Soumya Shubhadarshinee

Fantasy Inspirational Others

3  

Soumya Shubhadarshinee

Fantasy Inspirational Others

କାଳ୍ପନିକ

କାଳ୍ପନିକ

3 mins
7.2K


ଈଶ୍ୱର ସବୁଠି ଅଛନ୍ତି କେବଳ ଦେଖିବାର ଦୃଷ୍ଟି ଲୋଡ଼ା ।

ସକାଳଟା ପୁରା ବରବାଦ ହେଇଗଲା  ଅଭୟର । ଓଃ ! ଲାଇନ ନାହିଁ। କାଲି ପାଣି ସାରିଯାଇଥିଲା ବୋଧେ ମୋଟର ଲଗେଇବାକୁ ଭୁଲି ଯାଇଛି ସେ। ଏବେ ବିନା ପାଣିରେ କେମିତି କଣ କରିବ ଅତି କମରେ ଶୌଚ ହେବା ତ ଲୋଡ଼ା । ଜମା ଦୁଇ ଦିନ ହେବ ଆସିଛି ସେ ଏ ସହରକୁ । ଜାଣିନି କାହାକୁ ଭଲରେ ଯେ ଯାଇ ପହଁଚି ଯିବ। କଣ ଆଉ କରିବ ଚିନ୍ତା କଲା । ଆଉ ଖୁବ୍ ବ୍ୟସ୍ତ ହେଇ ବାହାରିଲା ସୁଲଭ ଶୌଚାଳୟ । ଅନ୍ୟ କିଛି ବିକଳ୍ପ ନାହିଁ ଆଉ। ବେକାର୍ ହେଇଗଲା ରବିବାର। ଇଚ୍ଛା ହେଉଥିଲା କୁଆଡେ ବହାରିଯିବ ଆଉଟିଙ୍ଗ । ବେଷ୍ଟ ଆଇଡ଼ିଆ , ହୁଁ । ନହେଲେ ବିନା ଲାଇଟ ଆଉ ପାଣିରେ କେମିତି ରହିବ ମଣିଷ ।

ଗ୍ୟାରେଜରୁ ଗାଡି କାଢି ଦେଖିଲା ବେଳକୁ ଗାଡିଟା ଷ୍ଟାର୍ଟ ହେଉନି । ବ୍ୟାଟେରୀ ଡ଼ାଉନ୍ , ହେ ପ୍ରଭୁ । ଦି ଗୋଇଠା ପକେଇଲା ଆଉ ଗର ଗର ହେଇ ବାହାରିଗଲା। ପଦବାବୁଙ୍କ ଗାଡି ଦୁଇ ଗୋଡ଼ିଆ , ଧେତ୍ ହେଲେ କିଛି ଉପାୟ ନାହିଁ। ତା ଭଡା ଘର ପାଖରେ ନାହିଁ କିଛି ଅଟୋ କି ବସ୍ ର ସୁବିଧା। ହଠାତ୍ ଭଲ କଥା ମନେ ପଡ଼ିଲା 'ଓଲା' ବୁକ କରିକି ଯିବ । କିଛି ଅସୁବିଧା ନାହିଁ। ହେଲେ ବ୍ୟାଡ଼୍ ଲକ୍ , ଗୋଟେ ବି 'ଓଲା' ଦେଖା ଯାଉନି। ଭଗବାନ କୁଆଡେ ଗଲ ! ବଡ଼ କଷ୍ଟରେ ରବିବାର ସକାଳର ସୁଖକୁ ଜାଳି ପୋଡି , ଗଲା ଚାଲି ଚାଲି ପ୍ରବଳ ଖରାରେ । ଆଡେ ପେଟରେ ପ୍ରଚଣ୍ଡ ପ୍ରେସର। ଓଃ...... ଯା ହଉ ଟେମ୍ପୁଟେ ମିଳିଗଲା ଅଳ୍ପ ବାଟରେ ।ଆଉ ସେ ସେଇଟା ରିଜର୍ଭ କରି କହିଲା ଭାଇ ଜଲ୍ଦି ସୁଲଭ ଶୌଚାଳୟ ଚାଲ। ଡ୍ରାଇଭର ଅନେଇଲା ଟେରେଇ , "ପ୍ରଥମ ଗ୍ରାହକ ଯିଏ ଯିବ ଶୌଚାଳୟ"....

ଲୋକଟା ହସିଲା ଟିକେ , ଆଉ କହିଲା" କଣ ଅସମ୍ଭାଳ ଅବସ୍ଥା କି?"

ଅଭୟ ଚୁପ୍ ରହିଲା , ମନେ ମନେ ବହେ ଶୋଧିଲା ତାକୁ । ଗାଡିଟା ଯେତେବେଳେ ଚାଲିଲା ଲାଗିଲା ଯେମିତି ଶଗଡ଼ ଗାଡ଼ି ଯାଉନି ଜମା । ଓଃ କେଡେ ବଦମାସ୍ ଡ୍ରାଇଭର । ମାଡୁଆ କୋଉଠିକାର !ବାଧ୍ୟ ହେଇ କହିଲା'' ଭାଇ ଟିକେ ଜୋର ଚଲା , ବୁଝ ଟିକେ !.....

ଲୋକଟା ହସିଲା ପୁଣି ଆଉ ଦଉଡିଲା ଟେମ୍ପୁ । ଯା’ ହେଉ ପହଞ୍ଚି ଗଲା ଶୌଚାଳୟ । ଗୋଟେ ଦ୍ରୁତ ପାଦରେ ଭିତରକୁ ଯାଇ ମାଗିଲା ଟୋକନ୍।କିନ୍ତୁ କି ଭୟଙ୍କର ବିପର୍ଯ୍ୟୟ ଏଠି ବି ପାଣି ନାହିଁ। ଲୋଡ଼ସେଡିଙ୍ଗ ପ୍ରବଳ ଆଉ ପାଣି ଉଭାନ ମୋଟର ଚାଲିପାରୁନି । ରାଗିଗଲା ସେ ଆଉ କହିଲା , "ଖୋଲିକି ବସିଛ କିଆଁ ତାଲା ମାରି ଦିଅ।"

ଅଭୟର ଇଚ୍ଛା ହେଉଥିଲା ଗୁଳି ମାରିଦେଵ ଲୋକଟାକୁ। ହେଲେ ସେମିତି କି ହୁଏ!! ଅସହାୟ ଅଭୟ ପଚାରିଲା, "କଣ ଅଛି ବିକଳ୍ପ କିଛି?" ଲୋକଟା ହସିଲା ଆଉ ଦେଲା ଗୋଟେ ବୋତଲ ବିସଲେରି । ଆଉ କହିଲା , "ଏଇଥିରେ ଚଳେଇ ଦେବେ।"

ବ୍ରହ୍ମ ଜଳିଲା ତା'ର , ଆଜି ରବିବାର , ସୂର୍ଯ୍ୟ ପୂଜାର ଦିନ। ଏକମାତ୍ର ସୂର୍ଯ୍ୟ ହିଁ ଜୀବନ୍ତ ଈଶ୍ୱର। ଦୃଶ୍ୟମାନ ସୃଷ୍ଟି ପାଳକ । କେବଳ ତାଙ୍କୁ ପୂଜା କରେ ସେ । ବାକି ସବୁ ଠାକୁର କେବଳ ପ୍ରହସନ । ଆଜି ତାର ସ୍ନାନ, ଶୌଚ, ତର୍ପଣ ଓ ସୂର୍ଯ୍ୟଙ୍କୁ ଜଳ ଲାଗି ପାଇଁ ବହୁତ ପାଣି ଲୋଡ଼ା । ସେଥିପାଇଁ ତ ଏତେ କଷ୍ଟରେ ଆସିଲା ସିଏ। ଆଉ ଲୋକଟା ଦେଉଛି ବୋତଲେ ପାଣି। ଏବେ ତାକୁ କାନ୍ଦ ଲାଗିଲା ଆଉ ଭାବିଲା ଆଜି ଜୀବନ୍ତ ଈଶ୍ୱର ତାର ଧର୍ଯ୍ୟର ପରୀକ୍ଷା ନେଉଛନ୍ତି ବୋଧେ। ହଠାତ୍ ଆର୍କମେଡିସଙ୍କ ପରି 'ୟୁରେକା ୟୁରେକା' କହିଲା ଅଭୟ। ଶୌଚାଳୟ ବାଲା ଭାବିଲା ଲୋକଟାର ପେଟ ପ୍ରେସର ମୁଣ୍ଡକୁ ଉଠିଗଲା ନା' କଣ!..

ରାସ୍ତା ସେପଟେ ଥିଲା ଗୋଟେ ପାଣି କଳ । ଚାଲୁଥିଲା କାରଣ ଦଳେ ବସ୍ତି ପିଲା ପାଣିଖେଳରେ ମାତି ଥିଲେ। ସେ ନେଇଗଲା ଗୋଟେ ବାଲ୍ଟି ଆଉ ମଗ । ପହଞ୍ଚିଗଲା ପାଣିର ଉତ୍ସ ପାଖେ ଆଉ ମାତିଗଲା ପାଣି ସହ। ଜୀବନରେ ପ୍ରଥମ ଥର ମୁକ୍ତାକାଶ ତଳେ , ରାସ୍ତା କଡରେ, ବସ୍ତି ପିଲାଙ୍କ ମେଳରେ ଲାଗୁଥିଲା ଟିକେ ଭିନ୍ନ। କିନ୍ତୁ ମିଳୁଥିଲା ବେଶ ଶାନ୍ତି ।ଗୋଟେ ବୁଢ଼ୀ ମାଉସୀ ଆସିଥିଲା ପାଣି ନେବାକୁ, କଣେଇ କଣେଇ ଅନେଇଲା ତାକୁ , ଯେମିତି ସେ ନୂଆ ପ୍ରାଣୀ । ଲାଜ ଲାଗିଲା ତାକୁ ଟିକେ ଆଉ ଲାଗିଲା ଅପ୍ରତିଭ। ବୁଢ଼ୀଟି କିନ୍ତୁ ବଡ଼ ସ୍ନେହୀ , ପାଣି ମାରିଦେଲା ତା' ପାଇଁ। ପଚାରିଲା " ବାବୁ ତମେ ଏଠି କେମିତି"?

ଅଭୟ କିଛି କହିଲାନି କେଵଳ ହସିଦେଲା ନିରୋଳା ହସ ।

ଜଳ ଲାଗି ପାଇଁ ଢାଳଟା ତ ଆଉ ଆଣି ନଥିଲା ସେ , କିନ୍ତୁ ବୁଢ଼ୀ ପାଖ ଘରୁ ଯାଇ ଆଣି ଦେଲା । ସୂର୍ଯ୍ୟ ପୂଜା ହେଲା ପ୍ରକୃତି କୋଳରେ ପ୍ରଥମ ଥର ପାଇଁ ଘର ବାଲକୋନିରୁ ବାହାରି।

ନିଆରା ଥିଲା ଆଜିର ଅଭିଯାନ । ଲୋଡ଼ସେଡିଂରୁ ରାଜରାସ୍ତା ଯାଏଁ ଈଶ୍ଵରଙ୍କ ଲାଗି । ଫେରିଲା ଅଭୟ ଘରକୁ ନେଇ ସାଥିରେ ଗୋଟେ ଅନନ୍ୟ ଅନୁଭବ। ଲାଗୁଥିଲା ଈଶ୍ୱର ଆଜି ରବିବାରରେ ଆଉଟିଙ୍ଗ ରେ ଥିଲେ ତ ସେଥିପାଇଁ ତାକୁ ବି ଡାକିନେଲେ ସାଥିରେ।

ସୌମ୍ୟା


Rate this content
Log in

Similar oriya story from Fantasy