ଜୀବନରେ ଅନେକ ବୁନ୍ଦା
ଜୀବନରେ ଅନେକ ବୁନ୍ଦା
ଜୀବନ ଜୀବିକା ପୂର୍ଣ୍ଣ କପ ରେ ମହାମାରୀର ବୁନ୍ଦା ଟୋପାକ କାହାକୁ ବିଜୟୀର ଗୌରବ ମଣ୍ଡିତ କରୁଛି ତ କାହାକୁ ବେଘର ,ବେରୋଜଗାର ,ପରାହତ ସୈନିକର ଆଖ୍ୟା ଦେଇସାରିଛି ,କିଏ ବି ଜୀବନର ଶେଷ ଦୃଶ୍ୟରେ ,ସଭିଙ୍କ ଅଲକ୍ଷରେ ,ପରିବାର ଜ୍ଞାତିଜନଙ୍କ ଅନୁପସ୍ଥିତି ରେ ଶେଷ ଅଙ୍କ ରେ ଉପସ୍ଥିତ ହୋଇ ଜଳି ଯାଇଛି ପାଉଁଶ ବୁନ୍ଦା ହୋଇ .ଏମିତି ସବୁ ପରିସ୍ଥିତି ରେ ,ଅନେକଙ୍କ ଭଳି ନିବେଦିତାଙ୍କ ଜୀବନରେ ବି ଆସିଛି ଘୋର ବିପର୍ଯ୍ୟୟ ,ସ୍ୱାମୀ କ୍ଵାରେଣ୍ଟାଇନରେ ,ପୁଅର ଚାକିରୀ ନାହିଁ ,ଆଉ ଝିଅ ଦୁର୍ଘଟଣାଗ୍ରସ୍ତ ,ତ ନିବେଦିତା ଙ୍କ ମନ କପୋତୀ ଆଜି ନିସ୍ତେଜ ,ପରାହତ ଶତତ l
ତାରି ଭିତରେ ଝିଅ ଟିକେ ଭଲ ହୋଇ ନାତୁଣୀ ସଙ୍ଗେ ଆସିଛି ବାପା ଭାଇଙ୍କ ଦୁଃଖରେ ଠିଆ ହେବାକୁ ,ଡାହାଣ ଗୋଡ଼ର କ୍ଷତ ତଥାପି ଶୁଖିନି ,ନିଜ ବିବାହ ବେଳର ମୋଟା ମୋଟା ପାଉଁଜି ଦୁଇ ହଳ ନେଇ ଝିଅ କୁ ଦେଇଥିଲେ ନିବେଦିତା ,ପାଦର ଖଣ୍ଡିଆ ଖାବେରା ଚିହ୍
ନ ଲୁଚି ଯିବ ଏ ଦୁଇଟି ନେ ପିନ୍ଧିବୁ କହୁଥିଲେ ଝିଅକୁ ,ମନା ନକରି ଝିଅ ନେଲା ,ଏପଟ ସେପଟ କରି କେତେ ଦେଖିଲା ,ଅନେକ ଦୁଃଖ ଭିତରେ ଟିକେ ଖୁସିରେ ଲିକର ଚାରେ ଲୁହ ବୁନ୍ଦା ଗୁଡିକ ନିଜ ଅଜଣାତରେ ଖସି ମିଶି ଯାଉଥିଲା ତ ତାକୁ ଢ଼ୋକି ନେଇ ଝିଅ ର ଫେରିଯିବା ପରେ ,ମନେ ପଡୁଥିଲା ,ଟିକି ନାତୁଣୀଟିର କଥା ,ଅଳତା ବୋତଲରେ ମିଶାଇ ଦେଇଥିଲା କେଇବୁନ୍ଦା ତେଲ ଯେ ଝିଅ ଗୋଡ଼ ରେ ଲାଗୁନଥିଲା ,ଘାଣ୍ଟୁରି ନାତୁଣୀ ସବୁ ଏପଟ ସେପଟ କରୁଥିଲା ତ ଜୀବନରେ,କେଇବୁନ୍ଦାର ଖୁସି ଟିକେର ସ୍ୱାଦ ଅନୁଭବ ହେଉଥିଲା ଝିଅ ଶୋଇବା ଘରକୁ ପଶି ଚମକି ପଡିଲେ ଅନୁରାଧା ,ପାଉଁଜି ଦୁଇଟି ,ନେଇନଥିଲା ଝିଅ ,ଲେଖିଥିଲା କାଗଜରେ,ମାଆ ,ତୋ ସ୍ମୃତି ତୋ ପାଖରେ ଥାଉ ,ମୋ ପାଦ ଭଲ ହେବାକୁ ଆଉ କିଛି ଦିନ ଲାଗିଯିବ ,ତ ନିବେଦିତା ଙ୍କ ଆଖିର ଲୁହ ବୁନ୍ଦା ଗୁଡିକ ଖସି ପଡୁଥିଲା ଟିକେ ଖୁସି ର କପ ରେ ଦୁଃଖ ନହେଲେ ବି ଏକ ଅଜଣା ଶିହରଣର ଗୋଟେ ବୁନ୍ଦା l