Itusmita Behera

Children Stories Inspirational Children

4.5  

Itusmita Behera

Children Stories Inspirational Children

ଧର୍ଯ୍ୟ ର ଫଳ ମିଠା

ଧର୍ଯ୍ୟ ର ଫଳ ମିଠା

6 mins
536


ଜୀବନ ର ପ୍ରତିକ୍ଷଣ ରେ ପରୀକ୍ଷା ଦେବାକୁ ହୁଏ | ଜଣା ନାହିଁ ଏଠି କିଏ କେବେ କେଉଁ ପରୀକ୍ଷା ର ସାମ୍ନା କରେ | କିନ୍ତୁ ଧର୍ଯ୍ୟ ଆଉ ସାହସ ର ସହ ସାମ୍ନା କରୁଥିବା ମଣିଷ ହିଁ ସବୁ କିଛି କୁ ପାରି କରି ଆଗକୁ ବଢ଼ି ପାରେ | ଜୀବନ ର ଚଲା ପଥ ରେ କେତେବେଳେ ଫୁଲ ତ କେତେବେଳେ କଣ୍ଟା |କିନ୍ତୁ ଆମକୁ ଚାଲିବାକୁ ତ ହୁଏ ନା | ଖାଲି ଏତିକି ନୁହଁ ଏଠି ଅନେକ ନିଜ ନିଜ ମତ ରେ ଦୁନିଆ କୁ ଅଲଗା ଅଲଗା ତରିକା ରେ ଦେଖନ୍ତି | ଯିଏ ଏ ଦୁନିଆ କୁ ଯେମିତି ଦେଖିଲା ତା ପାଇଁ ଦୁନିଆ ସେମିତି | ଯିଏ ଧର୍ଯ୍ୟ ସହ ଆଗକୁ ବଢିଲା ସେ ତା ଜୀବନ ର ରାସ୍ତା ରେ ବହୁତ ଆଗକୁ ଗଲା ଆଉ ଯିଏ ପଛରେ ରହିଲା ସେ ରହିଗଲା | ଆଜି ସେଇଭଳି ଏକ କାହାଣୀ

ଆଶା ଦଶ ବାର ବର୍ଷ ଝିଅ ଟିଏ | ସବୁବେଳେ ଜିଦ୍ଦି କରେ ଜେଜେମା ପାଖରେ ଗପ ଶୁଣିବା ପାଇଁ | ତେବେ ଜେଜେମା ତାକୁ କେବେ ପରିରାଇଜ ର କାହାଣୀ ତ କେବେ ଜୀବ ଜନ୍ତୁ ଙ୍କ କାହାଣୀ କୁହନ୍ତି | ଆଶା ଭାରି ଖୁସି ହେଇଯାଏ | କାହାଣୀ ଶେଷ ରେ ଜେଜେମା ତାକୁ ଗୋଟେ ଭଲ ଉପଦେଶ ଦିଅନ୍ତି | ସେଦିନ ଆଶା ର ମା ଆଶା କୁ ଗୋଟେ କାମ ପାଇଁ ପ୍ରବଳ ପାଟି କରିଥିଲେ | କାମ ଟି ହୋଉଛି ଆଶା ହାଣ୍ଡି ଗଢି ବସିଥିଲା | ବାପା ତାର ହାଣ୍ଡି ଗଢ଼ନ୍ତି | ସେଦିନ ହାଣ୍ଡି ନେଇ ବିକ୍ରି କରିବାକୁ ଯାଇଛନ୍ତି | ତେଣୁ ତା ମା କହିଲେ ଆଶା ଗଲୁ ରେ ମା ଟିକେ ଲାଗିପଡିଲୁ ଆଶା ବେଶ ଆଗ୍ରହ ସହକାରେ ତ ଯାଇଛି କିନ୍ତୁ ତା ଦ୍ୱାରା ସେଇଟା ସମ୍ଭବ ହେଇନି | ମନେ ମନେ ଭାବିଛି ଆହା ବାବା ତ କେତେ ସହଜ ରେ କରିପୋକାନ୍ତି | ମୋର କାଇଁ ହଉନି ଯେ |ତା ମନ କଷ୍ଟ ହେଇଛି |ସେଇଟା ଆଶା ପ୍ରଥମ ଥର କରିଥିଲା | ଆଉ ଏମିତି ଗାଳି ଶୁଣିବା ପରେ ଆଶା ର ମନ ବଳ ଭାଙ୍ଗି ଗଲା | ସେ ମନେ ମନେ ନିଜକୁ ଧିକାର କଲା | ମା ତାକୁ କହିଥିଲେ ତୁ କିଛି କାମ କୁ ନୁହଁ | ଦେଖ ସେ ଗୋପୀ ବାବୁଙ୍କ ପୁଅ ଙ୍କୁ ପାଠ ରେ ଆଗୁଆ ସହ ସାଠ ରେ ଵି ଆଗୁଆ ଆଉ ତୁ ଯୋଉ କଥା ଆଶା କୁ ବହୁତ ବାଧିଛି | ସେ ଭାବିଲା ନାଇଁ ଆଉ କେବେ ମୁଁ ଏଠି ବସିବିନି | ଏ କାମ ମୋ ଦ୍ୱାରା ହବନି | ପୁଣି ମା ତାକୁ ଚୁଲି ଜଳିବାକୁ କହିଛନ୍ତି | ଆଶା ଚୁଲିଜାଳି ବସିଛି | କିନ୍ତୁ ଦିଆସିଲି ଖୋଳ ଅଧା ହେଇ ଗଲାନି ଅଥଚ ନିଆଁ ଚୁଲି ପାଖେ ପହଞ୍ଚୁନି | ମା ପୁଣି ଆସି କହିଛନ୍ତି ହୋଇଲ ଆଶା ଏଇ ଛୋଟ କାମ କଣ ତ ଦ୍ୱାରା ସମ୍ଭବ ହଉନି | ଗୋଟେ ଦିଆସିଲି ସରିସାରିଲୁଣି | ଉଠ ସେଠୁ | ଆଶା ମୁହଁ ଶୁଖେଇଦେଇ ଚାଲିଯାଇଛି | କିଛି ଅଭିଜ୍ଞତା ଅଭାବ ରୁ ଆଶା ଏସବୁ କାମ କରିପାରୁ ନଥିଲା | କିନ୍ତୁ ତା ମା ଙ୍କ କଥା ଆଶା ର ଆତ୍ମ ବିଶ୍ୱାସ ଉପରେ ପ୍ରଭାବ ପକଉ ଥିଲା | ସେ ଘର ଭିତରେ ଯାଇ ପଲଙ୍କ ରେ ପେଟେଇ ମୁହଁ କୁ ତକିଆ ରେ ଗୁଂଜି କାନ୍ଦୁଥିଲା | ସେତିକି ବେଳେ ଜେଜେମା ଆସି ପଚାରିଲେ ଆରେ ଏ ଆଶା କାଇଁ କାନ୍ଦୁଛୁ ବା ଆଶା ମା କହିଛନ୍ତି ମା କିଛି କାମ କୁ ନୁହଁ ଖାଲି ଟାରେ କନ୍ଦା କଟା କରୁଛି | ଜେଜେମା ଆଶା କୁ କୋଳେଇ ନେଇ କହିଲେ ଉଠିଲୁ ମା, କଣ ହେଇଛି ମା ତତେ କାହିଁକି ପାଟି କରୁଛି କହିଲୁ |

ଆଶା ମୁହଁ ଖୋଲି କହିଛି ଜେଜେମା ସତରେ ମୁଁ କିଛି କାମ କୁ ନୁହଁ | ଜାଣିଛ ବାବା ହାଣ୍ଡି ଗଢିବା ବେଳେ ମୁଁ ଦେଖିଲେ ବେଶ ଖୁସି ହେଇଯାଇ ଭାବେ କେତେ ସହଜିଆ କାମ | ତେଣୁ ମା କହିବାରୁ ମୁଁ ଯାଇଥିଲି ହେଲେ ପାରିଲିନି ଜେଜେମା | ଆଉ ସାଧାରଣ ଚୁଲି ଵି ଜଳେଇ ପାରିଲିନି | ସେଇଥିପାଇଁ ମା ମୋତେ ପାଟି କରୁଛି |ପୁଣି ଜେଜେମା ପଚାରିଛନ୍ତି ଆଲୋ ଆଶା ତୁ କେତେଥର ଚେଷ୍ଟା କରିଛୁ

ଆଶା କହିଛି ଏଇ ଥରେ ଦୁଇଥର | ଜେଜେମା ହସିକି କହିଛନ୍ତି ହୋଉ ଆସ ଗୋଟେ ଗପ ଶୁଣିବା

ଯେତେବେଳେ ସୃଷ୍ଟି କର୍ତ୍ତା ବ୍ରହ୍ମ ଦେବ ଏ ସଂସାର ର ମନୁଷ୍ୟ ଙ୍କୁ ସୃଷ୍ଟି କଲେ ପରେ ପରେ ଗଛ ଲତା, ପାହାଡ଼,ପର୍ବତ, ନଦୀ, ଝରଣା ଏମିତି ବହୁତ କିଛି ସୃଷ୍ଟି କରିଲେ | ପୁଣି ଭଗବାନ ବିଷ୍ଣୁ କହିଲେ କିଛି ଜୀବ ଙ୍କୁ ସୃଷ୍ଟି କର ଯାହାକୁ ଏ ମଣିଷ ଭୟ କରିବ | ତେଣୁ ବ୍ରହ୍ମ ଦେବ ଅନେକ ଜୀବ ଙ୍କୁ ସୃଷ୍ଟି କାଲେ | କିନ୍ତୁ କିଏ ପଶୁ କିଏ ପକ୍ଷୀ ତା ସ୍ଥିର ହେଇ ନଥିଲା | ବ୍ରହ୍ମ ଦେବ ମାଟି ତଳେ କିଛି ଜୀବ ଙ୍କୁ ରଖିଲେ | ଆଉ କିଛି ସର୍ପ ପ୍ରଜାତି ଙ୍କୁ ସୃଷ୍ଟି କରିଲେ କଥା ଏମିତି ସୃଷ୍ଟି କରୁ କରୁ ସେ ଆକାଶ ପଥ ରେ ନିର୍ଦ୍ୱନ୍ଦ ରେ ଉଡ଼ିପାରୁଥିବା ପକ୍ଷୀ ମାନଙ୍କୁ ରଖିବେ ବୋଲି ସ୍ଥିର କରିଲେ | ସେତେବେଳ ଯାଏ ସମସ୍ତଙ୍କ ର ଦୁଇଟି ହାତ ଆଉ ଦୁଇଟି ଲେଖାଏଁ ଗୋଡ଼ ଥିଲା | ବ୍ରହ୍ମ ଦେବ କହିଲେ ସ୍ୱଇଚ୍ଛା ରେ କୋଉମାନେ ଆକାଶ ରେ ଉଦିବୁଲିବାକୁ ଚାହୁଁଛ ଆସ | ସମସ୍ତେ ଆସିଲେ | କରଣ ମନ ଆନନ୍ଦ ରେ ଉଦିବୁଲିବା କୁ କାହାର ଇଛା ନଥିବ କହିଲୁ |ବ୍ରହ୍ମ ଦେବ ଭାରି ବିପଦ ରେ ପଡିଗଲେ | ସମସ୍ତେ ଏକ ହେଲେ କେମିତି ହବ | ସଂସାର ରେ ତ ବିଚିତ୍ର ପ୍ରାଣୀ ଙ୍କୁ ସୃଷ୍ଟି କରିବାକୁ ହବ | ତେଣୁ ସେ ବିଷ୍ଣୁ ଙ୍କ ପାଖକୁ ଗଲେ | ସେଠି ବିଷ୍ଣୁ ତାଙ୍କୁ ସବୁ ଜୀବ ଙ୍କୁ ଧରି କୈଳାସ ଆସିବା ପାଇଁ କହିଲେ | ବ୍ରହ୍ମ ଦେବ ଙ୍କ ସହ ସବୁ ପଶୁ କୈଳାଶ ଆସିଲେ | ସେଠି ଦେବାଦୀ ଦେବ ମହାଦେବ ଙ୍କୁ ପ୍ରାର୍ଥନା କଲେ | ମହାଦେବ ଏକ ବିଶାଳ ପର୍ବତ ଆକାର ଖମ୍ବ ରଖିଲେ ଏବଂ ତା ସାଙ୍ଗ କୁ ସେଠି ପାହାଚ ରଖିଲେ | ସର୍ତ ରହିଲା ଖମ୍ବ ର ଶୀର୍ଷ କୁ ଯିଏ ପହଂଚି଼ବ ଗୋଡ଼ ବିନା ସେ ପକ୍ଷୀ ହେବ | ଖମ୍ବ ଟି ବେଶ ଖସଡ଼ା ଥିଲା |ପାଦ ପକୋଉ ପକୋଉ ପିଛୁଳି ଯାଉଥିଲା | ସବୁ ଜୀବ ଚେଷ୍ଟା କଲେ | ଅନେକ ଦୁଇଚାରି କଚଡ଼ା ରେ ହାର ମାନିଗଲେ | ଏମିତି କିଛି କିଛି ହାର ସ୍ୱୀକାର କରି ଫେରିଆସନ୍ତି | ଅନେକ ଦିନ ବିତିଯାଏ ଏଇ ଘଟଣା କୁ | ଯୋଉମାନେ ଥକି ଯାଇ ଫେରି ଆସନ୍ତି ସେମାନଙ୍କୁ ବ୍ରହ୍ମ ଦେବ ପଶୁ ର ଆକୃତି ରେ ଦୁଇହାତ କୁ ଗୋଡ଼ କରି ପଶୁ ନାମ କରଣ କରି ଭୁପୃଷ୍ଠ କୁ ପଠାନ୍ତି | ଏମିତି ଅନେକ ଜୀବ ପଛକୁ ନ ହଟି ସେମିତି ଚେଷ୍ଟା ଜାରି ରଖନ୍ତି | ଏମିତି ପ୍ରୟାସ ଭିତରେ ଅନେକ ପଡ଼ି ଖଣ୍ଡିଆ ଖାବରା ହୁଅନ୍ତି | କିନ୍ତୁ ପୁଣି ଉଠନ୍ତି | ସେଇ ଭିତରେ ଅନେକଙ୍କ ଗୋଡ଼ ଭାଙ୍ଗିଯାଏ | ତଥାପି ପ୍ରୟାସ କରନ୍ତି କିନ୍ତୁ କେହି ଉଠିପାରନ୍ତିନି | ତଥାପି ନିଜ ହାର ସ୍ୱୀକାର କରନ୍ତିନି | ଆସ୍ତେ ଆସ୍ତେ ସେମାନଙ୍କ ହାତ ର ଲମ୍ବା କମିବାକୁ ଲାଗେ ଏଥର ଉଠିବାକୁ ଆହୁରି କଷ୍ଟ ଅନୁଭବ କରନ୍ତି | ପୁଣି ତାଙ୍କ ପିଠି ପାଖରେ ଡେଣା ବାହାରେ ଏଥର ସେମାନେ ଉଡିବା ଅଭ୍ୟାସ କରନ୍ତି | ଆଉ ନିର୍ଦ୍ବନ୍ଦ ରେ ପାହାଚ ରେ ପାଦ ନ ରଖି ସେମାନେ ସେଇ ଖମ୍ବ ର ଉପରେ ପହଞ୍ଚନ୍ତି | ଯୋଉମାନେ ନିଜ ଆତ୍ମ ବଳ ଉପରେ ବିଶ୍ୱାସ ରଖି ପ୍ରୟାସ କରୁଥିଲେ ସେମାନେ ଆକାଶ ର ବହୁ ଉଚ୍ଚ କୁ ଉଡ଼ିପାରନ୍ତି | ଯେମିତି ଚିଲ, ଶାଗୁଣା, ଏଇସବୁ | ଆଉ ଯୋଉମାନଙ୍କୁ ଅନ୍ୟମାନେ ଜବରଦସ୍ତି କହୁଥିଲେ ଡେଇଁବା ପାଇଁ ସେମାନେ ପକ୍ଷୀ ହେଲେ କିନ୍ତୁ ବେଶୀ ଉଚ୍ଚ କୁ ଉଡ଼ିପାରନ୍ତି ନାହିଁ | କୁକୁଡ଼ା ତା ସାଙ୍ଗ କୁ ବତକ |ସମସ୍ତଙ୍କ ଭିତରେ ତ କଥା ଛିଣ୍ଡିଲା କିନ୍ତୁ ମାଙ୍କଡ଼ କହିଲା | ମୁଁ କଣ ହେବି | ଅନେକ ପକ୍ଷୀ ମୋ ଉପରେ ଚଢ଼ୀ ଯାଇ ଉଠିବାକୁ ଚେଷ୍ଟା କରୁଥିଲେ ମୁଁ ତ ଥକି ପଡ଼ିଥିଲି କିନ୍ତୁ ସେମାନେ ମୋ ଲାଗି ଜିତିଛନ୍ତି | ମୋ କଥା ଵି ବୁଝା ଯାଉ | ସେତିକି ବେଳେ ବିଷ୍ଣୁ କହିଲେ ଯା ଆଜି ଠୁ ତୁ ଡିଆଁ ଡେଇଁ ରେ ଧୁରନ୍ଦର ହବୁ | ତତେ କେହି ଛୁଇଁବା କଷ୍ଟ କର ବ୍ୟାପାର ଏକ | ତୁ ଏ ଡାଳ ରୁ ସେ ଡାଳ କୁ ବିନା ଶଙ୍କୁ ରେ ଡ଼େଇଁବୁ |ସମସ୍ତଙ୍କ ମନ ଖୁସି ହେଇଗଲା | ସମସ୍ତେ ଧରା ପୃଷ୍ଠ କୁ ଆସି ନିଜ ନିଜ କର୍ତ୍ତବ୍ୟ ପାଳନ କଲେ |

ଏଥର ଜେଜେମା ଆଶା କୁ ପଚାରିଛନ୍ତି ଆଲୋ ଆଶା କିଛି ଶିଖିଲୁ ନା ନାଇଁ | ଆଶା ଖିଲି ଖିଲି ହସି କହିଲା ମୁଁ ଵି ନହାରି ଡିଆଁ ମାରିଲେ ମୋର ଡେଣା ବାହାରିବ |

ଜେଜେମା କୁହନ୍ତି ଧେତ ପାଗେଳୀ | ଏଇଠି ଧର୍ଯ୍ୟ ଆଉ ଅଭ୍ୟାସ କଥା ଶିଖୁଲୁ |ଧର୍ଯ୍ୟ ସହ କାମ କରିଲେ ଆଉ ଅଭ୍ୟାସ କରିଲେ ସଫଳତା ନିହାତି ମିଳିବ | ତେଣୁ ତୁ ହାଣ୍ଡି ଗଢିବା ଅଭ୍ୟାସ କରିବା ପରେ ଯାଇ କରିପାରିବୁ | ଜେଜେମା ଏଥର କହିଲେ

ମୋ ଗପଟି ସରିଲା | ଫୁଲ ଗଛ ଟି ମରିଲା | ଆଶା କହିଲା କଣ ପାଇଁ ରେ ଫୁଲ ଗଛ ତୁ ମରିଲୁ | ଜେଜେମା କହିଲେ ଫୁଲ ଗଛ କୁ ପାଣି ଦେଲିନି | ଆଶା କହିଲା କାହିଁକି ଦେଲନି ? ଜେଜେମା କହିଲେ ମୋ ଆଶା କାନ୍ଦିଲା | ଏବେ କହ ଆଶା ତୁ କହିକି କାଂଦିଲୁ | ଆଶା ହସି ହସି କହୁଥାଏ ପିମ୍ପୁଡି କାମୁଡି ଦେଲା ପାଦ ରେ | ଜେଜେମା ପଚାରିଲେ କାହିଁକି ରେ ପିମ୍ପୁଡି କାମୁଡ଼ିଲୁ ଆଶା କୁ ପିମ୍ପୁଡି ଉତ୍ତର ରଖି କହିଲା ଭୁଇଁ ତଳେ ତଳେ ଯାଏ, କଅଁଳି ମାଂସ ଦେଖି କାମୁଡି ପକାଏ |

ଜେଜେମା ନାତୁଣୀ ଦୁହେଁ ହସିଛନ୍ତି |

କଣ ଶିଖିଲୁ ଧର୍ଯ୍ୟ ଏବଂ ଅଭ୍ୟାସ ବଳରେ ଅସାଧ୍ୟ କାମକୁ ସାଧ୍ୟ କରା ଯାଇ ପାରେ |

                         



Rate this content
Log in