Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Sudhanjali Mishra

Drama Others

2  

Sudhanjali Mishra

Drama Others

ଖୁସିର ମୁହୂର୍ତ୍ତ ମୋ ପରିବାର ସହିତ

ଖୁସିର ମୁହୂର୍ତ୍ତ ମୋ ପରିବାର ସହିତ

3 mins
280



ମନୁଷ୍ୟ ସାଧାରଣତଃ କଳ୍ପନା ବିଳାସୀ । ସମସ୍ତଙ୍କର କିଛି ନା କିଛି ସ୍ବପ୍ନ ଥାଏ । ତାକୁ ସାକାର କରିବା ପାଇଁ ମନୁଷ୍ୟ ପ୍ରାଣପଣେ ଉଦ୍ୟମ କରେ ।କେତେକ ସ୍ବପ୍ନ ପୂରଣ ହୁଏ ତ ଆଉ କିଛି ସ୍ବପ୍ନ ବାକି ରହିଯାଏ । ତଥାପି ସେ ସେଥିରୁ ବିରତ ହୁଏନାହିଁ ,ମୃତ୍ୟୁ ପର୍ଯ୍ୟନ୍ତ ତାର ଉଦ୍ୟମ ଜାରି ରଖିଥାଏ । ସେହିଭଳି ମୁଁ ମଧ୍ୟ ସ୍ବପ୍ନ ଦେଖିଥିଲି ଏକ ସୁନ୍ଦର ପରିବାର ଏବଂ ସୁନ୍ଦର ନବ ବଧୂଟିଏ ହେବାପାଇଁ ।ସୁନ୍ଦର ବୈବାହିକ ଜୀବନ ସହ ଖୁସି ଭରା ସୁଖି ପରିବାର ଟିଏ ,ଯାହାକି ସବୁ କୁଆଁରୀ ଝିଅମାନେ ସ୍ବପ୍ନ ଦେଖିଥାନ୍ତି ।ସେହିଭଳି ଖୁସିର ମୁହୂର୍ତ୍ତ ମୋ ଜୀବନରେ ଆସି ପହଞ୍ଚିଲା । ଛୋଟିଆ ପରିବାର,ପିତା ତୁଲ୍ୟ ମୋ ଶ୍ବଶୁର,ଭାଇ ସଦୃଶ୍ୟ ମୋ ଦିଅର ଏବଂ ଭଉଣୀ ଭଳି ମୋ ନଣନ୍ଦମାନେ ।ହସ ଖୁସିରେ ବିତି ଯାଇଥିଲା ତିନୋଟି ବର୍ଷ । ଘରେ ଅନ୍ଧ ଶ୍ବଶୁର,ଛୋଟ ଦିଅର ଓ ମୋ ସ୍ବାମୀଙ୍କୁ ନେଇ ମୋର ପରିବାର । ଶ୍ବଶୁର ଯେତେବେଳେ ମୋ ପାଖରେ ରହିଲେ ,ସମସ୍ତଙ୍କ ଯିବା ଆସିବା ଲାଗି ରହିଲା ଏବଂ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ମୋତେ ମିଳିଲା । ସମସ୍ତେ ମୋତେ ଭଲ ପାଉଥିଲେ । କିନ୍ତୁ ମୋ ମନରେ ଟିକେ ଦୁଃଖ ଥିଲା ଯେ ବାହାଘର ପରଠାରୁ ଛଅ ମାସ ପର୍ଯ୍ୟନ୍ତ ମା ଘରକୁ ଯାଇ ପାରିଲି ନାହିଁ । ଯେମିତି ଝିଅମାନେ ମା ଘରକୁ ଆସନ୍ତି, ମାସ ମାସ ରୁହନ୍ତି ଆଉ ଶାଶୁ ଘରକଥା ସାଙ୍ଗମାନଙ୍କ ଆଗରେ ବଖାଣନ୍ତି ତାହା ମୋ ଭାଗ୍ୟରେ ନଥିଲା । ବାପ ଘର ଆମ ଘର ଠାରୁ ପାଞ୍ଚ କିଲୋମିଟର ଦୂରରେ ଥିବାଯୋଗୁଁ ବାପା ପ୍ରାୟ ଘରକୁ ଆସନ୍ତି ଶ୍ବଶୁରଙ୍କ ସହ କଥାବାର୍ତ୍ତା କରନ୍ତି,ଯେମିତି ନିତିଦିନିଆ ସାଙ୍ଗଟେ ମିଳିଯାଇଛି ତା ସହ ମୋର ଭଲମନ୍ଦ ବୁଝିକି ଯାଆନ୍ତି । ପ୍ରାୟ ମାସେ ଦେଢ଼ମାସ ପରେ ମା ଆସିଲେ ,ମୁଁ କହିଲି "ମୋତେ ଡାକି କି ନିଅ ,ତମେ ଶ୍ବଶୁରଙ୍କୁ କୁହ ମୁଁ ଘରକୁ ଯିବି "। ମା ବାଧ୍ୟ ହୋଇ ମୋ ଆଗରେ ଶ୍ବଶୁରଙ୍କୁ କୁହନ୍ତି ଓ ଡାକନ୍ତି । ଶ୍ବଶୁର ଧିରସ୍ଥିରରେ କୁହନ୍ତି "ମୁଁ ବା ଆଉ କେତେ କାଳ ବଞ୍ଚିବି ,ବୟସ ଅଶୀ ହେଲାଣି,ତୁମ ଝିଅ କେଉଁ ଜନ୍ମରେ ମୋ ଝିଅ ହେଇଥିଲା ତେଣୁ ସେ ଏତେ ମୋର ସେବା କରୁଛି ।ମୋ ପରେ ତୁମ ଝିଅ କେତେ ଯିବ ତା'ର ଠିକଣା ନାହିଁ ,ତୁମ ଇଚ୍ଛା । ମା ତାଙ୍କ କଥାକୁ ରଖି ମୋତେ ବୁଝାନ୍ତି"ଘରେ ଆଉ କିଏ ସ୍ତ୍ରୀଲୋକ ନାହାନ୍ତି ,ତୁ ଘରକୁ ଚାଲିଗଲେ ସମସ୍ତଙ୍କର ଅସୁବିଧା ହେବ । ଆମେ ତ ତୋତେ ଦେଖିବାକୁ ଆସୁଛୁ ଘରକୁ ଯାଇ ଆଉ ଅଧିକଟେ କ'ଣ କରିବୁ ? ତୋ ଶ୍ବଶୁର ତୋତେ କେତେ ଭଲ ପାଉଛନ୍ତି ଜାଣିପାରୁଛୁ ତ ? କହି ବୁଝାଇ ମୋତେ ଫେରିଯାଆନ୍ତି । ସେ ଦିନ ମୁଁ ବୁଝିଯାଏ ସିନା ହେଲେ ମୋ ମୁହଁ ଟି ଶୁଖିଯାଏ ।ସ୍ବାମୀ ମଧ୍ୟ ଘରକୁ ଆସି ମୁଁହକୁ ଦେଖି ଜାଣି ଦିଅନ୍ତି ,ହସିକି କୁହନ୍ତି "ଘରକୁ ଯିବ ?ତମ ଗାଁକୁ ଯିବ? ଆଉ ତୁମ ସାଙ୍ଗମାନଙ୍କୁ କହିବ ମୋ ସ୍ବାମୀଏୟା,ମୋ ଶ୍ବଶୁର ସେୟା ଇତ୍ୟାଦି ଇତ୍ୟାଦି କହି ଚିଡାନ୍ତି "। ତାପରେ ସେ ମଧ୍ୟ ବୁଝାନ୍ତି ତୁମ ବାପା ମାଆ ଭାଇ ଭାଉଜ ଭଉଣୀ ସମସ୍ତେ ଆସିକି ଦେଖିକି ଯାଆନ୍ତି । ଆଉ ଘରକୁ ଯାଇ କ'ଣ କରିବ ଯେ ? ମୁଁ ଯୁକ୍ତି କରେ ଯେ ମୋ ସାଙ୍ଗମାନଙ୍କୁ ମୁଁ କ'ଣ ଦେଖିପାରୁଛି ? ଛଅ ମାସ ପରେ ସ୍ବୀକୃତି ମିଳିଲା ଶନିବାର,ରବିବାର ଦୁଇ ଦିନ ତୁମ ଘରକୁ ଯିବ । ତାହା ଥିଲା ମୋର ଦୁଆପାଳି ବା ମେଲାଣି । କିନ୍ଟୁ ପରେ ପ୍ରତି ମାସରେ ଥରେ ବୁଲେଇକି ଆଣିଦିଅନ୍ତି । ହସଖୁସିରେ ଦିନଗୁଡାକ କେତେ ଶୀଘ୍ର ଚାଲିଗଲା ଜଣାପଢଡିଲା ନାହିଁ ।ସବୁଠାରୁ ଖୁସିର ମୁହୂର୍ତ୍ତ ହେଲା ନାରୀ ଜୀବନର ପୂର୍ଣ୍ଣତା ଓ ମାତୃତ୍ବ ଲାଭ । ସମସ୍ତଙ୍କ ନଜର ତାହାରି ଉପରେ ଥାଏ ,ସେବା ଯତ୍ନ ଭଲପାଇବା ସବୁ ସତେ ଯେମିତି ତାହାରି ଉପରେ ଓଜାଡି ହେଇପଡେ । ବଂଶଧରକୁ କୋଳରେ ଧରି ଦାୟିତ୍ବ ଓ କର୍ତ୍ତବ୍ୟ ପଥରେ ଆଗେଇଯାଏ । କେବଳ ଛୋଟ ଛୁଆ ଯୋଗୁଁ ଯାହା ମାଆଘରେ ତିନିମାସ ବିତିଥିଲା ଆଉ ବାକି ସମୟ ମୋ ପରିବାର ସହ ଖୁସିରେ ବିତିଥିଲା 

    


Rate this content
Log in

More oriya story from Sudhanjali Mishra

Similar oriya story from Drama