Trushna Das

Abstract Drama Others

4  

Trushna Das

Abstract Drama Others

ଜୀବନ୍ତ ବନ

ଜୀବନ୍ତ ବନ

6 mins
356



ସହରର ହଷ୍ଟେଲ ରେ ରହି ଧାନୀ କଲେଜରେ ପାଠ ପଢୁ ଥିଲେ। ଧାନୀ ଦୁର୍ଗା ପୂଜାରେ ତାଙ୍କର ସାଙ୍ଗ ସିମି, ଲୁସି, ଅଜୁ , ପାପୁନ ସହ ଗାଁ କୁ ଆସିବାରୁ ଯୋଜନା କଲେ। ଗାଡ଼ିରେ ଆସୁ ଥିବା ସମୟରେ ଲୁସି ପଚାରିଲା ଆଛା ଧାନୀ ତୋ ଗାଁ ରେ କଣ ସବୁ ଦେଖିବାକୁ ମିଳିବ?

ଧାନୀ : ଆମ ଗାଁ ଶସ୍ୟ ଶାମଳାରେ ପରିପୂର୍ଣ୍ଣ। ଗାଁ ପାଖାପାଖି ଅଞ୍ଚଳର ପ୍ରାକୃତିକ ଶୋଭା ମନମୁଗ୍ଧକର । ଗାଁ ପାଖରେ ଗୋଟିଏ ପାହାଡ। ପାହାଡ ଜଙ୍ଗଲ ରେ ପରି ପୂର୍ଣ୍ଣ। ସେଠାରୁ ବାହାରିଛି ନିଆରା ନଦୀ। ତାର ପାଣି ବହୁତ ସ୍ୱଚ୍ଛ, ଶୀତଳ ଓ ମଧୁର। ସେଇ ନଦୀ ଜଙ୍ଗଲ ଦେଇ ପ୍ରବାହିତ। ବନର ମଝିରେ ନଦୀ କୂଳରେ ମାଆ ଦୁର୍ଗାଙ୍କ ମନ୍ଦିର। ଆମେ ସବୁ ଛୁଟି ହେଲେ ଏବଂ ସବୁ ପର୍ବପର୍ବାଣିରେ ସେଇ ମନ୍ଦିରକୁ ଯାଉ। ନଦୀ କୂଳରେ ଦୂର୍ଗା ପୂଜା ସମୟରେ ମେଳା ବସେ। ବହୁତ ମଜା ଆସେ। ପୂଜା ବହୁତ ଧୁମଧାମରେ ପାଳନ ହୁଏ। ଲୋକମାନେ ପୂଜା ଆଗ ଦିନ ରାତିରୁ ସେଠାରେ ଲାଇନ ଦିଅନ୍ତି ପୂଜା ପାଇଁ। ବହୁତ ବନ୍ଧୁ ବାନ୍ଧବ ପୂଜା ରେ ଆସନ୍ତି।

ପାପୁନ : ୱଆ ବଢିଆ, ତେବେ ବହୁତ ଝିଅ ବି ମେଳାକୁ ଆସୁ ଥିବେ ମଜା ଆସିବ।

ସିମି : ହଁ ପାପୁନ, ତୋର ଖାଲି ଝିଅ କଥା ।

ଧାନୀ : ଆଉ ଜାଣିଛ ଜଙ୍ଗଲ ନଦୀରୁ ଗୋଟିଏ କେନାଲ ଆମ ଗାଁ କୁ ଆସିଛି। ସେଇ କେନାଲ ପାଣିରେ ବହୁତ ମାଛ। ଆମେ ସାଙ୍ଗମାନେ ଏକ ଜୁଟ ହେଲେ ସେଠାରୁ ମାଛ ଧରୁ।

ଅଜୁ : ହଁ ବଢିଆ ପୂଜା ପରେ ଆମେ ମାଛ ଧରିବା।

ଧାନୀ : ଆଜି ଗାଁ ରେ ଦେଖିବ ଟିକିଏ ଭିଡ଼ ଥିବ। ଆଉ ଦୁଇ ଦିନ ଭିତରେ ଗାଁ ପୁରା ଭିଡ଼ ହୋଇ ଯିବ। 

ଲୁସି : ତୁ ତୋ ଘର ଲୋକଙ୍କୁ କହିଛୁ ନା ଆଜି ଆମେ ଯାଉଛି ବୋଲି?

ଧାନୀ : ନା କହି ନାହିଁ । ତାଙ୍କୁ ସରପ୍ରାଇଜ ଦେବି।

ସିମି : ଭଲ , ହେଲେ ସେମାନେ ଆମକୁ ଦେଖି କିଛି ଭାବିବେନି ତ।

ଧାନୀ : ନା । ମୋ ବାପା ଆମ ଗାଁ ର ଜମିଦାର। ସେ ମୋତେ ବହୁତ ଭଲ ପାଆନ୍ତି। ହେଲେ କିଛି ମାସ ହେବ ବାପା କି ମାଆ ମୋ ସହ କଣ ପାଇଁ କେ ଜାଣି ଠିକ୍ ରେ କଥା ହେଉ ନାହାଁନ୍ତି।

ସିମି : କିଛି କାମରେ ବ୍ୟସ୍ତ ଥିବେ।

ଧାନୀ : ହଁ। ସେଇଆ ହୋଇ ଥିବ। ସନ୍ଧ୍ୟା ହୋଇ ଗଲା। ନ ହେଲେ ଆଉ କିଛି ବାଟ ପରେ ଦେଖି ଥାଆନ୍ତ ବନ ରାସ୍ତାର ଦୁଇ ପାର୍ଶ୍ଵରେ, ତାପରେ କେତେ ସୁନ୍ଦର ଶସ୍ୟ ଶାମଳା କ୍ଷେତ। ପୁରା ଗାଁ ର ଦୃଶ୍ୟ ପାଞ୍ଚ ଛଅ କି.ମି ରୁ ଆରମ୍ଭ ହୋଇ ଯାଇଛି।

କିଛି ବାଟ ଗଲା ପରେ ଧାନୀ କହିଲେ ଏହି ଦେଖ ବନ ଆରମ୍ଭ ହୋଇ ଗଲା। ସବୁ କହିଲେ ହଁ ଯେ ଅନ୍ଧାରରେ ଠିକରେ ଜଣା ପଡୁ ନାହିଁ।

ଧାନୀ କହିଲେ କାଲି ସକାଳୁ ଆସି ବୁଲିବା। ଦେଖିବ ଜଙ୍ଗଲ ତୁମକୁ ଜୀବନ୍ତ ପରି ଲାଗିବ। ଛୋଟ ଛୋଟ ଠେକୁଆ, ହରିଣ ଛୁଆ ସକାଳୁ ଭୋର ଭୋର ଗଲେ ଦେଖିବାକୁ ମିଳିବ।

ପାପୁନ‌ : ହଁ ନିହାତି। ମୁଁ ରାତିରେ କ୍ୟାମେରା ଚାର୍ଜ କରି ଦେବି। ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ର ଭିଡିଓ କରିବି।

ଅଜୁ : ମୁଁ ତ ଫେସବୁକ ରେ ଲାଇଭ କରିବି।

ଲୁସି : ଏ ଗଧ। ବନରେ କଣ ନେଟୱର୍କ ଥିବ!

ଅଜୁ : ଇସ୍ ମୁଁ ଭୁଲି ଯାଇଥିଲି। ହଉ ଭିଡିଓ କରିକି ପରେ ପୋଷ୍ଟ କରିବି।

ଧାନୀ : ଆମ ଗାଁ ରେ କେବଳ ବିଏସନେଲ ଏବଂ ଏୟାରଟେଲ ନେଟୱର୍କ ଧରିବ।

ଲୁସି : ମୁଁ କଣ କରିବି ? ମୋର ତ ଖାଲି ଜିଓ ସିମ ଅଛି।

ଧାନୀ : ମୋ ମୋବାଇଲ ରୁ କଥା ହୋଇ ଯିବୁ।

ଏମିତି କଥା ହେଉ ହେଉ ଅଜୁ କହିଲେ ଧାନୀ ଆମେ ଠିକ ବାଟରେ ଯାଉଛୁ ତ।

ଧାନୀ : ହଁ ରେ ଏକଦମ୍ ଠିକ ରାସ୍ତା ଆଗକୁ ବାମ ସାଇଡ ରାସ୍ତାରେ ଗାଡ଼ି ପୁରାଇବୁ। ଆମ ଗାଁ ଆସିବ। ଦେଖିବୁ କେତେ ଭିଡ଼ ଥିବ। ହସ ଖୁସିରେ ଗାଁ ଉଛୁଳି ଉଠୁ ଥିବ।

ଗାଡ଼ି ଗାଁ ମଧ୍ୟରେ ପ୍ରବେଶ କଲା। ହେଲେ ଗୋଟିଏ ବି ଲୋକଙ୍କୁ ବାହିରେ ଦେଖିବାକୁ ମିଳୁ ନାହିଁ।

ଲୁସି : ଆରେ ଧାନୀ , ଏ କଣ ସନ୍ଧ୍ୟା ଆଠ ଟା ହେଉ ହେଉ ପୁରା ଖାଲି ଗାଁ।

ଧାନୀ : ମୁଁ ବି ତ ଆଶ୍ଚର୍ଯ୍ୟ। ସନ୍ଧ୍ୟା ସମୟରେ ଗାଁ ରେ ଭାଗବତ ଟୁଙ୍ଗି ବସେ। ସ୍ତ୍ରୀ ଲୋକମାନେ ବସି ଗୋପ କରୁ ଥାଆନ୍ତି। ପୁରୁଷମାନେ ବସି ଟାସ , କ୍ୟାରାମ ଖେଳୁ ଥାଆନ୍ତି, ହସ ଖୁସି ହେଉ ଥାଆନ୍ତି। ଛୁଆମାନେ ପାଠ ପଢା ସାରି ବାହାରେ ଖେଳୁ ଥାଆନ୍ତି। ହେଲେ ଆଜି ଏ ଗାଁ ଏମିତି ଶୁନଶାନ୍ କଣ ପାଇଁ ହୋଇଛି? ଘରକୁ ଗଲେ ଜଣା ପଡ଼ିବ।

ଗାଁ ମଝିରେ ଧାନୀ ଙ୍କର ଘର । ଧାନୀ ଘରେ ପହଞ୍ଚି କବାଟ ନକ କଲେ। କିଛି ସମୟ କେହି ଉତ୍ତର ଦେଲେ ନାହିଁ। ଟିକେ ସମମ ପରେ ଧାନୀ ଆଉ ଥରେ କବାଟ ବାଡେଇଲେ। ତାପରେ ହଠାତ ଭିତରୁ ଚାକରାଣୀ ସାବି ମାଉସୀ ପଚାରିଲେ କିଏ ?

ଧାନୀ : ସାବି ମାଉସୀ ମୁଁ ଧାନୀ।

ସାବି ମାଉସୀ : ଆରେ ଧାନୀ , ତୁମେ ଏତେ ରାତିରେ । ରୁହ ରୁହ କବାଟ ଖୋଲୁଛି।

ସାବି ମାଉସୀ : ଏ ରାମୁ ଆରେ କବାଟ ଖୋଲିବା , ଧାନୀ ମାଆ ଆସିଛନ୍ତି।

ରାମୁ : କଣ କହିଲ ମାଉସୀ ଦିଦି ଆସିଛନ୍ତି। ହଉ ହଉ ମୁଁ ଯାଉଛି।

ରାମୁ ହାଏ ମାରି ମାରି କବାଟ ଖୋଲିଲା। ସେ ତାର ମୁଣ୍ଡ ଆଉଁସି ଆଉଁସି କହିଲା ଦିଦି ତୁମେ ଏତେ ରାତିରେ। ଆଉ ଏମାନେ କିଏ ?

ଧାନୀ : ଆରେ ରାମୁ ସନ୍ଧ୍ୟା ଆଠଟା ହୋଇଛି, ଆଉ ତୁ କହୁଛୁ ଏତେ ରାତିରେ ? କଣ ହୋଇଛି ତୋର ? ଏତେ ଜଲଦି ଶୋଇ ଯାଇଥିଲୁ।

ସାବି ମାଉସୀ : ଆରେ ମାଆ ତା କଥା ଛାଡିଲ। ହଠାତ ଆସିଲ। ଫୋନ‌ ନାହିଁ। ଆଉ ଏମାନେ?

ଧାନୀ : ହଁ ସରପ୍ରାଇଜ ଦେବା ପାଇଁ ଆସି ଥିଲି। ଏମାନେ ମୋ ସାଙ୍ଗ।

ସାବି ମାଉସୀ : ରାମୁ ସମସ୍ତଙ୍କ ର ଜିନିଷ ଭିତରକୁ ନେଇ ଯାଆ।

ରାମୁ : ହଁ ହଁ।

ଧାନୀ : ଏ ବୋଉ ବୋଉ , ବାପା କୁଆଡେ଼ ଗଲ ?

ସାବି ମାଉସୀ : ବାବୁ ମାଲିକାଣୀ ନାହାଁନ୍ତି। ସେମାନେ ଜମିଦାର କାମରେ ପାଖ ଗାଁ କୁ ଯାଇଛନ୍ତି। ରାତି ହୋଇ ଗଲା ଆଜି ଆସି ନାହାଁନ୍ତି।

ଧାନୀ : ହଉ ବାପା ବୋଉଙ୍କୁ ଫୋନ‌ କରି କହିବ ନାହିଁ ଆମେ ଆସିଛୁ ବୋଲି।

ସାବି ମାଉସୀ : ହଁ ଲୋ ମାଆ। ମୁଁ ଯାଉଛି କିଛି ଖାଇବା କରି ଦିଏ।

ଧାନୀ : ମାଉସୀ ମୋତେ ପୋଖାଳ , ଚୂଳିର ଆଳୁ ପୋଡ଼ା, ବଡ଼ି ଚୁରା ଆଉ ଛୋଟୁ ଭଜା ଦେବ।

ବାକି ସବୁ ବି ସେଇଆ ଖାଇବେ କହିଲେ।

ସମସ୍ତେ ଗୋଡ଼ ହାତ ଧୋଇ ଲୁଗା ବଦଳାଇ ଘର ଅଗଣାରେ ବସି ଖାଇଲେ। ପାପୁନ ମଜା ଆସିଗଲା।

ଖାଇ ସାରିବା ପରେ ଧାନୀ ସାବି ମାଉସୀଙ୍କୁ ପଚାରିଲେ ମାଉସୀ ଏତେ ଫାଙ୍କା ଯେ ଗାଁ।

ସାବି ମାଉସୀ ଙ୍କ ମୁହଁ ଶୁଖି ଗଲା। ସେ କହିଲେ କାଲି ସକାଳୁ କଥା ହେବା। ଧାନୀ ଓ ତାଙ୍କ ସାଙ୍ଗମାନେ କହିଲେ ଆମେ ଆଜି ଛାତରେ ଶୋଇବା।

ରାମୁ : ନା ନା। ଜମିଦାର ବାବୁ ରାତିରେ ବାହାରେ ଶୋଇବାକୁ ମନା କରିଛନ୍ତିି।

ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଏବଂ ଭିତରେ ଶୋଇଲେ।

ଭୋର ସକାଳୁ ଉଠି ଗାଁ ବୁଲିବା ପାଇଁ ବାହାରିଲେ ଧାନୀ ଓ ତାଙ୍କ ସାଙ୍ଗମାନେ। ହେଲେ ଗାଁ ର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ।କାରଣ ଗାଁ ପୁରା ଶ୍ରୀହୀନ। କ୍ଷେତ ଖାଲି ପଡ଼ିଛି। ଶସ୍ୟ ଶାମଳା ଆଉ ନାହିଁ। ଗାଁ ପୁରା ଶୁଖା। କେନାଲରେ ପାଣି ନାହିଁ।ଟିକିଏ ଦିନ ହେବାରୁ ଗାଁ ଲୋକମାନେ କବାଟ ଖୋଲି ଜଣେ ଜଣେ ବାହାରିଲେ କାମ ପାଇଁ।

ଧାନୀ ଘରକୁ ଫେରି ସାବି ମାଉସୀ ଙ୍କୁ ରାଣ ନିୟମ ଦେଇ ପଚାରିଲେ। ଶେଷରେ ସାବି ମାଉସୀ କହିଲେ ଏ ସବୁ ସେଇ ଜୀବନ୍ତ ବନ ପାଇଁ। 

ଧାନୀ : ମନେ।

ସାବି ମାଉସୀ : ମାଆ ତୁମେ ଯିବା କିଛି ମାସ ପରେ ହଠାତ୍ ସହରରୁ ଜଣେ ଇଞ୍ଜିନିୟର ବାବୁ ଆସି ଥିଲେ। ଜଙ୍ଗଲର ନଦୀରେ ଡ୍ୟାମ ପାଇଁ ଜମିଦାର ବାବୁଙ୍କୁ କହିଲେ। ଜମିଦାର ବାବୁ ମନା କଲେ। କିଛି ଦିନ ପରେ ପୂଜାରୀ ନନା ଓ ଇଞ୍ଜିନିୟର ବାବୁଙ୍କ ଶବ ସେଇ ଜଙ୍ଗଲ ରୁ ମିଳିଲା। ତାପରେ ଶଙ୍ଖୁଆ ଓ ଗାଁ ର କିଛି ଲୋକ କେନାଲରେ ପାଣି ଆସୁ ନ ଥିବାରୁ ବନକୁ ଦେଖିବା ପାଇଁ ଗଲେ। ସେମାନେ ସେଠାରୁ ଖଣ୍ଡିଆ ଖାବରା ହୋଇ ଫେରିଲେ। ସେମାନେ କହିଲେ ସେଇଠି ଇଞ୍ଜିନିୟର ବାବୁ ଓ ନନାଙ୍କ ଆତ୍ମା ଅଛି।

ଜମିଦାର ବାବୁ ବିଶ୍ଵାସ ନ‌ କରି ଗଲେ। ହେଲେ ଜଙ୍ଗଲ ରେ ଭୟଙ୍କର ଶବ୍ଦ ଶୁଣିଲେ ଏବଂ ଦୁଇ ଜଣ ଚାକର ହଠାତ ସେଠାରୁ ଗାଏବ ହୋଇ ଗଲେ। ଆପେ ଆପେ ବାଜା ବାଜିଲା। କେହି ଜଣେ ଚାଳିବାର ଶବ୍ଦ ଆସିଲା। ଆଉ ପୁଜାରୀ ନନାଙ୍କ ଘର ସାମନାରେ ପୂଜାରୀ ନନା ବସି ଥିବାର ଦେଖିଲେ। ଜୀବନ ବଞ୍ଚାଇ ଫେରି ଆସିଲେ‌ ସମସ୍ତେ। ସେଇ ବନ‌ ଏବେ ହିଂସ୍ର ଜୀବନ୍ତ ବନି ସାରିଛି।

ଏ କଥା ଧାନୀ ଓ ତାଙ୍କ ସାଙ୍ଗମାନେ ବିଶ୍ଵାସ କଲେ ନାହିଁ। ସେଦିନ ବି ଜମିଦାର ବାବୁ ଆସିଲେ ନାହିଁ।

ତାପର ଦିନ ଭୋର ସକାଳୁ ଧାନୀ ଓ ତାଙ୍କ ସାଙ୍ଗମାନେ ବନ ଉପଲକ୍ଷେ ଗଲେ। ଜଙ୍ଗଲର ସୁନ୍ଦରତା ମନମୁଗ୍ଧକର। ସେମାନେ ଅନ୍ଧାରରେ ଯାଉ ଥାଆନ୍ତି। ହଠାତ କିଛି ଶବ୍ଦ ଶୁଣି ସବୁ ଚମକି ଗଲେ।ପାପୁନ ଧାନୀଙ୍କୁ ଆସ୍ତେ ଆସ୍ତେ ପଚାରୁ ଥାଆନ୍ତି ସତରେ କ'ଣ ଭୂତ ଅଛି। ଧାନୀ ଚୁପ୍ ହେବା ପାଇଁ ଇଶାରା କଲେ। ହଠାତ ଲୁସିର ମୋବାଇଲ ଜିଓ ନେଟୱର୍କ ଆସିଲା । ଆଶ୍ଚର୍ଯ୍ୟ ହୋଇ ଗଲେ ସବୁ। ବୁଝି ଗଲେ ଯେ ଏଇଠି କିଛି ଗୋଟେ ଚାଲିଛି। ତାପରେ ଦେଖିଲେ ନଦୀରେ ବନ୍ଧ ବନ୍ଧା ହେଉଛି। ଶଙ୍ଖୁଆ ଆଉ ହଜି ଯାଇ ଥିବା ଦୁଇ ଜଣ ଲୋକ ସେଠାରେ କଣ୍ଟ୍ରାକ୍ଟର ସହ କଥା ହେଉଛନ୍ତି। ଏ ସବୁକୁ କ୍ୟାମେରା ରେ ରେକର୍ଡ ଚାଳି ଥାଏ। ଧାନୀ ଲୁସି ମୋବାଇଲ ରୁ ଜମିଦାର ବାବୁଙ୍କୁ ବନକୁ ଆସିବା ପାଇଁ ଡାକି ଦେଲେ। ଆଉ ସବୁ କିଛି କୁ ଲାଇଭ ଫେସବୁକ ରେ ଛାଡ଼ିଲେ।ନନାଙ୍କ ଘର ପାଖରେ ପ୍ରୋଜେକ୍ଟର ଓ କେନାଲରେ ମାଟି ବନ୍ଧ ଦେଖି ବୁଝି ଗଲେ ଏ ସବୁ ନଦୀ ଡ଼୍ୟାମ କରିବା ପାଇଁ କଣ୍ଟ୍ରାକ୍ଟର ଓ ଗାଁ ର ଶଙ୍ଖୁଆ ପରି ଲୋକଙ୍କ ଯୋଜନା। ହଠାତ ଶଙ୍ଖୁଆ ଧାନୀ ଓ ତାଙ୍କ ସାଙ୍ଗମାନଙ୍କୁ ଦେଖି ଦେଲେ। ସେମାନଙ୍କୁ ବାନ୍ଧି ତାଙ୍କ ଯୋଜନା ବିଷୟରେ କହୁ ଥାଆନ୍ତି ହେଲେ ବଦମାସ୍ ମାନେ ଜାଣି ନ ଥିଲେ ଯେ ସବୁ ଲାଇଭ ହେଉଛି ବୋଲି।

ଠିକ ଧାନୀ ଓ ତାଙ୍କ ସାଙ୍ଗମାନଙ୍କୁ ମାରିବା ପାଇଁ ଶଙ୍ଖୁଆ ଯାଉ ଥାଏ ସେହି ସମୟରେ ଜମିଦାର ବାବୁ ପୋଲିସ ସହ ପହଞ୍ଚି ଗଲେ। କଣ୍ଟ୍ରାକ୍ଟର ଓ ବଦମାସ୍ ମାନଙ୍କୁ ପୋଲିସ ଗିରଫ କଲା। ଆଉ ଜଙ୍ଗଲ କୁ ନେଇ ସମସ୍ତଙ୍କ ମନରେ ଯେଉଁ ଜୀବନ୍ତ ବନର‌ ଭୟ ଥିଲା ଏବେ ଆଉ ନାହିଁ। ପୁଣି ଥରେ ମାଆ ଦୂର୍ଗାଙ୍କ ପୂଜା ଧୂମଧାମରେ ପାଳନ ହେଲା। ସମସ୍ତେ କହିଲେ ଧାନୀ ଓ ତାଙ୍କ ସାଙ୍ଗମାନଙ୍କର ସାହସିକତା ପାଇଁ ଆଜି ବନ ପୁଣି ଜୀବନ୍ତ ବନ ହୋଇଛି ପ୍ରାକୃତିକ ଶୋଭା ପାଇଁ।

ଏବେ ପୁଣି କେନାଲରେ ଜଳ ଯୋଗାଣ ଗାଁ କୁ ହେଲା। କିଛି ମାସ ପରେ ଗାଁ ଆଉ ଥରେ ଶସ୍ୟ ଶାମଳା ହୋଇ ଉଠିଲା। ଧାନୀ ଓ ତାଙ୍କ ସାଙ୍ଗମାନେ ପୁଣି ଖ୍ରୀଷ୍ଟମାସ ଛୁଟିରେ ଗାଁ ର ସୁନ୍ଦରତା ଉପଭୋଗ କରିବା ପାଇଁ ଆଉ ଥରେ ଗାଁ କୁ ଆସିଲେ।


Rate this content
Log in

Similar oriya story from Abstract