Itusmita Behera

Abstract Fantasy Inspirational

4.3  

Itusmita Behera

Abstract Fantasy Inspirational

ବ୍ୟସ୍ତତା ଭିତରେ ପ୍ରେମ

ବ୍ୟସ୍ତତା ଭିତରେ ପ୍ରେମ

6 mins
370


ଏ ପାଗ ଟା ବି ନା ଆଜି ଦାଉ ସାଜିବାର ଥିଲା । ସକାଳ ପାଖରୁ ବର୍ଷା ହୋଉଛି ତ ଗଲା ହୋଉଛି ।ଆଉ ଆଜି ଉପରୁ ସାର ଆସିବେ ।ଠିକ ସମୟ ରେ ପହଂଚିବାକୁ ହବ । ନହେଲେ ପୁଣି ଅଡୁଆ ।ହେ ପ୍ରଭୁ!! ଟିକେ ତ ଏଇ ବର୍ଷା କୁ ବନ୍ଦ କରାଅ ।

ଶ୍ଵେତା.... ଶ୍ଵେତା ପୁଅ ଏ ଯାଏଁ ଉଠିନି ।ଆଜି ଏମିତି ପାଗ ରେ ସ୍କୁଲ ନ ଯାଉ ନହେଲେ ।ତମେ ବି ପ୍ରଧାନ ସାରଙ୍କୁ ଫୋନ କରିଦେଉନ ଏମିତି ପାଗ ରେ କେମିତି ଯିବ ।

ରମୁ.... ସବୁ ଛୁଟି ତ ନେଇସାରିଛି ଏବେ କଣ ଆଉ ଛୁଟି ମିଳିବ ।ତା ଛଡା ଆଜି ଜଣେ ସାର ଆସୁଛନ୍ତି ନଗଲେ ନ ହବ ।ଆଠଟା ରେ ବସ ସମୟ ହେଲାଣି 7.30ଆମ ଆଉ ଅଳ୍ପ ସମୟ ଭିତରେ ବର୍ଷା ନ ଛାଡିଲେ ଆଜି ସେମିତି ଯିବାକୁ ହବ ।ଶୁଣ ରମୁ ଭାତ ହେଇଯାଇଛି ଆଉ ତରକାରୀ ବି କରିଦେଇଛି ।ବାପ ପୁଅ ଡେରି କରିବନି ।ଦଶ ଟା ବେଳକୁ ଖାଇଦେଇବ । ଆଉ ହଁ ତମେ କୁଆଡେ ଯିବନି ଛୁଆ କୁ ଛାଡି ଦେଇ ।ନହେଲେ ଯାଇଥିବ ତ ଯାଇଥିବ । ଛୁଆ ମୋର ଏକା ରହିବ ।ରିସ ଅଝଟ ହେଲେ ପାମ୍ପଡ଼ ଛାଣି ଦେଇଦେବ । ନହେଲେ ସେଠି ଥିବା ବଡି ଭାଜିଦେବ ତା ସହ ଖେଳ ରେ ମାତିବନି ତା ପାଠ ପଢା ଦେଖିଦବ ।ଶ୍ଵେତା ର କଥା ଶୁଣି ରମୁ କହିଛି

ଶ୍ଵେତା ଏସବୁ ଆମ ନୀତି ଦିନ ର କଥା ।ମୁଁ ଜାଣିଛି ବାବା । ଛୁଆ କୁ ମାଉସୀଙ୍କ ଘରେ ଛାଡ଼ିଦେଇ ମୁଁ ଅଫିସ ଯିବି ।

ଶ୍ଵେତା ସ୍ୱାମୀ ନିଜ ପୁଅ ପାଖରେ ବସି ମୁଣ୍ଡ କୁ ଆଉଁସି ଦେଇ ନିଜ ପୁଅ କପାଳରେ ଚୁମ୍ବନ ଟିଏ କହିଛନ୍ତି -- ଛୁଆ କୁ ମୋର ଶାନ୍ତି ରେ ଗେଲ୍ହା ବି କରିପାରୁନି ।ଏସବୁ ତ ତା ଭବିଷ୍ୟତ ପାଇଁ ।ଦୁହେଁ ରୋଜଗାର ନ କରିଲେ ଏଇ ସହର ରେ ଚଳିବା କଣ ସହଜ କଥା । ହୋଉ ସମୟ ହେଲାଣି

। ମୁଁ ଆସୁଛି ବାବା । ରମୁ ମୋତେ ନେଇ ଷ୍ଟାଣ୍ଡ ଯିବା ଦରକାର ନାହିଁ । ମୁଁ ଚାଲିଯିବି ।ତମେ ରିସ କୁ ଉଠେଇ ବ୍ରଶ କରେଇ ଟିକେ ଯୋଗ କରେଇଦେବ । ଆସୁଛି

ଶ୍ଵେତା ବାହାରିଯାଇଛି ସ୍କୁଲ ରମୁ ପୁଅକୁ ଉଠେଇ ବ୍ରଶ କରେଇ କହିଛି ରିସ ଯୋଗ କରିଆସ ତା ପରେ ଖାଇବୁ ।ପୁଅ ର ବୟସ ତ କମ କିନ୍ତୁ ବୁଝିବାର ପିଲା । ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରି ଦେଇ ଅଳ୍ପ ବିସ୍କୁଟ ଖାଇଥିଲା ।ଏବେ ସମୟ ଆସି 9.30am ।ଆସନ ପାରି ବସିଯାଇଛି ।ଆଉ ରହି ହଉନି ବାବା ଶୀଘ୍ର ଆଣ

ରମୁ ର ଫୋନ ବାଜି ଉଠିଛି ।ରିସ ମାମା କହି ଦୌଡ଼ି ଯାଇଛି ଫୋନ ପାଖକୁ | ଫୋନ ସ୍କ୍ରିନ ରେ ମାମା ର ଫଟୋ ଦେଖି କହିଛି ମାମା

ଶ୍ଵେତା - hello

ରିସ - ମାମା.... ପହଂଚିଲଣି

ଶ୍ଵେତା - ନାଇଁ ରେ... ପହଂଚିନି ।

ରିସ - ହୋଉ.... ବାବା ଆଉ ମୁଁ ଏବେ ଖାଇବା । ଫୋନ ରଖ ।

ଶ୍ଵେତା - ହଁ.. ଖାଇଦିଅ ।ଆଉ ହଁ ବଦମାସୀ ହବୁନି ଜେଜେ ଘରେ ହେଲା ।ଖାତା ବହି ନେଇଯିବୁ ।ଆଣ୍ଟି ପାଖେ ପାଠ କରିଦେବୁ । ଆଉ ଜେଜେମା ଯାହା ଦେବେ ଖାଇଦେବୁ ।

ରିସ -- ହଁ.... ମାମା ତମେ ଶୀଘ୍ର ଆସିବ ।

ଶ୍ଵେତା -- ମାମା ସବୁଦିନ ଯୋଉ ସମୟ ରେ ପହଞ୍ଚେ ସେଇ ସମୟ ରେ ପହଂଚିବ ।ରଖୁଛି ବାବାଙ୍କୁ ହଇରାଣ କରିବୁନି ଖାଇଦେବୁ ଶୀଘ୍ର ।

ଶ୍ଵେତା ଫୋନ କାଟିଛନ୍ତି । ରମୁ ପଚାରିଛି ମାମା ସହ କଥା ହୋଉଥିଲୁ କି..... ଶୁଣେ ପାମ୍ପଡ଼ ଛାଙ୍କି ନି ଖାଇଦେ ଏତିକି । ରିସର ମୁହଁ କୁ ଦେଖି ରମୁ ଅନୁମାନ କରିପାରୁଥିଲେ ତା ଅସନ୍ତୋଷ । ବାଧ୍ୟ ହେଇ ଯାଇ ପୁଅ ପାଇଁ ପାମ୍ପଡ଼ ଆଣିଲେ

ଖାଇ ସାରି ପୁଅ କୁ ନେଇ ସମ୍ପର୍କୀୟ ଙ୍କ ଘରେ ଛାଡି ଦେଇ ଅଫିସ କାମ ରେ ବାହାରିଗଲେ ।

ରମୁ ଅଫିସ ରେ ପହଂଚି ଫୋନ କୁ ବୋର୍ଡ ଉପରେ ରଖି ଦେଇ ସେ କଥା ହୋଉଛନ୍ତି ।ଫୋନ ଟେ ଆସିଛି ସ୍କ୍ରିନ ରେ ଅଛି ଶ୍ଵେତା ର ଫୋଟ ଆଉ ଲେଖା ହେଇଛି ମାମା....

ରମୁ ଙ୍କ ବନ୍ଧୁ ପ୍ରଶ୍ନ କରିଲେ ଇଏ କଣ ଭାଇ..

ଅର୍ଦ୍ଧାଙ୍ଗିନୀ ର ନାମ କୁ ମାମା ରେ....... ବାଃ.....

ରମୁ ଫୋନ ଉଠେଇ କହିଛି ହଁ.... ହଁ.... ଛୁଆ କୁ ଛାଡି ଦେଇଛି । ବ୍ୟସ୍ତ ଅଛି ରଖୁଛି । ଶ୍ଵେତା କହି ଆସୁଥିଲେ ଶୁଣ ଟିକେ

ରମୁ କହିଛି ନାଇଁ ରେ ଭାଇ ଏଇ ରିସ ଥରେ ଜିଦ୍ଦି ଧରିଲା କି କୁହ କିଏ ଫୋନ କରିଛନ୍ତି । ମୁଁ କହିଲି ତ ମାମା...... ପୁଣି ପଚାରିଲା ଏଠି କିନ୍ତୁ କ'ଣ ଲେଖା ଯାଇଛି । ମୁଁ ଶ୍ଵେତା କହିବାରୁ ସେ ମୋତେ ବସେଇ ଉଠେଇ ଦେଲନି..... ଶୀଘ୍ର ସଇଠି ମାମା ଲେଖ । ମୋ ମାମା ର ନାମ ମାମା ରହିବ ।ସେବେରୁ ସେଭ କରିଦେଇଛି । ଶ୍ଵେତା ର ଫୋନ ରେ ସେଇ ଭଳି ବାବା ସେଭ କରେଇଛି ।

ରମୁ ର ବନ୍ଧୁ ଜଣଙ୍କ ହସିଛନ୍ତି.... ହଁ.... ବେଳେ ବେଳେ ପିଲାଙ୍କ ଛୋଟ ଛୋଟ ଚପଳାମୀ ତ ସ୍ୱାମୀ ସ୍ତ୍ରୀ ଙ୍କ ପ୍ରେମ କୁ ଦିଗୁଣିତ କରିଥାଏ ।

ରମୁ କହିଛି ହଁ ଭାଇ.... ଛୋଟ ସଂସାର ରେ ମଧ୍ୟ ବହୁତ କାମ...... ଶ୍ଵେତା କେତେବେଳେ ଉଠିଯାଇ ଥାଏ ଜାଣେନି କିନ୍ତୁ ଆମେ ବାପ ପୁଅ ଆଖି ଖୋଲିବା ବେଳକୁ ଆମ ପାଇଁ ଭଲ ଭଲ ଖାଦ୍ୟ ରନ୍ଧା ସାରିଥାଏ । ଠାକୁର ଘରୁ ଝୁଣା ର ବାସ୍ନା ଛୁଟି ଆସେ | ଜଣେ ମା ଭଳି ତ ଯତ୍ନ ନେଇଆସିଛି | ତେଣୁ ରିସ ମାମା ସେଭ କରି କିଛି ଭୁଲ କରିନି | ଆମେ ଦୁହେଁ ତା ପାଇଁ ତା ପୁଅ | ହୋଉ ଭାଇ.... ଚାଲ ବାହାରିବା କାମ ରେ......

ଏପଟେ ଶ୍ଵେତା ସ୍କୁଲ ରେ ପହଂଚିବା ବେଳକୁ ଲୁଗା ପଟା ତାର ଅଦା ହେଇଯାଇଥାଏ | ସଙ୍ଗେ ସଙ୍ଗେ ପିଲାଙ୍କୁ ନେଇ ସଫେଇ ପୁଣି ପ୍ରାର୍ଥନା ତା ପରେ କ୍ଲାସ | ଏପଟେ ଅଫିସ ର ଦୁନିଆ କାମ | ଗୋଟେ ଗୋଟେ କ୍ଲାସ ରେ ପାଠ ପଢେଇବା କଣ ସମ୍ଭବ | ସେଇଥିପାଇଁ ଦୁଇ ଶ୍ରେଣୀ ପିଲାଙ୍କୁ ଏକାଠି ବସେଇ କିଛି କିଛି କାମ ଦେଇଦେଇଛି | ପିଲାମାନେ ସେସବୁ ବେଶ ଆନନ୍ଦ ରେ କରୁଥାନ୍ତି | ଆଉ ଶ୍ଵେତା ନିଜ କାମ କରୁଥାଏ | ଅଳ୍ପ ଅଳ୍ପ ସମୟ ରେ ପିଲଙ୍କ ଆଡେ ବୁଲିଆସେ ଟିକେ | ଅଫିସ ଭିତରେ ଅନ୍ୟ ଜଣେ ଶିକ୍ଷକ ଅଫିସ କାମ ରେ ବ୍ୟସ୍ତ ଆଉ ଜଣେ ଦିଦି ଅନ୍ୟ ଶ୍ରେଣୀ ଗୃହ | ସେଦିନ ଉପରୁ ଆସିଥିବା ସାର ଚେକିଂ କରି ଯାହା ଯେମିତି ପରାମର୍ଶ ଦେବା କଥା ଦେଲେ | ପୁଣି ପିଲାଙ୍କ ମଧ୍ୟାହ୍ନ ଭୋଜନ ସମୟ | ଟିକେ ତଦାରଖ ନ କରିଲେ ପିଲେ ମାଡ଼ଗୋଳ ଲାଗିବେ | ଛୁଆ ଟା ପାଖକୁ ଫୋନ କାରିନି କଣ କରୁଥିବ କେଜଣି | ପ୍ଲେ ସ୍କୁଲ ପଳେଇଲେ ଚିନ୍ତା ଯାନ୍ତା | ସେ ଫୋନ କରିଛି....

ଜେଜେମା - ହଁ ଶ୍ଵେତା......

ଶ୍ଵେତା -- ମା ସେ ଖାଇଲାଣି....

ଜେଜେମା -- କହନା କହନା ତା କଥା..... ଆସିବା ପାଖରୁ ମୋ ପଛେ ଘୁରୁଛି |କଣ ପଢୁଥିଲା ଲିଙ୍କୁ ପାଖରେ | ଏବେ ଖାଇକି ସୁଇଛି |

ଶ୍ଵେତା ଦୀର୍ଘ ନିଶ୍ୱାସ ଟେ ନେଇ କହିଛି ଠିକ ଅଛି ମାଉସୀ ମୁଁ ରଖୁଛି ସେ ଉଠିଲେ ଫୋନ କରିବି | ସେ ଫୋନ ରଖୁ ରଖୁ ରମୁ ଫୋନ କରିଛି | ସେଇ ସମାନ କଥା | ଏଥର ଶ୍ଵେତା ରମୁ କୁ ଫୋନ ଲଗେଇ କଥା ହେଇଛି | ରମୁ କହିଛି ଯିବା ବେଳେ ହାଟ ରେ ପଶି ଯିବି | କଣ ନେବି କୁହ......

ଶ୍ଵେତା ଲମ୍ବା ଚଉଡା ପରିବା ଲିଷ୍ଟ ଦେଇ କହିଛି ପୁଅ ର ବ୍ରାମହି ସରିଯାଇଛି ନେଇ ଆସିବ | କାଲି ଖାଇବା ପାଇଁ ନାହିଁ | ରମୁ କହିଛି ହୋଉ ଦେଖିବି | ଏପଟେ ସ୍କୁଲ ସରିବା ପରେ ଶ୍ଵେତା ପୁଣି ଘରକୁ ବାହାରିଛି | ନୀତି ଦିନିଆ ବସ | ଘରୁ ଆଠ ତିରିଶ ରେ ବାହାରି ଥାଏ ଯେ ପହଂଚିବା ବେଳକୁ ସନ୍ଧ୍ୟା ସାତ | ରମୁ ର ପାଖରେ ତେଣୁ ସୁବିଧା ହେଲେ ରମୁ ଯାଇ ପୁଅ କୁ ଟିଉସନ ଛାଡି ଦିଏ | ଶ୍ଵେତା ଆସିବା ବେଳେ ନେଇ ଆସେ |ସେଦିନ ବସ ରେ ପ୍ରବଳ ଭିଡ଼..... ଜଣେ ବୁଢ଼ୀ ମାଉସୀ ସେ ଠେଲା ପେଲା ରେ ଛିଡା ହେଇ ପାରୁନଥାନ୍ତି | ବାଧ୍ୟ ହେଇ ଶ୍ଵେତା ତାଙ୍କ ସିଟ ରେ ବସିବାକୁ କହେ | ମାଉସୀ ଜଣକ ଟିକେ ଉଦାର | ସେ କହିଲେ ମା ରେ ତୁ ଛିଡା ହେଇପାରିବୁ | ଶ୍ଵେତା ମଧ୍ୟ ମେଳାପୀ | ଏକ ହସ ହସ ଭରା ମୁହଁ ରେ କହେ ମାଉସୀ ମୋର ନିତିଦିନ ର କଥା ପା |ଆପଣ ବସନ୍ତୁ | ଆଗ ଷ୍ଟୋପେଜ କୁ ଫାଙ୍କା ହେଇଯିବ |

କିଛି ସମୟ ପରେ ବସ ଫାଙ୍କା ହେଇଛି | ଶ୍ଵେତା ମାଉସୀ ଙ୍କ ପାଖ ସିଟ ରେ ବସି ଗପ ର ଆସରା ମେଲିଛି |

କିଛି ସମୟ ପରେ ମାଉସି ଜଣକ ନିଜ ସ୍ଥାନ ରେ ଓଲେହି ଯାଇଛନ୍ତି | ଶ୍ଵେତା ଦୁଇ ଟି ବସ ଧରିବା ପରେ ପ୍ରାୟ 7.25 ରେ ଓଲେହିଛି ଘର ପାଖେ | କେବେ କେମିତି ରମୁ ଆସି ନେଇଯାନ୍ତି | ନେହେଲେ ସେ ଏକା ଚାଲିଯାଏ | ପୁଅ କୁ ଟିଉସନ ରୁ ନେଇ ସେ ଚାଲିଛି ଘର କୁ | ଘରେ 7.30 ରେ ପହଂଚୁ ପହଂଚୁ ରୁଟି ତରକାରୀ ରାତି ପାଇଁ କରିଛି | ରିସ କୁ ପୁଣି ପଢେଇ ବସିଛି | ଦିନ ସାରା ଭିତରେ ସେ ଏକଦମ କ୍ଲାନ୍ତ..... ଏପଟେ ମାମା କୁ ଦିନ ସାରା ନ ପାଇଁ ରିସ ର ଦୁଷ୍ଟାମୀ | ବେଶୀ ବିରକ୍ତ କରେଇଲେ ରିସ ର ପିଠିରେ ଦୁଇ ଚାରି ବିଧା ବସିଯାଏ | ରମୁ ଘରକୁ ଠିକ 9.00ରେ ପହଞ୍ଚନ୍ତି | ସେତେବେଳେ ତିନିଜଣ ଖାଇବାକୁ ବସନ୍ତି | ଖାଇ ପିଇ ଶେଷ ରେ ବିଛଣା....... ଏଥର କ୍ଲାନ୍ତ ଶରୀର ସାଙ୍ଗକୁ ବାପା ମା ଦୁହେଁ ଟିକେ ନିଜ ପିଲାକୁ ଶାନ୍ତି ରେ ଦେଖନ୍ତି କଥା ହୁଅନ୍ତି ମଜା କରନ୍ତି | ପୁଅ ବି ଏଇ ସମୟ କୁ ଅପେକ୍ଷା କରିଥାଏ ଦିନ ସାରା | ପୁଣି କେତେବେଳେ କଥା, ମୋଜା, ମସ୍ତି ଭିତରେ ଆଖି ଲାଗିଯାଏ ଏବଂ ପୁଣି ସକାଳୁ ସେଇ କାର୍ଯ୍ୟାବ୍ୟସ୍ତତା | ତେବେ ଶୋଇବା ପୂର୍ବରୁ ସ୍ତ୍ରୀ ଯେତେବେଳେ ମୁଣ୍ଡ ଆଉଁଶି ଦେଇ ପଚାରନ୍ତି ଆଜି ର ଦିନ କେମିତି କାଟିଲା..... ସ୍ୱାମୀ ଜଣଙ୍କ ଉତ୍ତର ରେ କୁହନ୍ତି ସେଇ କାର୍ଯ୍ୟାବ୍ୟସ୍ତତା ଭିତରେ ମୋ ମାମା ର ଫୋନ ରିସିଭ କରି କରି..... ଦୁହିଁଙ୍କ ମୁହଁ ରେ ଏକ ଖୁସି ଭରା ହସ ର ଲହରୀ ଭାସି ଉଠେ |


          



Rate this content
Log in

Similar oriya story from Abstract