STORYMIRROR

Sunanda Mohanty

Romance

2  

Sunanda Mohanty

Romance

କେବେ ତୁମେ ନାହଁ କେବେ ମୁଁ ନାହିଁ

କେବେ ତୁମେ ନାହଁ କେବେ ମୁଁ ନାହିଁ

1 min
179


ସୁରେଶ କଲେଜ ଛୁଟିରେ ଘରକୁ ଆସି ବୋଉ ହାତରନ୍ଧା ଆଡ଼ କରିଦେଇ ମାମୁଁ ଘରକୁ ଯିବାର ଅସଲ ଉଦେଶ୍ୟ ମାଆ ଜାଣିଥିଲେ ବି କିଛି ପ୍ରତିବାଦ କରନ୍ତି ନାହିଁ. ରୁପା ତାଙ୍କର ଖୁବ ପସନ୍ଦ ସେ ବି ଭଲ ପଢେ ଆଉ ଛୁଟିରେ ସୁରେଶ ମାମୁଁଘର ଯାଇ ରୁପାକୁ ପାଠପଢାରେ ସାହାଯ୍ୟ କରେ ରୁପା ବାପା ମାଆ ସୁରେଶ ମାମୁଁ ଘର ପାଖରେ ରୁହନ୍ତି ଦୁଇ ପରିବାର ମଧ୍ୟରେ ସମ୍ପର୍କ ଘନିଷ୍ଠ ଆଉ ସେଇ ଘନିଷ୍ଠତା ସୁରେଶ ମନରେ ଆଣିଛି ପ୍ରେମର ବହ୍ନି ମାଆବାପାଙ୍କର ବି ଆପତ୍ତି ନଥାଏ ହେଲେ ରୁପା ମଧ୍ୟ ତା ମାମୁଁଘର ଗାଆଁକୁ ଯାଇଥିବାରୁ ସୁରେଶ ଚଞ୍ଚଳ ଫେରିଆସିବା ଜାଣି ବି ମାଆ ପୁଅକୁ କିଛି ନ କହି ନଅ ତରକାରୀ ଛଅ ପ୍ରକାର ପିଠାପଣା କରି ଖୁଆନ୍ତି l

 ରୁପା ଏ ବର୍ଷ ଭଲ ନମ୍ବର ରଖି ମାଟ୍ରିକ ପାସ କରିଛି ଆଉ ତାର ଏକା ଜିଦ ସୁରେଶ ଭାଇ ପଢ଼ୁଥିବା କଲେଜରେ ନାମ ଲେଖାଇବ ସେଇୟା ବି ହେଲା ହେଲେ ସୁରେଶ ସେହି ବର୍ଷ ମେଡିକାଲ ପାଇ କଲେଜ ଛାଡିଲା ବେଳେ ରୁପା ଉଦ୍ଦେଶ୍ୟରେ ଗଳ୍ପଟିଏ ଲେଖିଥିଲା "କେବେ ତୁମେ ନାହଁ କେବେ ମୁଁ ନାହିଁ "l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance