Kalpana Pradhan

Abstract

4.8  

Kalpana Pradhan

Abstract

ଜୀବନ ଓ ଆହ୍ୱାନ

ଜୀବନ ଓ ଆହ୍ୱାନ

2 mins
250


ସାରା ବିଶ୍ୱ କୁ ନିଜର ମାୟାଜାଲ ରେ କବଳିତ କରିଥିବା କୋରନା ରୂପକ ମହାମାରୀ ଆଗରେ କେତେଯେ ପରିବାର ହସଖୁସି ଉଜୁଡି ଗଲାଣି ତାର କଳନା ନାହିଁ l ତାର କ୍ରୁର ପ୍ରହରରେ ଗଡିଗଲାଣି ଅନେକ ମୁଣ୍ଡ, ତା'ସହିତ ମାନବ ସମାଜକୁ ଭେଟି ଦେଇଛି ବେରୋଜଗାରୀ ଯାହା ଦ୍ୱାରା ଅନେକ ମଣିଷ ହରେଇଛନ୍ତି ନିଜର ବୃତ୍ତି l

    ନାନୀ ନାନୀ କହି ଖନେଇ ଖନେଇ ରଡି ଛାଡୁଥାଏ ଦୁଇ ବର୍ଷ ର ଶିଶୁ ଦୁଃଖା l ଅର୍ଦ୍ଧ ଭଗ୍ନ ଚାଳ କୁଡ଼ିଆରୁ ଶୁଭୁଥିଲା କରୁଣ ସ୍ୱର l ପାଖରେ ଏକ କତରା ପଟିଉପରେ ଶବ ପରି ପଡି ରହିଥାଏ ଜଣେ ମଧ୍ୟ ବୟସ୍କ ମହିଳା l କେତେ ଦିନ ହେଲା ଜ୍ୱରରେ ପୀଡିତ ସେ l

   ଆଠ କି ନଅ ବର୍ଷ ହେବ ସୀତାକୁ l  ମା ର ଏପରି

ଅବସ୍ଥା ସାଙ୍ଗକୁ ଦୁଇ ବର୍ଷ ର ଭାଇ କଣ କରିବସେ l

ମା ତାର ବାବୁଘରେ କାମ କରି ଯାହା ଆଣୁଥିଲା ସେଥିରେ ତିନି ପ୍ରାଣୀ ର ଭୋକିଲା ପେଟର ଜ୍ୱାଳା କୁ ଶାନ୍ତ କରିବାକୁ ଯଥେଷ୍ଟ ନଥିଲା କିନ୍ତୁ ଚାଲିଯାଉଥିଲା

ମା କୁ ଜର ହେବା ଦିନଠୁଁ ସେତକ ବି ବନ୍ଦ l ଜୀବନ କଣ ବୁଝିନଥିବା ସରଳ ନିଷ୍ପାପ ସୀତା ଆଗରେ ବଞ୍ଚିବା ପାଇଁ ଆହ୍ୱାନ l ସୀତା ଏବେ  ବହନ କରିଥିଲା ତା ଛୋଟ ପରିବାର ଭାର l

ମା ର ଚିରା ଲୁଗା କୁ ସିଲାଇ କରିଥିବା ମାସ୍କ କୁ ପିନ୍ଧି ବାହାରିପଡ଼େ କିଛି ସାହାଯ୍ୟ ଅନ୍ୱେଷଣ ରେ l ସେ ଜାଣିଥିବା ସମସ୍ତ ଙ୍କ ପାଖକୁ ଯାଏ କିନ୍ତୁ   ସବୁଠି ନିରାଶ ର କଳା ମେଘ ଘୋଟିଛି ତା ଚାରି ପାଖରେ l ପାଦ ର ଗତି ଧୀରେ ଧୀରେ ଥମିବାକୁ ଲାଗିଲାଣି ଏପଟେ ଅସ୍ଥିର କରୁଛି ମା' ଆଉ ଭାଇ ଚିନ୍ତା କାରଣ ତିନିଦିନ ହେଲା ଭାତ ମୁଠେ ଯାଇନି ତା ପେଟକୁ l ଘରେ ଯାହାଥିଲା ମା ଆଉ ଭାଇକୁ ଖୁଆଇ, ମା ପଚାରିଲେ ଖାଇଛି କହି ପାଣି ମୁନ୍ଦେ ପିଇ ଶୋଇଯାଏ ଧରଣୀ ରେ l

ଭୋକିଲା ପ୍ରାଣ ହିଁ ବୁଝିପାରିବ ଗୋଟେ ଅନ୍ନ କଣିକା ର ମହତ୍ୱ l ଅନେକ କାର୍ଯ୍ୟରେ କେତେ ଖାଦ୍ୟ ନଷ୍ଟ କରୁଥିବା ମଣିଷଟିଏ ଯଦି ସ୍ଥିର ମନରେ ଚିନ୍ତା କଲେ ସେ ଅନୁଭବ କରିପାରିବି ସେ ଯନ୍ତ୍ରଣା କେଉଁ ଦିନ କୌଣସି କାରଣ ବଶତଃ ରହିବାକୁ  ପଡେ ଉପବାସ l

     ଆଜିବି ଦୁନିଆ ରୁ ମାନବିକତା ହଜିଯାଇନି l ରାଧେକୃଷ୍ଣ ବାବୁ ଜଣେ ଦୟାଳୁ ଏବଂ ବଦାନ୍ୟ ବ୍ୟକ୍ତି l

ତାର ଦୟନୀୟ ଅବସ୍ଥାକୁ ଦେଖି ତାକୁ ପାଖକୁ ଡାକିଲେ l

ଚା ଦୋକାନ ରୁ ରୁଟି ଖଣ୍ଡେ କିଣି ଖାଇବାକୁ ଦେଲେ, ତା

ଆଖିର ଲୁହ କୁ ପୋଛି ଦେଲେ l ଏତେ ବଡ଼ ଦୁନିଆ ରେ ପ୍ରଥମେ କାହା ଠାରୁ ଏତେ ସ୍ନେହ ପାଇ ଭୋ ଭୋ ହୋଇ କାନ୍ଦି ଉଠିଲା ଝିଅ ଟି l ଭୋକ ଆଉ କଷ୍ଟ  ର ଗୋଟେ ଗୋଟେ ପୃଷ୍ଠା ବର୍ଣ୍ଣ ନା କରୁଥିଲା ସୀତା l ଲୁହ ଗୁଡିକ ବିନ୍ଦୁ ବିନ୍ଦୁ ହୋଇ ଝରି ପଡୁଥିଲା  ରାଧେ କୃଷ୍ଣ ବାବୁଙ୍କ ଆଖିରୁ l

ସେ ତାକୁ ପାଞ୍ଚ ଶହ ଟଙ୍କା ଦେଇ କହିଲେ ନେ ଝିଅ ଏଥିରେ କିଛି ଖାଇବା ଜିନିଷ ଓ ମା ପାଇଁ ଔଷଧ ନେଇ ଯିବୁ l

ଛୋଟ ହେଲେ କଣ ହେଲା ସ୍ୱାଭିମାନୀ ଝିଅଟେ କହିଲା :-

ବାବୁ, ଟଙ୍କା କେମିତି ମାଗଣାରେ ନେବି l ବଦଳରେ ମୁଁ ତୁମଘରେ କାମକରି ତୁମ ସେଵା କରିପାରିବି l

ହସି ହସି  ରାଧେ କୃଷ୍ଣ ବାବୁ:-

ଆରେ ଝିଅ  ତୁ କଣ କାମ କରିବୁ!ତୋ ମନ ଯଦି ବୁଝୁନି ମୋ ପାଇଁ ପ୍ରତିଦିନ ଠାକୁର ପୂଜାପାଇଁ ଫୁଲ ଆଣିଦେବୁ l

  ଖୁସିର ସୀମା ରହିଲାନି ସୀତାର l କିଛି ଖାଦ୍ୟ ଓ ଔଷଧ ନେଇ ପହଞ୍ଚେ ଘରେ l କାନ୍ଦି କାନ୍ଦି ଶୋଇ ପଡିଥିଲା ଦୁଃଖା l ସୀତା ଭାଇକୁ ଉଠେଇ ଯେବେ ରୁଟି ଟି ଧରେଇ ଦିଏ ତା ହାତରେ କି ଆନନ୍ଦ ତାହାର l ତା ପରେ ସେ ଲାଗିପଡେ ମାର ସେବାରେ l ତାର କୁନି ମନ ଯେଉଁଭଳି ଅଦମ୍ୟ ସାହସ ଆଉ ନିଷ୍ଠା ଦେଖାଇଲା ସେଥିରେ, " ସେ ଅନ୍ନ ବିହୁନେ ପ୍ରାଣ ହାନି " ପରି ଅବସ୍ଥା କୁ ଅକ୍ଳେଶ ରେ ଦୂର କରି ଆରୋଗ୍ୟ କରିଥିଲା ନିଜ ଜନ୍ମଦାତ୍ରୀକୁ l


Rate this content
Log in

Similar oriya story from Abstract