Smruti sagarika Mohanty

Romance

3.4  

Smruti sagarika Mohanty

Romance

ଅବୁଝା ସଂକେତ

ଅବୁଝା ସଂକେତ

6 mins
257



  

ଶାଶ୍ୱତ ପ୍ରେମର ରଙ୍ଗ କେତେବେଳେ ବାଇଗଣୀ ତ କେତେବେଳେ ଈଷତ ଗୋଲାପୀ ଠିକ୍ ସମୟରେ ପ୍ରଜାପତି ଭଳି ରଙ୍ଗ ବଦଳାଏ । ଆଉ ମୁଁ ତ ଗୋଟେ ହାରି ଯାଇଥିବା ମଣିଷଟିଏ । କ୍ଷୀଣ ଦୃଢତା ସବୁକୁ ଜାବୁଡି ଧରି ଆତ୍ମ ଉପହାସରେ ହିଁ ଭାଙ୍ଗି ପଡୁଛି । ରାତି ସିନା ଅନ୍ଧାରକୁ ବୁକୁରେ ଚାପି ଧରି ନିଘୋଟ ନିଦରେ ଶୋଇପଡୁଛି କିନ୍ତୁ ମୁଁ ଶୋଇପାରୁନି ସ୍ମୃତି ମାନଙ୍କ ଅଗ୍ନିର ଜ୍ୱାଳା ରେ ଅଭିନୟ ଅବା ଅଭିମାନ ସବୁ ଆଜି ଉପହାସର ପାତ୍ର । ବୋଧହୁଏ ମୁଁ ହାରିଯାଇଛି କାହିଁକିନା ନିରବତାର ଅଶ୍ରୁରେ ଭାବନା ମାନଙ୍କୁ କଏଦ୍ କରିସାରିଥିଲି ପ୍ରତି ବୁନ୍ଦା ଅଶ୍ରୁରେ ଖୋଜୁଥିଲି ଝରା ପତ୍ରର ସତେଜ ଆହ୍ୱାନ ।

    

         ଅତୀତର ସ୍ମୃତିକୁ ସାଉଁଟିଲେ ଖୁବ୍ ଯନ୍ତ୍ରଣା ମିଳେ ଏକଥା ଭଲଭାବେ ଜାଣିସାରିଥିଲା ସଂକେତ୍ ।କେବଳ ସେଥିପାଇଁ ଦୀର୍ଘ ତିନି ବର୍ଷ ହେଲାଣି ଏକା ଏକା ବାଟ ଚାଲୁଥିଲା । ତା ମାନେ ନୁହେଁ ଯେ ସିଏ ସମ୍ପୂର୍ଣ୍ଣ ରୂପେ ଭୁଲି ସାରିଥିଲା ଅତୀତକୁ । କେବଳ ନିଜ ଯନ୍ତ୍ରଣାର ଉପଶମ ପାଇଁ ଜାଣିଶୁଣି ସମାଧି ଦେଉଥିଲା ନିଜ ଅତୀତକୁ । ଧୁ ଧୁ କରି ବର୍ଷା ଝରଣା ଭଳି ବିନା ନିଶ୍ୱାସ ରେ ଆକାଶରୁ ବହିଚାଲୁଥିବା ସକାଳରେ ଉଷୁମ ନିଦ୍ରାର ସବୁ ଅନିଚ୍ଛା ସତ୍ୱେ ଏମିତି ଭାବନା ସବୁ ପଶି ଆସି ନିଦକୁ ଆହୁରି ଗାଢ଼ କରିଥିବା ସମୟରେ ହଠାତ ମୋବାଇଲର ମେସେଜ୍ ର ଟ୍ରିନଂ ଟ୍ରିନଂ ଶବ୍ଦରେ ସ୍ୱପ୍ନ ଦୁନିଆରୁ ବାସ୍ତବିକ ହେବାକୁ ଲାଗିଲା ସଂକେତ୍ । ଏତେ ସକାଳୁ ଏମିତି ବର୍ଷା ବେଳେ କିଏ ମେସେଜ କରିଥିବ ? ହେଇପାରେ କାହାର ସକାଳର ଗୁଡ଼ ମର୍ନିଂ ମେସେଜ କିମ୍ବା ଜିଓ କମ୍ପାନୀର ଧମାକାଦାର ଅଫରର ମେସେଜ । ମେସେଜଟିକୁ ବେଖାତିର କରି ପୁଣି ଗାଢ଼ ନିଦ୍ରାରେ ଶୋଇପଡ଼ିଲା ।

  

      ପୁଅର ଉଠିବା ବିଳମ୍ବ ହେବାରୁ ସାରଳା ଦେବୀ ସଂକେତ ରୁମ୍ କୁ ଯାଇ ଚିଲେଇ ଚିଲେଇ କହିଲେ ପାଠ ପଢୁଆ ପିଲାମାନେ କେବେ ଏତେ ବେଳ ପର୍ଯନ୍ତ ଶୁଅନ୍ତି ନାହିଁ । ତୁହଷ୍ଟେଲରେ ରହିବା ଦିନଠୁ ଏମିତି ଶୋଇ ଶୋଇ ଗଧ ପାଲଟି ଗଲାଣୁ କାହା କଥାକୁ ଖାତିର ନାହିଁ । ସେଇଥିପାଇଁ ଲଗାତାର ରେଜଲ୍ଟ ଖରାପ ହେଇଚାଲିଛି । ପାଠ ପଢା କଥା ଶୁଣି ଆଉ କିଏ ଶୋଇରହିବ ? ଜଲଦି ମା ଆଖି ସାମ୍ନାରୁ ଯିବାକୁ ପଡ଼ିବ । ଏତିକି କଥା ଶୁଣି ସଂକେତ ନିଦରୁ ଚିହିଁକି ଉଠି ସାରଳା ଦେବୀଙ୍କ ଉପରେ ଚିଡ ଚିଡ଼ ହେଇ ଆଉ ଫୋନ ଉପରେ ନଜର ନ ପକେଇ ଚାଲିଲା ନିତ୍ୟକର୍ମ ସାରିବାକୁ । ଦାନ୍ତ ସଫା କରିଦେଇ ଖାଇବାକୁ ବସିଲା ବେଳେ ହଠାତ ତା'ର ମନେ ପଡିଗଲା ମେସେଜ କଥା । କିଏ ମେସେଜଟା କରିଥିଲା ନ ଦେଖି ଉତ୍ତର ନ ଦେଇ ଚାଲି ଆସିଲି । ପୁଣି ଆଜି କାଲିର ସାଙ୍ଗ ମାନେ ! ଟିକେ ଉତ୍ତର ଦେବା ବିଳମ୍ବ ହେଲେ ସଂଗେ ସଂଗେ ମନ୍ତବ୍ୟଟିଏ ଦେଇଦେବେ ଆମେ ତ ପଛ ହେଇ ଗଲୁଣି ଆଉ । ସବୁ ଏଇ ମା ପାଇଁ ହେଲା ତା ଗାଳି ଶୁଣି ଉଠି ଚାଲି ଆସିଲି । ଚଟାପଟ ନିତ୍ୟକର୍ମ ସାରିଦେଇ କଣ ଟିକେ ଖାଇଦେଇ ପୁଣି ଚାଲିଲା ମୋବାଇଲ ପାଖକୁ । ମୋବାଇଲ ଓପନ କରୁକରୁ ହଠାତ ଦିସିଗଲା ପ୍ରୀତିର ନାଁ ଟା ପ୍ରୀତି ସହ ଆଉ ସେମିତି କଥା ବାର୍ତା ନଥିଲେ ମଧ୍ୟ ଫୋନ ନମ୍ବର ଟା ସେଭ ହେଇ ରହିଯାଇଥିଲା ।ପ୍ରୀତି ଥିଲା ସଂକେତ ର ସହପାଠୀ । ଖାଲି ସହପାଠୀ ନୁହେଁ ତ ଗାଁ ପାଖ ପିଲା ମଧ୍ୟ । ଝିଅଟି ପାଠରେ ଭଲ ହେଲେ ବି ଶାଠରେ ବି କମ ନଥିଲା । ଆଜି କାଲି ଗାଁ ରେ ବୁଢା ବୁଢ଼ୀ ସମସ୍ତଙ୍କ ମୁହଁରେ ତାରି ନାଁ ।ମୁଁ ତ ଆସିବା ଦିନଠାରୁ ମା ବି ମତେ ଦେଖେଇ କେତେ ଥର ତା ନାଁ ରେ ପ୍ରଶଂସା କରିବା ଶୁଣିସାରିଲିଣି । ହଁ ସିଏ ଆଜି ସବୁ ଗୁଣରେ ସଂପୂର୍ଣା ହେଇ ନିଜକୁ ସଂସ୍କାରି କରି ଗଢି ଦେଇଛି କିନ୍ତୁ ମୁଁ ତ ତାକୁ ବହୁତ ପୂର୍ବରୁ ଭଲ ପାଇ ବସିଛି। ହଁ ମୁଁ ଅବୁଝା ଟିଏ ଆଉ ସିଏ ବୁଝିଲା ସୁଝିଲା ପିଲାଟିଏ ମତେ ବି ବହୁତ ଥର ଅନେକ କଥା ବୁଝେଇ ସାରିଲାଣି । କିନ୍ତୁ ମୁଁ ବୁଝିପାରୁନି ଏତେ ବୁଝିଲା ପିଲାଟେ ହେଇ ମଧ୍ୟ ମୋ କଥା କାଇଁ ବୁଝିପାରୁନି । ଆଜିବି ମୁଁ ମଉନେ ବସି ଅତୀତକୁ ଖୋଜିବସି ଲୁହର ଶ୍ରାବଣରେ ନିଜକୁ ଭିଜାଏ । ଅତୀତରେ ତା'ର ଫୋନ କଲରେ ଅଦିନେ ମଳୟ ବହି ଆସୁଥିଲା ହେଇଥାଉ ସେ ସମ୍ପର୍କ ବନ୍ଧୁତା ଅବା ପ୍ରେମର ! ଫୋନ୍ ସ୍କ୍ରୀନ ଉପରେ ନାଁଟା ଦେଖିଦେଇ ଟିକେ ମନ ଖୋଲି ହସିଦେଇ ଭାବିଲି ସବୁ ଖୁସି ପାଇଗଲି ସତେ ଯେମିତି ବର୍ଷା ପରର ଶିତଳତା ମୋ ଆଗରେ ଫୁଲେଇ ହେଇ ନାଚୁଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ମେସେଜଟି ପ୍ରୀତି ତରଫରୁ ଆସିଲା କେମିତି ? ଯିଏ ରୋକଠୋକ୍ ମନା କରିଦେଇଥିଲା ମୁଁ ଆଉ ତୁମ ସହ ଥରୁଟିଏ କଥା ହେବାକୁ ଚାଂହୁନି । କାରଣରେ କହିଦେଲା କୁଆଡେ ମୁଁ ତା କଥାକୁ ବୁଝିବାକୁ ଚେଷ୍ଟା କରୁନି । କ'ଣ ତୁମେ କହିଦେଲ ଯେ ମୁଁ ବୁଝିପାରୁନି । ତୁମ ଭାଷାରେ ତୁମେ ଯାହାକୁ ଆଜି ପର୍ଯନ୍ତ ବନ୍ଧୁତା ରୂପ ଦେଇଆସିଛ ମୁଁ ଗୋଟେ ପାଦ ଆଗକୁ ବଢି ତାକୁ ପ୍ରେମରୂପ ଦେଇ ଦେଇଛି । ସେଇ ପ୍ରେମକୁ ଭିତରେ ଚାପି ନ ରଖି ପ୍ରେମ ନିବେଦନ ବାରମ୍ବାର କରିବା କ'ଣ ମୋର ଅବୁଝାପଣ ନାଁ ପାପ ! ଆଜି ପର୍ଯନ୍ତ ଗୋଟିଏ କଥା ବୁଝେଇ ଆସିଛ ଯେଉଁ ସମ୍ପର୍କ କୁ ତୁମେ ପବିତ୍ର ପ୍ରେମର ଆଖ୍ୟା ଦେଇ ଆସିଛ ସେଇ ପ୍ରେମ ସମାଜ ଆଖିରେ କଳଙ୍କ ସାଜିଛି କ'ଣ ସେ କଳଙ୍କକୁ ସାରା ଜୀବନ ମୁଣ୍ଡରେ ଲଦି ଚାଲିପାରିବା । ଆଉ ବେଳେ ବେଳେ ଗୋଟେ ଭୁଲରେ ଗୋଟେ ଗୋଟେ ମେସେଜ ଚାଲିଆସେ ତୁମ ତରଫରୁ । ବାରମ୍ବାର ସବୁବେଳେ ଭୁଲରେ ସେଇ ଗୋଟେ ପ୍ରକାରର ମେସେଜ କେମିତି ଚାଲିଆସେ । ସେ ମେସେଜଟିକୁ ମଧ୍ୟ ପ୍ରଥମେ ମୁଁ ଏତେ ନଜର ଦେଉନଥିଲି । ବାରମ୍ବାର ସେଇ ଭୁଲ ଟାଇପିଙଗ୍ ର ମେସେଜ ଆସିବା ଦ୍ୱାରା ସନ୍ଦେହରେ ପଚାରିବାରୁ ତୁମେ କହିଲ ତାର ମାନେ ମୁଁ ତୁମକୁ ଘୃଣା କରେ । ଏଥିରୁ ସ୍ପଷ୍ଟ ବୁଝିଯିବା କଥା ଯେ ମୁଁ ତୁମ କଥାକୁ କେତେ ବିଶ୍ୱାସ କରେ । ମୁଁ ଶିକ୍ଷିତ ପିଲାଟେ ହେଇ ମଧ୍ୟ କେଉଁ ଅଜଣା ଶବ୍ଦର ଅର୍ଥ ତୁମେ ନିର୍ଣ୍ଣୟ କରି କହିଦେଲେ ମୁଁ ବିଶ୍ୱାସ କରିଯାଏ । ତା ପରେ ବି ତୁମେ ଗୋଟେ କଥା କହିଆସୁଛ ତୁମେ ମୋ କଥା ବୁଝୁନ କାହିଁକି ? ନାଁ ଟା ତ ପାଇଯାଇଛ ସଂକେତ କିନ୍ତୁ କିଛି ସଂକେତ ତୁମେ କଣ ସତରେ ବୁଝନା । ନାଁ ନ ବୁଝିବାର ଅଭିନୟ କରୁଛ । ଏଥିରେ ଅବୁଝାର ପ୍ରଶ୍ନ ଆସୁଛି କେଉଁଠୁ । ଯଦି ସେ ଶବ୍ଦ ଗୋଟେ ନିରର୍ଥକ ଭୁଲ ମେସେଜଟିଏ ସିଧା ସିଧା କହିଦେଉନ । କାହିଁକି ମୁଁ ତୁମକୁ ଅନ୍ଧ ଭଳି ବିଶ୍ୱାସ କରିବାର ଫାଇଦା ଉଠଉଛ । ଭିଡ ଭିତରେ ତୁମକୁ ଖୋଜୁ ଖୋଜୁ ନିଜର ସତ୍ତା ହଜେଇ ଦେଇଛି ନା ପାଇଛି ତୁମକୁ ନାଁ ଖୋଜିପାରୁଛି ତୁମ ବିନା ନିଜ ଅସ୍ତିତ୍ୱକୁ । ହେଇପାରେ ଶବ୍ଦଟି ତୁମ ଦ୍ୱାରା ଗଢ଼ା ହେଇ ଶବ୍ଦର ଅର୍ଥ ଦିଆ ଯାଇଛି । ତୁମେ ନିଜସ୍ୱ ତିଆରି କରିଥିବା ଶବ୍ଦର ଅର୍ଥ ମୁଁ ବା ଅଧମ ଜାଣିପାରିବି କେମିତି କେବଳ ଏତିକି ଜାଣିଛି ମୋ ଭାବନା ଗୁଡିକ ଖୁବ ଅବାଂଛିତ ଅବାନ୍ତର ହେଲେ ମଧ୍ୟ ତୁମକୁ ନେଇ ଦେଖିଥିବା ସବୁ ସ୍ବପ୍ନମାନ ଭଳିକି ଭଳି ।

    

        ଗାଲରେ ଚାପୁଡ଼ା ଟିଏ ଦେଇ ହଉ ଦେଖେ ମ୍ୟାଡାମଙ୍କର ଏତେ ଦିନ ପରେ ପୁଣି କି ବାର୍ତା ପଠେଇଛନ୍ତି । ଫୋନଟିକୁ ଓପନ କରି ମେସେଜ ବକ୍ସ ଯାଇ ଦେଖେତ ପୁଣି ସେଇ ମେସେଜ କିନ୍ତୁ ତା ସହ ପୁଣି ଗୋଟେ ଲମ୍ବା ଧାଡି ଗୁଡା । ଧାଡ଼ିଗୁଡା ଦେଖିଦେଇ ମୁଁ ଭାବିଲି ସତକୁ ସତ ଆଜି ହିଁ ପ୍ରୀତିର ଶେଷ ମେସେଜ କିଛି ନା କିଛି ମନ ବୁଝିଲା ଭଳି କହିଦେଇ ନିଜ ମୁଣ୍ଡରୁ ବୋଝ ଓଲ୍ହେଇଦେଇ ସବୁଦିନ ପାଇଁ ବିରତି ନେଇଯିବ ।

ହଉ ଦେଖେ ଆଜି ଭାଗ୍ୟରେ କ'ଣ ଅଛି । ମେସେଜ ଆଗକୁ ପଢିବା ଭିତରେ ଆଖି ଆଗରେ ଜାଲ ବିଛେଇ ହେଇଗଲା ଭଳି ଲାଗିଲା । ଆଉ ଧର୍ଯ୍ୟ ଅଛି ତ ପଢି ପାରିବି ନାଁ ଏତିକି ପଢି ସିଧା ଦୌଡ଼ି ଯିବି ପ୍ରୀତି ପାଖକୁ ଭୁଲ ମାଗିନେବି ହୁଏ ତ କ୍ଷମା କରିଦେଇ ପାରେ । କିଛି ସଂକେତ୍ ପ୍ରୀତିର ବୁଝିବାକୁ ଚେଷ୍ଟା କରିନି । ସତରେ କ'ଣ ସଂକେତ୍ ନାଁ ର ମୁଁ ଯଥାର୍ଥ ମୂଲ୍ୟ ରଖିନି ? ନାଁ ମୋ ନାଁ ସଂକେତ ଥିବାରୁ ପ୍ରୀତି ମିଛରେ ଏସବୁ କହି ମୋତେ ଠକି ଚାଲିଛି ! ସତରେ କ'ଣ "te amo" ର ଅର୍ଥ ଏମିତି ହେଇପାରେ ନାଁ ପ୍ରୀତି ଆଉ କିଛି ଉପାୟ ନ ପାଇ ନିଜେ ନିଜେ ଏମିତି ଗୋଟେ ଉପାୟ ଆପଣେଇ ନେଇଛି । ଯାହା ବି ହେଉ ଆଜି କିନ୍ତୁ ସେ ଶବ୍ଦର ଅର୍ଥ ଖୋଜି ବାହାର କରିବି ।ସଂଗେ ସଂଗେ ଗୁଗଲ୍ ରୁ ଖୋଜି ଦେଖେ ତ ମୁଁ ଅଣନିଶ୍ୱାସୀ ହେଇଗଲି ଦୁଃଖ ପ୍ରକାଶ କରିବି ନାଁ ଖୁସିରେ ପାଗଳ ହେବି ବୁଝିପାରିଲିନି । ମୁଁ ଚକିତ ହେଇ ଯାଉଥିଲି ମେସେଜର ଶେଷ ପଂକ୍ତିରେ ଲେଖା ଥିଲା ଆଜି କାଲିର ସୋସିଆଲ ମିଡ଼ିଆ ଏତେ ବ୍ୟବହାରରେ ମୁଁ ଭାବିଲି ତୁମେ ଖୋଜି ନେଇଥିବ ଆଉ ଜାଣି ଶୁଣି ମୋ ସହ ଅଭିନୟ କରି ଚୁପଚାପ ରହିଯାଇଛ । କିନ୍ତୁ ତୁମ ଠାରୁ କୌଣସି ଉତ୍ତର ନ ପାଇ ବୁଝେଇ ଲେଖିବାକୁ ବାଧ୍ୟ ହେଲି। ଏଥର କିନ୍ତୁ ମୁଁ ଜମା ବି ଠକିନି "te amo" ଶବ୍ଦଟି କୌଣସି ମନ ଗଢ଼ା ଶବ୍ଦ ନୁହେଁ । ଦିନେ ୨ ସାହିତ୍ୟ ସୌରଭ ପଢିବା ବେଳେ ଏଇ ଶବ୍ଦଟି ନଜରରେ ଆସିଲା ଶବ୍ଦଟିର ଅର୍ଥ ମଧ୍ୟ ତା ପାଖରେ ଲେଖା ଥିଲା ("te amo" ଏକ ଇଟାଲୀ ଶବ୍ଦ ଯାହାର ଅର୍ଥ ହେଉଛି I love you )। ବିଶ୍ୱାସ ହେଉନି ଯଦି ଗୁଗଲ୍ ରେ ଖୋଜି ଦେଖିପାର । ଭାବିଲି ସେଇ ଶବ୍ଦର ସାହାରା ନେଇ ତୁମକୁ ତୁମେ ଚାହିଁଥିବା ଉତ୍ତର ଦେଇଦେବି । କିନ୍ତୁ ଏବେ କୁହ ସଂକେତ୍ ଦୋଷ ତୁମର ନାଁ ମୋର ! ପ୍ରେମରେ ଏତେ ପାଗଳ ହେଇ ମଧ୍ୟ କେମିତି ତୁମ ମନ ବୁଝିପାରିଲାନି ମୋ ଅବୋଧ ମନର ଭାଷା ।

                    


Rate this content
Log in

Similar oriya story from Romance