ABhimanyu Panda

Abstract

2  

ABhimanyu Panda

Abstract

-------କା(ପ୍ରେମୀ)------ ××××××

-------କା(ପ୍ରେମୀ)------ ××××××

12 mins
199


କାମଦାମ ସାରି ସନ୍ଧ୍ୟାରେ ଏମିତି ବସିଥାଏ । ଜଙ୍ଘ ମୂଳରେ ଭୂକମ୍ପ ଅନୁଭୂତ ହେଲା । ଭୂକମ୍ପ ର କେନ୍ଦ୍ରକୁ ଆବିଷ୍କାର କରି ଫୋନଟିକୁ କାଢ଼ିଆଣିଲି ପକେଟରୁ । ଦେଖିଲାରୁ ଜଣେ ଚାପୁଡ଼ାଏ ଦେଇଛି । ଆଜିକାଲି ଅଭିନନ୍ଦନ ଓ ଅଭିବାଦନର ପରିଭାଷା ଏଇଆ । ନୂଆକରି ପୁରୁଣା ବାନ୍ଧବୀ ଜଣକ ମୋତେ ଅଭିନନ୍ଦନ କରିଥିଲେ । ତାପରେ ସନ୍ଦେଶ ବର୍ଷିଗଲା ଗୋଟା ପରେ ଗୋଟା । 

ଆଜି ଆମର ବନ୍ଧୁତାକୁ ତିନି ବର୍ଷ ପୁରିଲା । ସେ ବାନ୍ଧବୀଙ୍କ ଉତ୍ତର ଦେବାକୁ ଯାଇ ମୁଁ ବି ତାଙ୍କୁ ଅଭିନନ୍ଦନ ଜଣାଇଲି । ଅସଲ ଖେଳ ତ ବାକିଥିଲା । 

କଣ ଭାବୁଛ କି ନିଜକୁ ? ତିନି ବର୍ଷ ଭିତରେ କେବେ ତୁମ ଆଡ଼ୁ ସନ୍ଦେଶ ଟିଏ ଦେବାକୁ ସତ ବଳିନି ? 

ଆଶ୍ଚର୍ଯ୍ୟ ମୁଁ । ଆଜିକାଲି ବେଳ ଯାହା ହେଲାଣି କେତେକେତେ ସ୍କ୍ରିନସଟ ପୋଷ୍ଟ କରି ଯେମିତି ଲଙ୍ଗଳା କରାଯାଉଛି ଏ ମେସେଞ୍ଜର ଭକ୍ତ ମାନଙ୍କୁ ଭୟରେ ଅଚିହ୍ନା ଅପରିଚିତଙ୍କୁ ନିଜଆଡ଼ୁ ପ୍ରଥମ କରି ସନ୍ଦେଶ ପଠେଇବାକୁ ବି ଭୟ । 

ଚୁପ ରହୁଛ କଣ ? ଏବେ ଯଦି ଖାଲି ଅଛ କଲ କର । ଏଇ ମୋ ନମ୍ବର । 

ନାଇଁ କୁହ ଟିକେ ବ୍ୟସ୍ତ ଅଛି କଥା ହେଇ ପାରିବିନି । 


ହଉ ଶୁଣ ମୁଁ ତୁମକୁ ବାହା ହବାକୁ ଚାହୁଁଛି ।  ଘୁରିଗଲା ମୁଣ୍ଡ । ଆଶ୍ଚର୍ଯ୍ୟ ଅପେକ୍ଷା ଖୁସି ଲାଗିଲା । ଏଇଥିପାଇଁ ଯେ ପ୍ରେମ କରିବାର ବୟସ ମୋର ଯାଇନି । ପିନ୍ଧିଥିବା କଳାଚଷମା ଓଲଟାଇ ସେଥିରେ ନିଜର ଛବି ଦେଖି କେଶ ସଜାଡ଼ିଦେଲି । ନାୟକ ଲୁକ ସତରେ କଣ ଅଛି ମୋର

ଆପଣଙ୍କର ବୟସ କେତେ ? 

ମୋ ଉତ୍ତର ଦେବାକୁ ଯାଇ ଲଳନା ଜଣକ କହିଲେ ବାଇଶି ।

ତମେ ମତେ କାହିଁକି ବାହା ହବାକୁ ଚାହୁଁଛ ? 

ତିନି ବର୍ଷ ଭିତରେ ତମେ ମୋ ଆଡ଼େ କେବେବି ଦେଖିନ ,, ମୋ ବନ୍ଧୁ ତାଲିକାରେ ତମେ ଏକା ଅଚିହ୍ନା ମଣିଷ ଯିଏ କେକେବି ମୋତେ କୌଣସି ଦିନ ମେସେଜ ଟିଏ ଦେଇନ । 

ଆରେ ହେ ଏ କଣ ଗୋଟେ କାରଣ ଜଣେ ପୁଅକୁ ଜଣେ ଝିଅ ବାହା ହେଇଯିବ !! ମୋର ବୟସ ଜାଣିଛ ? 

ଦରକାର ନାହିଁ ଜାଣିବା ମୋର ,,, ବାହା ହେବି ମାନେ ବାହା ହେବି ।  ଖୁସିଟା ଏବେ ଚିନ୍ତାର ରୂପ ନେଇଥିଲା । ଶୁଣ ବାରବର୍ଷର ଝିଅର ବାପା ମୁଁ । 

ଏତିକି କଥାରେ ସୁନ୍ଦରୀ ଜଣକ ଅସଂଖ୍ୟ ଉଦାହରଣ ଦେଇଦେଲେ । ବଲିଉଡ଼ ରୁ ହଲିଉଡ଼ ଯାଏ । କିଏ ଦ୍ଵିତୀୟ ଵିବାହ ସବୁ କରିଛନ୍ତି । ସେମାନଙ୍କ ମଧ୍ୟରେ ବୟସର ତାରତମ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ କଣ୍ଠସ୍ଥ ବେଦ ପରି ଗାଇଗଲା । ଏ ତ ପୁରା ବାୟାଣୀ ଟେ । ସିନେମା ପ୍ରେମ ଖାଇଗଲା ଏ ଯୁବ ପିଢୀଙ୍କୁ । ହଉ ଏବେ ମୁଁ ବ୍ୟସ୍ତ ଅଛି ସନ୍ଧ୍ୟାରେ କଥା ହେବି ତମ ସାଙ୍ଗରେ । ଗୋଲାପ ଫୁଲ , ନାଲି ହୃଦୟ କେତେକଣ ଆସିଗଲା ତାଙ୍କ ତରଫରୁ । ନେଟ ଅଫ କରିଦେଇ କାମରେ ଲାଗିଗଲି ,,। 

ସନ୍ଧ୍ୟାରେ ଘରେ ପାଦ ଦେଉଁ ଦେଉଁ ଆସିଗଲା ମେସେଜ ,,, । କଣ ଛୁଟି ହେଇନିକି ? 

ହଁ ହେଇ ପହଞ୍ଚିଲି କୁହ । 

ମୁଁ ନୁହେଁ ତମେ କହିବ ,,। 

ତମ ଘରେ କଣ ତମପାଇଁ ବାହାଘର ଖୋଜୁନାହାଁନ୍ତି କି ? ଏଡ଼େ ସୁନ୍ଦରୀ ଟେ ବିନା ଯୌତୁକରେ ତମକୁ ନେଇଯିବେ । ତମେ ଏ ମୋ ପଛରେ କାଇଁ ପଡ଼ିଛ ? 

ଦେଖ ମୁଁ ସତରେ ହୃଦୟରୁ ତମକୁ ଭଲପାଉଛି । ଜୀବନ ହାରିଦେବି ତମବିନା । 

ସାଂଘାତିକ ପିଲାଟେତ ଏ । ହଉ ଶୁଣ ତମେ ମୋ କଲ ରିସିଭ କର । ସିଧା ଭିଡ଼ିଓ କଲ । ଦେଖିବା ମାତ୍ରେ ଚକିତ ହେଇଗଲି ,,। ସତରେ ଭାରି ସୁନ୍ଦରୀ ଝିଅଟେ । ଯୌବନ ଲହଡ଼ି ଭାଙ୍ଗୁଛି ସତେ । 

କଣ ମୁଁ ମନକୁ ଯାଉନି ତମର ? କିଛି କହୁନ କାହିଁକି ? 

ଫୋନ କ୍ୟାମେରା ଟିକେ ନିଜ ଆଡ଼କୁ ନେଇଆସି ,,, ଦେଖ ଦେଖ ମୁଣ୍ଡରେ ପଚାଶ ଭାଗ ଚୁଟି ଧଳା ପଡ଼ିଗଲାଣି । ତମେ ଯେଉଁବର୍ଷ ଜନ୍ମନେଲ ମୁଁ ସେହିବର୍ଷ ନାଗରିକ ମାନ୍ୟତା ପାଇଲି । ଚିନ୍ତାକଲ ଆମେ ସ୍ୱାମୀ ସ୍ତ୍ରୀ ହେଇ କେବେ ବାହାରକୁ ଗଲେ ମୋତେ ଲୋକ କଣ କହିବେ

କଣ କହିବେ ତମକୁ

କହିବେ କୁକୁର ବେକରେ ଗୋଲାପ ହାର ପଡ଼ିଛି ତାପରେ ତମେ ଦୋବେଇ ଆଉ ବୁଢ଼ାବରର ଆକ୍ଷେପ ଶୁଣିବ । ଶେଷ ଆଉ ଚୂଡ଼ାନ୍ତ କଥାହେଲା ,, ମୋ ପରିବାର ସହିତ ମୁଁ ବହୁତ ଖୁସିରେ ଅଛି । ଝିଅଟି ଚିନ୍ତାରେ ପଡ଼ିଗଲା । 

ଟିକେ ଭାବି ଲାଜେଇ କହିଲା ନାଇଁ ନାଇଁ କେତେ ହ୍ୟାଣ୍ଡସମ ପିଲାଙ୍କର ବାହାଘର ପ୍ରସ୍ତାବ ଆସୁଛି ମୋ ଲାଗି ,,, ମୁଁ ତମକୁ ବାହା ହେବିନି । ଏକାଥରକେ ମନାକରିଦେଲା । ପିଲାଟିର ଖୋଲାପଣ ଆଉ ସ୍ପଷ୍ଟ ବାଦିତାର ପ୍ରଶଂସକ ହେଇ ଯାଇଥିଲି ମୁଁ । ସେବେଠାରୁ ପିଲାଟି ମୋ ଶାଳୀର ମାନ୍ୟତା ବାଛିନେଲା ,,। ଏବେବି ଆମେ ଭଲ ବନ୍ଧୁ । 

ଏତ ଅବିବାହିତା ଝିଅଟିର କଥା ,,, ବିବାହିତା ମାନେ ତ ସ୍ୱଚ୍ଛନ୍ଦରେ ସବୁ କହିପକେଇବେ । ଏମିତି ଜଣଙ୍କ ସହିତ ବନ୍ଧୁତା , ଘନିଷ୍ଠତା ବଢ଼ିଲା ମେସେଜ ରୁ କଥା ପହଞ୍ଚିଲା କଲ ପର୍ଯ୍ୟନ୍ତ । ନିଜର ବ୍ୟକ୍ତିଗତ କଥା ସଙ୍ଗେସଙ୍ଗେ ଦେଶ ଦୁନିଆଁ ବିଷୟରେ ତାଙ୍କ ଆଭିମୁଖ୍ୟ ସହ ମୋତେ ସେ ପରିଚୟ କରାଇଲେ । ଅଳ୍ପରେ ହଁ ନା ର ଉତ୍ତର ,,, ମଝିରେ ମଝିରେ ତାଙ୍କ କଥା ଆଉ ଆଭିମୁଖ୍ୟକୁ ପ୍ରଶଂସା । ସଂସାରରେ ତାଙ୍କ ସ୍ୱାମୀ ହେଉଛନ୍ତି ସବୁଠୁ ବାଜେ ଲୋକ ସେ କଥାଛଳରେ ପ୍ରାୟ କୁହନ୍ତି । 

ତାଙ୍କ ସ୍ୱାମୀଙ୍କୁ ମାପିବା ପ୍ରକାରରେ ମୁଁ ବି ନିଜକୁ କାହା ଆଖିରେ ତୌଲି ନିଏ । କଥାବାର୍ତ୍ତା ସମୟକ୍ରମେ ଦେଖାଦେଖିରେ ପରିବର୍ତ୍ତିତ ହେଇଗଲା । ପାଖାପାଖି ମୋରି ବୟସର ,,, ହସଟା ତାଙ୍କର ଲକ୍ଷେଟଙ୍କା । ମୁଁ ବି ପ୍ରଶଂସା କରିବାର କୌଣସି ମଉକା ହାତଛଡ଼ା କରେନି । ନିଜ ଘରଣୀକୁ ବି କେବେ ଏତିକି ପ୍ରଶଂସା କରିନଥିଲି । ତାଙ୍କ ସ୍ୱାମୀଙ୍କର ସମସ୍ତ ଦୁର୍ଗୁଣ ଗୋଟିଗୋଟି କରି ମୋ ଆଗରେ ବଖାଣି ଚାଲନ୍ତି । 

ଦିନେ ଭିଡ଼ିଓ କଲରେ ମୁହଁଟାକୁ ସି ଇ ଇ..ରା ପରିକା କରିଥାନ୍ତି । କାରଣ ପଚାରିବାରୁ ଦେହ ଅସୁସ୍ଥ କହିଲେ ସେଥିରେ ପୁଣି ସ୍ୱାମୀଙ୍କ ଦୋଷ । କାରଣ ସେ ଡାକ୍ତରଖାନା ନେଇ ନାହାଁନ୍ତି ,, ଅଚିନ୍ତାରେ କୁମ୍ଭକର୍ଣ୍ଣ ନିଦ୍ରାରେ । ମୁଁ କହିପକେଇଲି ଆପଣ ପାର୍ଲର ଗଲାବେଳେ ତ ସ୍ୱାମୀଙ୍କୁ ଖୋଜୁନାହାଁନ୍ତି ଆଉ ଡାକ୍ତରଖାନା ବି ନିଜେ ଯାଇପାରିଥାନ୍ତେ । ଆପଣଙ୍କୁ ତ ସେ ବନ୍ଦୀ କରି ରଖିନାହାଁନ୍ତି । ରାତି ଅଧରେ ମୋ ସାଙ୍ଗରେ ଭିଡିଓ କଲ କରିପାରୁଛନ୍ତି ମାନେ ଆପଣଙ୍କର ଯଥେଷ୍ଟ ସ୍ବାଧୀନତା ଅଛି । ସବୁବେଳେ ସବୁ କଥାରେ ଜଣକୁ ଦୋଷ ଦେବାଟା କେତେଦୂର ଯଥାର୍ଥ । 

ସତେ ଯେମିତି ମୁଁ ହଳଦି ମୁଠି ଗୋଖର ଲାଙ୍ଗୁଡ଼ରେ ପାଦ ଥାପିଦେଲି । ଗର୍ଜି ଉଠିଲେ ଫଣା ଟେକି । କେତେକଣ କହିଗଲେ ,, ପର ମୁହୂର୍ତ୍ତରେ ସକେଇ ପକେଇଲେ । କେହିଟିକେ ମୋତେ ବୁଝୁନାହାଁନ୍ତି ,,। ମନେମନେ ଭାବୁଥାଏ କଣ ଟା ବୁଝିବି ୟାକୁ ? ଏ କଣ ଜମି ପ୍ଲଟ ହେଇଛି ନା ଅଛିଣ୍ଡା ଗଣିତ । ସେ କିନ୍ତୁ କହିବା ଚାଲୁ ରଖିଲେ । ଦେଖ ମୋତେ ଚାଲିବା କଷ୍ଟ ହେଉଛି ,,, ଆଣ୍ଠୁ ବିନ୍ଧୁଛି ସବୁବେଳେ । ଏ ଟିକେ ଧ୍ୟାନ ଦେଉନାହାଁନ୍ତି । 

ଆପଣ ତ କହୁଥିଲେ ଆପଣ ସବୁ ପ୍ରକାରର ଚିକିତ୍ସା କରେଇଲେଣି ସେ ବି ତ ଅନେକଥର ଆପଣଙ୍କ ସହିତ ଡାକ୍ତରଖାନା ଯିବାର ଫଟ ଆପଣ ମୋତେ ପଠେଇଛନ୍ତି ତାପରେ ଆପଣଙ୍କ ବିଶ୍ରାମ ପାଇଁ ଘର କାମକୁ ସହାୟିକା ଟିଏ ବି ଯୋଗାଡ଼ କରିଛନ୍ତି । ଆଉ କଣ ଦାନ୍ତ ଲଗେଇ ଦେବେ ସେ । ହୁଏତ ନିଜେ ପୁରୁଷ ହୋଇଥିବାରୁ ତାଙ୍କର ମନୋଦଶାକୁ ସଠିକ ଭାବେ ବୁଝିପାରୁନଥିଲି । ସେ ପୁଣି ବିରକ୍ତ ହେଲେ । 

ପିନ୍ଧିଥିବା ଗାଉନ ଉଠେଇ ତାଙ୍କର ଦରଜ ଆଣ୍ଠୁକୁ ଦେଖେଇଲେ ମୋତେ । ଆଜ୍ଞା ମୁଁ ଗୋଟେ ସାଧାରଣ ତଳିଆ କର୍ମଚାରୀ ଆପଣଙ୍କ ଦରଜ ବିଷୟରେ ଡାକ୍ତରୀ ପରୀକ୍ଷା ମୁଁ କେମିତି କରିବି ? ସେ ଶୁଣିବାକୁ ନାରାଜ ,, ଭଲବାବେ ଚିହ୍ନଟ କରି ଦେଖେଇ ଚାଲିଥାନ୍ତି । ମୁଁ ଜାଣିପାରୁନଥାଏ ସେ ଆରୋଗ୍ୟ ହେବାର ସୁଯୋଗ ଚାହୁଁଛନ୍ତି ନା ତାଙ୍କର ଗୋରାସୁନ୍ଦର ଗୋଡ଼ଟାକୁ ମୋତେ ଦେଖିବାର ସୁଯୋଗ ଦେଉଛନ୍ତି । 

ଏପଟେ ମୋ ପୁରୁଷ ପଣିଆ ବି ଝାଳ । ଆଜ୍ଞା ଦେଖିଲି କାଇଁ ହଇରାଣ କରୁଛନ୍ତି କହିଲେ ? ମୁଁ ତ ଡାକ୍ତର ନୁହେଁ ଆପଣ ଏମିତି ସେ ସୁନ୍ଦୁରିଆ ଗୋଡ଼ଟାକୁ ଦେଖେଇ ମୋତେ ଝାଳ କରୁଛନ୍ତି କାହିଁକି କହିଲେ ? 

ଆଖିରେ ତାଙ୍କର ଦୁଷ୍ଟାମୀ ଭରିଗଲା । ଆଛା ମୋ ଗୋଡ଼ ଟା ଏତେ ସୁନ୍ଦର !! କି କଥା ଏ ଯୌବନ ସମୟରେ ମାଙ୍କଡ଼ ବି ସୁନ୍ଦର ,,, ତାପରେ ଠାକୁର ତ ଆକୁ ସତରେ ରୂପ ଲାବଣ୍ୟରେ କିଛି ବି କମ ରଖିନାହାଁନ୍ତି । ଏସବୁ ମନେମନେ କହିପକେଇଲି । 

ଆଜ୍ଞା ଆପଣ ଏବେ ଯାଇ ଆପଣଙ୍କ ଖରାପ ସ୍ୱାମୀଙ୍କ ପାଖକୁ ଲାଗି ଶୋଇଯିବେ ,,, ମୋତେ କାହିଁକି ରାତିସାରା ଅନିଦ୍ରାକୁ ଠେଲି ଦେଉଛନ୍ତି କହିଲେ । ମୋ ପାଖରେ ମୋ ପରିବାର ନାହାଁନ୍ତି ଏକଥାତ ଆପଣ ଜାଣିଛନ୍ତି । 

ଅନିଦ୍ରା କଣ ପାଇଁ !? ତମ ଯୌବନରେ କଣ ନିଆଁ ଲାଗିଲା କି ? ଏ କି ଅଜବ ପ୍ରଶ୍ନ ,,। 

ବତୀ ଲିଭେଇ ଅନ୍ଧାର କରି କେତେ ଯୋଗ ପ୍ରାଣାୟମ କରୁଛି ମଣିଷ ଏ ଅଲାଜୁକି ଆଜି ଜୀବନ ନେଇକି ହିଁ ଛାଡ଼ିବ । ଯାହା ହଉ ତାଙ୍କର ଦରଜ ବୋଧହୁଏ କମିଗଲା ମିଠା ମିଠା କଥାକହି ଚାଲିଗଲେ ଶୋଇବାକୁ । ମୁଁ ଖୋଲା ଆଖିରେ ସପନ ଦେଖୁଦେଖୁ ପଡ଼ି ରହିଲି ବିଛଣାରେ ରାତିସାରା । 

ଆଉଜଣେ ସମ୍ପନ୍ନ ବୟସ୍କା ମହିଳା ,,। ସମ୍ପର୍କ ବୃଦ୍ଧିରୁ ଅନେକ ସମୟରେ କଥା ହଉ ଆମେ । ସବୁବେଳେ ନିଜ ସ୍ୱାମୀଙ୍କର ପ୍ରଶଂସା ଖୁସି ଲାଗେ । ଯାହା ହଉ ସ୍ୱାମୀ ସମ୍ପୂର୍ଣ୍ଣ ବଦନାମ ହେଇନାହାଁନ୍ତି ଆଜିର ସମାଜରେ । ଆପଣାପଣ ଝରିପଡ଼େ ତାଙ୍କ କଥାରୁ ଫୁଲ ପାଖୁଡ଼ା ପରି । ବୟସରେ ମୋ ଠାରୁ ସେ ବଡ଼ । ଦିନେ ଏମିତି କଥା ହେବା ଭିତରେ ହଠାତ ଶାରୀରିକ ସମ୍ପର୍କ ବିଷୟରେ କହିଲେ । ସାମାନ୍ୟ ଇତସ୍ତତଃ ହେଇ ମୋ ନିଜର ଆଭିମୁଖ୍ୟ ଜଣେଇଲି । ସେ ବି ନିଜର । ଯାହାହଉ ବାତାବରଣ ହାଲକା ହେଇଗଲା ।

ଟିକେ ପରେ କହିଲେ ଜୀବନରେ ଏକ୍ସାଇଟମେଣ୍ଟ ଆଉ ଥ୍ରୀଲ ନିହାତି ଆବଶ୍ୟକ । ମୁଁ ଭାବିଲି ଏ କୌଣସି ହିଲଷ୍ଟେସନ ନଚେତ ଜାତୀୟ ପଶୁ ଉଦ୍ୟାନ ବୁଲିବାକୁ ଯିବେ । ତାଙ୍କ କଥାରେ ମୁଁ ବି ସମ୍ମତି ଜଣେଇଦେଲି ଆଜ୍ଞା ଠିକ କହୁଛନ୍ତି ଆପଣ । 

ଯଦି ଜୀବନରେ ରୋମାଞ୍ଚ ଚାହୁଁଛ ତାହେଲେ ମୋ କଥାକୁ ଚିନ୍ତା କରିବ ଯାହା ମୁଁ କହିବାକୁ ଚାହୁଁଛି । 

କୁହନ୍ତୁ ସମୟ ସୁବିଧା ଆଉ ଅର୍ଥ ଦେଖି ଚିନ୍ତା କରିବି ।

ଅର୍ଥ ବେଶି ଆବଶ୍ୟକତା ନାହିଁ । ଖାଲି ରାଜିହେଲେ ହେଲା ।

ଟିକେ ସନ୍ଦେହ ହେଲା ମନରେ ପଚାରି ଦେଲି କଣ ଆପଣ ମୋ ଲାଗି ଲଟେରିର ବ୍ୟବସ୍ଥା କରିଛନ୍ତି କି ? 

ମୁଁ ତୁମକୁ କେମିତି ଲାଗେ ମୋ ପ୍ରଶ୍ନର ଉତ୍ତର ନଦେଇ ସେ ଓଲଟା ପ୍ରଶ୍ନ କଲେ ମୋତେ ?

ଭଲ ,,, 

ମାନେ ମୋ ଫିଗର କେମିତି ଲାଗେ ? 

ଅସହଜ ହେଇବି କହିଲି ହଁ ଆକର୍ଷଣୀୟ । 

ମୋ ପଚାରିବା ପୂର୍ବରୁ ସେ କହିଲେ ତମେ ବି ମୋତେ ଭଲ ଲାଗ । ତୁମ ୱାଇଫ ବି ବହୁତ ସୁନ୍ଦର ଲାଗନ୍ତି ମୋତେ ଫଟରେ ଯାହା ଦେଖିଛି । 

ଧନ୍ୟବାଦ ଆଜ୍ଞା । 

ତମେ ମୋର ଆଉ ତମ ୱାଇଫ ମୋ ହବିଙ୍କର ହେଇଗଲେ କେମିତି ହୁଅନ୍ତା ? 

ମାଟିତଳୁ ପୃଥୀବିଟା ଉଭେଇଗଲା । ଏ ଆମ ଓଡ଼ିଆ ନାରୀଟି !!? ଉତ୍ତର ଆଉ ପ୍ରଶ୍ନ ଉଭୟେ ଅଭାବ ମୋ ପାଖରେ !! ମାନେ ସ୍ୱାପିଙ୍ଗ ସେ କହିଲେ ,,। 

ହୃଦଗତି ବଢ଼ିଚାଲିଛି ମୋର ,,। ଧୈର୍ଯ୍ୟ ଧରିଲି ଆଜ୍ଞା ଯଦି ମୋ ସ୍ତ୍ରୀ ନିଜ ଇଚ୍ଛାରେ କାହାପ୍ରତି ଆକର୍ଷିତ ହେଇ ତାର ଅଙ୍କସାୟିନୀ ହେବ ,,, ସେଥିପାଇଁ ସେ ସ୍ୱାଧୀନ । ମୁଁ ଚାହିଁଲେବି ତାକୁ ରୋକିପାରିବିନି ହେଲେ ମୁଁ ସେ ପୁରୁଣା କାଳିଆ ଅତି ପୋଜେସିଭ ସ୍ୱାମୀ । ଆପଣଙ୍କ କଥା ଶୁଣିବା ମାତ୍ରେ ମୋ ହାର୍ଟବିଟ ଦ୍ରୁତ ହେଇଗଲାଣି । ବାନ୍ଧବୀ ଜଣକ ମୋ ଅମନ ଓ ଭିତରେ ଲୁଚି ରହିଥିବା ବିରୋଧକୁ ମାପିନେଲେ । କଥାକୁ ଭିନ୍ନ ମୋଡ଼ ଦେଇ ଅଳ୍ପ ସମୟରେ କଥା ଶେଷ ବି କରିଦେଲେ । 

ମୁଁ କିନ୍ତୁ ଅସ୍ଥିର ନିଜକୁ ଅନ୍ୟ ସ୍ତ୍ରୀ ସହିତ ନୁହେଁ ମୋ ନିଜ ସ୍ତ୍ରୀ କୁ ତାଙ୍କ ଚନ୍ଦା ମୁଣ୍ଡିଆ ସ୍ୱାମୀଙ୍କ ସହିତ କଳ୍ପନା ନିଜ ଇଛା ବିରୁଦ୍ଧରେ କରୁଥିଲି । ବ୍ୟଥିତ ଆଉ ଅସ୍ଥିର ହେଉଥିଲି । ପାଗଳ ପରିକା ଅନୁଭବ ହେଉଥିଲା ମୋତେ । କୁଆଡ଼େ ଯାଉଛେ ଆମେ ଉତ୍କଳୀୟ ସଂସ୍କୃତିର ଏପରି ଅଧୋଗତିକୁ ମୁଁ ସହ୍ୟ କରି ପାରୁନଥିଲି । ଅନ୍ୟପକ୍ଷେ ମୁଁ ନାରୀଙ୍କୁ ବୁଝିନପାରିବାର ଅସମର୍ଥତା ଜାହିର କରୁଥିଲି ନିଜ ଉପରେ । 

ଆଧୁନିକତା ସାଦରେ ଗ୍ରହଣୀୟ ହେଲେ ଆଧୁନିକତା ଆଳରେ କୁସଂସ୍କାରର ପ୍ରଚାରରେ ଜାତିର ମୃତ୍ୟୁ ନିଶ୍ଚିତ । ଆଧୁନିକତା ଆଳରେ ଅଶ୍ଳୀଳତା ଗ୍ରହଣୀୟ ନୁହେଁ । ତଥାପି ସେ ମହିଳାଙ୍କ ବିଷୟରେ ନିଜଆଡ଼ୁ ତର୍ଜମା କଲି । ଆଉ ଅଳ୍ପଦିନରେ ତାଙ୍କ ଯୌବନର ସବୁଜିମା ମରୁବାଲିରେ ପରିଣତ ହେଇଯିବ । ଯଦି ସେ ନିଜ ହିସାବରେ ଉତ୍ଫୁଲିତ ହେଇ ବଞ୍ଚିବାକୁ ଚାହୁଁଛନ୍ତି ବଞ୍ଚନ୍ତୁ । ଆରପଟେ ସ୍ୱାଧିନତା ନାଁ ରେ ସ୍ୱେଚ୍ଛାଚାରିତାକୁ ବି ମୁଁ ଗ୍ରହଣ କରିପାରୁନଥିଲି । 

ସମୟ ଲାଗିଥିଲା ସେ ମହିଳା ଦେଇଥିବା ମାନସିକ କ୍ଷତ ଭରିବାକୁ । ପୁଣି ଜୀବନ ନିଜ ରାସ୍ତାରେ ବଢ଼ି ଚାଲିଲା ତା ଗତିରେ । ଏଥର ମୁଖପୁସ୍ତିକାର ନିଉଜ ଫିଡ଼ ଆଡ଼କୁ ଯିବା । 

ଜଣେ ବାନ୍ଧବୀ ମୋର ବାଲ୍ୟବନ୍ଧୁ । ଦିନକୁ ତିନୋଟି ଫଟ ସେ ତାଙ୍କର ପ୍ରଶଂସକ ମାନଙ୍କ ଲାଗି ଛାଡ଼ନ୍ତି । ସେଥିରେ ପଦଟିଏ କବିତା ମଧ୍ୟ ରୁହେ । ବର୍ତ୍ତମାନ ସିନା ୟାଡ଼ୁସାଡ଼ୁ କିଛି ଲେଖିପାରୁଛି ,, ସେତେବେଳେ କିନ୍ତୁ ମା ଙ୍କର ସେ ଦୟା ହେଇନଥିଲା । କିନ୍ତୁ ପଢ଼ିବାର ଅଭ୍ୟାସଟା ଆଜିଭଳି ଥିଲା । ଦିନେ ବାନ୍ଧବୀ ଜଣକ କବିତା ସହିତ ନିଜର ଗୋଟେ ସୁନ୍ଦର ହସକୁରା ଫଟ ପୋଷ୍ଟ କଲେ । କବିତାଟି ଏମିତି ଥିଲା । 

  ତୁମେ ଗଲାପରେ ମୁଁ 

  ଯେଉଁଠି ଥିଲି ସେଇଠି  

  ତୁମ ଠିକଣା ଜାଣିଥିଲେବି 

  ଏ ସାମାଜିକ ବନ୍ଧନର ଶିକୁଳି 

  ମୋତେ ଯିବାକୁ ଦେଉନି । 

ବାସ ଏତିକିରେ ପ୍ରଶଂସକ ମାନେ ଡେଇଁପଡିଲେ ପ୍ରଶଂସା କରିବାକୁ । ରାଧାରାଣୀ ପରି ବିରହିଣୀ ଆଉ ମୀରାଙ୍କ ପରି ସନ୍ଧାନୀ ହେଇଗଲେ ସବୁ । ଛାତି ପିଟିଦେଲେ , ମୁଣ୍ଡ ବାଡ଼େଇ ଦେଲେ , କଥାକାରଙ୍କ ପରି ତର୍ଜମା ଆରମ୍ଭ କରିଦେଲେ ,, ନିଜନିଜ ଭିତରେ ପ୍ରତିଯୋଗିତା ଆରମ୍ଭ କରିଦେଲେ । ଲୁହର ବନ୍ୟା ହେଇଗଲା ତାଙ୍କ ପୋଷ୍ଟରେ । ଫଟର ପ୍ରଶଂସାରେ କିଏ କାଳିଦାସ କିଏ କବି ସମ୍ରାଟ । 

ମୋର ପ୍ରକୃତି ଟିକେ ଶୁଳିଆ । ଉଡ଼ନ୍ତା କୀଳାକୁ ହାତଠାରି ଡାକିବା ମୋର ପୁରୁଣା ଅଭ୍ୟାସ । ଦେଇଦେଲି ମନ୍ତବ୍ୟ ଟିଏ ,,, 


ହେ ଗରମ ସୁନ୍ଦରୀ 

ତୁମ ବିରହ ଅସହ୍ୟ ମୋଲାଗି ,, 

ଛିଡ଼େଇ ଦିଅ ସେ ବନ୍ଧନର ଶିକୁଳି ,, 

ବାଟ ଖର୍ଚ୍ଚ ଦାୟିତ୍ୱମୋର ,, 

ଯଦି ଇପ୍ସିତ ତୁମର ତୁମକୁ କୋଳେଇ ନନେଲେ 

ଫେରିବା ବେଳେ ମୋ ଘରର ଠିକଣା ତୁମେତ ଜାଣିଥିବ । 

ଏତିକିରେ ସତେ ଯେମିତି ଶତୃ ପକ୍ଷର ସୈନ୍ୟ ମାନଙ୍କ ଗହଣରେ ମୁଁ ଫସିଗଲି । ଗୁଳି ଗୋଳାରେ ଆକ୍ରମଣ କରିଦେଲେ ସେ ବାନ୍ଧବୀଙ୍କର ବନ୍ଧୁମାନେ । ଚାପୁଡ଼ା ନଖାଇବି କାନମୂଳ ମୋର ଝାଇଁ ଝାଇଁ । ମୋତେ ଆଉ ସେ ବାନ୍ଧବୀଙ୍କୁ ଜାଣିଥିବା କିଛି ବନ୍ଧୁ ହସର ରିଆକ୍ସନ ଦେଲେ । 

ହେଲେ ବାନ୍ଧବୀ ଜଣକ କୌଣସି ଉତ୍ତର ଦେଲେନି ମୋ ମନ୍ତବ୍ୟର । ଯାହା ସେମାନଙ୍କ ପ୍ରଶଂସକ ମାନଙ୍କୁ ପ୍ରେରିତ କରିଥିଲା ମୋର ଅନଲାଇନ ବଧ କରିବାକୁ । ମେସେଞ୍ଜରରେ ବାନ୍ଧବୀ ଜଣକ ନିଜର ନାରାଜି ଜାହିର କଲେ ଆଉ ଖୁବ ହସିଲେବି । ତୁ ସୁଧୁରିବୁନି କେବେ କହିଲେ ମଧ୍ୟ । 

ତାଙ୍କୁ ଅନୁରୋଧ କଲି ଏତିକି ତୁ ମୋ ମନ୍ତବ୍ୟର ଉତ୍ତରରେ ଲେଖିଦେ । ତୁ ପାନେ ପା କହି ,,, ମୋତେ ଏକା ମରିବାକୁ କହି ଚାଲିଗଲା । ଯାହା ମୋର ଅବସ୍ଥା ହେଇଛି ସେଦିନ ନକହିବା ଭଲ । 

ବସନ୍ତ ଆଉ ମଳୟ ମାନେ ବାସନ୍ତୀ ଆଉ ମାଳତୀ ହେଇ ଫେକ ଆକାଉଣ୍ଟ ଖୋଲି ଝିଅମାନଙ୍କୁ ହଇରାଣ କରିବା କଥାଟା ଏବେ ପୁରୁଣା ହେଇଗଲାଣି । ଏବେ ମାଳତୀ ଆଉ ବାସନ୍ତୀ ମାନେ ମଳୟ ଓ ବସନ୍ତ ସାଜି ପୁଅମାନଙ୍କ ଧଜ୍ଜିଆ ଉଡ଼େଇବାରେ ଲାଗିଗଲେଣି । ସମୟ ବଦଳିଲାଣି ଏ ବି ଗୋଟେ ପ୍ରକାରର ସଶକ୍ତିକରଣ । ସ୍ୱାଗତ ମଧ୍ୟ । ସ୍ୱାଗତ ଏଇଥିପାଇଁ କଣ ଟା ଟାଣି ପକେଇବି କି ମୁଁ ? ତେଣୁ ହେଇଯାଉ ଯାହା ହେଉଛି । 

ଏମିତି ଗୁଳିଗୋଳା ଖାଇ ବୁଦ୍ଧି ଶିଖି ଚାଲିଛି ଏବେବି । ଝିଅମାନେ ଆଧୁନିକା ହେଲେବି ପୁଅମାନଙ୍କ ସଂଖ୍ୟାରେ ଏ ମୁଖପୁସ୍ତିକାରେ ସେମାନଙ୍କ ଦୌରାତ୍ମ୍ୟ ତୁଳନାତ୍ମକ ଭାବେ ବହୁତ କମ । କିନ୍ତୁ ଆଶାତୀତ ଓ ଆଶ୍ଚର୍ଯ୍ୟ ଜନକ ଭାବେ ଏସବୁ ବଢ଼ିଚାଲିଛି ଓ ଚାଲିଥିବ ମଧ୍ୟ । ଆହୁରି ଅନେକ ଘଟଣାର ଉଦାହରଣ ଦିଆଯାଇପାରିବ । ଯେମିତି ,,, 

ପ୍ରତିଦିନ ଏ ମୁଖପୁସ୍ତିକା କାନ୍ଥରେ ନୂଆ ନୂଆ ପ୍ରେମକାହାଣୀ ର ଅୟମାରମ୍ଭ ହେଉଛି ତ କେହି ପୁରୁଣା ଯୋଡ଼ି ନିଜନିଜକୁ ଖୋଜିପାଇ ପୁଣି ମାତିଯାଉଛନ୍ତି ପ୍ରେମରେ । ହେଲେ ପ୍ରେମ କଣ ଏବେବି ଅବୁଝା । ଏମିତି ଜଣେ ବାନ୍ଧବୀଙ୍କୁ ପଚାରିଦେଲି ପ୍ରେମ କଣ ? 


କହିଲେ ମୁଁ ସ୍ପେସ ଚାହୁଁଛି । 


କହିଲି କଣ ମଙ୍ଗଳ ଗ୍ରହରେ ଘର ତୋଳେଇବ ? 


ଏ କି ପ୍ରକାରର ଉତ୍ତର !!? ବଦଳରେ ପାଇଲି ପୂର୍ବ ପରିକା ବିରକ୍ତି ,,, ଯାହା ମୋର ଅଭ୍ୟାସରେ ପରିଣତ ହେଇଗଲାଣି । ଏସବୁ ପାଇଁ କେବଳ ଯେ ନାରୀଟିଏ ଦାୟୀ ଏକଥା କହିଲେ ଭୁଲ ହେବ । ଏସବୁରେ ଅଧିକ ଦୋଷ ପୁରୁଷ ମାନଙ୍କର । ଏଥିରେ ଯେତେଜଣଙ୍କ କଥା କହିଲି ସେମାନେ ଏବେବି ମୋ ବନ୍ଧୁତାଲିକାରେ ଅଛନ୍ତି । ମଝିରେ ମଝିରେ ମୁଁ ମୋର ଆବଶ୍ୟକତା ଅନୁଯାୟୀ ସେମାନଙ୍କ ସହିତ କଥାହୁଏ । କେବେ ଆମିଷ ତ କେବେ ନିରାମିଷ । ସେମାନଙ୍କ କଥାବାର୍ତ୍ତା ର ସ୍କ୍ରିନସଟ ବି ପୋଷ୍ଟ କରିନି ସେମାନଙ୍କ ଧଜ୍ଜିଆ ଉଡ଼େଇବାକୁ । 

ଦେଖିବାକୁ ଗଲେ ସେ ଝିଅଟିକୁ ବାଦ ଦେଲେ ଅନ୍ୟମାନଙ୍କୁ ମୁଁ କଣ ପାଇଁ ରଖିଛି ମୋ ବନ୍ଧୁ ତାଲିକାରେ ? ଏ କଣ ମୋ ପୁରୁଷ ପଣିଆର ନିକୁଛିଆ ପ୍ରକୃତିର ପ୍ରମାଣ ନୁହେଁ କି ? ନିଶ୍ଚିତ ରୂପେ ଏହାକୁ ମୁଁ ଗ୍ରହଣ କରୁଛି । ସମର୍ଥନ ନକଲେବି ବିରୋଧ ବି କରିପାରୁନି କଣ ପାଇଁ ।? ଏଇଥିପାଇଁ ଯେ ମୁଁ ବି କାଳୀଗାଈର କଞ୍ଚା ଦୁଧରେ ଧୁଆ ହେଇନି । 

ମହିଷାସୁର ଜଣେ ନଥିଲା କି ମହିଷାମର୍ଦ୍ଦିନୀ ବି ଗୋଟିଏ ନାରୀରେ ସୀମିତ ନୁହଁନ୍ତି । ଆଈ ମୋର କହିଥିଲା ପ୍ରତି ମୁହୂର୍ତ୍ତରେ ମହିଷା ମାନଙ୍କର ବଧ ଚାଲିଛି । ଦଶଭୁଜାରେ ମହିଷା ମାନଙ୍କ ବଧାର୍ଥେ ଏବେବି ଅସ୍ତ୍ରଶସ୍ତ୍ର ସୁଶୋଭିତ । କିନ୍ତୁ ଉଭୟେ ସେ ବଧ କର୍ମ ପ୍ରତି ଅଜ୍ଞ । ଜାଣିବାର ଜିଜ୍ଞାସା ବି ନାହିଁ ମନରେ । ସେ ସମୟକୁ ଧରିବାର ଲାଳସା ଜାଗ୍ରତ ହେଉନି ମନରେ । ସୁପୁରୁଷଙ୍କର ଘୋର ଅଭାବ ଏ ସମାଜରେ । ପତଙ୍ଗ ପରି ଝାସ ଦେଉଛନ୍ତି ଦୀପଶିଖାକୁ ଜ୍ୟୋତି ଭାବି । 


ତାହେଲେ କଣ ମୁଁ ବି ମହିଷା ? 


ତୁ ବି । ଯୁଗକେ ଗୋଟେଯୋଡ଼େ ଆସନ୍ତି ଯୋଗଜନ୍ମା । 


ମୋର ବି ବଧ ହେଉଛି ? 


ହଁ ତୁ ବି ବାଦ ଯାଇନୁ । 


କେବେ କେମିତି ? ତୁ ତୋର ଦାତା ପଣିଆର ଗୁରୁତ୍ୱ ହରେଇଛୁ । ତୁ ନୁହେଁ କେହିବି ପୁରୁଷ ସେମାନଙ୍କ ଦାତା ପଣିଆର ମହତ୍ତ୍ୱ ରଖିବାକୁ ସମର୍ଥ ହେଇ ପାରୁନାହାଁନ୍ତି । ଏକଥାତ ଶୁଣିଛୁ ଆଉ ବହିରେ ପଢ଼ିଛୁ ମଧ୍ୟ । ମହିଷା ବଧ ସମୟରେ ଚତୁର୍ଦିଗ କମ୍ପି ଉଠିଥିଲା ବାଦ୍ୟ ନାଦରେ । ଉଲଗ୍ନ ଅବସ୍ଥାରେ ମୋହିତ କରି ବଧ କରିଥିଲେ ମହିଷାକୁ । ପବନ ତାର ବେଗ ବଢ଼େଇ ଦେଇଥିଲା ,,। ଘୁର୍ଣ୍ଣି ବଳୟ ସୃଷ୍ଟି କରିଥିଲା ।


 ତେବେ ମୁଁ କେମିତି ବଧ ହେଲି ? 


ଥରେ ଭାବି ଦେଖେ ,,, ପାଦ ପାଉଁଜୀର ରୁଣୁଝୁଣୁ , ହାତ ଚୁଡ଼ିର ଝମଝମ , କାନ ଝୁମୁକାର ଛମଛମ ଯଦି ଯୁଦ୍ଧ ନାଦ ହୁଏ । ଉଲଗ୍ନ ଶରୀର ପ୍ରତି ତୋ ଆକର୍ଷଣ ଯଦି ମହିଷାସୁର ହୁଏ । ତୋ ଉନ୍ମତ ପ୍ରଖର ନିଶ୍ୱାସ ଯଦି ପବନର ଘୁର୍ଣ୍ଣିବଳୟ ହୁଏ । ତେବେ ତୁ କଣ ବାଦ ପଡ଼ିଛୁ

ଝଟକା ଦେଇଦେଲା ବୁଢ଼ୀ ,,, ନିଜ ନାଁ ଲେଖିପାରୁନଥିବା ଜଣେ ଅନୁଭବୀ ସଂସାରୀ ଆଉ ସୁଗୃହିଣୀ ର ଦର୍ଶନ ମୋତେ ଚିନ୍ତାରେ ପକେଇଥିଲା । କହି ପକେଇଥିଲି ହଁ ହଁ ମୁଁ ବି ମହିଷା ,, ବାରମ୍ବାର ବଧ ହେଉଛି ମୁଁ । ଅସ୍ତ୍ରଶସ୍ତ୍ର ବିଷୟରେ ବି ବୁଝେଇ ଦେଇଥିଲା ସେଦିନ ଆଈ ମୋର । 

ଆଉ ମୁଖ ପୁସ୍ତିକାପରି ସାମାଜିକ ଗଣମାଧ୍ୟମର ଆଗମନରେ ଆମେ ନିଜକୁ ଓ ନିଜର ଆଭିମୁଖ୍ୟକୁ ଗୁରୁତ୍ୱ ଦେଇ , ଉଭୟେ ମହିଷା ଓ ମହିଷାମର୍ଦ୍ଦିନୀ ଭାବେ ଉଭୟଙ୍କୁ ଉପସ୍ଥାପିତ କରିଚାଲିଛେ । 

ମାନୁଛି ବନ୍ଧୁତା ର ବୟସସୀମା ନଥାଏ । ହେଲେ ଯଦି ବନ୍ଧୁତାକୁ କୌଣସି ସମ୍ପର୍କ ସୂତ୍ରରେ ବାନ୍ଧି ଦିଆଯାଏ ବୟସାନୁପାତରେ ତେବେ କ୍ଷତି କଣ ? ମୋ ଆଈ କଣ ମୋର ବନ୍ଧୁ ନୁହେଁ !!? ସମସ୍ତଙ୍କର ମା ସମସ୍ତଙ୍କର ବନ୍ଧୁ ନୁହଁନ୍ତିକି !!? ଆମ ଶାସ୍ତ୍ରବି ସେଇଆ କହୁଛି ଷୋଳ ବର୍ଷପରେ ନିଜ ସନ୍ତାନମାନଙ୍କ ସହିତ ବନ୍ଧୁତା ଆଚରଣ ବାଞ୍ଛନିୟ । ବନ୍ଧୁତା ଭିତରେ ସମ୍ପର୍କ ନଖୋଜି ,,, ପ୍ରତିଟି ସମ୍ପର୍କ ଭିତରେ ମୁକ୍ତ ରୂପେ ରହିଥିବା ବନ୍ଧୁତାକୁ ବଞ୍ଚିଲେ ବୋଧହୁଏ ଆଧୁନିକତା ସହିତ ବନ୍ଧୁତାର ପରିଭାଷା ମଧ୍ୟ କଳୁଷିତ ହେବନି । 

ଯିଏ ପୁଅ ବୟସର ସେ ପୁଅଭଳି ବନ୍ଧୁ ହେଇକି ଥାଉ ,,, ସେ ବନ୍ଧୁତାରୁ ପୁଅ ଶବ୍ଦଟି ବି ଉଠିନଯାଉ । ଏଥିରେ କ୍ଷତି କଣ !!? ଯଦି ପୁଅ ଶବ୍ଦ ନଥାଇ ବନ୍ଧୁତା ରହିଲା ,,, ତେବେ ପୂର୍ବ ଭାଗରେ କହିଥିଲି ସେ ଆୟ ଲଭ ୟୁ ର ଅର୍ଥ । 


ସବୁପରେବି ଏ ମୁଖପୁସ୍ତିକାରେ ବୟସରେ ବଡ଼ ଝିଅର ବାପା ହେଇଛି ତ ବୟସରେ ସାନ ମା ପାଇଛି । ଏମିତି କୌଣସି ସମ୍ପର୍କ ନାହିଁ ଯାହା ନପାଇଛି ,,, ଏମିତିକି ଜେଜେମା ବି । ଆଉ ସବୁ ସମ୍ପର୍କ ଭିତରେ ଥିବା ବନ୍ଧୁତା ବି ନିଜର ସୁସ୍ଥ ସ୍ଥିତି ବଜାୟ ରଖିଛି । କିଛି ସମ ବୟସ୍କାବନ୍ଧୁ ମାନଙ୍କ ସହିତ ଆମିଷ ନିରାମିଷ ଏବେବି ଚାଲିଛି । କିନ୍ତୁ ବଧ ପାଇଁ ନୁହେଁ ,,,, ବଧ ର ସ୍ଥାନ ଧାର୍ଯ୍ୟ ସରିଛି ।


Rate this content
Log in

Similar oriya story from Abstract