Sudhanjali Mishra

Others

3  

Sudhanjali Mishra

Others

କରୋନାକୁ ଡ଼ରନା-କରୋନା ଭୟରେ ମରନା

କରୋନାକୁ ଡ଼ରନା-କରୋନା ଭୟରେ ମରନା

3 mins
12.1K



ପ୍ରଞ୍ଚମ ଶ୍ରେଣୀର ଛାତ୍ର ଶୁଭଙ୍କର ପରୀକ୍ଷା ସରୁ ସରୁ ବିଦ୍ୟାଳୟରୁ ଦୌଡିଆସି ସିଧା ପହଞ୍ଚିଗଲା ଜେଜେ ରାମ ଦାସଙ୍କ ପାଖରେ । ସେ ଥିଲେ ଜଣେ ଆଦର୍ଶ ଶିକ୍ଷକ ଏବଂ ସମାଜ ସଂସ୍କାରକ ମଧ୍ୟ । ତେଣୁ ପ୍ରଥମେ ନାତି ଶୁଭଙ୍କରକୁ କହିଲେ "ତୁ ପୋଷାକ ବଦଳାଇ,ହାତମୁହଁ ଭଲରେ ସଫାକରି ଆସେ ପରେ କଥାହେବା ଏବଂ ମିଶିକି ଖାଇବା । ନାତି ଶୁଭ ମନରେ ଆଜି ଅନେକ ପ୍ରଶ୍ନ ,ସବୁ ପ୍ରଶ୍ନର ଉତ୍ତର ଯେମିତି ତା'ର ଜେଜେଙ୍କ ପାଖରେ ଅଛି । ସେ ଚଟାପଟ୍ ପୋଷାକ ବାହାର କରି ହାତଗୋଡ଼ ଧୋଇ ଜେଜେଙ୍କ ପାଖରେ ହାଜର ହେଇଗଲା ।ଜେଜେ ପଚାରିଲେ କହ କ'ଣ କହିବାକୁ ଚାହୁଁଥିଲୁ ? ସଙ୍ଗେ ସଙ୍ଗେ ଶୁଭ କହିଚାଲିଲା "ଜେଜେ ! ଆଜି ଆମ ବିଦ୍ୟାଳୟକୁ କେତେକ ପିଲା ମୁହଁରେ କ'ଣ ଗୋଟେ ପିନ୍ଧିକି ଆସିଥିଲେ ,କ'ଣ କହୁଛନ୍ତି ଯେ ..ହଁ ହଁ ମନେ ପଡିଲା "ମାସ୍" । ଜେଜେ ହସିକି କହିଲେ "ମାସ୍ ନାହିଁ ସେଇଟା "ମାସ୍କ " ଶୁଭ କହିଲା " ହଁ ଯେ ସେଇଟା ପ୍ରାୟ ଅଧିକାଂଶ ପିଲା ପିନ୍ଧିକି ଆସିଥିଲେ । ମୋର ମଧ୍ୟ ମାସ୍କ ଦରକାର,ମୁଁ ମଧ୍ୟ ପିନ୍ଧିକି ଯିବି "। ଜେଜେ ହସିକି କହିଲେ " କେବଳ ତୁ ନୁହଁ ଆମେ ସମସ୍ତେ ପିନ୍ଧିବା ଆବଶ୍ୟକ "। ହେଲେ କାହିଁକି ଜେଜେ ଆମେ ସମସ୍ତେ ମାସ୍କ ପିନ୍ଧିବା ?ଶୁଭ ପଚାରିଲା ।

   ଜେଜେ କହିଲେ ଶୁଣୁ "କରୋନା ନାମକ ଭୂତାଣୁ ସଂକ୍ରମଣ ଏବେ ବିଶ୍ବବ୍ୟାପୀ ତା'ର ପ୍ରଭାବ ବିସ୍ତାର କରିବାରେ ଲାଗିଛି ।ଏହାକୁ ଯଥା ସମ୍ଭବ ନିୟନ୍ତ୍ରଣ କରିବାରେ ଚିକିତ୍ସା ବିଜ୍ଞାନୀ,ଭୂତାଣୁ ବିଜ୍ଞାନ ଗବେଶକ,ବିଭିନ୍ନ ରାଷ୍ଟ୍ରର ସରକାର ଏବଂ ସମସ୍ତ ଚିକିତ୍ସାନୁଷ୍ଠାନ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଭାରତର ବିଭିନ୍ନ ରାଜ୍ୟରେ ଏବେ ଏହାର ପ୍ରଭାବ ଦେଖାଦେଇଥିଲେ ସୁଦ୍ଧା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ।ତେଣୁ ଏହାକୁ ରୋକିବାପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଆଗୁଆ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ -୧୯ ଭୂତାଣୁ ସଂକ୍ରମଣର ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ନିଦାନ ଆବିଷ୍କୃତ ହୋଇନାହିଁ । କିନ୍ତୁ ଏହା ବସନ୍ତ ମହାମାରୀ ଭଳି ଘାତକ ନୁହଁ । ସେହି ଦୃଷ୍ଟିରୁ ରାଜ୍ୟ ସରକାର ଲୋକମାନଙ୍କ ମନରୁ ଭୟ ଦୂର କରିବାପାଇଁ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି ।କରୋନା ସଂକ୍ରମଣକୁ ନେଇ ନାନା ପ୍ରକାର ଗୁଜବ ପ୍ରସାର ଫଳରେ ଲୋକମାନଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । କୋଭିଡ଼ -୧୯ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବାର ସବୁଠାରୁ ଶ୍ରେଷ୍ଠ ପଦକ୍ଷେପ ହେଲା ନିଜେ ସ୍ବଚ୍ଛ ରହିବା ଏବଂ ଜନଗହଳିଠାରୁ ନିଜକୁ ଦୂରେଇ ରଖିବା । ଅତୀତକୁ ଦେଖିଲେ ଜଣାପଡେ ବସନ୍ତ,ହାଡ଼ଫୁଟି,ମିଳିମିଳା ହେଲେ ରୋଗୀକୁ ପରିବାରଠାରୁ ସାମାଜିକ ଉତ୍ସବଠାରୁ ଦୂରେଇ ରଖାଯାଏ କରୋନା ମଧ୍ୟ ସେହିପରି ଏକଭୂତାଣୁ ଜନିତ ସଂକ୍ରମଣକ ରୋଗ " । ଆଚ୍ଛା ଏବେ ଜାଣିଲି , ହେଲେ କରୋନାରେ ଆକ୍ରାନ୍ତ ବୋଲି ବୋଲି ଆମେ କିପରି ଜାଣିବା ଜେଜେ ? ଓହୋ ଏବେ ବୁଝିଲି ତୁ ସବୁ ଜାଣିବାକୁ ଚାହୁଁଛୁ ଖାଇସାରିବାପରେ ସବୁ କହିବି ହେଲା ।କରୋନାରେ ଆକ୍ରାନ୍ତ ହେଲେ କ'ଣ ହୁଏ ? ଆଉ ନହେବା ପାଇଁ କଣ ପଦକ୍ଷେପ ନେବା ।

ଶୁଭ ଖାଇସାରି ଜେଜେଙ୍କପାଖରେ ପୁଣି ହାଜର ହୋଇଗଲା ତା'ର ଏକା ଜିଦ୍ କରୋନା କ'ଣ ଆଉ ତାକୁ କାହିଁକି ସମସ୍ତେ ଡ଼ରନ୍ତି ସେସବୁ ଜେଜେଙ୍କଠାରୁ ଆଜି ଯେମିତି ହେଲେ ଜାଣିବ ଆଉ ସାଙ୍ଗମାନଙ୍କୁ ଜଣେଇବ । ଜେଜେ ପୁଣି କହିବା ଆରମ୍ଭକଲେ " କରୋନା ପ୍ରଥମେ ଶରୀର ମଧ୍ୟରେ ପ୍ରବେଶକରେ । ଏଥି ସହ ଜ୍ବର ଓ କାଶ ଲକ୍ଷଣ ଦେଖାଦିଏ ।ଏହାପରେ ଦେହ ହାତ ଘୋଳାବିନ୍ଧା ଆରମ୍ଭହୁଏ । ଗଳାରେ କଷ୍ଟ ଅନୁଭବ ହୁଏ । ଶରୀରର ପ୍ରତିରୋଧକ ଶକ୍ତି ଯଦି କମିଥାଏ ,ତାହାହେଲେ ତା'ର ପ୍ରଭାବ ଅତିଶୀଘ୍ର ଦେଖାଇଥାଏ । ଶୁଖିଲା କାଶ ପରେ କଫ ପଡିବା ଆରମ୍ଭ କରିଦିଏ । ଏହି କଫମଧ୍ୟରେ ଭାଇରସ୍ ଦ୍ବାରା ମରୁଥିବା ଫୁସ୍ ଫୁସ୍ କୋଷ ପରିମାଣ ସର୍ବାଧିକ ରହିଥାଏ । ସପ୍ତାହ ପର୍ଯ୍ୟନ୍ତ ଏହିପରି ଲକ୍ଷଣ ଦେଖାଯାଏ ,ପରେ ପରେ ଶରୀରରେ କିଛି ରାସାୟନିକ ପରିବର୍ତ୍ତନ ଦେଖିବାକୁ ମିଳେ । ଫଳରେ ଜଳାପୋଡା ଆରମ୍ଭହୁଏ । ଅତ୍ୟଧିକ ଜଳାପୋଡା ବା ପ୍ରଦାହ ହେବାଦ୍ବାରା ଶରୀରର ଅନ୍ୟ ଅଂଶକୁ ଏହା କବଳିତ କରିଥାଏ । ପରେ ଏହା ନିମୋନିଆର କାରଣ ସାଜିଥାଏ । ରକ୍ତରେ ଅମ୍ଳଜାନ ପ୍ରବେଶ ଦ୍ବାରରେ ପାଣି ପ୍ରବେଶକରେ ଫଳରେ ନିଃଶ୍ବାସ ପ୍ରଶ୍ବାସ ରେ କଷ୍ଟ ଅନୁଭବ ହୁଏ । ତେଣୁ ରୋଗୀପାଇଁ ଭେଣ୍ଟିଲିଟର ଅତି ଜରୁରୀ ହୋଇପଡେ । ପାଖାପାଖି ୧୪℅ରୋଗୀ ଏହି ପର୍ଯ୍ୟାୟରେ ସାମ୍ନା କରୁଥିବା ଚୀନ୍ ରୁ ମିଳୁଥିବା ତଥ୍ୟରୁ ଜଣାପଡିଛି । ଶେଷରେ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଏ ,ଶରୀରର ରକ୍ତଚାପ ବିପଦ ଜ୍ଜନକ ଭାବେ ତଳକୁ ଖସିଆସେ ଏବଂ ବିଭିନ୍ନ ଅଂଶ କାର୍ଯ୍ୟ କରିବା ବନ୍ଦ କରିଦିଏ ପ୍ରବାହ ମାତ୍ରା ଚରମ ସୀମାକୁ ଛୁଇଁଥାଏ ଯାଦ୍ବାରା 'ଅକ୍ୟୁଟରେସ୍ପିରେଟୋରି ଡିଷ୍ଟ୍ରେସ୍ ସିଣ୍ଡ୍ରୋମ୍ ' ଦେଖାଦିଏ । ତିଷ୍ଠିରହିବାପାଇଁ ଯଥେଷ୍ଟ ଅମ୍ଳଜାନ ମିଳି ନଥାଏ । କିଡ୍ ନିକୁ ଏହା ରକ୍ତ ପରିଷ୍କାର କରିବାକୁ ଅନୁମତି ଦେଇନଥାଏ ଏବଂ ଅନ୍ତଃନଳୀକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ । ଶେଷରେ ରୋଗୀ ମୃତ୍ୟୁବରଣ କରେ ।

ଏହି ରୋଗରୁ ରକ୍ଷା ପାଇବାପାଇଁ ସଚେତନମୂଳକ ପଦକ୍ଷେପ ଗୁଡିକ ଗ୍ରହଣ କଲେ ଆମେ ରକ୍ଷା ପାଇଯିବା ।

-ହାତ ସଫା ଦେଖାଗଲେ ମଧ୍ୟ ସାବୁନ୍ ଦ୍ବାରା ହାତକୁ ବାରମ୍ବାର ଧୋଇବା ।

-ଜ୍ବର,କାଶ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କଲେ ମାସ୍କ ପିନ୍ଧବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା ।

-ବ୍ୟବହୃତ ଟିସୁ ପେପରକୁ ଢାଙ୍କୁଣୀଥିବା ଡ଼ଷ୍ଟବିନ୍ ରେ ପକାଇବା ।

-ଘରକୁ କୀଟନାଶକ ଦ୍ରବଣରେ ସଫାକରିବା ,ଆମ ପରିବେଶକୁ ମଧ୍ୟ ସଫା ରଖିବା ।

-ଫ୍ଳୁ ଭଳି ଲକ୍ଷଣଥିବା ଲୋକଙ୍କଠାରୁ ଦୂରେଇ ରହିବା ।

-କରମର୍ଦ୍ଦନ ଓ ଆଲିଙ୍ଗନ କରିବା ନାହିଁ । ନମସ୍କାର କରିବା ।

-ସର୍ବ ସାଧାରଣ ସ୍ଥାନରେ ଛେପ ପକାଇବା ନାହିଁ ଏବଂ ବାୟୋମେଟ୍ରିକ୍ ଉପସ୍ଥାନ ମେସିନ୍ ବ୍ୟବହାର ନ କରିବା ।

-ସାମାକିକ ଉତ୍ସବ ଅନୁଷ୍ଠାନ ସଭାସମିତି ନ କରିବା ପାଇଁ ସରକାର ଘୋଷଣା କରିଛନ୍ତି ତାହାକୁ ଆମେ ପାଳନ କରିବା

-ଅତ୍ୟାବଶ୍ୟକ ପଡିଲେ ଘରୁ ବାହାରିବା କିନ୍ତୁ ଜନଗହଳିଠାରୁ ଦୂରେଇ ରହିବା ।

-ବାହାରକୁ ଗଲେ ନିଜର ସୁରକ୍ଷାପାଇଁ ମାସ୍କ ବ୍ୟବହାର କରିବା ।ଏହି ଭଳି ପଦକ୍ଷେପ ନେଲେ କରୋନାକୁ ଆମେ ଏଡେଇ ପାରିବା ବୁଝିଲୁ ନାତିଆ "।

ଶୁଭ କହିଲା "ହଁ ଜେଜେ ମୁଁ ଭଲଭାବରେ ବୁଝିଗଲି ମୋ ସାଙ୍ଗମାନଙ୍କୁ ମଧ୍ୟ ମୁଁ ବୁଝେଇ ଦେବି "କରୋନାକୁ ଏବେ ଡ଼ରନା,କରୋନା ଭୟରେ ମରନା " ହାଃ ହାଃ ହାଃ

            


Rate this content
Log in