STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ଜିନଗତ

ଜିନଗତ

7 mins
2

ଜିନଗତ

,,,,,,,,,,,,,,,,,

ମଣିଷ ମାତ୍ରେ ସଭିଏଁ ସାମାଜିକ. ପିଲାଦିନେ ସ୍କୁଲରେ ସହପାଠୀମାନଙ୍କ ସଙ୍ଗେ ମିଳନ, ପରିବାର ରେ ଘରୋଇ ଉତ୍ସବ ରେ ମିଳନ ଓ ସାମାଜିକ ସ୍ତର ରେ ବୌଦ୍ଧିକ, ଆଧ୍ୟାତ୍ମିକ, ଶାରୀରିକ, ମାନସିକ ତଥା ମେଳା, ମଉଛବ, ପର୍ବ ପର୍ବାଣୀ ର ମିଳନ ଭିତରେ ଏ ଜୀବନ ଡ଼ଙ୍ଗା କେବେ ଶୁଖିଲା ମରୁଭୂମି ରେ ଅଟକି ଯାଉ ଯାଉ ଆଗକୁ ବଢୁଥାଏ ଛଳ ଛଳ କଳ କଳ ନଈ ସୁଅ କାଟି କାଟି, ସେଥିରେ ମଧ୍ୟ ପଡି ଉଠି. ଏମିତି ଜୀବନ ଯାତ୍ରା ଭିତରେ ମକର ମେଳା ସରିଗଲା ଓ କେତେ ସାଂସ୍କୃତିକ ତଥା ବୌଦ୍ଧିକ ତଥା ସାରସ୍ୱତ ଆଲୋଚନା ସରିଗଲା ପରେ ଶିକ୍ଷକ ସୁଶୀଲ ଆସିଥିଲେ ସରସ୍ବତୀ ପୂଜା ପାଇଁ ମୂର୍ତ୍ତି କିଣିବାକୁ.ଚମକି ପଡିଲେ ମୂର୍ତ୍ତି ବିକୁଥିବା ଯୁବକଟିକୁ ଦେଖି. ଏତ ସେଇ. ହଁ ଠିକ ସେଇ. ଚନ୍ଦ୍ରକାନ୍ତ. ତଥାପି ଯୁବକ ପାଖକୁ ଯାଇ ପଚାରିଲେ ଚନ୍ଦ୍ରକାନ୍ତ ତୁମ ବାପା କେମିତି ଅଛନ୍ତି!ଯୁବକ ଟି ଥରେ ଚାହିଁଲା ସୁଶୀଲ ଙ୍କ ଆଡକୁ ଏବଂ ପଚାରିଲା ସାମାଜିକତା ଦେବାକୁ ଓ ସମାଜରେ ପରିଚୟ ସୃଷ୍ଟି କରିବାକୁ ଯିଏ ଏ ନାମ ରଖିଥିଲେ ସେଇ ବାପା ମୋର ଆଉ ନାଁହାଁନ୍ତି ଆଜ୍ଞା. ମତେ ଏବେ ସମସ୍ତେ ଚନ୍ଦରା ନାମରେ ଡାକନ୍ତି. ଯୁବକ ଟି କଥା ଶୁଣୁ ଶୁଣୁ କାନ୍ଦି ପକେଇଲେ ସୁଶୀଲ ସାର ଓ କହିଲେ ମୁଁ ଜାଣେ ଚନ୍ଦ୍ରକାନ୍ତ ତୁମକୁ ମଣିଷ ପରି ମଣିଷ କରିବାକୁ ସାର ଙ୍କ ତ୍ୟାଗ, ବଳିଦାନ ସହ ଆପ୍ରାଣ ଉଦ୍ୟମ କଥା. ଆମ ସ୍କୁଲରୁ ତୁମ ବାପା ମାଧବନନ୍ଦ ବାବୁ ହେଡମାଷ୍ଟର ରୂପେ ଅବସର ଗ୍ରହଣ କଲାବେଳେ ତୁମେ ତ କଲେଜ ରେ ପଢୁଥିଲ. ତା ପରେ ଉଚ୍ଚଶିକ୍ଷା ପାଇଁ ସାର ତୁମକୁ ବିଦେଶ ର ଶାନ୍ତି ନିକେତନ ରେ ପଢ଼େଇ ମଣିଷ ପରି ମଣିଷଟିଏ କରି ଗଢି ତୋଳିବାକୁ ଆପ୍ରାଣ ଉଦ୍ୟମ ଚଳାଇ ଥିଲେ ବୋଲି କେତେଥର ସ୍କୁଲକୁ ସରସ୍ବତୀ ପୂଜା ବେଳେ ଆସିଲେ କହୁଥିଲେ. ଏଇ କେଇ ବର୍ଷ ହେବ ସାର ଆଉ ଆସୁନାଁହାନ୍ତି ସ୍କୁଲ ର ବାର୍ଷିକ ବା ଜାତୀୟ ପର୍ବ ରେ. ଏମିତିକି ଗଣେଷ ଓ ସରସ୍ବତୀ ପୂଜାରେ ଵି ନୁଁହଁ. ତୁମକୁ ଦେଖି ମୁଁ ଠିକ ଚିହିଁଲି. ସେଇ ନାକ ସେଇ ଓଠ ସେଇ ଚଉଡା କପାଳ ର ଏ ଯୁବକ ତ ନିଶ୍ଚୟ ଚନ୍ଦ୍ରକାନ୍ତ!କିନ୍ତୁ ଏଠି ଏମିତି ଶିଳ୍ପୀ ରୂପେ ତୁମକୁ ଭେଟିବି ପୁଣି ସାରଙ୍କ ଗୁଜୁରିଯିବା ଭଳି ଦୁଃଖ ଖବର ଶୁଣିବି ଭାବିନଥିଲି. ଯୁବକଟି ଏଥର କହୁଥିଲେ ଭାଗ୍ୟର ଗୋଟି ଚାଳନା ତ ଉପରବାଲାଙ୍କ ହାତରେ ନା ଆଜ୍ଞା. ବାପା ଯେତେ ଚାହିଁଲେ କଣ ତାଙ୍କ ଭଳି କଳମ ଚାଷ କରିପାରିବାକୁ ମୋ କପାଳରେ ଥିଲେ ତ!ଦେଖିବାକୁ ଚଉଡା କପାଳ ଓ ଏକା ପରି ନାକ ଥିବା ଅନେକ ଲୋକ ମିଳିଯିବେ କିନ୍ତୁ ଜିନ ସମାନ ନଥିଲେ ସେସବୁ ବରଦାନ ମିଳିବ କୋଉଠୁ!ଶିଳ୍ପୀ ହେବା ଜିନ ବୋଧେ ମୋ ଭାଗ୍ୟରେ ଲେଖା ଆଜ୍ଞା. ଏଥର ସୁଶୀଲ ଚୁପ ରହିଲେ ଓ ବାଛି ବାଛି ନିଖୁଣ ସରସ୍ବତୀ ଙ୍କ ମୂର୍ତ୍ତି ଟିଏ ଚନ୍ଦ୍ରକାନ୍ତ ଠୁ କିଣି ଆଣିସାରି ଫେରିବା ବେଳେ ମୁଲଚାଲ ଦୂରର କଥା ଯୁବକ କହୁଥିବା ଦାମ ଠାରୁ କିଛି ଅଧିକା ପଇସା ଦେଇ ଆସିବା ବେଳେ ଯୁବକଟି କହୁଥିଲେ ସାଲାମ ସାହେବ.
    ବାଟ ସାରା ଭାବି ହେଉଥିଲେ ସୁଶୀଲ. ନୂଆ ନୂଆ ଜଏନ କରିବା ବେଳେ ମାଧବନନ୍ଦ ସାର ହିଁ ତାର ସବୁଠୁ ନିଜର ଥିଲେ. ପ୍ରଥମେ କମନ ରୁମ ରେ ଚଉକି ଅଫର କରିବା ଲୋକ ତ ମାଧବ ସାର. ତା ପରେ ସେ ସେଇ ସ୍କୁଲରେ ପ୍ରମୋଶନ ପାଇ ବଡ଼ ସାର ହେଲା ପରେ ତାଙ୍କ ଆଦର୍ଶ ଓ ଜ୍ଞାନ ଗୁଣ ତଥା ସମୟାନୁବର୍ତ୍ତିତା ରେ ପ୍ରଭାବିତ ଯୁବକ ସୁଶୀଲ କିନ୍ତୁ ସେଦିନ ଆଶ୍ଚର୍ଯ୍ୟ ହୋଇଥିଲା ମାଧବନନ୍ଦ ସାରଙ୍କର ମାନବତା ଗୁଣ ସନ୍ଦର୍ସନ କରି. ଅବିବାହିତ ମାଧବ ସାର ସ୍କୁଲ ହଷ୍ଟେଲ ରେ ରହୁଥିବାରୁ ସୁଶୀଲ ସହିତ ତାଙ୍କର ଘନିଷ୍ଠତା ଅଧିକ. ସେଦିନ ଥିଲା ସଂକ୍ରାନ୍ତି. ପୁଣି ମକର ସଂକ୍ରାନ୍ତି. ସ୍କୁଲରେ ପିଲାମାନଙ୍କ ସହିତ ବ୍ୟାସକବି ଫକୀର ମୋହନ ସେନାପତିଙ୍କର ଜନ୍ମ, ଜୀବନୀ ଓ କଥା ସମ୍ରାଟ ତଥା ସାହିତ୍ୟ କୁ ତାଙ୍କ ଅବଦାନ କରିବା ବିଷୟରେ ସବୁ ଆଲୋଚନା, ତର୍କ ଓ ବିତର୍କ ପରେ ସେଦିନ ଶୀତ ସନ୍ଧ୍ୟାରେ ଅଳ୍ପ ଅଳ୍ପ ଝିପି ଝିପି ବର୍ଷାରେ ସାର ଙ୍କ ସଙ୍ଗେ ନିଛାଟିଆ ରାସ୍ତାରେ ଚାଲୁ ଚାଲୁ କପଡା ଗୁଡା ପିଲାଟି କିଆବୁଦା ମୂଳେ କ୍ଷୀଣ କଣ୍ଠରେ କାନ୍ଦୁଥିବାର ଦେଖାଗଲା. କୁକୁର ମାନେ ଝପଟି ଆସିବା ପୂର୍ବରୁ ସାର ସେହି ଶିଶୁ ପୁତ୍ରକୁ କୋଳେଇ ନେଇ ଥିଲେ. ସଂସାର ବାନ୍ଧିବା ପାଇଁ ହଷ୍ଟେଲ ରୁ ଯାଇ,ସାଇ ଠାରୁ ଦୂରରେ ରହି ଶିଶୁପୁତ୍ର କୁ ଲାଳନ ପାଳନ କରିବା ସହିତ  ପାଖ ରେ ଥିବା ଦୁଇପଟ ମୁସଲମାନ ଓ ହିନ୍ଦୁ ସାହିରେ ବିଚରଣ କରି ପିଲାଟିର ପରିଚୟ ଖୋଜି ନିରାଶ ହେବା ପରେ ବାପା ହୋଇଗଲେ ଚନ୍ଦ୍ରକାନ୍ତର.ଚନ୍ଦ୍ରକାନ୍ତ ବଡ଼ ହେବା ପରେ ଖୋଜୁଥିଲା ମାଆ କୁ ତ ଆକାଶର ତାରା ଦେଖାଇ ତା କାନ୍ଦ ଚୁପ କରୁଥିଲେ.ବେଶି ବେଶି ଅବୁଝା ହେଲେ ପାଖ କାଳୀ ମନ୍ଦିର କୁ ନେଇ କାଳୀ ମାଆ ଙ୍କୁ ଦେଖେଇ ତୋ ମାଆ ବୋଲି କହୁଥିଲେ. ପୁଣି ଯେବେ ଆତୁର ହେଉଥିଲା ଚନ୍ଦ୍ରକାନ୍ତ ତେବେ ତାକୁ ବଡ କରିବାରେ ସାହାୟ ହୋଇ ଆୟା ବନିଥିବା ସ୍ତ୍ରୀ ଲୋକ କୋଳକୁ ଟେକି ଦେଇ କହୁଥିଲେ ଏବେ ଏଇ ତୋ ମାଆ. ଚନ୍ଦ୍ରକାନ୍ତ କାନ୍ଦ ବନ୍ଦ ହୋଇଯାଉଥିଲା ସତ ତେବେ ଏବେ ସେ ସାରଙ୍କ ସୁଯୋଗ୍ୟ ପାଠ ଶାଠ ପଢ଼ା ସୁପୁତ୍ର ବାବୁ ନହୋଇ ଏ ଶିଳ୍ପୀ ହେବା କାରଣ କିଛି ବୁଝିପାରୁ ନଥିଲେ ସୁଶୀଲ. ଆଉ ଯେତେ ଚେଷ୍ଟା କଲେ ମଧ୍ୟ ଚନ୍ଦ୍ରକାନ୍ତ ଓରଫ ଚନ୍ଦରା କୁ ଆଉ ଦେଖିବାକୁ ପାଇନଥିଲେ ସୁଶୀଲ ସାର.
      ଅନେକ ଦିନ ପରେ ପଶୁ ଡାକ୍ତର ଖାନା ମିଳନ ସ୍ଥଳ ଥିଲା. ସେଠାରେ ଦେଖାହୋଇଗଲା ଚନ୍ଦ୍ରକାନ୍ତ ସହ. ବୁଲାକୁକୁର ମାନଙ୍କୁ ରଖି ଥିବା ଚନ୍ଦ୍ରକାନ୍ତ କହୁଥିଲା ଏଇ ବିଶ୍ୱସ୍ତ ପଶୁ ମାନଙ୍କୁ ନେଇ ଏବେ ମୋ ସଂସାର ସାର. ଏମାନେ ସୃଷ୍ଟି ସମୟରେ ବ୍ରହ୍ମା ଙ୍କୁ ନିଜ କୋଡିଏ ବର୍ଷ ଆୟୁଷ ଫେରାଇ ଦେବା ପରେ ତାକୁ ମଣିଷ ନେଇ ଜନ୍ମ ହେଲା ପରେ ସେହି କୁକୁରଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର କରିଚାଲିଛି. ବିନା ଆଶ୍ରୟ, ବିନା ଖାଦ୍ୟ ଓ ବିନା ସ୍ୱାର୍ଥ ଓ ସର୍ତ୍ତ ରେ ବିଶ୍ଵସ୍ତ ଏ ପଶୁ ମୋ ମୂର୍ତ୍ତି ମାନଙ୍କୁ ଜଗେ. ମୂଷା କି ବିଲେଇ ଦାଉ ରୁ ରକ୍ଷା କରେ ଆଜ୍ଞା. ସାମାଜିକ ସ୍ତର ରେ ଏହି ବୁଲାକୁକୁରଙ୍କ କୌଣସି ମୂଲ୍ୟ ନଥିଲା ବେଳେ ମୁଁ ଏମାନଙ୍କୁ ପୋଷୁଛି ସାର. ହଁ ଖୁବ ଭଲ କାମ କରୁଛ ତୁମେ ଚନ୍ଦ୍ର. ସାର ତୁମ ନାମ କଣ ମିଛରେ ଚନ୍ଦ୍ର ରଖିଛନ୍ତି!ବାପାଙ୍କ କଥା ମନେପକାଇ ଦୁଃଖ ପାଇବାରୁ ବଞ୍ଚିତ ହେବାକୁ ତ ମୁଁ ଏହି ଶିଳ୍ପୀ ହେବା ଓ ମୂର୍ତ୍ତି ଗଠନ ବେଳେ କୋଣାର୍କ ଗଢ଼ିଥିବା ଶିଳ୍ପୀ ହୃଦୟ ଭିତରେ ଥିବା ଜିନ କୁ ମୋ ଭିତରେ ରଖି ଓ ବାପା ପଢ଼େଇଥିବା ବିଦ୍ୟା ବୁଦ୍ଧି ପ୍ରୟୋଗ କରି କୁଶଳୀ ହାତ ସ୍ପର୍ଶ ଦେଇ ଜୀବନ୍ତ ମୂର୍ତ୍ତି ତିଆରି କରେ. ମୋ ହାତର ସ୍ପର୍ଶ ପାଇ ସ୍ୱାମୀ ବିବେକନନ୍ଦ, ସୁବାଷ ବୋଷ, ଜବାହରଲାଲ ନେହେରୁ, ଲାଲ ବହାଦୁର ଶାସ୍ତ୍ରୀ ଇତ୍ୟାଦି ସଭିଙ୍କ ମୂର୍ତ୍ତି ଗଢ଼ିଛି. ବାପା ସିନା ଚାହିଁଥିଲେ ତାଙ୍କ ପରି କଳମ ଚାଷ କରୁ କରୁ ବଡ଼ ବାବୁ ହେବାକୁ ହେଲେ ବିଜ୍ଞାନ କହେ ଜିନ ଯେତେ ଏକା ହେଲେ କଣ ହେବ ଭାଗ୍ୟର ଗୋଟି ଚାଳନା ତ ଅନ୍ୟକଥା କହି ଜିନ ବଦଳେଇ ଦିଏ ନା. ସୁଶୀଲ ଆଶ୍ଵସ୍ତ ହେଲେ ଯା ହେଉ ପାଠ ପଢୁଆ ପୁଅ ଚନ୍ଦ୍ର ସାର ଙ୍କ ପ୍ରକୃତ ପରିଚୟ ଜାଣିନି ତେବେ ତାର କଥା କଥାକେ ଅନ୍ୟ ଭାଷା ର ଝଲକ ଦେଖି ସେ ଘାବେରେଇ ଗଲା ବେଳେ ଚନ୍ଦ୍ର କହୁଥିଲେ ମୁଁ ଖାଲି ହିନ୍ଦୁ ଦେବଦେବୀ ବା ଦିବ୍ୟପୁରୁଷମାନଙ୍କର ମୂର୍ତ୍ତି ନୁଁହଁ ସାର ବରଂ ଯୀଶୁ ଙ୍କ ମୂର୍ତ୍ତି ସବୁରେ ଅନେକ ରୂପକଳ୍ପ ଦେଇ ଜାତୀୟ ସ୍ତର ରେ କେତେ ପୁରସ୍କାର ପାଇଛି ଆଜ୍ଞା. ସୁଶୀଲଆଉ ସେଠାରେ ଅଧିକ ସମୟ ନରହି ନିଜ ପୋଷା କୁକୁର ଟମି ସହ ଫେରିଆସିଲା ବେଳେ କହୁଥିଲେ ତୁମ ବାପାଙ୍କ ଆଶୀର୍ବାଦ ହାତ ତୁମ ମୁଣ୍ଡ ଉପରେ ରହିଛି. ପଛରୁ ଚନ୍ଦ୍ରକାନ୍ତ କହୁଥିଲେ ଜରୁର ହଜୁର ତ ଶୀଘ୍ର ଶୀଘ୍ର ପାଦ କାଢି ଗାଡି କାଢି ଏକା ନିଶ୍ଵାସ ରେ ଘରେ ପହଞ୍ଚିଥିଲେ ସୁଶୀଲ.
    ସବୁବର୍ଷ ପରି ଏବର୍ଷ ଜଣେ କଳାକାର ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଚଦ୍ରକାନ୍ତ ଙ୍କର ନାମ ଠିକ କରାଯିବା ପରେ ସୁଶୀଲ ଯାଇ ଜାନୁଆରି ଛବିଶ ଜାତୀୟ ପର୍ବ ପାଇଁ ଚନ୍ଦ୍ରକାନ୍ତ ଙ୍କୁ ନିମନ୍ତ୍ରଣ କରିଆସିଥିଲେ ଜଣେ କୁଶଳୀ ଶିଳ୍ପୀ ହିସାବରେ. ଏଥର ଚନ୍ଦ୍ରକାନ୍ତ ଙ୍କ ସଙ୍ଗେ ମିଳନ ହେବାର ସୁଯୋଗ ଆଣିଦେଇଥିଲା ସ୍କୁଲ.ନିଜ ଅଭିଭାଷଣରେ ଜାତୀୟ ପତାକାର କେତେ ରଙ୍ଗ, ଅଶୋକ ଚକ୍ରରେ କେତୋଟି ଅଖ ଓ କୋଉ ରଙ୍ଗ କୋଉ ବାର୍ତ୍ତା ପ୍ରଦାନ କରେ କହିବା ସହ ଚନ୍ଦ୍ରକାନ୍ତ ଗୋଟେ ଗଳ୍ପ ଶୁଣେଇ ଥିଲେ ପିଲାଙ୍କୁ. ସେ କହିଚାଲିଥିଲେ ଯେ ଏକଦା ଗୋଟିଏ ଜାଗାରେ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇଥିଲେ.ନିଜ ନିଜ ଧର୍ମର ମହାନତାକୁ ନେଇ ଆଲୋଚନା ହେଉଥିଲା. ସଭାଟି ସରିଆସିଲା ବେଳକୁ ପ୍ରେକ୍ଷାଳୟରେ ଥିବା କିଛି ବ୍ଯକ୍ତିଙ୍କ ଭିତରେ ଆରମ୍ଭ ହେଲା ବିବାଦ.ହିନ୍ଦୁମାନେ କହିଲେ ସେମାନେ ବଡ଼,କାରଣ ଏହାକୁ ସନାତନ ଧର୍ମ କୁହାଯାଏ.ବେଦ ହେଉଛି ଏହି ଧର୍ମର ମୂଳ ପିଣ୍ଡ. ଅନ୍ଯାନ୍ଯ ସମସ୍ତ ଧର୍ମ ଏହା ପରେ ଜନ୍ମ ନେଇଛନ୍ତି ବା କାହାରି ଦ୍ବାରା ପ୍ରତାରିତ ହୋଇଛନ୍ତି.ଏ ପ୍ରକାର ଉକ୍ତିକୁ ମୁସଲମାନ ବନ୍ଧୁ ଜଣଙ୍କ ଖୁବ୍ ଜୋରରେ ପ୍ରତିବାଦ କଲେ.ସେହିପରି ଜଣେ ଖ୍ରୀଷ୍ଟିଆନ ବନ୍ଧୁ ମଧ୍ୟ କହିଲେ ଯେ ସେମାନଙ୍କର ଧର୍ମ ବଡ଼.ଯଦିଓ ଅନ୍ୟାନ୍ୟ ଧର୍ମାବଲମ୍ବୀ ସେଠାରେ ଉପସ୍ଥିତ ଥିଲେ, ସେମାନେ କିଛି ନକହି କେବଳ ଚାଲିଥିବା ବିବାଦକୁ ଉପଭୋଗ କରୁଥିଲେ.ଏହି ତିନି ଗୋଷ୍ଠୀଙ୍କ ମଧ୍ୟରେ ବେଳକୁ ବେଳ ବିବାଦ ବଢିବାକୁ ଲାଗିଲା. ଏହି ସମୟରେ ଜଣେ ବରିଷ୍ଠ ଲୋକ ସେମାନଙ୍କୁ ଅନେକ ଭାବରେ ବୁଝାଇ ଶାନ୍ତ ରହିବାକୁ କହିଲା କିନ୍ତୁ କେହି ଶୁଣିବାକୁ ନାରାଜ.ଶେଷରେ ବରିଷ୍ଠ ଜଣକ କହିଲେ- " ତୁମେମାନେ ସମସ୍ତେ ବଡ଼, ସମସ୍ତଙ୍କ ଭଗବାନ ବଡ଼, ତେବେ ଏହାର ପରୀକ୍ଷା କରିବା ". ସମସ୍ତେ ହଁ କହିଲେ.ସେହି ବରିଷ୍ଠ ଜଣକ ପାଖରେ ଥିବା ସୁଉଚ୍ଚ ପାହାଡ଼କୁ ଲକ୍ଷ୍ୟ କରି କହିଲେ- ତୁମେମାନଙ୍କୁ ଏହି ପାହାଡ଼ ଉପରକୁ ଯାଇ ତଳକୁ ଡେଇଁବାକୁ ପଡିବ. ତୁମମାନଙ୍କର ନିଜ ଠାକୁରଙ୍କ ଉପରେ ଯଦି ଏତେ ବିଶ୍ୱାସ ତେଵେ ଦେଖିବା ତୁମମାନଙ୍କର ଠାକୁର କିପରି ରକ୍ଷା କରୁଛନ୍ତି! ଆଶ୍ଚର୍ଯ୍ୟର କଥା, ସମସ୍ତେ ରାଜି ହୋଇଗଲେ ଏବଂ ପାହାଡ଼ ଉପରକୁ ଗଲେ. ପ୍ରଥମେ ମୁସଲମାନ ବନ୍ଧୁ ଜଣକ ଡେଇଁବା ପାଇଁ ପ୍ରସ୍ତୁତ ହେଲେ ଏବଂ ଉଚ୍ଚ କଣ୍ଠରେ ଆଲ୍ଲାଙ୍କୁ ଡାକିଲେ.ତା' ପରେ ଡେଇଁ ପଡିଲେ.ଆଶ୍ଚର୍ଯ୍ୟର କଥା, ଦୁଇଟି ହାତ ତାଙ୍କୁ କୋଳାଇ ନେଲା. ସେ ଆଚମ୍ବିତ ହୋଇ ଅପେକ୍ଷା କଲେ ପରବର୍ତ୍ତୀ ଘଟଣାକୁ. ଏହାପରେ ଥିଲା ଖ୍ରୀଷ୍ଟିଆନ ବନ୍ଧୁଙ୍କ ପାଳି.ସେ ବି ସେହିଭଳି ଖୁବ୍ ଜୋରରେ ଯୀଶୁଙ୍କୁ ଡାକିଲେ ଏବଂ ପାହାଡ଼ ଉପରୁ ଡେଇଁ ପଡିଲେ.ତାଙ୍କୁ ବି ଗୋଟିଏ ଅଦୃଶ୍ୟ ହାତ ରକ୍ଷା କଲା. ଏହାପରେ ହିନ୍ଦୁ ଧର୍ମାବଲମ୍ବୀ ବନ୍ଧୁଙ୍କର ପାଳି. ସେମାନେ ସିନା ଜଣେ ଜଣେ ଦେବତାଙ୍କୁ ଡାକିଲେ, ଇଏ କାହାକୁ ଡାକିବେ ? ତାଙ୍କର ତ ତେତ୍ରିଶ କୋଟି ଦେଵଦେଵୀ. ତେଵେ ହଠାତ୍ ତାଙ୍କ ମୁଣ୍ଡରେ ଗୋଟିଏ ବୁଦ୍ଧି ପଶିଲା.ସେ କୌଣସି ଦେଵତାଙ୍କ ନାଁ ନନେଇ କେବଳ କହିଲେ- " ହେ ଭଗବାନ ମୋତେ ରକ୍ଷା କର " କହି ଡେଇଁ ପଡିଲେ. ଆଶ୍ଚର୍ଯ୍ୟର କଥା ହଜାର ହଜାର ଅଦୃଶ୍ୟ ହାତ ପ୍ରସାରିତ ହୋଇଗଲା ତାଙ୍କୁ କୋଳେଇ ନେବାପାଇଁ. ସମସ୍ତେ ଏହି ଦୃଶ୍ୟ ଦେଖୁଥାନ୍ତି.ବର୍ତ୍ତମାନ ଵରିଷ୍ଠ ଜଣକ କହିଲେ- ବୁଝିଲ ତ, ସମସ୍ତେ ଆମେ ଈଶ୍ବରଙ୍କ ସନ୍ତାନ. ଏଥିରେ ଵିଭେଦତା ଠିକ୍ ନୁହେଁ.ଯିଏ ଯେଉଁ ନାମରେ ଡାକିବ ଭଗବାନ ତାକୁ ରକ୍ଷା କରିବେ. ସମସ୍ତଙ୍କ ମନକୁ କଥାଟା ପାଇଲା ଏବଂ ପରସ୍ପର ପରସ୍ପରକୁ କୋଳାଗ୍ରତ କରି ଜାଗା ଛାଡିଲେ. ଏହି ଗଳ୍ପ ଟି କହି ଚଦ୍ର କହୁଥିଲେ ସର୍ବେ ଭବନ୍ତୁ ସୁଖିନଃ... ସର୍ବେ ସନ୍ତୁ ନିରାମୟ. ଏହା ପରଠୁ ସୁଶୀଲ ଙ୍କ ମନରେ ଆଉ ଚନ୍ଦ୍ରକାନ୍ତ ବେଳେ ବେଳେ ଉଚ୍ଚାରଣ କରୁଥିବା ସେଇ ଜିନ ଶବ୍ଦ କୁ ନେଇ କୌଣସି ସନ୍ଦେହ ନଥିଲା. ସେ ବୁଝିଯାଇଥିଲେ ରକ୍ତ ଏକା ହେଲେ ଜିନ ଏକା ହେବା ସିନା ବିଜ୍ଞାନ କହିବ ହେଲେ ସାହିତ୍ୟ ତ କିଛି ଅଲଗା କହିବ ନା!ରକ୍ତ ଗୋତ୍ର ସହିତ ପିତୃତ୍ୱ ଏକା ହେଲେ ମଧ୍ୟ ଜିନ ତ ଭିର୍ନ୍ନ ଭିର୍ନ୍ନ ବୋଲି ବୁଝିଛନ୍ତି ସାହିତ୍ୟ ରେ ସ୍ନାତକ କରିଥିବା ଶିଳ୍ପୀ ଚନ୍ଦ୍ରକାନ୍ତ.ଖୁବ ଆଶ୍ୱସ୍ତ ହୋଇ ଆଶ୍ବସ୍ତି ଲାଭ କଲେ ସୁଶୀଲ ସାର. ଜାତୀୟ ପର୍ବ ଜାନୁଆରି ଛବିଶ ରେ ପୁଣି ଦୁଇହାଜର ଛବିଶ ମସିହାରେ. ତାଙ୍କ ବକ୍ତବ୍ୟ ରେ ସେ ପୁତ୍ର କେମିତି ପିତାଙ୍କର ସୁଯୋଗ୍ୟ ସନ୍ତାନ ହୋଇପାରେ କହି ସମ୍ବର୍ଦ୍ଧିତ କରିଥିଲେ ଚନ୍ଦ୍ରକାନ୍ତ ଙ୍କୁ ସେଦିନ.

,,,,,,,,,,,,,,,,,,,,,,,,,,


Rate this content
Log in

Similar oriya story from Classics