suchitra pradhan

Romance Tragedy Others

3  

suchitra pradhan

Romance Tragedy Others

ଜୀବନର ରଙ୍ଗ

ଜୀବନର ରଙ୍ଗ

2 mins
12.2K


ମିତା ମୋର ସାଙ୍ଗ ହେଲେ ବି ସାଙ୍ଗ କମ ଭଉଣୀ ଅଧିକା।ମିତା ସବୁବେଳେ ମତେ କହେ ଜାଣିଛୁନା, ସ୍ନେହା ମୁଁ ନା ଯେବେ ବିବାହ କରିବି ହୋଲିରେ ହିଁ ହେବି।ମୁଁ ପଚାରେ କିଲୋ କଣ ପାଇଁ?ଆଉ କୋ ତାରିଖରେ ବାହାଘର ହେଲେ କଣ ବେଦ ଅଶୁଦ୍ଧ ହେବକି??ସେତବେଳେ ମିତା ଲାଜ଼ରେ ମୁଣ୍ଡ ପୋତି କହେ ନା ନା ସ୍ନେହା ମତେ ସୁମିତ ଭାଇଙ୍କ ସହ ହୋଲି ଖେଳିବାକୁ ବହୁତ ଇଛା।ମୁଁ କହିଲି, ହୋଉ ଲୋ ମା ଠିକ୍ ଅଛି ଆଗେ ସୁମିତ ଭାଇଙ୍କୁ ବି ପଚାରିବା।ସେ ରାଜି କି ନାହିଁ!

   ସୁମିତ ଓ ମିତା ଦୁହେଁ ଆମ ଗାଆଁ ରତ୍ନପୁରର ପୁଅ,ଝିଅ।ସୁମିତ ଭାଇ ଆମ ଉପର ଶ୍ରେଣୀ ପଢ଼ନ୍ତି।ଭାରୀ ଭଲ ପିଲା।ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରିବା ଗୁଣ ପାଇଁ ଆମ ଗାଆଁ ରେ ଭାରି ଜନଶୁଣା।ସବୁଲୋକ କହନ୍ତି ଘୁଷୁରୀ ପେଟରୁ ମାଣିକ ର ଜନ୍ମ।କାରଣ, ତାଙ୍କ ବାପା1ପୁରା ଓଲଟା ସେ ଭାରୀ କୃପଣ ଓ ନିଷ୍ଠୁର।କେବେ କାହାରିକୁ ସାହଯ୍ୟ କରିବା ତ ଦୂରର କଥା, କାହାର ବିପଦ ଆପଦ ରେ ଆସି କେବେ ଠିଆବି ହୁଅନ୍ତି ନାହିଁ।ସେ ଯାହା ବି ହେଉ ସୁମିତ ଭାଇ ଓ ମିତା ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି।ସେମାନଙ୍କ ପ୍ରେମ ଶାଶ୍ୱତ ଥିଲା।ଏହାର ଏକ ମାତ୍ର ସାକ୍ଷୀ ଥିଲି ମୁଁ।ଯେବେବି ସୁମିତ ଭାଇଙ୍କୁ ଭେଟିବାକୁ ମିତା ଯାଏ ମୋତେ ଟାଣି ଟାଣି ତା ସହିତ ନିଏ ଆଉ ମୋର ଇଚ୍ଛା ନଥିଲେ ବି ବାଧି ହୋଇଯାଏ।

  ସୁମିତ ଭାଇଙ୍କ ୩ ସରିଗଲା ଓ ପଢା ସରୁ ସରୁ ତାଙ୍କର ଚାକିରୀ ପାଇଁ ଲେଟରବି ଆସିଗଲା।ବି. ଏସ. ଏଫ ରୁ କିନ୍ତୁ, ମିତାର ଭାରୀ ମନ ଦୁଃଖ।ସେ ଆଉ ସବୁଦିନ ପରି ସୁମିତ ଭାଇଙ୍କୁ ଦେଖାକରିପାରିବନି।କିନ୍ତୁ ଦୁଃଖ ଭିତରେ ବି ଖୁସିର ଲୁହ ଥିଲା ମିତା ଆଖିରେ।କାହିଁକି ନା ?ଯେବେ ମିତା ତାର ଭଲପାଇବା କଥା ଘରେ କହିଥିଲା ଘରେ କହିଲେ ସୁମିତ କିଛି ଚାକିରୀ କରୁ ତାପରେ ବାହାଘର କଥା ଦେଖିବା। ସୁମିତ ଭାଇ ମିତାକୁ ବହୁତ ବୁଝାଇ ଚାଲିଗଲେ ତାଙ୍କ ଟ୍ରେନିଂ।

   ଆଜି ମିତା ଭାରି ଖୁସି ତାର ପ୍ରିୟର ମଣିଷ ସୁମିତ ଭାଇ ଆସୁଛନ୍ତି।ସୁମିତ ଭାଇ ଆସିଲା ପରେ, ମିତା ଓ ସୁମିତ ଭାଇଙ୍କ ବାହାଘର ବହୁତ ଧୁମଧାମରେ ହେଲା।ଆଉ ସେଇ ଫେବୃଆରୀ୧୪ ରେ ହେଲା।ନିଜ ମନର ମଣିଷକୁ ପାଇ ଆଜି ସେ ବେଶ ଖୁସୀ।ତାକୁ ଆଗରୁ ଏମିତି ଖୁସି ହେବାର କେବେ ଦେଖୀନଥିଲି। ମୁଁ ଭଗବାନଙ୍କୁ ମନେ ମନେ ଡାକୁଥାଏ ଏମାନଙ୍କ ଉପରେ କାହାର ନଜର ନ ଲାଗୁ।

   ବାହାଘର ମାସେ ପରେ ସୁମିତ ଭାଇ ଚାଲିଗଲେ ତାଙ୍କ କର୍ମକ୍ଷେତ୍ରକୁ କିନ୍ତୁ ମିତାକୁ ସାଙ୍ଗରେ ନେଇନଥିଲେ।ସୁମିତ ଭାଇଙ୍କୁ ସେଠି କ୍ୱାଟର ମିଳିନଥିଲା।ମିତା କୁ କହିଲେ ମୁଁ ପୁଣି ଆସିଲେ ତତେ ସାଙ୍ଗରେ ନେଇକି ଯିବି।ସୁମିତ ଭାଇଙ୍କ ପୋଷ୍ଟିଂ ଥିଲା ଜାମ୍ମୁ ଓ କାଶ୍ମୀରରେ।ତେଣୁ, ଛୁଟି ମିଳିବା କଷ୍ଟକର।ଫୋନ ରେ ବେଳେବେଳେ କଥା ହୁଏ।

   ଦେଖୁ ଦେଖୁ ବର୍ଷେ ପୁରିବାକୁ ଆସିଲାଣି ମିତାର ବିଭାଘର।ରାତି ପାହିଲେ ହୋଲି ମିତା କେତେ କଣ ଭାବୁଚି! ସୁମିତ କେତେବେଳେ ଆସିବେ?ମିତା ହଜିଯାଇଛି ସ୍ୱପ୍ନର ରାଇଜରେ। କଥା ରେ ଅଛି ବିଧିର ବିଧାନ କେ କରିବ ଆନ।ସୁମିତ ଭାଇ ଆସିଲେ କିନ୍ତୁ ଦେହରେ ତ୍ରିରଙ୍ଗା ଗୁଡେଇ ହେଇକି।ଗାଁଆ ଦାଣ୍ଡ ଆଜି ଭିଜଗଲା ଲୁହରେ....।କିନ୍ତୁ ମିତା ପାଲଟି ଯାଇଛି ଆଜି ପଥରସବୁ କିଛି ସରିଗଲା ଆଜି ମିତାର।ପୁଲବମାରେ ସହିଦ ହୋଇ ଯାଇଥିବା ତାର ସୁମିତ ଦେଶ ପାଇଁ ଗର୍ବିତ କିନ୍ତୁ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ହୋଲିକୁ କୁ ଘୃଣା କରିବାରେ ଲାଗିଲା।ଦିନ ଥିଲା ମିତା ହୋଲି ନାଁ ଶୁଣିଲେ ଖୁସୀ ରେ ହସୁଥିବା ମିତା ଆଜି କାନ୍ଦୁଛି।ତାର ପ୍ରିୟ ରଙ୍ଗ ଲାଲକୁ ଧଳା ରେ ବଦଳେଇଦେଲା। 

   ଯେବେ ମିତା ଘରକୁ ଗଲି ଦେଖିଲି ମିତା ସୁମିତ ଭାଇଙ୍କ ଫୋଟୋ କୁ ଧରି ଭୋ ଭୋ କାନ୍ଦୁଛି।ମିତା ର ସେହି ଶୁନ୍ୟ ମଥା ଓ ଧଳା ଶାଢ଼ୀ ଦେଖି ମୁଁ ବି ବାକଶୁନ୍ୟ ଥିଲି।ମିତାର ସାତ ରଙ୍ଗ ଆଜି ଗୋଟେ ରଙ୍ଗରେ ସୀମିତ ରହିଗଲା।ସେ ଦିନ ଠୁ ଆଜି ଯାଏଁ ମୋର ବି ହୋଲି ଫିକା ପଡିଗଲା।


Rate this content
Log in

Similar oriya story from Romance