The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Smruti sagarika Mohanty

Drama Tragedy

2.5  

Smruti sagarika Mohanty

Drama Tragedy

ଭୁଲ ବୁଝାମଣା

ଭୁଲ ବୁଝାମଣା

4 mins
242


ସ୍ବପ୍ନ ରାଇଜରେ ତ ସମସ୍ତେ ବୁଲନ୍ତି କିନ୍ତୁ କେତେଜଣ ସ୍ୱପ୍ନକୁ ସାକାର କରନ୍ତି । ଆଉ ପୁଣି କେତେଜଣ ସ୍ୱପ୍ନକୁ ସାକାର କରିବାକୁ ଯାଇ ପୂରା ଜୀବନ ଟା ଚାଲିଯାଏ । କିନ୍ତୁ ଶେଷରେ ବୁଝିପାରିଲା ବେଳକୁ ନେଡି ଗୁଡ କହୁଣିକୁ ବୋହି ଯାଇଥାଏ।


ସେଇ ସୁଦୂର ପ୍ରାସାରି ଗାଁ ର ଶେଷ ମୁଣ୍ଡରେ ଲୋକନାଥ ବାବୁଙ୍କ ଘର ।ଝାଟି ମାଟି ଚାଳ ଛପର ଘର ଦୁଇ ବଖରା ସେଇଥିରେ ପରିବାରଟି ଚଳନ୍ତି ପରିବାର ବୋଇଲେ ଲୋକନାଥ ବାବୁ ତାଙ୍କ ସ୍ତ୍ରୀ ଏବେ ଘରକୁ ନୂଆ କୁଣିଆ ହିସାବରେ ଗୋଟେ ନବଜାତ ପୁଅ ଟେ ଜନ୍ମ ହେଇଚି। ପୁଅକୁ ପାଇ ତାଙ୍କ ଖୁସି କହିଲେ ନ ସରେ। ପୁଅ ଦୀପାବଳି ଦିନ ଜନ୍ମ ହେଇଥିବାରୁ ଲୋକନାଥ ବାବୁଙ୍କ ସ୍ତ୍ରୀ ଏକା ଜିଦି ଧରିଥାନ୍ତି ପୁଅ ନାମ କରଣରେ ରାମ ଦିଆଯିବ। ଶେଷରେ ସେଇଆ ମଧ୍ୟ ହେଲା । ଲୋକନାଥ ବାବୁ ଭାବୁଥାନ୍ତି ଆଜିକାର ପିଲା ତା ନାଁ ଟା ରାମ ଦେଇଦେଲି ସେ ବଡ ହେଲେ ଆଉ ଦୋଷ ଦେବନି ତ । ହଉ ଯାହା ହେଇଗଲା ମୁଁ ତାକୁ ଭଲ ଶିକ୍ଷା ଦେଇ ବଡ କରିବି । ଯେମିତି ଆମେ ମଲା ପରେ ଆମ କଥାକୁ ମନ ପକେଇ ଚାଲୁଥିବ। ଠିକ ରାମଙ୍କ ପରି ........।


ପୁଅ କ୍ରମେ ବଡ ହେଲା । ବଡ ହେଇ ଗାଁ ର ଚାଲି ଚଳଣି ସହରର ଚାଲି ଚଳଣି ସବୁକୁ ଦେଖି ତାକୁ କାଇଁ ସହରର ଚାଲି ଚଳଣି ବେଶି ଆକୃଷ୍ଟ କଲା । ଗୋଟେ ଜିଦି ଧରି ବସିଲା ମୁଁ ସହରରେ ପାଠ ପଢିବି ଆଉ ସହରରେ ମଧ୍ୟ ରହିବି। ପୁଅର ଜିଦି ଯେତେ କଷ୍ଟ ହଉ ବରଂ ପୂରଣ କରିବାକୁ ପଡିଲା । ପୁଅ ଯାଇକି ମଧ୍ୟ ହଷ୍ଟେଲରେ ରହିଲା ପାଠ ପଢିବାକୁ । ବାପା ମା ମନ କେମିତି ସମ୍ଭାଳି ହବ ଗୋଟିଏ ବୋଲି ପୁଅ । ପୁଅକୁ ନ ଦେଖି ଆଉ କେତେ ଦିନ ରହିବେ ।ଲୋକନାଥ ବାବୁ ମଝିରେ ମଝିରେ ଯାଇ ପୁଅକୁ ପଇସା ଦେଇ ଦେଖା କରିଦେଇ ଆସନ୍ତି।ରାମ ପାଖକୁ ଯେତେବେଳେ ଯାଆନ୍ତି ଲୋକନାଥ ବାବୁ ରାମ କିନ୍ତୁ ତା ସାଂଗ ପିଲା ଯଦି ପାଖରେ ଥିବେ ଅଜଣା ଲୋକଙ୍କ ଭଳି କଥାବାର୍ତା କରେ। ସେସବୁ ବି ଆଉଲୋକନାଥ ବାବୁଙ୍କୁ ଭଲ ଲାଗିଲାନି । କେତେବେଳେ ଯଦି ପଇସା ପତ୍ର ଦରକାର ପଡେ ପୁଅକୁ ବାହାରେ ଡାକି ଦେଇଦେଇ ଆସନ୍ତି ।


କ୍ରମେ ପୁଅ ପାଠ ପଢି ବଡ ହେଇ ନିଜ ଇଚ୍ଛାରେ ଗୋଟେ ଝିଅକୁ ବାହାହେଇ ସେଇଆଡ଼େ ରହିବ ବୋଲି ମନସ୍ଥ କଲା । ଆଉ ବାପା ମାଙ୍କୁ ପଚାରିଲାନି । ରାମର ମଧ୍ୟ ବାହା ହେଇସାରିବା ପରେ ତାର ଗୋଟେ ଝିଅଟି ହେଲା । ତା ନାଁ ରାମ ନିତା ରଖିଲା। ଝିଅକୁ କେବେ ଗାଁ ଦେଖେଇବନି ବୋଲି ମନସ୍ଥ କଲା । ଆଡେ ଗାଁ ରେ ବାପା ମା ବୁଢା ବୁଢ଼ୀ ହେଇ ଶଯ୍ୟାଶାୟୀ ହେଲେ ଗାଁ ରେ ସମସ୍ତେ ରାମକୁ ଛି ଛାକର କରି କହୁଥାନ୍ତି । ଠାକୁରଙ୍କୁ ଡାକିକି କହୁଥାନ୍ତି ହେ ପ୍ରଭୁ ଏମିତି ପୁଅ କାହାକୁ ନ ଦିଅ । ରାମ ସହରରେ ଗୋଟେ କମ୍ପାନୀରେ କାମ କରିଥାଏ । ବହୁତ କମ ପଇସା ପାଏ । ଯାହାକି ତା ଘର ଚଳେଇବାକୁ କଷ୍ଟ ହେଇପଡ଼େ ତା ସହ ପୁଣି ଝିଅକୁ ପାଠ ପଢେଇବ ବଡ ଭଲ ମଣିଷଟେ କରିବା ପାଇଁ ଚିନ୍ତା କରିଥାଏ ।ଯେତେ କଷ୍ଟ ପଡୁ କେବେ କୌଣସି ଜିନିଷରେ ହେଳା କରିବନି । ଅଧିକ ରୋଜଗାର ନିଶାରେ ଗୋଟେ ଦିନ କମ୍ପାନୀରେ ଚୋରି କରିବାପାଇଁ ଉଦ୍ୟମ କଲା । ଚୋରି କରୁଥିବା ବେଳେ ଧାରା ପଡିଗଲା । ସେଠାକାର ଲୋକ ବହୁତ ମାଡ ମାରି ବାହାର କରିଦେଲେ । ସେଇଠି ତ ଆଉ କାହାକୁ ମୁହଁ ଦେଖେଇ ପାରିବନି । ଗାଁ କୁ ବାପା ବୋଉ ପାଖକୁ ଫେରିବାକୁ ମନସ୍ଥ କଲା । ଫେରିବା ବାଟରେ ରାସ୍ତା ପାରି ହେଉଥିବା ବେଳେ ରାମ ନିତାକୁ ଧରି ରାସ୍ତା ପାରିହେଇଗଲା। ତା ସ୍ତ୍ରୀ କିନ୍ତୁ ଆସିପାରିଲାନି ରାସ୍ତା ମଝିରେ ଗୋଟେ ବଡ ଟ୍ରକ ଆସି ଶକ୍ତ ଧକା ଦେଲା ଯାହା ଫଳରେ ତା ସ୍ତ୍ରୀ ସେଇଠି ପ୍ରାଣ ହରେଇଲା । କଣ କରିବ କିଛି ବୁଦ୍ଧି ବାଟ ନ ଦିଶିବାରୁ ନିତାକୁ ନେଇ ଘରକୁ ଫେରିଲା। ଗାଁ ରେ ଦେଖି ସମସ୍ତେ ନ ଚିହ୍ନିବାର ଅଭିନୟ କଲେ ଯାହା ତାକୁ ବହୁତ ଖରାପ ଲାଗିଲା । ହେଲେ କଣ କରିବ ସିଏ ସେଇ କାମ କରିଛି । ଶେଷରେ ଯାଇ ନିଜ ଘରକୁ ଦେଖେତ ଘର ଅଧା ଭଙ୍ଗା ହେଇ ପଡିଛି।ବାପା ମା ଆଉ ନାହାନ୍ତି । ରହିବା ପାଇଁ ଆଉ କିଛି ଉପାୟ ନ ପାଇ ଶେଷରେ ଗାଁ ଲୋକଙ୍କ ନିକଟରୁ ପଚାରି ବୁଝି ଗାଁ ମୁଖିଆ ନିକଟକୁ ଯାଇ ସବୁ ଭୁଲର କ୍ଷମା ମାଗିଲା ଏବଂ ସବୁ ଘଟଣା କହିଲା ଯାହା ସବୁ ଘଟି ଯାଇଛି। ମୁଖିଆ ତା ଦୁଃଖ ବୁଝି ଆଶ୍ରୟ ଦେଲେ ଏବଂ ତା ପର ଦିନ କିଛି କାମ କରି ପେଟ ପୋଷିବା ପାଇଁ ତା ପାଇଁ ଗୋଟେ ଅଟୋ ଚଲେଇବା ପାଇଁ ବ୍ୟବସ୍ଥା କଲେ । ରାମ କିନ୍ତୁ ସେତେବେଳେ ତା ଝିଅ ନିତା ପାଇଁ ସବୁ କରିବାକୁ ପ୍ରସ୍ତୁତ ଥିଲା। ଅଟୋ ଚଳେଇ ଯେତିକି ରୋଜଗାର କଲେବି ଝିଅ ନିତାର କୌଣସି ଜିନିଷରେ ହେଳା କରୁନଥିଲା। ବୋଉର ଅଭାବ କେବେ ନିତାକୁ ଅନୁଭବ କରିବାକୁ ଦେଇ ନ ଥିଲା। ବାପା ବୋଉ ଦୁଇଜଣଙ୍କ କର୍ତବ୍ୟ ପାଳନ କରୁଥିଲା। ଆଉ ବାପା ମା କଥା ଭାବି ବହୁତ ଅନୁତାପ କରୁଥିଲା ମଧ୍ୟ । ନିତା ର ଚାକିରିର ପ୍ରଥମ ଦିନ। ରାମ ସକାଳୁ ଉଠି ଠାକୁରଙ୍କ ପାଖରେ ଭୋଗ ଲଗେଇ ନିତାକୁ ଯିବା ପାଇଁ ସବୁ ଗୋଟି ଗୋଟି କରି ମନ ପକାଉ ଥାଏ। କାଳେ କଣ ଭୁଲିଯିବ ମନେ ନ ପଡିବ । ନିତା ବାହାରିସାରି ବାପା ଝିଅ ଦୁଇଜଣ ଅଟୋରେ ଗଲେ । ଠିକ ଅଫିସ ପାଖରେ ପହଂଚି ବାପା, ତୁମେ ଅଟୋକୁ ଏହି ଜାଗାରେ ରଖ । ଗାଡ଼ିରୁ ବାହାରକୁ ବାହାରିବନି , ଯଦି କିଏ କିଛି ପଚାରେ କୌଣସି ଉତ୍ତର ଦେବନି।ଆଜି ଅଫିସ ରେ ମୋର ପ୍ରଥମ ଦିନ। ମୋ ସହ ବହୁତ ବଦବଡ଼ିଆ ଲୋକଙ୍କ ପିଲା ଏ ଜାଗାରେ ନିଯୁକ୍ତି ପାଇଛନ୍ତି । ସେ ପିଲାମାନେ ଦାମୀ କାରରେ ନିଜ ବାପମାଙ୍କ ସହ ଆସିଥିବେ ନିହାତି। ପରିଚୟ ଧୁମଧାମରେ ହେବ ବୋଲି ଚିଠିରେ ଲେଖାଥିଲା । ସବୁ ସରିଲେ ମୁଁ ଫୋନ କରିଦେବି। ଭୋକ ଲାଗିଲେ କଣ ଟିକେ ଖାଇଦେଇ ଅଟୋରେ ବସିଥିବ ।ପକେଟ ରୁ ମଳିଛିଆ ରୁମାଲ କାଢି ମୁହଁ ପୋଛି ଝିଅ ଆଡକୁ ଚାହିଁଲେ ବୃଦ୍ଧ ରାମ।


ତୁ ଜମା ବ୍ୟସ୍ତ ହବୁନିରେ ମାଆ ତୋ ବୁଢା ବାପା ଏଇ ଜାଗାରେ ଅପେକ୍ଷା କରିଥିବ। ମୋର ଏତେ ବର୍ଷର ତପସ୍ୟା ଆଜି ସଫଳ ହେଇଛି ।ତୋ ମାଆ ବଞ୍ଚିଥିଲେ ଆଜି କେତେ ଖୁସି ହେଇଥାନ୍ତା ନା। ସେତିକି ବେଳକୁ ନିତା ରାମଙ୍କ ଆଖି ସମ୍ନାରୁ ଅଦୃଶ୍ୟ ହେଇସାରିଥିଲା ।



Rate this content
Log in

More oriya story from Smruti sagarika Mohanty

Similar oriya story from Drama