Sudhanjali Mishra

Tragedy

3  

Sudhanjali Mishra

Tragedy

ଆତ୍ମହତ୍ୟା

ଆତ୍ମହତ୍ୟା

3 mins
443



ବର୍ତ୍ତମାନ ଭାରତ ବର୍ଷରେ ଯେଉଁ କେତକ ଖେଳ ସର୍ଵାଧିକ ଜନପ୍ରିୟ ହୋଇପାରିଛି ସେଗୁଡିକ ମଧ୍ୟରୁ କ୍ରିକେଟ୍ ଖେଳ ଯେ ଅଗ୍ରଗଣ୍ୟ,ଏହା ସର୍ବବାଦୀ ସମ୍ମତ । ଏହି ଖେଳ ଆରମ୍ଭ ହୋଇଗଲେ ଦୂରଦର୍ଶନ ଆଗରେ ଭିଡ଼ ଜମିଯାଏ । ବର୍ତ୍ତମାନ ବିଶ୍ବକପ୍ (୨୦୧୯)ଖେଳ ଚାଲିଛି ,ଖାଲି ଦୂରଦର୍ଶନ ନୁହଁ ଇଂଣ୍ଡିଆ ଓ ପାକିସ୍ଥାନ ଖେଳ ହେଉଛି କହିଲେ ଟିକଟ ବ୍କାକ୍ ରେ ବିକ୍ରିହୁଏ । ଦେଶ ସାରା ଚାଲେ ଜୁଆ ବାଜିମରା ଓ ମାଫିଆ ମାନେ ଧନ ଲୁଟି ତାଲନ୍ତି । ପିଲାମାନେ ନିଜ ନିଜ ମୋବାଇଲ୍ ଧରି ବସିଯାଆନ୍ତି ଖେଳ ଦେଖିବାକୁ ।କ୍ରିକେଟ୍ ଖେଳ ବହୁତ ଆନନ୍ଦ ଦାୟକ ଅଟେ ।ଦେଶ ଦେଶ ମଧ୍ୟରେ ଖେଳ ହୁଏ, ଯେଉଁ ଦେଶ ବିଜେତା ହୋଇ କପ୍,ଟ୍ରଫି ନେଇ ଆସନ୍ତି,ସେ ଦେଶର ଗୌରବ ଅଧିକାଂଶରେ ବଢିଯାଇଥାଏ । ଏବଂ ଖେଳାଳି ମାନେ ଲୋକପ୍ରିୟତା ଅର୍ଜନ କରିଥାନ୍ତି । ମାତ୍ର ଏଥିପାଇଁ ଅତ୍ୟଧିକ ଆସକ୍ତିଯୋଗୁଁ ସମୟ ଅପଚୟ,ଜାତୀୟ ସଂପତିକ୍ଷୟ ଓ ଶାନ୍ତିଶୃଙ୍ଖଳା ବ୍ୟାହାତ ହୁଏ ବେଳେ ବେଳେ ଆତ୍ମହତ୍ୟା ଭଳି ଦୁର୍ଘଟଣା ଘଟିଥାଏ । ଏପରି ଘଟିଲେ ଏହା ଯେ ପରିହାର ଯୋଗ୍ୟ ଏଥିରେ ସଂଦେହ ନାହିଁ । ଯେପରି ଆମ ଅଞ୍ଚଳରେ ଘଟିଥିବା ଏକ ଦୁର୍ଘଟଣା ।

 

       ବଡ଼ ବ୍ୟବସାୟୀ କାଶୀନାଥ ଚୌଧୁରୀ ,ତାଙ୍କର ତିନିପୁଅ ଥିଲେ ।ବଡ଼ ପୁଅ ଉମେଶ,ଯିଏ କି ବାପାଙ୍କୁ ବ୍ୟବସାୟରେ ସହଯୋଗ କରିବା ପାଇଁ କାନ୍ଧକୁକାନ୍ଧ ମିଶାଇ ସାରିଲାଣି,ମଝିଆ ପୁଅ ରାକେଶ ଯିଏ କି କଂପାନି ଚାକିରି କରି ବାହାରେ ରୁହେ ,ସାନପୁଅ ସୁମେଶ ଯିଏ କି +3 ୨ୟ ବର୍ଷର ଛାତ୍ର ଥିଲା । ସେ କ୍ରିକେଟ ଖେଳକୁ ବହୁତ ଭଲପାଉଥିଲା ବେଳେ ବେଳେ ଖେଳ ଆରମ୍ଭ ହେଇଗଲେ ସ୍କୁଲକୁ ଯାଏ ନାହିଁ ।ଆଉ ଇଣ୍ଡିଆ ପାକିସ୍ଥାନ ଖେଳହେଲ ପିଲାମାନଙ୍କ ସହ ଚାଲେ ବାଜିମରା ହାର୍ ଜିତ୍ କୁ ନେଇ ଏକପ୍ରକାର ଜୁଆଖେଳ,ସେଥିରେ ମାତିଯାଇଥିଲା ସୁମେଶ ।ଅଳ୍ପ ଟଙ୍କା ହେଲେ ମାଙ୍କ ଠାରୁ ନେଇ କାମ ଚଳାଇ ଦିଏ ସାଙ୍ଗ ମାନଙ୍କୁ ପାର୍ଟିଦେବାର ଅଛି କହି ।ହେଲେ ସବୁଦିନ ସମାନ ଯାଏ ନାହିଁ ସେ ଖେଳି ଖେଳି ପଚାଶ ହଜାର ଟଙ୍କା ବାକି ହୋଇଗଲା ଏତେ ଟଙ୍କା ସେ କିପରି ଯୋଗାଡ଼ କରିବ ସେ ଚିନ୍ତା ତାକୁ ଘାରୁଥାଏ ,ସେପଟେ ପିଲାମାନେ ଟଙ୍କା ମାଗି ଧମକ ଉପରେ ଧମକ ଦେଉଥାନ୍ତି ମାରିଦେବାପାଇଁ ହଠାତ୍ ବିଲେଇ କପାଳକୁ ସିକା ଛିଡିଲା ଭଳି ବଡ଼ଭାଇ ତାକୁ ତିରିଶ ହଜାର ଟଙ୍କା ବ୍ୟାଙ୍କରେ (ଡିପୋଜିଟ୍ )ବାନ୍ଧିବା ପାଇଁ ଦେଲେ ।ସୁମେଶ କୋଡିଏ ହଜାର ବାନ୍ଧିଦେଲେ ଓ ଦଶ ହଜାର ଦେଇ ସାଙ୍ଗ ମାନଙ୍କ ପାଟି କିଛି ଦିନପାଇଁ ବନ୍ଦ କରିଦେଲେ ।ବଡ଼ ଭାଇ ପଚାରିବାପରେ ମାଙ୍କ ଆବଶ୍ୟକ ଥିଲା କହି କଥାଟାକୁ ଟାଳିଦେଲେ ।କିଛି ଦିନ ପରେ ଭାଇ ସାନଭାଇକୁ ସଂଦେହ କରି ଆଉ ଟଙ୍କା ଦେଲେନି ନିଜେ ଆଣି ଆଲମିରାରେ ରଖିଥିଲେ ପରଦିନ ବ୍ୟାଙ୍କରେ ବାନ୍ଧିବେ ବୋଲି ସେଥିରୁ କୋଡିଏ ହଜାର ଚୋରି ହେଇଯାଇଛି ।ବଡ଼ ପୁଅ ଏଥର ମାଁଙ୍କୁ ପଚାରିଲେ ତୁମର ଯଦି ଟଙ୍କା ଆବଶ୍ୟକ ମା, ମୋତେ ମାଗିକି ନିଅ ଆରଥର ଦଶ ହଜାର ନେଲ ପୁଣି ଏବେ କୋଡିଏ ହଜାର ନାହିଁ ଆଲମିରାରେ କ'ଣ ହେଉଛି ମୁଁ ଜାଣିପାରୁନି । ମା ସାନ ପୁଅକୁ ଡାକିଲେ ବଡ଼ କଷ୍ଟରେ ସାନପୁଅ ମାନିଲା ଏବଂ ସବୁ ସତକଥା କହିଲା ବଡ଼ଭାଇ ରାଗିଯାଇ ବାପାଙ୍କୁ ସବୁ କହିଲା ବାପା ସବୁ ଶୁଣି ରାଗ ତମ ତମ ହୋଇ ଅଣ୍ଟାରୁ ବେଲ୍ଟ ବାହାର କରି ବାଡେଇବା ଆରମ୍ଭ କରିଦେଲେ । ମା ଛଡାଇବା ପାଇଁ ବହୁଚେଷ୍ଟା କରି ବିଫଳ ହେଲେ । ବାପା ମାଙ୍କୁ ତାଗିଦ୍ କରିଦେଇ ଗଲେ ଆକୁ ଖାଇବାକୁ ଦେବନି ୟେ ଜୁଆଡେ ଯିବ ଯାଉ ମୋର ମାନ ସମ୍ମାନ ସବୁ ମାଟିରେ ମିଶାଇ ଦେଲା । ମା ମନ ବୁଝିବ କିପରି କେତେ ଡାକିଲେ ମଧ୍ୟ ପୁଅ ଅଭିମାନରେ ଖାଇଲାନି ।ଘରେ ଅଶାନ୍ତିର ବାତାବରଣ କେହି ଠିକ୍ ରେ ଖାଇ ନାହାନ୍ତି ।ସନ୍ଧ୍ୟା ସମୟରେ ମା ଶ୍ବଶୁର ଙ୍କୁ ଚା ଦେଇ ସନ୍ଧ୍ୟା ଦେବାକୁ ଯାଇଛନ୍ତି ସାନପୁଅର ବିକଳ ରଡି ଶୁଭିଲା ମା ଉପର ଘରକୁ ଯାଇ ଯାହା ଦେଖିଲେ ଆଖିକୁ ବିଶ୍ବାସ କରି ପାରିଲେ ନାହିଁ । ପୁଅ ଛଟପଟ ହେଉଛି ପାଖରେ କୀଟମରା ଔଷଧ ଡ଼ବାଟିଏ ପଡିଛି । ମା ବୁଝିଗଲେ ସେ ପୁଅକୁ ଧରି ବାହୁନା ଆରମ୍ଭ କରିଦେଲେ "ମୋ ସଂସାର ଭାସିଗଲା,ମୁଁ କ'ଣ କରିବି ଏବେ ?,ତୁ କାହିଁକି ଏମିତି କଲୁ ବାପାରେ ?"ମାଙ୍କର କାନ୍ଦ ଶୁଣି ସାହି ପଡିଶା ଲୋକ ସିଧା ଉପର ମହଲାକୁ ଚାଲିଲେ ସବୁ ଜାଣିବା ପରେ ସଙ୍ଗେ ସଙ୍ଗେ କାର୍ ଭଡାକରି ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାକୁ ନେଇଗଲେ ଦୁଇଗୁଣା ପଇସା ଖର୍ଚ୍ଚ ହେଲା ,ବାବୁ କିଛିଦିନ ପରେ ସୁସ୍ଥହେଇ ଫେରିଲେ ଘରକୁ । ଭାଗ୍ୟବଶତଃ ପିଲାଟି ମରୁ ମରୁ ବଞ୍ଚିଗଲା,କ୍ରିକେଟ୍ ଖେଳ ଯେ ଏତେ ମାରଣାତ୍ମକ ହେବ କିଏ ଜାଣିଥିଲା ?


କ୍ରିକେଟ୍ ଖେଳକୁ ଭଲପାଅ ଏବଂ ଖେଳ କିନ୍ତୁ ଭୁଲ୍ ରାସ୍ତାରେ ଯାଅନାହିଁ । ପୂର୍ବେ ବାପା ଘରେ ଥିଲେ ପୁଅଝିଅ ମାନଙ୍କ ପାଟି ଶୁଭୁନଥୁଲା ସତରେ ଏବେ ଯୁଗ ବଦଳି ଯାଇଛି ଆଜିକାଲି ଗୋଟିଏ ଗୋଟିଏ ପୁଅ,ଝିଅ ଟିକିଏ ବିରକ୍ତି ପ୍ରକାଶ କଲେ ସେମାନେ ଆତ୍ମହତ୍ୟା କରିବେ ନତୁବା ଘରଛାଡି ଚାଲିଯିବେ । ପୁଅ,ଝିଅ ବଡ଼ ହୋଇଗଲେ,ମୁଣ୍ଡକୁ ହାତ ପାଇଗଲେ ମନ୍ ମାନି କରନ୍ତି,ପୁଅ,ଝିଅକୁ ବାପା ମା ଡ଼ରିକି କିଛି କୁହନ୍ତି ନାହିଁ ।ସତରେ ଆଜିକାଲି ବାପା ମାଙ୍କ ପୁଅ,ଝିଅଙ୍କୁ ଶାସନ କରିବା ଦକ୍ଷତାରେ ଘୋର ଅଭାବ ହେଉଛି କାହିଁକି ?

                  


Rate this content
Log in

Similar oriya story from Tragedy