STORYMIRROR

Nibedita Mishra

Abstract

3  

Nibedita Mishra

Abstract

କାଗଜ ଡଙ୍ଗା

କାଗଜ ଡଙ୍ଗା

2 mins
214

ସେଦିନ ଅନୁଭବ ଘର ସାମ୍ନା ପୋଟିକରେ ବସିଥାଆନ୍ତି। ହାତରେ ଚା କପଟିଏ ଧରି। ପାରାଲିସିସ ହେବା ଦିନରୁ ବେଶୀ ଚଲାବୁଲା କରି ପାରନ୍ତିନି। ଆଜି ପୁଅ ଘରେ ଥିବାରୁ ହାତ ଧରି ଧିରେ ଧିରେ ବାହାରକୁ ଆଣି ଚୌକିରେ ବସେଇ ଦେଇଚି। ବାହାରେ ଝଡି ବର୍ଷା ହେଉଥାଏ।ଅବଶ୍ଯ ଅନୁଭବ ବର୍ଷାକୁ ଉପଭୋଗ କରୁ ନଥିଲେ ବଂର ବର୍ଷାକୁ ଦେଖି ନିଜ ଅତୀତର କିଛି ସ୍ମୃତିରେ ଭିଜିବାକୁ ଚେଷ୍ଟା କରୁଥିଲେ।

ଏଇ ସମୟରେ ଘର ପଛପଟେ ରହୁଥିବା ଡ୍ରାଇଭରର ଛୋଟ ପୁଅଟି ହାତରେ କାଗଜ ଡଙ୍ଗାଟିଏ ଧରି ଦୌଡି ଆସିଲା।ଗେଟ୍ ସାମ୍ନାରେ ବହି ଯାଉଥିବା ପାଣି ସୁଅରେ ଭସାଇ ଦେଲା।ଡଙ୍ଗାଟି ଭାସୁଥିବାର ଦେଖି ଜୋର୍ ଜୋର୍ ରେ ତାଳି ପିଟି ନାଚିବାକୁ ଲାଗିଲା।

ଅନୁଭବଙ୍କୁ ଚାହିଁ କହିଲା-ଜେଜେ ବାବୁ ....ଦେଖ ମୋ କାଗଜ ଡଙ୍ଗା କେମିତି ଭାସୁଛି।

ହଠାତ୍ ନିଜ ଭାବନା ରାଇଜରୁ ଫେରିଆସିଲେ ଅନୁଭବ।ସେ ବି ଛୁଆଟି ସାଙ୍ଗେ ତାଳି ବଜେଇବାକୁ ଲାଗିଲେ।

ଟିକିଏ ସମୟ ପରେ ଛୁଆଟିର ମା କୋଉଠି ଥିଲା କେଜାଣି।ଦୌଡି ଆସି ଛୁଆଟିର କାନ ମୋଡି ଦେଇ କହିଲା-ପାଠସାଠ ତ କିଛି ନାଇଁ ତା ଉପରେ ପୁଣି ଖାତା ଚିରି ଡଙ୍ଗା କରାହଉଛି।ଚାଲ ଘରକୁ।


ଉଦାସ ହେଇଗଲେ ଅନୁଭବ।ପୁଣି ହଜିଗଲେ ଅତୀତର ସ୍ମୃତି ଭିତରେ।ଛୁଆଥିଲା ବେଳେ ଏମିତି କେତେ ଯେ କାଗଜ ଡଙ୍ଗା କରି ଓଳି ତଳେ ନ ଭସେଇଛନ୍ତି ସେ।ସେତେବେଳର କଥା ଅବଶ୍ଯ ଟିକିଏ ଅଲଗା ଥିଲା।ସେତେବେଳେ ବାପା ମା ଏତେଟା ଡିଜିଟାଲ ନଥିଲେ।ଶୈଶବ ବି ପାଠ ପଢା ବୋଝରେ ଲଦି ହେଇନଥିଲା।ଛୁଆ ମାନେ ଭରପୁର ଆନନ୍ଦ ଉଠଉଥିଲେ ଜୀବନର ସେ ଅମୁଲ୍ଯ ସମୟର।ହେଲେ ଏବେ ତ ସବୁକିଛି ବଦଳି ଯାଇଛି।ତାଙ୍କ ଦୁଇ ନାତି ଭି ତ ଘର ଥାଉ ଥାଉ ସେହି ସହରରେ ବୋଡିଙ୍ଗ ସ୍କୁଲରେ ରହି ପାଠ ପଢୁଛନ୍ତି। 

ହଉ .......ଯୁଗ ବଦଳୁଛି।ଆମକୁ ବି ତାଳ ଦେଇ ବଦଳିବାକୁ ହେବ।ଏମିତି କିଛି ଶାନ୍ତ୍ବନା ନିଜକୁ ନିଜେ ଦେଇ,ଚା କପଟାକୁ ସାମ୍ନା ଟେବୁଲରେ ଥୋଇ ଦେଇ ଆଖି ବନ୍ଦ କରି ଚୌକିରେ ଟିକିଏ ଆଉଜେଇ ପଡିଲେ ଅନୁଭବ।

-ଜେଜେ ବାବୁ ଶୋଇ ପଡିଲ କି?

ଚମକି ଉଠିଲେ ଅନୁଭବ...

-ତୁ ପୁଣି କାହିଁକି ଆସିଲୁ? ଯା ପାଠ ପଢିବୁ ନ ହେଲେ ତୋ ମା ପୁଣି ରାଗିବ।

-ହା......ହା....ମା ରାଗିବନି।ମୁଁ ସବୁ ପାଠ କରିଦେଇଚି। ଆଚ୍ଛା ଜେଜେବାବୁ, ତୁମକୁ କାଗଜ ଡଙ୍ଗା କରି ଆସେ କି?

-ହଁ .....ହେଲେ...

-ବାସ୍ ତେବେ ....ଅପେକ୍ଷା କାହାକୁ କରୁଚ ଏଇ ନିଅ କାଗଜ ଆରମ୍ଭ କରିଦିଅ।

-ଆରେ....ଏତେ ରଙ୍ଗୀନ କାଗଜ କୋଉଠୁ ଆଣିଲୁ।

-ଡୋଣ୍ଟ ଓରି....ଜେଜେ ବାବୁ ଖାତାରୁ ଚିରିନି, ଚାଲ ରେଡି ତ....

-ଆଚ୍ଛା ହଉ....ଗାଳି ଖାଇଲେ ମତେ ଦୋଷ ଦବୁନିରେ ଟୋକା...

ତା ପରେ ଅନୁଭବ ଗୋଟିକ ପରେ ଗୋଟେ କାଗଜ ଡଙ୍ଗା କରୁଥାନ୍ତି ଓ ଛୁଆଟି ତାହା ପାଣିରେ ଭସଉଥାଏ।ଦୁହେଁ ମିଶି ତାଳି ପିଟି ହସୁଥାଆନ୍ତି।

ଉପର ମହଲାରୁ ଅନୁଭବଙ୍କ ପୁଅ ବୋହୁ ତାଙ୍କୁ ଏତେ ଦିନ ପରେ ବାପାଙ୍କୁ ଖୁସିହେବାର ଦେଖି ବହୁତ ଆତ୍ମସନ୍ତୁଷ୍ଟ ଲାଭ କରୁଥାଆନ୍ତି।

ପିଲାଟି ସାଙ୍ଗଟିଏ ପାଇଥିବାରୁ ମଜାରେ ଡଙ୍ଗା ଭସଉଥାଏ।ଆଉ ଅନୁଭବ...ନିଜର ପିଲା ଦିନର ....."ଯା ରେ ଭାସି ଭାସି ଯା..."ଗୀତ ଗୁଣୁଗୁଣେଇ ଚାଲିଥାଆନ୍ତି।


ଅବଶ୍ଯ ପରଦିନ ମୁନସିପାଲଟି ପିଲାଟି ନାଳରେ ଏତେ ଗୁଡିଏ କାଗଜ ଡଙ୍ଗା ଦେଖି ଆଖପାଖ ସବୁ ଫ୍ଲାଟକୁ ନିରିକ୍ଷଣ କରୁଥାଏ-ଯେ ଏସବୁ କାହାର କରାମତି ବୋଲି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract