STORYMIRROR

Itusmita Behera

Children Stories Inspirational Children

3  

Itusmita Behera

Children Stories Inspirational Children

ଅଭୁଲା ସେ ଦିନ

ଅଭୁଲା ସେ ଦିନ

7 mins
315

ରାତି 9ଟା ଟିଉସନ ରୁ ଘରେ ପହଂଚୁ ପହଂଚୁ ମା ଡାକ ପକାନ୍ତି ଗୋଡ଼ ହାତ ଧୋଇ ଆସ ଖାଇବୁ | ମୁଁ କିନ୍ତୁ ବ୍ୟାଗ ପକେଇଦେଇ କିଛି ଖୋଜା ଖୋଜି କରୁଥିଲି | ଦୁଇଥର ଆୱାଜ ଆସେ ଇତୁ ଶୀଘ୍ର ଆସ ।ତିନି ଥର ବେଳକୁ ଡାକ ପରିବର୍ତନ ଆସେ

ତତେ ଶୁଣା ଯାଉନି ଯିବି ଏବେ

ମୋ ଆଡୁ ବିରକ୍ତ ଭରା ସ୍ବର ରେ ଶୁଭା ଯାଏ ଓହୋ ମୁଁ ଏବେ ଖାଇବିନି |ତମ ମାନଙ୍କ ଇଛା ତମେ ସବୁ ଖାଇଦିଅ |ମୁଁ ପରେ ଖାଇନେବି |

ମା କୁହନ୍ତି ଶୀଘ୍ର ଚାଲିଆସ

ମୁଁ ରାଗ ଭରା ଚାଲି ରେ ଦମ ଦମ ହେଇ ଚାଲିଆସି ଖାଇ ବସେ | ଦୁଇଖଣ୍ଡ ରୁଟି ସହ କ୍ଷୀର କୁ ଯେମିତି ଏବେ ଥରୁଟେ ରେ ଖାଇସାରିଦେବି |

ମା କୁହନ୍ତି ତରକାରୀ ଖିଆ ହବନି କି ମୁଁ ମୁହଁ ଉଠେଇ ତାଙ୍କ ଆଡେ ଟିକେ ଚାହେଁ ମଧ୍ୟ ନାହିଁ |

କାରଣ ସେଦିନ ଥିଲା 14 ଅଗଷ୍ଟ ରାତି ଦିନ ସାରା ସ୍କୁଲ ରେ ପ୍ୟାରେଡ କରି କରି ଆମେ ଥକି ଯାଇଥାଉ | ସକାଳୁ 6ଟା ରେ ଟିଉସନ ପୁଣି 7ଟା ରୁ 9ଟା ତା ପରେ ଶୀଘ୍ର ବାହରିକି ସ୍କୁଲ ପୁଣି 10-4 ଯାଏଁ ସ୍କୁଲ ଆଉ 6ଟା ରେ ଟିଉସନ | ତେଣୁ ସମୟ ମିଳିନି | ଏବେ ଅନେକ କାମ

ମା ବୋଧେ ବ୍ୟସ୍ତତା କୁ ଅନୁଭବ କରିପାରନ୍ତି ସେତେବେଳେ କୁହନ୍ତି ଦେଖିଲୁ ଏସବୁସେଠି ମୋ ମୁଣ୍ଡ ବନ୍ଧା ରିବନ, ଫିତା, ହାତ ଗ୍ଲୋବସ, କ୍ୟାପ, ପତାକା ବେନର (ଯୋଉଟା କୁ କାନ୍ଧ ରେ ପକାଉ ) ଏସବୁ ଅଛି | ମୁଁ ଚଟା ପଟ ଖାଇଦେଇ ସବୁ ଦେଖି କହେ ଫିତା ରେ ଫୁଲ କେତେବେଳେ ହବ |କାଲି ସକାଳୁ 6ଟା ରେ ଯିବାକୁ କହିଛନ୍ତି | ଆଉ ମୋ ଡ୍ରେସ ଆଇରନ କରିନ ଏ ଯାଏଁମୁଁ କଣ ଏଇ ଲୁଚା କୁଚା ଡ୍ରେସ ପିନ୍ଧିକି ଯିବି | ମୋ ସ୍କୁଲ ବୁଟ ଆଉ ସକ୍ସ.

ମା କୁହନ୍ତି ସବୁ ହେଇଯିବ ତୁ ଶୋଇବୁ ଯା

ମୁଁ କିନ୍ତୁ ଅବୁଝା ଙ୍କ ଭଳି କହେ ନାଇଁ ମୋତେ ଏବେ ସବୁ ଦରକାର କାଲି ସକାଳ ବେଳକୁ ସମୟ ହବନି | ଡେରି ହେଇଯିବ | କାଲି ଆମର ବ୍ଲକ ସ୍ତରୀୟ ପ୍ୟାରେଡ ପ୍ରତିଯୋଗିତା ବି ଅଛି |କାଲି ଆମ ଗାର୍ଲସ ସ୍କୁଲ ସେ ବଡ଼ ପ୍ରାଇଜ଼ ଟା ପାଇବା ଦରକାର | କେତେ ଭଲ ହବ ନୁହଁ.... ଆରେ ସେ NCC ପିଲା ଅଛନ୍ତି ନାକେଜାଣି କଣ ହବ.

ମା ଡ୍ରେସ ଧରି ଆଇରନ କରିବାକୁ ବାହାରନ୍ତି |ଆଉ ମୁଁ ବିଛଣା କୁ ଯାଏଁ ଥକି ଯାଇଥିବାରୁ ନିଦ ଆସିଯାଏ କିନ୍ତୁ ମଝି ରେ ମଝିରେ ମା ଙ୍କୁ ମନେ ପକାଉଥାଏ ମା ଅଲାରାମ ଟା ଦେଇଛ ତ ସକାଳୁ ଉଠି ଫୁଲ ତୋଳିବାକୁ ହବ | ମା କୁହନ୍ତି ହଁ ତୁ ସୁଇପଡ଼

ରାତି ସାରା ସେଦିନ ଫୋନ ଧରି କେବଳ ସମୟ ଦେଖୁ ଦେଖୁ ସମୟ ହେଇଯାଏ | ମା କୁହନ୍ତି ଇଏ ବାହରିକି ନ ଗଲା ଯାଏଁ ନିସ୍ତାର ଦବନି | ଏତେ ବ୍ୟସ୍ତ ହୋଉଛୁ ତମ ଦିଦି ମାନେ କଣ ଏବେ ବାହରିକି ଆସିଥିବେ | ତୁ ଯେମିତି ପତାକା ଉତ୍ତୋଳନ କରିବୁ | ସେଦିନ ଆଉ ମା ସହ ଲାଗିବାକୁ ସମୟ ନାହିଁ | ଚଟାପଟ ଦାନ୍ତ ଘଷି ଦେଇ କେମିତି ବାହାରିଯିବି ସ୍କୁଲ | ଫୁଲ ଚାଙ୍ଗୁଡ଼ି ରେ ଏତେ କମ ଫୁଲ ଦେଖି ମୁଁ ରାଗିକି ନିଆଁ ହେଇଯାଉଥିଲି |

ମା...... ମା...... ମା...... ଏତିକି ଫୁଲ ଘର ପାଇଁ କେତେ ମୁଁ କେତେ ନେବି ଆଉ ଭାଇ ର କେତେ.ଳଞ


ମା କୁହନ୍ତି ସବୁ କଣ ଏକା ତୁ ନବୁ | ସବୁ ପିଲା ନେଇ ଆସିଥିବେ ଅଳ୍ପ ଅଳ୍ପ ରେ ବହୁତ ବେଶୀ ହେଇଯିବ |

ମୁଁ ଉପାୟ ନ ପାଇ ପୋଲଥିନ ରେ ଫୁଲ ଭର୍ତ୍ତି କରି ଆଣିଲି | ସେତେବେଳକୁ ମା ତେଲ, ପାନିଆ, ରିବନ, ଫିତା ଧରି ଆସନ୍ତି | ମା ଙ୍କ ହାତ ରେ ସେ ତେଲ ଟା ଧରି ମୁଁ କହିଲି ମା ମୁଁ ତେଲ ଦେବିନି |

ମା କୁହନ୍ତି ନୁଖୁରା ଚୁଟି ରେ ତେଲ ଦେଇ କେମିତି ଖାଙ୍କିବି.... ଆସ ତେଲ ଟିକେ ଦେଇଦେଲେ.

ଓହୋ. ବୁଝୁନ କଣ ଯେ..... କହିଲି ତ ଦେବିନି | ମା ବାଧ୍ୟ କରନ୍ତିନି |ଦୁଇଆଡ଼େ ଚୁଟି କୁ ଭାଗ କରି ବାନ୍ଧି ଦେଇ ଫୁଲ ଵାଲା ଫିତା ବାନ୍ଧି ଦିଅନ୍ତି | ଥରେ ରେ କଣ ମୋ ମୁଣ୍ଡ ବାନ୍ଧିବା ହୁଏ |

ମା ଆଉ କେତେ ବର୍ଷ ଏମିତି ମୁଣ୍ଡ କୁଣ୍ଡେଇଲେ ତମେ ଜାଣିବ ମୋତେ କ୍ୟାପ ଲଗେଇବାର ଅଛି ଟିକେ ତଳକୁ ବାନ୍ଧ...... ତା ପରେ ଇଉଣିଫୋର୍ମ ଉପରେ ସେ ତ୍ରିରଙ୍ଗା ପତାକା କୁ କାନ୍ଧ ଦେଇ ଲଗାଉ |ଧଳା ନୀଳ ଟୁପିସ ଥିଲା ଆମ ସ୍କୁଲ ଇଉନିଫୋର୍ମ | ସ୍କୁଲ ବେଲ୍ଟ, ଟାଇ ଲଗେଇ ହାତ ରେ ତ୍ରିରଙ୍ଗା ଗ୍ଲୋବସ, ସ୍କୁଲ ବୁଟ ଆଉ ତା ସାଙ୍ଗକୁ କ୍ୟାପ ସବୁ ପିନ୍ଧିସାରିବା ବେଳକୁ ବଡ଼ମା କୁହନ୍ତି ବାଃ.... କି ସୁନ୍ଦର ଦେଖା ଯାଉଛୁ | ହେଲେ ମୁଣ୍ଡ ଟା ଫାଙ୍କା କରିଛୁ ଗୋଟେ ଟିକିଲି ଲଗା |

ମୁଁ ସଙ୍ଗେ ସଙ୍ଗେ କଳା ଟିକିଲି ଟେ ବାହାର କରେ ତ ମା କୁହନ୍ତି କଳା ଟିକିଲି ଲାଗନ୍ତିନି | ସେ ତ୍ରିରଙ୍ଗା ରଙ୍ଗ ରେ ମୋ ମୁଣ୍ଡରେ ବେରଙ୍ଗ ର ତିନିଟି ଟିକିଲି ଲାଗନ୍ତି | ମୁଁ କହେ ଓହୋ ମା..... ଚଣ୍ଡୀ ଭଳି ଦିଶୁଛି |ତମର ଯୋଉ କାମ..... ସେଇଭିତରୁ କମଳା ରଙ୍ଗ ଟିକିଲି ଲଗେଇ ମୁଁ ବାହାରକୁ ବାହାରେ | କେଜାଣି କାହିଁକି ସେଦିନ ସୂର୍ଯ୍ୟ କିରଣ ବି ମୋତେ ନୂଆ ନୂଆ ଲାଗେ | ଘରୁ ବାହାରି ଯିବା ବେଳେ ରାସ୍ତା କୋଡ଼ ରୁ ସମସ୍ତେ ବାହାରି ଚାହିଁଥାନ୍ତି |ଛୋକ ପହଁଚିଲେ ବାପା କୁହନ୍ତି ଏଇ ରଖ ଏଇ ପଇସା ସାଙ୍ଗ ମାନଙ୍କ ସହ ଖାଇବ | ମୁଁ ତାଙ୍କ ହାତ ରୁ ପଇସା ନେଇ ପକେଟ ରେ ପୁରେଇ ଆଗକୁ ବଢ଼େ | ଦୋକାନ ରେ ବସିଥିବା କିଛି କିଛି ଲୋକ କୁହନ୍ତି ଆମର ଏଇ ସ୍କୁଲ ର ଡ୍ରେସ କୋଡ଼ ବହୁତ ଭଲ ନୁହଁ |ଆଜି କେତେ ସୁନ୍ଦର ଦେଖା ଯାଏ ସ୍କୁଲ ପରିସର |

ଶେଷ ରେ ଆମେ ସ୍କୁଲ ରେ ପହଂଚୁ | ପିଟି ଦିଦି ଦୁଇଥର ଡ୍ରମ ବାଡେଇ ଦିଅନ୍ତି ସମସ୍ତେ ଧାଡି ରେ ଛିଡା ହେଇଯାଉ | ଦୁଇଜଣ ପିଲା ପ୍ୟାରେଡ କରିବା ସହ ହେଡ଼ ଦିଦି ଙ୍କୁ ନେଇ ଆସନ୍ତି | ସମସ୍ତଙ୍କ ମୁହଁ ଉପରକୁ ହେଇଥାଏ | କେତେବେଳେ ସେ ପତାକାରୁ ଫୁଲ ଖୋସିବ | ଦିଦି ପତାକା ଉତ୍ତୋଳନ କରନ୍ତି | ଯେତେବେଳେ ସେ ପତାକାରୁ ଫୁଲ ଖୋସେ ହୃଦୟ ରେ ଏକ ପ୍ରକାର ଆନନ୍ଦ ର ଲହରୀ ଖେଳିଯାଏ | ସଙ୍ଗେ ସଙ୍ଗେ ଆରମ୍ଭ ହୁଏ ଜାତୀୟ ସଙ୍ଗୀତ

    ଜାତୀୟ ସଂଗୀତ ଗାନ ସମୟ ରେ ଦେହ ସିହିରି ଉଠେ ଛାତି ଫୁଲିଉଠେ ମୁଁ ଭାରତୀୟ ବୋଲି | ଆଖି ରେ ଏକ ଅଲଗା ପ୍ରକାର ତେଜ. ଜାତୀୟ ସଙ୍ଗୀତ ଗାନ ସରୁ ସରୁ ଆରମ୍ଭ ହେଇଯାଏ ସ୍ଲୋଗାନଏତିକି ପରେ ପ୍ରଧାନ ଶିକ୍ଷୟିତ୍ରୀ ଉଦବୋଧନ ଦେଇ କାହନ୍ତି ପିଲା ମାନେ ଆଜି ଅନେକ ବର୍ଷ ର ସଂଘର୍ଷ ପରେ ଆମେ ଏଇ ସ୍ୱାଧୀନତା ର ଦିନ ପାଇଛୁ | ଏଇଦିନ ଖାଲି ତର କି ମୋର ନୁହଁ |ହିନ୍ଦୁ କି ମୁସଲମାନ ର ନୁହଁ ବରଂ ଏଇ ଦିନ ଆମ ସମସ୍ତ ଭାରତୀୟ ଙ୍କର ଆମେ ସମସ୍ତେ ଏକ. ଆଜି ଆମେ ସେଇ ଏକତା ର ଗୀତି ଗାଇବା ତା ଆଗରୁ ଥରୁଟେ ମୋ ସହ କୁହ.. ଭାରତ ମାତା କି ?

(ଦିଦି ଙ୍କ କଣ୍ଠରୁଦ୍ଧ ହେଇଯାଏ |ବଧହୁଏ ଭାବବିହ୍ୱଳ ହେଇପଡନ୍ତି )

କିଛି ସମୟ ପରେ ଜାତୀୟ ପତାକା ଧରି ଧାଡି କରି ଆମେ ଗାଁ ବୁଲା ପାଇଁ ବାହାରୁ | ଗୀତ ର ଲହରୀ ଚାରିଦିଗ ରୁ ଶୁଭୁଥାଏ | ରଘୁପତି ରାଘବ ରାଜାରାମ ବଜାରେ ବଜା ବଇଦ ବଜା ଏବଂ ସ୍ଲୋଗାନ ରେ ଚତୁଃର୍ଦିଗ ପ୍ରକମ୍ପିତ ହେଇଉଠେ | ଗାଁ ବୁଲା ପରେ ଆମେ ସମସ୍ତେ ବାହାରୁ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ହୋଉଥିବା ଜାଗାକୁ ସ୍କୁଲ ପାଖରୁ ପ୍ରାୟ ଦୁଇ କିମି ଆମେ ସମସ୍ତେ ଚାଲିଚାଲି ବାହାରିଯାଉ | ଗାନ୍ଧୀ ଛକ ପାଖରେ ଅନେକ ମାନ୍ୟ ଗନ୍ୟ ବ୍ୟକ୍ତି ଥାନ୍ତି | ସେଠି ପତାକା ଉତ୍ତୋଳନ ହୁଏ | ସେଦିନ ଚାରିଆଡେ ରାସ୍ତା ରେ କେବଳ ପିଲା ହିଁ ଥାନ୍ତି | ଚାରିଦିଗ ରୁ ରାସ୍ତା ଜାମ ଥାଏ | କିଛି ସମୟ ଗାଡି ମଟର ସେଠି ବନ୍ଦ ହେଇଯାଏ | ତା ପରେ ସମସ୍ତେ ସେଇ ସ୍କୁଲ ପଡିଆ ରେ ଏକାଠି ହୋଉ | ବିଭିନ୍ନ ସ୍କୁଲ ରୁ ପିଲାମାନେ ଧାଡି ହେଇ ଛିଡା ହେଇଥାନ୍ତି | ସ୍କୁଲ ର ନାମ ଅନୁସାରେ ସବୁ ପିଲା ପ୍ୟାରେଡ କରନ୍ତି | ସଭା ଉପରେ ଥାଇ ଜେଜେସ ମାନେ ଦେଖୁଥାନ୍ତି | ଗୋଟେ ପରେ ଗୋଟେ ସ୍କୁଲ ପିଲା ପ୍ୟାରେଡ କରି ସେ ଜାଗା ଅତିକ୍ରମ କରନ୍ତି | ଆମ ମଧ୍ୟ ପ୍ୟାରେଡ କରି ଗଲୁ | ସେଇ ସ୍ଥାନ ରେ ସାମ୍ନା ରୁ ଆଦେଶ ଆସେ ବାଏଁ ଦେଖଏକ ତାଳ ରେ ଏକ ଲୟ ରେ ଆମ ହାତ ଚାଲିଥାଏ କିଂତୁ ମୁହଁ ଆଉ ଗୋଟାଏ ହାତ ସେଇ ଜାତୀୟ ପତାକା ଆଡକୁ ଥାଏ | ସେ ଜାଗା ଅତିକ୍ରମ କରିବା ପରେ ପୁଣି ଗୋଟେ ଆଦେଶ ଆସେ ସାମନେ ଦେଖ କିଛି ସମୟ ପରେ କଦମ ତାଲ କରି ନିୟମ ଅନୁସାରେ ଆମେ ଆମ ଜାଗା ରେ ଛିଡା ହୋଉ | ଦିଦି ଙ୍କ ଖୁସି କହିଲେ ନ ସରେ ବହୁତ ଭଲ କରିଛ ସମସ୍ତେ ବାକି ପୁରସ୍କାର କଥା ଯାହା ହବ

ସେଦିନ ସେଇ ସ୍କୁଲ ପରିସର କୁ ଅନେକ ଆଇସକ୍ରିମ ଵାଲା ଆସନ୍ତି | ସାଙ୍ଗ ସାଥି ରେ ଆଇସକ୍ରିମ ଖାଉ | ବିରାଟ ପଡିଆ ରେ ବହୁତ ଖେଳୁ | ସେଦିନ ପିଲା ଟି ପତାକା ଧରି ପଡ଼ି ଯାଉଥିବା ବେଳେ ତାର ସାଙ୍ଗ ତା ହାତ ରୁ ପତାକା ନେଇଆସେ | ସାର କୁହନ୍ତି ତାକୁ ଛାଡ଼ିଦେଲୁ କଣ ପାଇଁ | ପିଲାଟି ଉତ୍ତର ଦିଏ sir ସେ ପଡିଗଲେ ଟିକେ ଖଣ୍ଡିଆ ହେଇଯିବ |କିଂତୁ ଏ ପତାକା ତଳେ ପଡିଗଲେ ଆମ ସ୍ୱାଭିମାନ ତଳେ ପଡ଼ିଯିବ | ଆଉ ଆମେ ଥାଉ ଥାଉ ସେମିତି ହବନି | ଏଇ ପତାକା ପାଇଁ କେତେ କଣ ନ ଦେଖିଛି ଆମ ଭାରତ ମା...... କେତେ କଣ ନ ସହିଛି..... କେତେ ସନ୍ତାନ ଙ୍କୁ ନ ହରେଇଛି | ଆଜି ଏ ପତାକା ଦେହ ରେ ଧୂଳି ଟେ ପଡ଼ିବନି | ଶିକ୍ଷକ କହିଲେ ସବାସ....... ମନେ ହେଲା ନାଟକ ଆରମ୍ଭ ହେଲାଣି |ଆଇସକ୍ରିମ ଧରି ବାହାରିଲୁ ଆମେ ସବୁ | ପିଲାଙ୍କ ସହ ଲୋକଙ୍କ ଭିଡ ହେଇଗଲାଣି | ଠେଲା ପେଲା ରେ ଆମ ସ୍କୁଲ ପିଲାଙ୍କ ପାଖେ ଯାଇ ବସି ପଡ଼ିଲୁ |ନାଚ ଗୀତ ସବୁ ଆରମ୍ଭ ହେଲା | ବିଭିନ୍ନ ପିଲା ମାନେ ସୁନ୍ଦର ସୁନ୍ଦର ଗୀତ ରେ ନାଚ ଅଭିନୟ କରୁଥିଲେ | କିଛି ସମୟ ପରେ ଘୋଷଣା ହେବ ପ୍ରାଇଜ...... ପ୍ରଥମ, ଦ୍ୱିତୀୟ, ତୃତୀୟ ଏମିତି ଅନେକ ପୁରସ୍କାର ଗଲାଣି କିଂତୁ ଆମ ନାମ ଗୋଟେ ରେ ନାହିଁ | ଶେଷ ରେ ସେଇ ବଡ଼ ପୁରସ୍କାର ବେଳେ ଆମ ନାମ ଘୋଷଣା ହେଲା | ସମ୍ପୂର୍ଣ ପଡିଆ କରତାଳି ଆଉ ପାଟି ରେ କମ୍ପି ଗଲା | ଆମ ସ୍କୁଲ ପିଲା ଡିଆଁ ଡ଼େଇଁ କରି ବହୁତ ମୋଜା କରୁଥିଲେ | ଶେଷ ରେ ମିଷ୍ଟାନ୍ନ ବଣ୍ଟା କାର୍ଯ୍ୟକ୍ରମ ହେଲା | ଦେହ ରେ ଶକ୍ତି ନଥିଲା ଫେରିବାକୁ | କିଂତୁ ମନ କହୁଥିଲା ସ୍ୱାଧୀନତା ର ମୋଜା ଆଜି ଏମିତି ଏଠି ନେଉଥାନ୍ତି କି

ଆମେ ସମସ୍ତେ ବାହାରିଲୁ ପଡିଆ ରୁ ଆସିବା ବେଳେ ମୁଁ ଦେଖିଲି ଗୋଟେ ଭୋକିଲା ସ୍ତ୍ରୀ ଲୋକ ତା ଛୁଆ କୁ ଧରି ଆମକୁ କିଛି ମାଗୁଛି | ସେତେବେଳେ କାହିଁକି ମୋତେ ସ୍ୱାଧୀନତା ଫିକା ଲାଗିଲା | ତା ହାତ କୁ ସେଉ ବୁନ୍ଦି ପ୍ୟାକେଟ ଧରେଇଦେଲି | ତା ପରେ ଦିଦି କହିଲେ ଆମେ ବସ ରେ ଯିବା ସେତେବେଳେ ଜଣେ ବୃଦ୍ଧ ଛିଡା ହେଇ ଯାଇଥିଲେ |ତାଙ୍କ ପାଇଁ କାହା ମନ ରେ ଦୟା ନଥିଲା | ମୋର ଗୋଟେ ସାଙ୍ଗ ତାଙ୍କୁ ବସିବାକୁ ଦେଲା | କିଛି ସମୟ ପରେ ପାଖରେ ଜଣେ ମା ତା ଝିଅ କୁ ବୁଝାଉଥିଲେ | ରାତି ରେ ବୁଲାବୁଲି କରିବୁନି |ଏକା କୁଆଡେ ଯିବୁନି ବୁଝିଲୁ | ସେତେବେଳେ ମୋ ହାତ ରେ ଥିବା ସେଇ ବଡ଼ କପ କୁ ଧରି ମୁଁ କହୁଥିଲି ସତରେ କଣ ଆମେ ସମସ୍ତେ ଭାରତୀୟ ସ୍ୱାଧୀନ???????????



Rate this content
Log in