STORYMIRROR

Nibedita Mishra

Abstract Tragedy Inspirational

3  

Nibedita Mishra

Abstract Tragedy Inspirational

ଖାଲିବେଞ୍ଚନିବେଦିତା ମିଶ୍ର

ଖାଲିବେଞ୍ଚନିବେଦିତା ମିଶ୍ର

2 mins
155


ଖାଲିବେଞ୍ଚ


ସେଦିନ ମାନିନୀ ଚୁପଚାପ ଘଣ୍ଟାଏ ହେଲାଣି ପାର୍କରେ ସେଇ ବେଞ୍ଚଟି ଉପରେ ସେମିତି ଗୁମସୁମ ହୋଇବସିଛି। ସାମ୍ନାରେ ଛୁଆ ମାନେ ଖେଳକୁଦରେ ମାତିଛନ୍ତି। କେହି କେହି ବ୍ଯାୟାମ କରିବାରେ ଲାଗିଛନ୍ତି। ହେଲେ ମାନିନୀର ସେ ସବୁକୁ ଧ୍ଯାନ ନାହିଁ। ସେ ତ ଏକ ଅଜଣା ରାଇଜର ଚିନ୍ତାରେ ବ୍ଯସ୍ତ।

-ସେ ଯାହା କରିବାକୁ ଯାଉଛି ତାହା କ'ଣ ଠିକ୍?

-ସେ କ'ଣ ଏତେ ସ୍ବାର୍ଥି ହେଇପାରିବ?

-ବାପା,ମା',ସାନ ଭାଇ ଭଉଣୀ ସମସ୍ତଙ୍କୁ ଭୁଲି ନିଜର ଜୀବନ ଜିଁ ପାରିବ?

ଏମିତି ଅନେକ ପ୍ରଶ୍ନର ଲହଡିରେ ଉପର ତଳ ହେଉଛି ମାନିନୀ।

ଆଖି ଆଗରେ ନାଚି ଯାଉଛି ତାର ପୁରୁଣା ସ୍ମୃତି ସବୁ।


ବାପା କେତେ ଖୁସି ହେଇ ନ ଥିଲେ..ଯେଉଁଦିନ ସେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଡିଭିଜନରେ ପାସ କରିଥିଲା। ସମସ୍ତଙ୍କୁ ଗୋଟି ଗୋଟି କରି ଫୋନ କରି ନିଜଝିଅର ରେଜଲ୍ଟ ବିଷୟରେ କହୁ କହୁ ଖୁସିରେ କାନ୍ଦି ବି ପକେଇଥିଲେ।


ଆଉ ମା'.....ସେ ତ ତା'ର ସେ ଝିଅରୁ ନାରୀ ହେବାର ସେ ଘଡିସନ୍ଧି ମୁହୁର୍ତ୍ତରେ ଗୋଟେ ଭଲ ସାଙ୍ଗଟିଏ ପରି ତା'ର ସବୁ ଅକୁହା ପ୍ରଶ୍ନ ସବୁକୁ ଆଗୁଆ ପଢି ଦେଇ ,ଖୁବ ସୁନ୍ଦର ଭାବେ ତାକୁ ସେ ସନ୍ଧି ବେଳାରୁ ବାହାର କରିଆଣିି ଥିଲା।


ସାନ ଭାଇଟା ସେ ଦିନ ରାକ୍ଷୀରେ ନାନୀକୁ ତା ମନପସନ୍ଦର ଡ୍ରେସଟା

ଗିଫ୍ଟ ଦେବ ବୋଲି । ତା ବ୍ଯାଟ କିଣା ପଇସା ତକ ଖୁସିରେ ଖୁସିରେ ଲଫାପା ରେ ଭର୍ତ୍ତି କରି ବଢେଇ ଦେଇଥିଲା ନାନୀ ହାତକୁ।


ହଁ ସାନ ଭଉଣୀଟି ତା'ର ସେଦିନ ରାତି ସାରା ନାନୀକୁ ଜର ହଉଚି ବୋଲି ଅନିଦ୍ରା ରହି ଥରକୁ ଥର ଥର୍ମୋମିଟରରେ ଜର ମାରି ପକଉଥିଲା।


ଏ ସବୁକୁ କଣ ସେ ଭୂଲିଯାଇପାରିବ? ଏଇ କିଛି ଦିନ ଆଗରୁ ମିଳିଥିବା ପ୍ରେମୀଟିଏ ପାଇଁ?


ହଠାତ୍ ଫୁଟବଲ ଟିଏ ଆସି ଗୋଡରେ ବାଜିବାରୁ ପ୍ରକୃସ୍ଥିତ ହେଲା ସେ।


ବ୍ଯାଗରୁ କାଗଜ କଲମ ବାହାର କଲା । କ'ଣ ଗୁଡିଏ ଲେଖି ଲଫାପାରେ ଭରି ତାକୁ ବେଞ୍ଚ ଉପରେ ଥୋଇ ଦେଇ ଠିଆ ହେଲା। ଏବେ ସେ ବେଶ ହାଲୁକା ମନେ କରୁଥିଲା ନିଜକୁ।

ଏବେ ବେଞ୍ଚ ଉପରେ ଥିଲା ଏକ ଲଫାପା। ସଂଧ୍ଯା ନଇଁ ଆସୁଥିଲା। ମାନିନୀ ଚାଲିଥିଲା ଘରଆଡେ। ସିଧା ସିଧା ଏକମୁହାଁ ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract