The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Smruti sagarika Mohanty

Abstract

2.5  

Smruti sagarika Mohanty

Abstract

ଅବୁଝା ମଣିଷ

ଅବୁଝା ମଣିଷ

3 mins
228


କିଏ ଭଗବାନ? ମଣିଷ ନା ଆଉ କିଏ ? ନା ମଣିଷ ଯେଉଁ ପଥରକୁ ଭଗବାନ ରୂପ ଦେଇ ପୂଜା କରୁଛି ସିଏ ଭଗବାନ ।

କିନ୍ତୁ ସେ ଭଗବାନ କିଏ ?

ଜଡ କୁ ଜୀବନ ଦାନ କରିବାରୁ ସମାଜ ସେଇ ମଣିଷ କୁ ଭଗବାନ ବୋଲି ଭାବୁଛି। ଯେତେବେଳେ ମଣିଷ ହାର ମାନି ଅସଫଳ ହେଇ ଯାଉଛି ସେତେବେଳେ ସମାଜ ନିଜ ଦୋଷ କୁ ସମୟ ଉପରେ ଲଦି ଦେଇ ସମୟ ବଡ ବଲବାନ ଭାବୁଛି । ତା ସହ ଆଜିର ପୁଣି କୁଜି ନେତାମାନେ ସେ ତ ନିଜକୁ ନିଜେ ଯେମିତି ସର୍ବ ଦାତ୍ତା। କିନ୍ତୁ ଯିଏ ଗରିବ ସେ ତ ଆଜି କାଲିର କୁଜି ନେତା ସର୍ଵଦାତ୍ତା ପାଖକୁ ଯାଇ ପାରିବନି ତାଙ୍କପାଖକୁ ଯିବାକୁ ହେଲେ କି କିଛି ସୁବିଧା ପାଇବାକୁ ହେଲେ ତାଙ୍କୁ ଲାଞ୍ଚ ରୂପରେ ତ କିଛି ଦେବାକୁ ପଡିବ। ରଘୁ କାକା ଯିଏକର୍ମ କୁ ଜୀବନ ଭାବିନେଇ ଦିନ ରାତି ସମାନ କରି ନିଜ ପରିବାରକୁ ଚଳେଇବାକୁ କଷ୍ଟ ହେଇ ପଡୁଛି ତା ପାଖରେ ଲାଞ୍ଚ ପୁଣି କଉଠୁ ଆସିବ ସେ ଦେବ ......। ସେ ଅପେକ୍ଷା କରିଛନ୍ତି ସମୟ କୁ କେତେବେଳେ ତାଙ୍କ ପାଳି ପଡିବ। ତାଙ୍କ ଆଶାର ସ୍ବପ୍ନ ସତ ହେବ । ଘରେ ସ୍ତ୍ରୀ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଚାରି ପ୍ରାଣୀଙ୍କୁ ଚଳେଇବାକୁ କଷ୍ଟ ହେଇ ପଡ଼ୁଥିଲା । ପୁଅ ଉପରେ ଭରସା କରିଥିଲେ ପୁଅ ଟା ଚାକିରୀ ବାକିରି କଲେ ହୁଏ ତ ପରିସ୍ଥିତି ସୁଧୁରି ଯାଆନ୍ତା । କିନ୍ତୁ ସେ ସୁବିଧା ଦଉଚି କିଏ ପୁଅ ଟି ଉଚ୍ଚ ଶିକ୍ଷିତ ମଧ୍ୟ ଚାରି ବର୍ଷ ହେଲା ବି. ଇ. ଡି. କରି ଘରେ ବସିଛି। ସେ ବା ଆଉ କଣ କରିପାରିବ ତା ହାତରେ କଣ ଅଛି ସରକାର ତ ନିଯୁକ୍ତି ବାହାର କରିବାର ନାଁ ହିଁ ନେଉନାହାନ୍ତି। ସେ ତ ଦୁଃଖ କଷ୍ଟ ହେଉ ପଛେ ପାଠ ପଢ଼ାରେ ବ୍ୟସ୍ତ ରହି କଉ ବାପାଙ୍କ ଠାରୁ କାମ ଶିଖି ପାରିଲା ଏବେ ହୁଏ ତ ରଘୁ କାକଙ୍କୁ ସାହାର୍ଯ୍ୟ କରିପାରିଥାନ୍ତା । ଟିକେ ସାହାର୍ଯ୍ୟ କରିଥିଲେ ରଘୁ କାକା ଟିକେ ଦମ୍ଭ ହେଇପାରିଥାନ୍ତେ। ଏବେ ପୁଅ ବାହାରୁଚି ବିଦେଶକୁ ଦାଦନ ଖଟିବାକୁ ଯିବ କଉ ବାପା ସହିପାରିବ ପୁଅକୁ ଏତେ ଶିକ୍ଷିତ କରେଇ ଦାଦନ ଖଟିବା ପାଇଁ ଛାଡିବେ। ରଘୁ କାକା ଯେତେବେଳେ ନିଜ ଦୁଃଖ ଗାଁ ଲୋକଙ୍କ ଆଗରେ ପ୍ରକାଶ କରନ୍ତି ଲୋକମାନେ ନିର୍ବାଚନକୁ ଦେଖେଇ କୁହନ୍ତି ଆଗକୁ ନିର୍ବାଚନ ..... ନିର୍ବାଚନ ରେ ବିଜେଡ଼ି ପ୍ରାଥି ଜିତିଲେ ତୋ ଭାଗ୍ୟ ବଦଳି ଯିବ। ଯିଏ ଯେଉଁ ଦଳକୁ ମୁଣ୍ଡରେ ବସେଇଥାନ୍ତି ସେ ଦଳ ନା ନେଉଥାନ୍ତି। ନିର୍ବାଚନ ସମୟ ଆସିଲା ମଧ୍ୟ କେତେ ନେତା କେତେ ବଦବଡ଼ିଆ ଭଳିକି ଭଳି ଲୋକ ସମସ୍ତଙ୍କ ଘରକୁ ଆସୁଥାନ୍ତି ଦିନ ରାତି ପ୍ରଚାର ଗାଡି ବୁଲୁଥାଏ କିଏ କହୁଥାଏ ବେକାରୀ ହଟାଅ କିଏ କେତେ କଥା ପ୍ରଚାର କରି କହୁଥାନ୍ତି । ଆଉ ଅନେକ ଲୋକ ଆସି ସବୁ ଲୋକଙ୍କ ଅସୁବିଧା ପଚାରି କହୁଥାନ୍ତି ସବୁ ଆମେ ତମ ଅସୁବିଧା ଦୂର କରିଦେବୁ କେବଳ ତମ ମତ ଏବଂ ତୁମର ସାହାର୍ଯ୍ୟ ଆମର ଦରକାର । ରଘୁ କାକା କାହା କଥା ଶୁଣୁନଥାଆନ୍ତି କାରଣ ଏମିତି କେତେ ନିର୍ବାଚନ ଆଗରୁ ଯାଇଛି ଯେଉଁ ଅବସ୍ଥା କୁ ସେଇ ଅବସ୍ଥା । ନିର୍ବାଚନ ସରିଗଲା ପରେ ରଘୁ କାକା କଣ ପାଇଁ ଟିକେ ଖୁସି ଜଣାପଡୁଥାନ୍ତି ସେ ଭାବୁଥାନ୍ତି ଯୁଗ ବହୁତ ଆଗକୁ ଗଲାଣି ସମୟ ପରିବର୍ତପରିବର୍ତ୍ତନହେଇ ଗଲାଣି ହୁଏତ କିଛି ସୁବିଧା କରିପାରନ୍ତି ।

" ରଘୁକକା ଘର ଛପର , ଇଟା ପକେଇବା , ଧାନ ଗଦା କରିବା, ହେଁସ ମସିନା ବୁଣିବା, ଗାଈ ଦୁହିଁବା ଆଦି କାମରେ ଧୁରନ୍ଧର। ଯେତେ କାମ କଲେ ବି ଚାରିପ୍ରାଣୀ କୁଟୁମ୍ବ ପୋଷିବାକୁ ତା ପାଇଁ କାଠିକରପାଠ ତାର ଦେହ ମୁଣ୍ଡ ଖରାପ ହେଇଗଲେ ଦିନେ ଦିନେ ଚୁଲି ଅଜଳା ରହିଯାଏ। ଦୁଇ ବଖରା ବାଡ଼ତାଟି ଦିଆ ଚାଳ ଛପର ଘର। ସେଥିରେ ଚାରିପ୍ରାଣୀ ରହନ୍ତି ନିର୍ବାଚନ ପରେ ରଘୁଆ କାକା ଅନ୍ୟମାନଙ୍କ ମୁହଁରୁ ଶୁଣି ମନେ ମନେ ଖୁସି ହେଉଥାଏ ଯେ ତାର ଏ ଅବସ୍ଥା ସୁଧୁରି ଯିବ ସେ ଆଉ ଗରିବ ରହିବ ନାହିଁ । କିନ୍ତୁ ସେ ସୁଯୋଗ କିଏ ଦେଉଛି।


ବାଉରୀବନ୍ଧୁ ଲେଙ୍କାଙ୍କ ଦ୍ୱାରା ପ୍ରଦତ୍ତ ଗଳ୍ପଅଂଶ ୨ କୁ ନେଇ ମୁ ମୋର ଗଳ୍ପ ପ୍ରସ୍ତୁତ କରିଛି।କାରଣ ତାଙ୍କ ଗଳ୍ପରେ ଜଣେଇଛନ୍ତି ଆଜିର ନେତାମାନଙ୍କ ଉପରେ ଭରସା କରି ବଞ୍ଚୁଥିବା ସାଧାରଣ ଲୋକମାନେ ନିର୍ବାଚନ ସରିଗଲା ପରେ ସାହାର୍ଯ୍ୟ ଆଶାରେ ବିଫଳ ହେଇ ନ୍ୟାୟ ବ୍ୟବସ୍ଥା ଉପରୁ ଭରସା ତୁଟାଇ ଦେଉଛନ୍ତି।


Rate this content
Log in

Similar oriya story from Abstract