ୍ଦିବା ର ସ୍ୱର ଟା ଆଉ ଟିକେ ଜୋର ହେଇଯାଏ | ମୋତେ କାଇଁ ଆଉ ଲାଗେନି ଏଥର ସେ ମୋତେ ଚିଡ଼େଇବା ପାଇଁ କାନ୍ଦୁଛି | ଆଖି ତାର ଏକଦମ ଲାଲ ହେଇଯାଇଥାଏ | ମୁଁ ବି ଆଉ ମୋ କୋହ ସମ୍ଭାଳି ପାରିଲିନି ଜାବୁଡି ଧରି ସେଇଠି କାନ୍ଦିଲି | ସେ ମୋ ଆଖି ରୁ ଲୁହ ପୋଛିଦିଏ ଆଉ ମୁଁ ତା ଆଖିରୁ | ଏପଟେ ମା ଆଉ ମଝିଆଁ ଦିଦି ଆସି କୁହନ୍ତି ଆହା କି ବିରଳ ଦୃଶ୍ୟ | ନିତ୍ୟା ଏସବୁ ରେକର୍ଡ କଲୁ ମୂଷା ବିଲେଇଙ୍କ ବିବାଦ ତୁଟି ଯାଇଛି | ସେତିକି ବେଳେ ମୋ ହାତ ରୁ ଦିଦି ଦେଇଥିବା ଚକଲେଟ କୁ ନେଇ ସେ ଦୌଡ଼ି ପୋଳେଇଛି | ପୁଣି ସେଇ ପୂରଣା କଥା କିନ୍ତୁ ସେ ଯେ ମୋତେ କେତେ ଭଲ ପାଏ ମୁଁ ବେଶ ଅନୁମାନ କରିପାରୁଥିଲି | କିଂତୁ ଦେଖ ଆଖି ରୁ ଲୁହ ନ ସରୁଣୁ ରଙ୍ଗ ଦେଖେଇବା ଆରମ୍ଭ କରିଦେଲା | ଆଜି କିନ୍ତୁ ଛାଡ଼ିବିଣନି ତାକୁ......ନିଜକୁ ରାଜା ଭାବୁଛୁ.....

ଆମ ସମସ୍ତଙ୍କ ଜୀବନ ରେ ଏମିତି ଅନେକ ସ୍ମୃତି ଥିବ | ଯେତେବେଳେ ସାମ୍ନା ଵାଲା ଆମକୁ ଏତେ ଭଲ ପାଏ ବୋଲି ଆମେ ଜାଣୁ ଜଣା ନାଇଁ ହୃଦୟ ର କୋଉ କୋଣ ରୁ ଲୁହ ଆପେ ଆପେ ଚାଲିଆସେ | ଭାଇ ଭଉଣୀ ର ସମ୍ପର୍କ ବେଶ ନିଆରା ||||



Rate this content
Log in