Smruti sagarika Mohanty

Classics

4.8  

Smruti sagarika Mohanty

Classics

ଜୀବନ ମଂଚ

ଜୀବନ ମଂଚ

5 mins
217


ଜୀବନ ଟା ଗୋଟେ ରଙ୍ଗ ମଂଚ ସଦୃଶ । ତା ଛଡା ଆଉ ଯିଏ ସବୁ ଗୋଟେ ଗୋଟେ କଳାକାର। ରଂଗମଂଚରେ ଅଭିନୟ କରୁ କରୁ କେତେବେଳେ ଭଲ ଦେଖି ଲୋକମାନଙ୍କ କରତାଳିରେ ବାଃ ବାଃ ଶୁଣିବାକୁ ପଡେ ତ କେତେବେଳେ କର୍କଶ ଗାଳି ଶୁଣିବାକୁ ପଡେ। କିନ୍ତୁ ଗୋଟେ କଳାକାର ଯାହା ଶୁଣିଲେ ତାକୁ କିଛି ଫରକ ପଡେନି କାରଣ ସେ ଜାଣିଚି ସେ ଅଭିନୟ କରୁଛି । ମଂଚରୁ ଆଲୁଅ ଲିଭିଲେ ସେଇଠି ତାର ଅଭିନୟ ସାରିଯାଏ । କିନ୍ତୁ ଆଲୁଅ ଲିଭିବା ପର୍ଯ୍ୟନ୍ତ ତ ଅଭିନୟ ଜାରି ରଖିବାକୁ ପଡିବ ନା ତା ପରେ ମଂଚ ତଳେ ଦେଖୁଥିବା ଲୋକମାନେ ଯାହା କୁହନ୍ତୁ।


ଏଇ କିଛିଦିନ ହେବ ମୁଁ ଲଳିତା ଦିଦିଙ୍କ ସହ ମିଶିଥିଲି। ଆଉ ତାଙ୍କର ସମ୍ପୂର୍ଣ ଅଲଗା ଧରଣର ବଂଚିବା ଦେଖି ମୁଁ ଚକିତ ହେଇଯାଉଥିଲି । ମନେ ମନେ ସବୁବେଳେ ଭାବେ ଇଏ ତ ଝିଅଟେ ...... ଝିଅଟେ ହେଇ କଣ ଏମିତି ଶୈଳୀରେ ଜୀବନ ଜିଉଁଛନ୍ତି। ଏତେ ବଡ ଝିଅଟେ ଛୋଟ ଛୋଟ ଚୁଟି ପୁଅ ପିଲାଙ୍କ ପରି ରଙ୍ଗ ଢଙ୍ଗ ଦିନ ନାହିଁ ରାତି ନାହିଁ ବିଳମ୍ବରେ ରୁମ କୁ ଫେରୁଛନ୍ତି.... ଇଏ କି ସ୍ୱଭାବ... ତାଙ୍କ ଘରେ କଣ କିଛି କହୁନାହାନ୍ତି । ଘର ଭଡା ନେଇ ରହିବା ଭିତରେ ତାଙ୍କ ଘର ଲୋକଙ୍କୁ ତ କେବେ ଆସିବା ଦେଖିପାରୁନି କେବେ ଯଦି ତାଙ୍କ ଘର ଲୋକଙ୍କୁ ଦେଖେ ପଚାରନ୍ତି ତମ ଝିଅକୁ ଏମିତି କଣ ପାଇଁ କରିଛନ୍ତି। ଝିଅଟିକୁ କାଇଁ ପୁଅ କରିଦେଇଛ ଯଦି ଝିଅ ଜନ୍ମ କରିବାର ନ ଥିଲା ପୁଅଟେ ଜନ୍ମ କରିଲନି। କିନ୍ତୁ କେବେ ପଚାରିବାର କି ଦେଖିବାର ସୁଯୋଗ ପାଉନି। ଏକ ପ୍ରକାର ଭଲ ଯେ ନିଜ ଇଛା ମୁତାବକ ଜିଉଁଛନ୍ତି। କେହି ଅବରୋଧ କରିବାକୁ ନାହାନ୍ତି। ଯେମିତି ଆମ ଘରେ ମୁଁ ଯୁଆଡେ ଗଲେ ବାପା କି ଭାଇ ସାଙ୍ଗରେ ଯା........ ଏକା କୁଆଡେ ଯିବୁନି ଘରୁ ବେସି ସମୟ ବହାରିବୁନି.... ମୁଁ ଯେତେବେଳେ ବି ଲଳିତା ଦିଦିଙ୍କୁ ଉଦାହରଣ ଦେଇ କୁହେ ସେ ତ ଏକା ସବୁଆଡେ ଯାଉଛନ୍ତି ତାଙ୍କର ତ କିଛି ହଉନି ତୁ କାଇଁ ମୋତେ ସବୁଥିରେ ବାରଣ କରୁଚୁ ଆମ ଦେଶ ସ୍ଵାଧୀନ ହେଲା ଭିତରେ ସେ କଣ ଝିଅଟେ ଏକା ସ୍ୱାଧୀନତା ପାଇଛନ୍ତି ଆଉ କେହି ପାଇନାହାନ୍ତି । ଆଉ ପୁଅ ମାନଙ୍କର କେହି କିଛି କରି ପାରିବେନି ଝିଅର କଣ କରିବେ ଯେ.....? ବୋଉ ମୋତେ ବୁଝେଇବାକୁ ଯାଇ କୁହେ ତତେ ଏବେ ଯେତିକି କହୁଛି ସେତିକି କର ବଡ ହେଲେ ଆପେ ସବୁ ବୁଝିପାରିବୁ। ପ୍ରାୟ ସମୟ ମନା କରେ ମଧ୍ୟ ଲଳିତା ଦିଦିଙ୍କ ସହ ବେସି ସମୟ ମିଶିବୁନୁ । ବୋଉ ମନରେ ଭୟ ଥିଲା କି ସେ ତାଙ୍କ ସହ ମିଶାମିଶିକରି କାଳେ ତାଙ୍କ ପରି ହେଇଯିବ କେତେବେଳେ ବି ସୁବିଧା ଅସୁବିଧା ରେ ପଡି ସେ ତାଙ୍କ ଝିଅକୁ ହରେଇ ବସିବେନି ତ । ସେ ଯାହା ବି ହେଉ ମୁଁ ସାହସ ବନ୍ଧୁଥିଲି ଲଳିତା ଦିଦିଙ୍କୁ ପଚାରିବି ବୋଲି ସେ କାଇଁ ଏମିତି ହେଇଛନ୍ତି ସିଏ ବି କଣ କାହା ଠାରୁ ଶିଖିକି ଏମିତି ହେଇଛନ୍ତି ନା ପରିସ୍ଥିତି ତାଙ୍କୁ ବାଧ୍ୟ କରିଛି ଏମିତି ରୂପ ଧାରଣ କରିବାକୁ । ଗୋଟେ ଦିନ ଏମିତି ତାଙ୍କ ସହ କିଛି ସମୟ କଥାବାର୍ତା ହେଲା ପରେ ତାଙ୍କୁ ପଚାରିଲି ଦିଦି ତମେ ତ ଝିଅଟେ ଏମିତି ତମ ଚୁଟି କାଇଁ ଛୋଟ ଛୋଟ ତମ ବଂଚିବା ଶୈଳୀ କାଇଁ ଏମିତି ମୁଁ ବି ତ ତମ ଭଳି ଝିଅଟେ । ହୁଏତ ତୁମଠାରୁ ଅଳ୍ପ ପାଞ୍ଚ ବର୍ଷକି ଛଅ ବର୍ଷ ସାନ ହେଇଥାଇ ପାରେ କିନ୍ତୁ ମୁଁ କଣ ତୁମଭଳି । ଲଳିତା ଦିଦି ଉତ୍ତରରେ ଦେଲେ ତୁ କଣ ମୋ ଭଳି ନିଜ ଇଚ୍ଛାରେ ବଂଚି ପାରୁଛୁ ମୋ ଭଳି ନିର୍ଭୟ ରେ ବୁଲିପାରୁଛୁ । ମୁଁ କହିଲି ନା ..... ଆଉ ତା ପରେ ପଚାରିଲି ମୋତେ ଟିକେ କୁହନା ମୁଁ ବି ତୁମ ଭଳି ସାହସୀ ହେଇ ପାରିବି । ସେ କହିଲେ ତୁ କରାଟି ଶିଖିଲେ ମୋ ଭଳି ହେଇ ପାରିବୁ । ତା ପରେ ପୁଣି ପଚାରିଲି ତମ ଘରେ କଣ ତମକୁ ଛାଡିଲେ କରାଟୀ ଶିଖିବା ପାଇଁ କାଇଁ ଆମ ଘରେତ ମୋତେ ବାହାରକୁ ଛାଡୁନାହାନ୍ତି। ହୁଏତ ତାଙ୍କୁ ଘର କଥା ପଚାରିବାରୁ ସେ ଟିକେ ମନ ଦୁଃଖ କରି ମତେ କହିଲେ ତୁ ତମ ଘରକୁ ଯା ଆଉ ପରେ ଆସିଲେ କଥା ହଵା କହି ମୋ ପାଖରୁ ଉଠି ତାଙ୍କ ଭିତର ଘରକୁ ଚାଲିଯାଇ ଭିତରୁ କବାଟ ବନ୍ଦ କରିଦେଲେ । ମୁଁ ବି ତାଙ୍କ ପଛେ ପଛେ ଯାଇ କବାଟ ବହୁତ ଥର ବଡେଇବାରୁ କବାଟ ଖୋଲିଲେ । ତା ପରେ କହିଲେ ଆଜି ତୁ ଶୁଣୁ ସବୁ କଥା କଣ ପାଈଁ ଆଜି ଏମିତି ହେଇଚି । ଶୁଣୁ ମୋର ବି ପରିବାର ଥିଲା ସାଙ୍ଗ ସାଥି ସମସ୍ତେ ଥିଲେ । ମୁଁ ବାହା ହେଇଥିଲି ଶାଶୁ ଘର ବି ଥିଲା । ମୋ ନାଁ ଥିଲା ଲଷ୍ମୀ । ମୋର ସ୍ୱାମୀ ଶାଶୁ ଶଶୁର ସମସ୍ତେ ଥିଲେ ମୁଁ ବି ଭଲ ବୋହୁ ଟେ ଥିଲି । ଓଡ଼ିଆ ଘର ପରମ୍ପରା ସବୁ ମାନି ଚଳୁଥିଲି ସମସ୍ତେ ଖୁସିରେ ମଧ୍ୟ ଥିଲୁ। ମୋ ସ୍ୱାମୀ ସହ ମୁ ଯେତେବେଳେ ସେ ଗୋଟେ କମ୍ପାନୀ ରେ କାମ କରୁଥିବା ଜାଗାରେ ରହୁଥିଲୁ ସେଇଠି ମୋର ବି ଗୋଟେ ଭଲ ସାଙ୍ଗଟେ ଥିଲା । ସେ ଝିଅଟି କିନ୍ତୁ ବାହାରେ ରହି ପାଠ ପଢୁଥିଲା ଏକା ମଧ୍ୟ ରହୁଥିଲା । ମୋର ତାର ବହୁତ ମିଶୁ ସତେ ଯେମିତି ଦୁଇ ଭଉଣୀ ଭଳି । ଆଉ ସେ ଝିଅଟି ବି ବହୁତ ସୁନ୍ଦର ଥିଲା । ଯେ କୌଣସି ଗୋଟେ ପୁଅ ଦେଖିଲେ ସଂଗେ ସଂଗେ ଫସିଯିବ । ଦିନକର ଶାଶୂଘରେ ମାଣ ବସେଇବାକୁ ଘରକୁ ଆସିଥିଲି । ମୋ ସ୍ୱାମୀ ସେଇଠି ଏକା ରହିଥିଲେ ମୁଁ ଏକା ଆସିଥିଲି । ମାଣବସା ସାରି ଦେଇ ପୁଣି ଯାଇଥାନ୍ତି। ସବୁ କାମ ସାରିଦେଇ ସ୍ୱାମୀ ପାଖକୁ ଯିବା ପୂର୍ବଦିନ ସେଇଦିନ ହିଁ ଥିଲା ମୋ ଜୀବନର ଶେଷ ଦିନ । ସେ ରାତି ହିଁ ମୋତେ ବାଧ୍ୟ କରିଥିଲା ଏମିତି ରୂପ ଧାରଣ କରିବା ପାଇଁ । ସେ ଝିଅ ଏକା ଥିବା ସମୟରେ ମୋ ସ୍ୱାମୀ ଜୋର ଜରଦସ୍ତି ତାର ଇଜତ ଲୁଟିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଜୋର ପାଟି କରି ଚିଲେଇବାରୁ ପାଖ ଲୋକଙ୍କ ଦ୍ଵାରା ସେ ବଂଚି ଗଲା । ସେଇ ଦିନ ରାତିରେ ଠିକ11.30 ସୁଦ୍ଧା ସେ ମୋତେ କଲ କଲା ମୁଁ ଭାବିଲି ଏକା ଅଛି ଡର ଲାଗିଥିବ କଲ କରିଦେଇଛି କିନ୍ତୁ କଲ ରସିଭି କରିବା ମାତ୍ରେ ଯାହା ଶୁଣିଲି ତା ପରେ ବି କେମିତି ସେ ନର ରୂପୀ ରାକ୍ଷସ କୁ ସ୍ୱାମୀ ରୂପେ ମାନିନେବି । ତା ପରେ ସେ ରାତି ତାକୁ ବହୁତ ଯନ୍ତ୍ରଣା ଦେଲା । ସେ ଭାବିନେଲା ଯାହାକୁ ଘର ଭାବି ସଂସ୍କୃତି ଏବଂ ପରମ୍ପରା କୁ ମାନି ନେଇଥିଲା ଆଉ ସେ ଘରର ପୁଅକୁ ସ୍ୱାମୀ ଭାବି ପୂଜା କରୁଥିଲା ତାକୁ ତ ଆଉ ସ୍ୱାମୀ ରୂପେ ମାନି ପାରିବନି ନା କେମିତିବା ମାନିବ ସେ ନର ରୂପି ରାକ୍ଷସ କୁ । ତାରି ଭିତରେ ରାତି ପାହିଯାଇଥିଲା।


"ଆଉ ତା ପରେ ସକାଳର ସୂର୍ଯ୍ୟ କିରଣରେ ରାତ୍ରିର ଯନ୍ତ୍ରଣା ଓ ଅନ୍ଧକାର ଧୀରେ ଧୀରେ ଅସ୍ପଷ୍ଟ ହେଇ ଆସୁଥିଲା ସେ ଚାଲିଥିଲା ଏକ ମୁହାଁ ହେଇ ସେହି ରାସ୍ତାରେ ଯେଉଁ ରାସ୍ତାରେ ଆଉ ତା ଘର ଦେଇ ଫେରିବନି। ଛାଡ ହୋ.... ସେ ସଂସ୍କୃତି ଓ ପରମ୍ପରା କଥା ଯାହା ନିଜ ଘରର ଝିଅ ବୋହୁଙ୍କ ଦେହକୁ ସୁରକ୍ଷା ଦେଇପାରେନି । ସେ ଭୁଲି ସାରିଥିଲା ସିନ୍ଦୁରର ମାହାତ୍ମ୍ୟ। ଲଷ୍ମୀ ପୁରାଣ ଗାଥା, ଆଇମା ର ରାଜା ରାଣୀ କଥା ତା ପାଖରେ ଦୁଇଟି କାମ ବାକିଥିଲା ପ୍ରଥମଟି ଲଣ୍ଡା ହେବା ଓ ଦ୍ଵିତୀୟ ଟି କରାଟି ଶିଖିବା ।


ସେଇଦିନ ଠାରୁ ସେ ଏମିତି ସେ କହିବା ବେଳେ ମୁଁ ଲକ୍ଷ୍ୟ କରିଥିଲି ତାଙ୍କ ଲୁହ ଝରଣା ପରି ଆଖିରୁ ବାହାରି ଗାଲର ଶେଷ ଭାଗରେ ଅନବରତ ବୋହି ଚାଲିଥିଲା ଶେଷ ହେବାର ନା ବି ନେଉନଥିଲା । ତା ପରେ ମୁଁ ଭାବୁଥିଲି ଆଜିର ଦୁନିଆ ଟା କଣ ସତରେ ଏମିତି ଏତେ ମାତ୍ରାରେ ନର ରୂପି ରାକ୍ଷସ ଅଛନ୍ତି ।


ଚିନ୍ମୟୀ ବାରିକଙ୍କ ଦ୍ୱାରା ପ୍ରଦତ୍ତ ଗଳ୍ପଅଂଶ ୪ ଚୟନ କରିଛି ଏଇ ଗଳ୍ପଅଂଶ ରୁ ବୁଝିଲି ଯେ ଆଜିର ସମାଜ ଗୋଟେ ନାରୀ ପାଇଁ କେତେ ଭୟଂକର ଗୋଟେ ଝିଅ ନିଜେ ଯଦି ନିଜକୁ ନିଜେ ରକ୍ଷା କରିପାରୁଛି ତେବେ ସେ ହୁଏତ ତା ଜୀବନ ଶୈଳୀ ଟିକେ ଅଲଗା ହେଇପାରେ କାରଣ ସମସ୍ତଙ୍କ ଅପେକ୍ଷା ସେ ନିଜେ ନିଜକୁ ସୁରକ୍ଷା ଦେଇ ପାରିବ।


Rate this content
Log in

Similar oriya story from Classics