Neelamadhab Rath

Romance Tragedy Inspirational

3  

Neelamadhab Rath

Romance Tragedy Inspirational

କାମବାଲୀ

କାମବାଲୀ

3 mins
11.7K


  ସେଦିନ ରବିବାର ଥାଏ । ଭାଵିଥିଲି ରାତିରେ ଟିକେ ଅଧିକ ସମୟ ଦେଇ ସବୁ ଅଫିସ୍ ହୋମୱ।ର୍କ ସାରିଦେଇ ଟିକେ ଅଧିକ ଶୋଇବି । ହେଲେ ସକାଳୁ ସକାଳୁ କମଳା-ମୋ କାମବାଲି କଲିଂ ବେଲ ମାରି ନିଦଟା ଭାଙ୍ଗିଦିଏ । ସେ ଜାଣିଛି ଛୁଟିଦିନଟା ବାବୁ ଟିକେ ଅଧିକ ସମୟ ଶୋଇବେ । ତଥାପି ଆଜି କିନ୍ତୁ ଟିକିଏ ଶିଘ୍ର ଆସି ଯାଇଛି । ଆଖି ମଳି ମଳି ଗେଟ ଖୋଲିଦିଏ । କମଳା ର ହସହସ ମୁଁହଟା ପାହାନ୍ତି ନିଦୁଆ-ଅବଶ ଦେହରେ ଟିକେ ଫୁର୍ତ୍ତି ଭରିଦିଏ ।

  କମଳା- ଖୁବ ସୁନ୍ଦର, ଶୁଶିଳ, ଚଞ୍ଚଳୀ ଝିଅଟିଏ । ବୟସ 23/24 ହେବ। ତା' ପରିବାର କହିଲେ ଘରେ ବୁଢା ବାପ ମାଁ । ଲମ୍ବା କେଶରାଶି କୁ ଯୋଡା ବେଣୀ । ମଥାରେ ଚକମକିଆ ଟିକିଲି । ଖୁବ୍ ଝଲସୁଥାଏ । ଗୋଲ ମୁହଁଟାରେ ମେଞ୍ଚା ମେଞ୍ଚା ପାଉଡର୍ । ପୁରିଲା ପୁରିଲା ଦେହଟା । କମଳାଟାକୁ ଦେଖିଲେ ମନରେ ଏକ ଅହେତୁକ ଦୁର୍ବଳତା ସୃଷ୍ଟିହୁଏ । ଛାତିଟାର ବେଗ ବଢାଲା ବଢିଲାପରି ଲାଗେ ।

      ବାବୁ ଚାହାଟା କରିଦେବି କି ? କିଚେନ୍ ରୁ କମଳାର କଅଁଳିଆ ଡାକରେ ଭାବନା ରାଇଜରୁ ପ୍ରକୃତିସ୍ଥ ହୁଏ। ହଁଟିଏ ମାରି ଦେଇ ପୁଣି ଶେଜଟା ଉପରେ ଗଡତଡ ହୋଇ ଅଳସ ଭାଙ୍ଗୁଭାଙ୍ଗୁ କମଳା ଉଠାଇ ଦିଏ। ଟିପୟ ଉପରେ ଚା'କପଟା ରଖିଦେଇ, ବାଲଟି ଓ ପୋଛାକନା ଧରି ବେଡରୁମ୍ ଝାଡୁପୋଛା କାମ ଆରମ୍ଭ କରିନିଏ । ଚାହାକପ ଟା ପିଉପିଉ ମନଭରି କମଳାର ସୁନ୍ଦରତା ଓ ଚଞ୍ଚଳତାକୁ ଅନୁଭବ କରୁଥାଏ । ପୁରିଲା ପୁରିଲା ଦେହଟି ଦେଖି ମୋ' ଦେହରେ ଶିହରଣ ଭରିଯାଏ । ପୁଣି ଭାଵନା ରାଇଜରେ ହଜିଯାଏ। ଭାବିନିଏ ଗୋଏ ଶକ୍ତ ଆଲିଙ୍ଗନ କରିବ....ଛାତିରେ ଯାବୁଡି ଧରିବ ତାକୁ....ହେଲେ କମଳାର reaction କଣ ହେବ ଯାଣେନି । ମନରେ ଡର ଓ ଶଙ୍କା । ଚାହାଟା ସରୁସରୁ , ଶିଘ୍ର ଶିଘ୍ର ବାହାରି ପଡେ ବାଥରୁମ୍ ପଟେ... ଫ୍ରେସ ହୋଇ ମାର୍କେଟ ଯିବି । କମଳା ପାଟିକଲାଣି .. ବାବୁ ଟାୱେଲଟା ନେଇଯାଅ । 

     ମୋର ଖୁବ୍ ଖିଆଲ୍ ରଖେ କମଳା । ଚାରି ବର୍ଷ ତଳୁ ...ଏଠି ଚାକିରୀରେ ଜଏନ୍ କରିବା ଦିନଠୃ ସେ ମୋ ଘରେ କାମବାଲି। କେବେବି କୌଣସି କାମରେ ଅବହେଳା କରେନି । ସବୁ କାମ ସୁନ୍ଦର ଆଉ perfect......।

    କୌଣସି କଥାରେ କେବେ ନା ଗୁମାନ କରେନା ଅଝଟକରେ । ଅଫିସ୍ tension ରେ ତା'ଉପରେ ବେଳେ ବେଳେ କିଛି ଚିଡିଚିଡି ହୋଇ ଟାଣଟାଣ କଥା କହିଦିଏ .... ତଥାପି ସେ ହସିହସି କଥାଗୁଡାକୁ ବାରେଇ ନିଏ । 

   ଏମିତି ସୁଖଦୁଃଖ ବଣ୍ଟାବଣ୍ଟି ଭିତରେ କେତେବେଳେ ଭଲପାଇ ବସିଛି କମଳାକୁ ଯାଣିନି । ଭାବିଛି ମନକଥା କହିନେବି କମଳାକୁ । ସବୁଦିନ ପିଇଁ କମଳାକୁ ନିଜର କରିନେବି । ହେଲେ କେମିତି କହିବି କେତେବେଳେ କହିବି ବୁଝି ପାରୁନଥାଏ । ସେ ସବୁବେଳେ ଘରକାମରେ ବ୍ୟସ୍ତ । ଶିଘ୍ର ଶିଘ୍ର କାମ ସାରିଲେ ସଗତା ଘରକୁ ଯିବ । ସେଠି ପୁଣି ତା ଘର କାମ କରିବାକୁ ହେବ ।

  ବଜାରରୁ ଫେରି ସୌଦା ବ୍ୟାଗଟା କମଳାକୁ ଧରାଇ ଦେଇ ଡ୍ରଇଂ ରୁମ୍ ରେ ବସିଯାଏ । କମଳା ଆସି ପଚାରିଲା ବାବୁ ଆଜି ଏତେ ମାଛ ଆଉ ସବଜି ଆଣିଛ କାହିଁକି? କିଏ ଘରକୁ ଆସିବେକି? କମଳାକୁ ଉତ୍ତର ଦେବା ଭିତରେ କେତେବେଳେ କମଳାର ହାତ ପାପୁଲିକୁ ମୁଠେଇ ନେଇଛି ଜାଣେନା । କହିଲି ତୁ ଆଜି ମୋ ଘରେ ଖାଇବୁ । ଆମେ ଦୁହେଁ ମିଶିକି ଖାଇବା । ତୋ'ସହ ବହୁତ ଜରୁରୀ କଥା ଅଛି । ସବୁ କିଛି କହିଦେବି । ତୁ ଶିଘ୍ର କାମ ସାରି ଆସେ । ଖାଇସାରି ଆମେ ତୋ ବାପା ପାଖକୁ ଯିବା ।

  ଚମକି ଉଠେ କମଳା .... ଭାବିଲା ବାବୁଙ୍କର କିଛି ଗୋଟ ହେଇଛି .... ମନରେ ଅନେକ ଚିନ୍ତା କମଳାର। ହସହସ ମୁହଁଟା ମଳିନ, ଶିଥିଳ ପଡିଯାଉଥିଲା । ଭାବନା ରାଇଜରେ ହଜି ଜାଉଥିଲା ...। ବୋଧେ ବାବୁ କାହା ପ୍ରେମର ମାୟା ଜାଲରେ ଛନ୍ଦି ହୋଇଯାଇଛନ୍ତି। ହେଲେ ବାବୁ ତ ତାକୁ ତା ବିଷୟରେ କେବେ କିଛି କହିନାହାନ୍ତି । ପୁଣି ଅହେତୁକ ଆଶଙ୍କାରେ ଆଖି ଛଳ ଛଳ ହୋଇଉଠେ କମଳାର । ବାପାଙ୍କୁ ବାବୁ କାହିଁକି ଯିବେ ??? ସେ କିଛି ଭୁଲ କରିଛିକି??? ଏମିତି ଅନେକ ପ୍ରଶ୍ନ ସବୁ ଘେରିନିଏ କମଳାର ହୃଦୟ କୋଠରୀରେ । 

    



Rate this content
Log in

Similar oriya story from Romance