STORYMIRROR

Trushna Das

Abstract Children Stories Drama

3  

Trushna Das

Abstract Children Stories Drama

ଖେଳରୁ ଶିକ୍ଷା (ମେରିଓ)

ଖେଳରୁ ଶିକ୍ଷା (ମେରିଓ)

3 mins
221

ଶୁଭେନ୍ଦୁ ଛୋଟ ବେଳୁ ମେରିଓ ନାମକ କମ୍ପ୍ୟୁଟର ଖେଳ ଖେଳିବାକୁ ଭଲ ପାଆନ୍ତି।। ମାଆ ବିରକ୍ତ ହୋଇ ତାଙ୍କୁ କହୁଥାନ୍ତି ସବୁବେଳେ କଣ କମ୍ପ୍ୟୁଟରରେ ଖେଳୁଛୁ।ସେଥିରୁ କଣ ମିଳୁଛି ତୋତେ। ପାଠ ପଢ, ବହାରେ ସାଙ୍ଗମାନଙ୍କ ସହ ଖେଳ, ନିଉଜ୍ ଦେଖ, ଦୁନିଆ ବିଷୟରେ ଜାଣ। 


ଶୁଭେନ୍ଦୁ କୁହନ୍ତି ମାଆ ମୁଁ ତ ବିଦ୍ୟାଳୟରେ ଖେଳ ଛୁଟିରେ ସାଙ୍ଗମାନଙ୍କ ସହ ଖେଳେ। ତାପରେ ପାଠ ସମୟରେ ପଢେ।ବାପାଙ୍କ ସହ ନିଉଜ୍ ଦେଖେ। ଫାଙ୍କା ସମୟରେ ମେରିଓ କମ୍ପ୍ୟୁଟର ଖେଳ ଖେଳେ।ମାଆ ତୁମେ ଜାଣିନ ମେରିଓ ଖେଳର ବହୁତ ଭାଗ ଅଛି। ଏଥିରେ ଦୌଡ ପ୍ରତିଯୋଗିତାର ଖେଳ ଅଛି ତ ପୁଣି ରହସ୍ୟମୟ ଖେଳ ଅଛି,ବହୁତ କଛି ପୋଜଲ୍ ଖେଳ ଅଛି।ଏହି ସବୁ ଖେଳରେ ବୁଦ୍ଧି ଲଗାଇ ଖେଳିବାକୁ ପଡେ। ଏହା ଶୁଣି ମାଆ କୁହନ୍ତି ଦେଖ ତୋତେ ଯାହା ଭଲ ଲାଗୁଛି ତୁ କର। 


ଶୁଭେନ୍ଦୁ ବଡ ହେଲା ପରେ ଭି ଫାଙ୍କା ସମୟରେ ମେରିଓ ଖେଳୁ ଥାଆନ୍ତି।ଘରେ ସମସ୍ତେ ତାଙ୍କୁ ହସୁ ଥାଆନ୍ତି। ଶୁଭେନ୍ଦୁ ଇଞ୍ଜିନିୟର ହେଲା ପରେ ବି ମେରିଓ ଖେଳୁଛନ୍ତି। ବୋଧେ ବିବାହ ହେଲା ପରେ ବି ଏମିତି ଖେଳୁଥିବେ ବୋଲି ସମସ୍ତେ କହି ହସୁଥିଲେ।


ଶୁଭେନ୍ଦୁ ହସି ଦେଇ କୁହନ୍ତି ମୁଁ ମେରିଓ ଖେଳରୁ ବହୁତ କିଛି ଶିଖୁଛି। ଆପଣମାନେ ବଝି ପାରିବେ ନାହିଁ। 


ଶୁଭେନ୍ଦୁ ସବୁ କାମ କରିବା ବେଳକୁ ନିଜକୁ ମେରିଓ ସହ ତୁଳନା କରି ଶୀଘ୍ର କାମ କରିବାକୁ ପ୍ରେରଣା ପାଆନ୍ତି। ପ୍ରତି ପରିସ୍ଥିତିରେ ନିଜକୁ ମେରିଓ ଜାଗାରେ ରଖି ସେ ପରିସ୍ଥିତିର ସାମ୍ନା କରନ୍ତି। 


ଶୁଭେନ୍ଦୁଙ୍କ ସାନ ଭଉଣୀ ଶ୍ରେୟାଙ୍କ ବିବାହ ଠିକ ହୋଇଛି। ବିବାହର ଆୟୋଜନ ଶୁଭେନ୍ଦୁ ଧୁମ୍ ଧାମରେ କରିଛନ୍ତିା କାମ ବ୍ୟସ୍ତ ଭିତରେ ବି ଶୁଭେନ୍ଦୁ ଟିକେ ଫାଙ୍କା ପାଇଲେ ମେରିଓ ଖେଳନ୍ତି।ସବୁ ବନ୍ଧୁ ବାନ୍ଧବ ଗୋଟିଏ କଥା କୁହନ୍ତି ମାନିବାକୁ ପଡିବ ଶୁଭେନ୍ଦୁଙ୍କୁ।କାମ ସମୟରେ କାମ ଓ ଫାଙ୍କା ସମୟରେ ଏପଟସେପଟ ନ ହୋଇ ନିଜ ପସନ୍ଦର ଖେଳ ଖେଳନ୍ତି।


ଶ୍ରେୟାଙ୍କ ବାହାଘର ଆଗ ଦିନ ରାତି କଥା।ହଠାତ୍ ଘରେ ନିଆଁ ଲାଗିଗଲା। ସେତେବେଳକୁ ଶୁଭେନ୍ଦୁ ବସି ମେରିଓ ଖେଳୁଥାଆନ୍ତି।ହଠାତ୍ ନିଆଁ ନିଆଁ ଶୁଣି ଶୁଭେନ୍ଦୁ ଯାଇ ଦେଖିଲେ ଉପର ଘରେ ନିଆଁ ଲାଗି ଯାଇଛି।ସିଡି ପାଖରେ କିଛି ଲୋକ, ଉପରେ ଗୋଟିଏ ଜାଗାରେ କିଛି ଲୋକ ଏବଂ ଉପର ଘରର ସବୁଠାରୁ କୋଣ ରୁମରେ ଭଉଣୀ ଶ୍ରେୟା। 


ସେ ପରିସ୍ଥିତିରେ ଶୁଭେନ୍ଦୁଙ୍କୁ ମେରିଓ ଖେଳ କଥା ମନେ ପଡିଲା। ଏମେତି ଗୋଟିଏ ସ୍ତର ଖେଳରେ ଥିଲା। ଯେଉଁଥିରେ ମେରିଓଙ୍କୁ ଗୋଟିଏ ଝିଅକୁ ଆଉ କିଛି ଲୋକଙ୍କୁ ନିଆଁରୁ ବଞ୍ଚାଇବାର ଥିଲା। ସେ ସ୍ତରରେ ମେରିଓ ଯେପରି ସମସ୍ତଙ୍କୁ ବଞ୍ଚାଇ ଥିଲା ସେହିପରି ଶୁଭେନ୍ଦୁ କଲେ। ଶୁଭେନ୍ଦୁ ପ୍ରଥମେ ସମସ୍ତଙ୍କୁ କହିଲେ ନିଆଁ ଉପରକୁ ପାଣି ଛାଟିବାକୁ।ତାପରେ ଶୁଭେନ୍ଦୁ କିଛି କମ୍ବଳ ନେଇ ଉପରକୁ ଦୌଡିଲେ। 


ଶୁଭେନ୍ଦୁ ଖୁବ ଜୋରରେ ଦୌଡ଼ି ସିଡି ଉପରକୁ ଗଲେ ଏବଂ ସିଡି ପାଖରେ ଥିବା ଲୋକମାନଙ୍କୁ ବଞ୍ଚାଇଲେ। ତାପରେ କମ୍ବଳ ନେଇ ପାଖ ରୁମରେ ଥିବା ଲୋକମାନଙ୍କୁ ବଞ୍ଚାଇଲେ ଏବଂ ସେମାନଙ୍କୁ କହିଲେ ତଳେ ଗଦି ଆଣି ବିଛାଇବାକୁ। 


ଶୁଭେନ୍ଦୁ ଦେଖିଲେ ନିଆଁର ଝାସ ବଢିବାକୁ ଲାଗିଛି। ସେ ଉପରେ ଥିବା ଗାଧୁଆ ଘରର ପାଇକୁ ପୁରା ଫଟାଇ ଦେବାରୁ ପାଣି ପୁରି ବହିବାକୁ ଲାଗିଲା। ନିଆଁର ପ୍ରଭାବ ଟିକେ କମିଲା। ସେ ଗୋଟିଏ କମ୍ବଳ ନେଇ ଶ୍ରେୟାଙ୍କ ରୁମରେ ପହଞ୍ଚିଲେ। ଚିଳାଇ ସମସ୍ତଙ୍କୁ କହିଲେ ଶ୍ରେୟାଙ୍କ ରୁମକୁ ପାଣି ଛାଟିବାକୁ। ତାପରେ ଶ୍ରେୟାଙ୍କ ରୁମ ପାଖରେ ନିଆଁ କମିବାରୁ ଶୁଭେନ୍ଦୁ ଶ୍ରେୟାଙ୍କୁ ନେଇ ବାହାରକୁ ଆସି ଉପରୁ ତଳକୁ ଡିଆଁ ମାରିଲେ। ତଳେ ବହୁତ ଗଦି ଥିବାରୁ ଶ୍ରେୟା ଓ ଶୁଭେନ୍ଦୁଙ୍କର କିଛି ହେଲା ନାହିଁ। 


ଦମକଳ ଆସିଲା ବେଳକୁ ନିଆ ପ୍ରାୟେ ଲିଭିବା ଉପରେ ଥାଏ। ସମସ୍ତେ ଶୁଭେନ୍ଦୁଙ୍କ ଉପସ୍ଥିତି ବୁଦ୍ଧିର ପ୍ରଶଂସା କଲେ। କହିଲେ ତ ମୁଣ୍ଡକୁ ଏତେ ବଡ଼ କଥା ଆସିଲା କେମିତି ଯେ ତୁ ପାଣି ପାଇପ ଫଟାଇ ନିଆଁ ଲିଭାଇଲୁ। 


ଶୁଭେନ୍ଦୁ ହସି କହିଲେ ଏ ସବୁ ମୋର ମେରିଓ ଖେଳ ପାଇଁ।ମୁଁ ଏ ବୁଦ୍ଧି ମେରିଓ ଖେଳରୁ ଶିକ୍ଷା କରିଥିଲି।ମେରିଓର ଖେଳର ଗୋଟିଏ ସ୍ତର ଏହିପରି ପରିସ୍ଥିତି ଥିଲା। ଯେଉଁଥିରେ ମେରିଓ ଏହି ପରି କାମ କରି ସମସ୍ତଙ୍କୁ ବଞ୍ଚାଇଥଲେ। 


ଯାହା ହେଉ ଶୁଭେନ୍ଦୁଙ୍କ ବୁଦ୍ଧି ପାଇଁ ସମସ୍ତେ ଅଳ୍ପକେ ନିଆଁରୁ ବଞ୍ଚିଲେ। ବହୁ ଧନ ଜୀବନ କ୍ଷତିରୁ ବଞ୍ଚିଲା। ଏତେ ବଡ଼ ବିପଦ ଆସିଥିଲେ ମଧ୍ୟ ଶୁଭେନ୍ଦୁଙ୍କ ବୁଦ୍ଧି ପାଇଁ ବାହାଘର ନିର୍ଦ୍ଧାରିତ ସମୟରେ ହେଲା। ସବୁ ଶୁଭେନ୍ଦୁ ଓ ତାଙ୍କ ମେରିଓ ଖେଳର ପ୍ରଶଂସା କଲେ।ସେମାନେ କହିଲେ ଖେଳ ଖରାପ ନୁହଁ। ସମସ୍ତେ ଖେଳିବା କଥା ଏବଂ ଠିକ କଥାକୁ ଖେଳରୁ ଶିକ୍ଷା ରୂପେ ଗ୍ରହଣ କରିବା କଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract