STORYMIRROR

Itusmita Behera

Tragedy Inspirational Children

3  

Itusmita Behera

Tragedy Inspirational Children

ସର୍ବେ ଅଟନ୍ତି ସମାନ

ସର୍ବେ ଅଟନ୍ତି ସମାନ

3 mins
374

ଶାନ୍ତ ସବୁଜ ପରିବେଶ ଘଞ୍ଚ ଜଙ୍ଗଲ ରେ ପରିପୂର୍ଣ | ସେଠି ଆମ ପ୍ରକୃତିର ଏମିତି କିଛି ସୃଷ୍ଟି ମାନେ ଅଛନ୍ତି ଯୋଉମାନେ ଏଇ ମଣିଷ ସମାଜ ଠୁ ବୋହୁ ଦୂରରେ,ସେମାନଙ୍କ ଭାଷା ଅଲଗା ଖାଦ୍ୟପେୟ ବି ଅଲଗା | ବିବେକ ହୀନ ବୋଲି ଆମେ ଜାଣିଲେ ବି ବାସ୍ତବରେ ବୋଧେ ଆମେ ମଣିଷ ବେବେକ ବୋଲି କିଛି ଅଛି ସେଇଟା ଆମେ ସେମାନଙ୍କ ଠୁ ଶିଖିବା କଥା | ଆମେ ଧର୍ମ ନାମ ରେ କୁକୁରକୁ ଡାକି ଖାଇବାକୁ ଦଉ ଆଉ ସେ ବିଚରା କୁକୁର ଭୋକ ମେଂଟେଇବା ପାଇଁ ଆସେ | ତା ସ୍ୱାର୍ଥ କେବଳ ସେତିକି କିନ୍ତୁ ଆମେ ଭାବନ୍ତି ଯେତିକି ଦିନ ବ୍ରତ ସେତିକି ଦିନ ଆସୁ | ତା ପରେ ଆସିଲେ ଆମେ ତାଗିଦ କରି କହନ୍ତି- ତତେ ଆଠ ଦିନ ଦେଇଦେଲୁ ବୋଲି ତୁ ସବୁଦିନ ଆସିବୁ,ଆସ ଆଉ ଥରେ ତ ସହ କଥା ବାର୍ତା କିନ୍ତୁ କୁକୁର ଟିକୁ ପଲିଥିଲେ ଖାଲି ଚୋର ନୁହଁ ବରଂ ସେଇ ଘର ସାମ୍ନା ରେ ଯାହାକୁ ବି ଦେଖିଲେ ସେ ସତର୍କ କରେଇଦେବ ସବୁଦିନେ ଏଇ ହୋଉଛି ସେମାଙ୍କର ଆଉ ଆମ ଭିତରେ ଫରକ | ଏଇ ହୋଉଛି ସେଠି ରହୁଥିବା ଜୀବନ ଆମ ଆମ ଭିତରେ ଥିବା ଜୀବନ ମଧ୍ୟରେ ଫରକ ସେମାନଙ୍କ ପାଖରେ ଯୋଉ ଶକ୍ତି ଅଛି ସେ ଚାହିଁଲେ ହୁଏତ ଆମ ସତ୍ତା ବି ରହିବନି କିନ୍ତୁ ଆମେ ମଣିଷ ପରା ଗୋଟାଏ ଗୋଟାଏ ଛଳନା ବସ୍ତୁ ଆମକୁ ଯୋଉପଟେ ଓଲଟେଇବ ଆମେ ସେଇପଟେ ହବୁ ଯଦି ସେମାନଙ୍କ ଠୁ ଅଧିକା ଶକ୍ତି ଆମର ତାହେଲେ ହାତୀପୋଲ ପୋଷି ଆସିଲେ ଆମେ ଓସ୍ତବ୍ୟସ୍ତ ହୁଅନ୍ତୁନି ଯାଇ ଲଢେଇକରନ୍ତୁ ହଁ ଆମ ପାଖେ ବୁଦ୍ଧି ଅଛି ଭାରି ବୁଦ୍ଧିଆ ସେଇପାଇଁ ତ ଆମେ ଆଗୁଆ ସେମାଙ୍କର ଶକ୍ତି ଥିଲେ କଣ ହବ ବୁଦ୍ଧି ନାଇଁ ପରା ସେଇ ପାଇଁ ସେ ପଶୁ ତାଙ୍କର ସମ୍ପର୍କ ବୋଲି କଣ ଅଛି ସେଇ ପାଇଁ ବୁଦ୍ଧି ଲଗେଇ ଖାଇବା ରେ ବମ ପୁରେଇ ତାଙ୍କୁ ଖାଇବାକୁ ଦେଇ ଆମେ ମଜା ନବା ବାଃ ବାଃ ରେ ଆମେ ବୁଦ୍ଧିଆ ପ୍ରାଣୀ ଶୁଣିଛି ଆଗ ଯୁଗ ରେ ମୁନି ରୁଷି ମାନେ ପଶୁ ପକ୍ଷୀଙ୍କ ସହ କଥା ବାର୍ତା ହୋଉଥିଲେ ଅବଶ୍ୟ ସତ୍ୟତା କେତେ ଜଣା ନାଇଁ କିନ୍ତୁ ଏଇ ବୁଦ୍ଧିଆ ପ୍ରାଣୀ ଙ୍କ ଠୁ ତ ଏଇ ଜୀବ ବହୁତ ଭଲ ତେବେ ଆମେ କାହାଣୀ ଆଡକୁ ଯିବା କାହାଣୀର ରୂପ ମାତ୍ର କିନ୍ତୁ ଘଟଣା ସତଅନେକ ନିରୀହ ଜୀବ ସେଦିନ ରହୁଥିଲେ ସେଇ ଜଙ୍ଗଲ ଭିତରେ ଛୋଟ ହାତୀ ଛୁଆ ଟେ ଗେଲ୍ହା ହୋଉଥିଲା ତା ମା ସହ ଜଙ୍ଗଲରେ ବୁଲି ବୁଲି ଡାଳ ପତ୍ର ଭାଙ୍ଗି ଖାଇବା ଶିଖୁଥିଲା ଛୋଟ ଛୋଟ ଚଢେଇ ବସାରେ କିଛି ଛୁଆ ଚଢେଇ ଆଉ କିଛି ଅଣ୍ଡା କୁ ଛାଡି ଉଡିଯାଇଥିଲା ମା ଚଢେଇ କିଛି ଖାଦ୍ୟ ପାଇଁ ମହାବଳ ବାଘୁଣୀ ପ୍ରସବ ପାଇଁ ଯନ୍ତ୍ରଣା ରେ ଛଟ ପଟ ହୋଉଥିଲା ଆଉ ବାଘ କୁନି ବାଘ ଛୁଆଙ୍କୁ ଶିଖାଉ ଥିଲା ଶିକାର କରିବା ହରିଣ ମାନେ ଦଳ ବାନ୍ଧି ଯାଉଥିଲେ।ପିମ୍ପୁଡି ମାନେ ବି ଗାତ ରୁ ବାହାରି ଖାଦ୍ୟ ପାଇଁ ଯାଉଥିଲେ ।ଏମିତି ଛୋଟ ରୁ ବଡ ସମସ୍ତେ ନିଜ ନିଜ କାମ ଧନ୍ଦା ରେ ବ୍ୟସ୍ତ କେଜାଣି କାହା ନଜର ଲାଗିଲା ଜଳି ଉଠିଲା ସେମାନଙ୍କ ହସିଲା ଖେଳିଲା ସଂସାର ହୁ ହୁ ହେଇ ଜଳୁଥିଲା ତାଙ୍କ ଜନ୍ମଭୂମି କଉଠି ଛୁଆକୁ ଜଳିବାର ଦେଖି ମା ହୃଦୟ ଯନ୍ତ୍ରଣାରେ ଫାଟି ପଡୁଥିଲା ତ ଆଉ କଉଠି ମାକୁ ଜଳିବାର ଦେଖି ଛୁଆ ରାହା ଧରି କାନ୍ଦୁଥିଲା । ଜୀବନ ବିକଳରେ ଧାଇଁ ବୁଲୁଥିବା ଜୀବଙ୍କ ଭିତରେ କିଏ ଜଳନ୍ତା ଗଛ ତଳେ ଚାପି ହେଇ ମରି ଯାଉଥିଲା ତ ଆଉ କିଏ କଣ କରିବ ବୁଝିପାରୁନଥିଲା ନା ସେଇ ସମୟକୁ ଆୟତ୍ତ କରିବା ସେମାନଙ୍କ ଅଧୀନ ରେ ଥିଲା ଆଉ ନା କିଛି କରିପାରିବା ପ୍ରକୃତି ଜଳି ପୋଡି ଛାରଖାର ହେଇଯାଉଥିଲା ଶୁଣିବା ଲୋକ ବି କହୁଥିଲା ଆଃ କ'ଣ ହୋଉଛି ଏଇ ଆଉ ତାକୁ ଆୟତ୍ତ କରିବା ହୁଏତ ମଣିଷ ପାଖେ ସମ୍ଭବ ନଥିଲା ।ସେଇ ପଶୁ ମାନଙ୍କ ଆର୍ତ୍ତ ଚିତ୍କାର ଆଉ ଆକୁଳ ଭରା ପ୍ରାର୍ଥନାରେ ଅଟକି ପାରିଲେନି ଭଗବାନ ସେଦିନ ମୃଗୁଣୀକୁ ଅଗ୍ନି ଚକ୍ରରୁ ବଂଚେଇବା ଭଳି ଏଇ ପ୍ରକୃତିରେ ଧ୍ବଂସ ଵିଧ୍ଵଂସର ତାଣ୍ଡବ ରଚୁଥିବା ଅଗ୍ନିକୁ ଶାନ୍ତ କରିବା ପାଇଁ ଆସିଲା ସୁଶୀତଳ ବାରି ଧାରା ଚାରିଦିଗରୁ ଦେଖା ଗଲା କଳା ବାଦଲ ଘଟି ଗଲା ଘନ ଅନ୍ଧକାର ସବୁ ପଶୁ ଚାହିଁବସିଥାନ୍ତି ସେଇ କଳା ବାଦଲର ସୁଶୀତଳ ବଏଇଧାର କୁ ଆଖି ବୋହିଯାଉଥାଏ । ଆନନ୍ଦ ଅଶ୍ରୁ ଆଉ ହୃଦୟ ରେ ପ୍ରିୟ ଜଣଙ୍କୁ ହରେଇବାର ଦୁଃଖରେ ସନ୍ତାପିତ କିଛି ସମୟ ପରେ ସେଇ କଳା ବାଦଲର ମୁଷଳ ବାରି ଧାରା ରେ ଶାନ୍ତ ପଡିଗଲା ସେଇ ମହା ଅଜଗର ରୁପି ଅଗ୍ନି ଆଉ କିଛି ସମୟ ପରେ ପୁଣି ସୂର୍ଯ୍ୟଙ୍କ ସକାଳର ସୁନେଲି କିରଣ କିଛି ଦିନ ପରେ ପୁଣି କଂଳେଇଲା ନୂଆ ପତ୍ର ସଂଚାର ହେଲା ପ୍ରକୃତି ରାଣୀ ଭିତରେ ନୂଆ ଏକ ଜୀବନ ପୁଣି ମୁଖରିତ ହେଇଉଠିଲା ସେଇ ସବୁଜ ପରିବେଶ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ରେ ପୁଣି ସେଠି ଉଡ଼ିଲେ ରଙ୍ଗୀନ ପ୍ରଜାପତି ମନ ଆନନ୍ଦ ରେ ଡିଆଁ ଡେଇଁ କଲେ ମାଙ୍କଡ ମାନେ ପୁଣି ପ୍ରସ୍ତୁତି ହେଲା ପ୍ରକୃତି ରାଣୀ ନିଜକୁ ସଜେଇହେଇ ତା ସନ୍ତାନ ମାନଂକୁ ଆନନ୍ଦ ଦବା ପାଇଁ ।



Rate this content
Log in

Similar oriya story from Tragedy