STORYMIRROR

Namita Pal

Abstract

3  

Namita Pal

Abstract

କାଗଜ ଡଙ୍ଗା

କାଗଜ ଡଙ୍ଗା

2 mins
294

           

   

 ଆଜି ସକାଳଠୁ ବର୍ଷା ଲାଗିରହିଛି। ବାହାରକୁ ବାହାରି ହେଉନି। ମନସୁନ୍ କେବେଠାରୁ ଗଲାଣି କିନ୍ତୁ ଓଡିଶାରେ ଲଘୁଚାପ ଜନିତ ବର୍ଷା ପ୍ରାୟ ଲାଗି ରହିଥାଏ। ଯା ହେଉ ଆଜି ରବିବାର,ନହେଲେ ଅଫିସ୍ ଯିବାକୁ ଭାରି ଅସୁବିଧା ହୋଇଥାନ୍ତ। ଆଉ ଏଇ କଟକ ସହରର ଯେଉଁ ରାସ୍ତା। ଘର ସାମନା ସଡକ ଉପରେ ଆଣ୍ଠୁ ପାଖା ପାଖି ପାଣି ଚାଲିଛି। ଆରେ ବୁବୁ ଟା କୁଆଡେ ଗଲା ଦେଖାଯାଉନି, ଟିଭି ତ ବନ୍ଦ ଅଛି।

ଅନିତା....ଅନିତା, ଅମିତ୍ ସ୍ତ୍ରୀଙ୍କୁ ଡାକ ପକାଇଲେ।" କ'ଣ ହେଲା, କାହିଁକି ଏମିତି ଡାକ ଛାଡ଼ିଚ,ମୁଁ ପରା ଜଳଖିଆ ବନଉଛି ଡେରି ହେଲାଣି"। ଅନିତା ରୋଷେଇ ଘରୁ ଉତ୍ତର ଦେଲେ। ପୁଅ କୁଆଡେ ଗଲାଣି ।

ଦେଖ ସେଇଠି କୋଉଠି ଥିବ କୁଆଡେ ଯିବ। ଅମିତ୍ ଘରୁ ଭିତରୁ ବାହାରି ଆସିଲେ, ଦେଖିଲେ ଗେଟ୍ ଖୋଲା ଅଛି। ବୁବୁ ଗେଟ୍ ଖୋଲି କୁଆଡେ ଗଲା? ଆଉ ଟିକେ ପାଖକୁ ଆସି ଦେଖିଲେ ବୁବୁ ଗେଟ୍ ପାଖରେ ଥିବା ସିମେଣ୍ଟ ବେଞ୍ଚ ଉପରେ ବସି ତାର ଗୋଟିଏ ଖାତାରୁ ପୃଷ୍ଠା ପରେ ପୃଷ୍ଠା ଚିରି ଡଙ୍ଗା ବନେଇ ଚାଲିଛି। ପାଣି ଉପରେ ତିନି ଚାରିଟି ଡଙ୍ଗା ଆଗରୁ ଭସେଇ ସାରିଲାଣି। ତାର ଡଙ୍ଗା ଭସା ଦେଖି ଅମିତଙ୍କର କିଛି ପୁରୁଣା ସ୍ମୃତି ମନେ ପଡିଗଲା,ଓଠ ଉପରେ ସ୍ମିତ ହାସ୍ଯ ଖେଳିଗଲା।


ଅମିତ୍ ମନେ ପକାଇଲେ ଛୋଟଥିଲା ବେଳେ ସେ ବି ଏମିତି ଡଙ୍ଗା ଭସେଇବାକୁ ଭାରି ଭଲ ପାଉଥିଲେ। ସେତେବେଳେ ସେମାନେ କୋରାପୁଟରେ ଥାଆନ୍ତି। ବାପା ସେଇଠି ସରକାରୀ କଲେଜ୍ ରେ ପଢ଼ଉଥିଲେ। ସେମାନେ କଲେଜ୍ କ୍ଯାମ୍ପସରେ ଥିବା କ୍ବାଟରରେ ରହୁଥିଲେ। ଅମିତ୍ ସେତେବେଳେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥାଏ। ତାଙ୍କ ପାଖ କ୍ବାଟରରେ ଯିଏ ରହୁଥିଲେ ତାଙ୍କର ଗୋଟେ ଝିଅ ଥାଏ, ଅମିତ ଠାରୁ ବର୍ଷେ ସାନ। ଏମିତି ଦିନେ ବର୍ଷା ଦିନରେ ସେ ଘର ଆଗରେ କାଗଜ ଡଙ୍ଗା ଭସଉଥାଏ ଆଉ ସେ ଝିଅଟି ବି ତାଙ୍କ ଘର ଆଗରେ କାଗଜ ଡଙ୍ଗା ତିଆରି କରି ଭସଉ ଥାଏ। ହଠାତ୍ ଗୋଟେ ଡଙ୍ଗାକୁ ନେଇ ଦୁଇଜଣ ଝଗଡ଼ା ଲାଗିଗଲେ। ଦୁହେଁ ପରସ୍ପରକୁ ଠେଲି ପାଣିରେ ପକାଇଦେଲେ। ଦୁହେଁ ମୁଣ୍ଡରୁ ଗୋଡଯାଏଁ ଓଦା ହୋଇଯାଇଥିଲେ। ଉଭୟଙ୍କର ବାପା,ମା ଆସି ଦୁଇଜଣକୁ ବୁଝେଇ ସୁଝେଇ ଘରକୁ ନେଇଥିଲେ।

ପରେ ଭବିଷ୍ଯତରେ ସେ ଦୁଇଜଣ ପରସ୍ପରର ଉତ୍ତମ ବନ୍ଧୁ ହୋଇଥିଲେ ଓ ପରବର୍ତ୍ତୀ ସମୟରେ ଜଣେ ଅନ୍ଯ ଜଣର ଜୀବନସାଥୀ ବନିଥିଲେ। ହଁ ସେଇ ଝିଅ ଆଜି ତାର ପ୍ରିୟତମା ପତ୍ନୀ ଅନିତା। ଜଳଖିଆ ଖାଇବ ଚାଲ, ଅନିତା ଡାକିଲେ। ଅମିତ ଅନିତାକୁ ଦେଖି ପଚାରିଲେ ଅନି ଏଇ କାଗଜ ଡଙ୍ଗା ଦେଖି ତୁମର କିଛି ମନେ ପଡୁଛି। ହଁ ମନେ ଅଛି କିନ୍ତୁ ସବୁ ଭୁଲ ତୁମର ଥିଲା। ହଁ ବାବା ସବୁ ଭୁଲ ମୋର ହିଁ ଥିଲା। ଦୁହେ ଏକ ସଙ୍ଗେ ଖୁବ ଜୋରରେ ହସିଉଠିଲେ। ବୁବୁ ସେମାନଙ୍କୁ ଦେଖି କିଛି ବୁଝିପାରୁନଥାଏ ଆଉ ଅମିତକୁ ଡାକୁଥାଏ,ବାବା ଆସ ଡଙ୍ଗା ଭସାଇବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ

Similar oriya story from Abstract