STORYMIRROR

Smruti sagarika Mohanty

Abstract

2  

Smruti sagarika Mohanty

Abstract

ପୁରୁଣା ସ୍ମୃତି

ପୁରୁଣା ସ୍ମୃତି

3 mins
273

ମନ ଆକାଶକୁ କେତେ ସ୍ମୃତି ଆସେ କେତେ ଉଭେଇଯାଏ ତ ଆଉ କେତେ ସେମିତି ପୂରା ଶରୀରଟାକୁ ଜାଳି ପୋଡି ବିଚଳିତ କରୁଥାଏ। ସେମିତି ଗୋଟେ ସ୍ମୃତି ଆଜି ମନ ଆକାଶରେ ଉଙ୍କି ମାରୁଛି।

ମନ୍ଦିରା ପାଠ ପଢା ସାରି ପ୍ରଥମ କରି ଚାକିରି ରେ ପାଦ ଦେଇଥାଏ। ମୁଁ ରହିବା ପାଖ ଘରରେ ସେ ଘର ଭଡା ନେଇ ରହୁଥାଏ। ଆମେ ଦୁଇଜଣ ଚିହ୍ନଆ ଜଣା ହେବା ଅଳ୍ପ କେତେ ଦିନ ଯେବେ ଠାରୁ ମନ୍ଦିରା ଚାକିରୀ କରିଛି। ପାଖରେ ରହିବା କିଛି ଦିନ ପରେ ଆମେ ଜଣା ଶୁଣା ହେଇ ଯାଇଛୁ। ଝିଅଟି ଖୁବ ଚୁଲବୁଲି ସମସ୍ତଙ୍କ ସହ ବହୁତ ଶୀଘ୍ର ମିଶିଯାଏ ଆଉ ନିଜର କରିନିଏ। ଗ୍ରୀଷ୍ମ ଋତୁ ଦିନ ବଡ ହେବାକୁ ଯେଉଁ ଭଳି ଗରମ ର ପ୍ରକୋପ କୋଠା ଘରେ ରହିବା ଅସମ୍ଭାଳ ହେଇଯାଏ। ତେଣୁ ପ୍ରତିଦିନ ସନ୍ଧ୍ୟା ସମୟରେ ସମସ୍ତେ ମନ୍ଦିରା ରହୁଥିବା ଘରର ଛାତ ଉପରକୁ ଯାଇ ଗୀତ ପଦ୍ୟନ୍ତର ପକାଉ। ମୁଁ ବି ଜଲଦି ଫେରିଆସେ ଅଫିସରୁ ଆଉ ମନ୍ଦିରା ବି ଫେରୁ ଫେରୁ ହେଇଯାଏ ରାତି 7 ଟା କି8 ଟା ତଥାପି ସେ ଆସି ଆମ ସହ ମିଶିଯାଏ । ସେଇ ମିଶିବା ଭିତରେ ମୁଁ ଭଲ ପାଇଯାଇଥିଲି ମନ୍ଦିରାକୁ । ଦିନସାରା ତ ଦୁଇ ଜଣ ନିଜ ନିଜ କାମରେ ବ୍ୟସ୍ତ ରହୁ । ରାତିରେ ସେଇ ପଦ୍ୟନ୍ତର ବାହାନାରେ ଆମେ ଦୁହେଁ ଟିକେ ମିଶିବାର ସୁଯୋଗ ପାଉ। ଗ୍ରୀଷ୍ମ ର ଗରମ ତ ଜାଣିଥିବେ। ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଅସହ୍ୟ ହେଇଯାନ୍ତି। ବୁଢା ମାନେ କେଉଁଠି ଭାଗବତ ଟୁଙ୍ଗି ପିଲାମାନେ ଗୋଟେ ଗୋଟେ ମୋବାଇଲ ଧରି ରାସ୍ତା କଡରେ ପୋଲ ଖୁଣ୍ଟି ଉପରେ ଲାଇନ ଲଗେଇ ବସିପଡନ୍ତି। ଆଉ ମଦୁଆ ମାନେ ଠା କୁ ଠା ରାସ୍ତା ମଝିରେ ଛିଡାହେଇଥାନ୍ତି । ସେମାନଙ୍କର ତ କିଛି ନାହିଁ ନା । ପ୍ରତିଦିନ ମନ୍ଦିରା ଅଫିସ ରୁ ଫେରିବା ବେଳେ ମୋ ସହ ଫୋନ ରେ କଥା ହେଇ ହେଇ ଆସେ ଭାରି ଘର ଯାଏ । ଝିଅଟେ ଯାହାବି ହେଲେ ମନରେ ଭୟ ରହିବ । ଯେତିକି ଭୁତ ପ୍ରେତ ଉପରେ ନ ଥାଏ ଆଜି କାଲିର ମଣିଷ ରୂପି ରାକ୍ଷସ ମାନଙ୍କ ଉପରେ ଅଧିକ । ସେଦିନ ମନ୍ଦିରା ମୋତେ ଅଫିସ ରେ କଲ କରି କହିଥିଲା ତା ଫୋନ ରେ ଅଳ୍ପ ଚାର୍ଜ ଅଛି emergency ପାଇଁ ରଖିଥାଏ ଆଉ ସେଦିନ ଆସିଲା ବେଳେ କଲ କରି ନ ଥିଲା। ଆସୁ ଆସୁ ବାଟରେ ହଠାତ ଗୋଟେ ଜାଗାରେ କିଛି ମଦୁଆ ତାକୁ ମଦ ନିଶାରେ ଅଟକେଇଦେଲେ ସେ ଭୟରେ ଥରି ଥରି ମୋ ପାଖକୁ ଫୋନ କରିଦେଲା । ମୁଁ ଫୋନ ଟା receive କରୁ କରୁ ଫୋନ ଟା କଟିଗଲା ଆଉ ତା ପରେ swich off । ମୁଁ ଭାବିଲି ଫୋନ ରେ ଚାର୍ଜ ନାହିଁ swich off ହେଇଯାଇଥିବ । ମୁଁ ବ୍ୟସ୍ତ ହେଇ ପଡୁଥାଏ। mo ରୁମ ପିଲା ମୋତେ ବୁଝାଉ ଥାଆନ୍ତି। କିନ୍ତୁ ସେଦିନ ମନ୍ଦିରର ଫେରିବା ମଧ୍ୟ late ହେଉଥାଏ। କାହିଁ କେତେ ସମୟ ପରେ ଗୋଟେ ଅଜଣା ନଂ ରୁ ମୋତେ କଲ ଆସିଲା ସେ କଲ rcv କରୁ କରୁ ସେପଟୁ ଶୁଣାଗଲା ତୁମେ ଝିଅଟିର ର କଣ ହେବ ମୁଁ ଜାଣି ନାହିଁ ତା ଫୋନ ରୁ ଏଇ ନଂ ଟି ପାଇଲି କଲ କରିଦେଲି ସେ ଝିଅଟିର ଠିକଣା କହିବକି। ମୁଁ ଆଉ କିଛି ନ ଜାଣି ଠିକଣା ଟି କହିଦେଲି ତା ପରେ କଣ ହେଇଛି ପଚାରିବାରୁ ଫୋନ ଟି କଟିଗଲା। ମୁଁ କିନ୍ତୁ ଝରକା ଫାଙ୍କରେ ଚାହିଁ ରହିଥିଲି କେତେବଳେ ମନ୍ଦିରା ଘରକୁ ଫେରିବ । କିନ୍ତୁ କିଛି ସମୟ ପରେ ଜାଣିବାକୁ ପାଇଲି ସେଦିନ ମନ୍ଦିରାର ରେପ ହୋଇଥିଲା। ତା ବେହୋସ ଦେହରେ ଗୋଟେ ନିର୍ବାଚନ ପୋଷ୍ଟର ଗୁଡେଇ ଅଟୋ ରିକ୍ସା ବାଲାଟେ ତାକୁ ଗଟର କଡରୁ ଉଠେଇ ଆଣିଥିଲା।

ସବୁଥର ପରି ମୁଁ ତା ଆସିବା ବାଟକୁ ଚାହିଁ ରହିଥିଲି। ମୁଁ ଆଲୁଅ ଲିଭାଇ ମୋ ଝରକା ଫରଦା ଫାଙ୍କରୁ ଦେଖିବାକୁ ଚେଷ୍ଟା କରୁଥିଲି। ଅଟୋରିକ୍ସ ତା ଠାରୁ ପଇସା ନେଇ ନ ଥିଲା।

ସେତେବେଳକୁ ସେ ଝିଅଟିର ଅବସ୍ଥା କଥା ଭାବିଲା ବେଳକୁ ମୋ ଦେହ ଶୀତେଇ ଉଠାଉ ଥାଏ । କଣ ହେଇଗଲା ସବୁ। ଏବେ ମନ୍ଦିରା କଣ କରିବ । ସେ ମନେ ମନେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଉଥିବ। ମୁଁ ଏଇ ସବୁ କଥା ଭାବି ଭାବି ଆଉ ରାତିରେ ସୋଇପାରିଲିନୀ ମୁଁ ଯଦି ଏବେ ତା ହାତ ଛାଡିଦିଏ ଏ ଦୁନିଆ ମୋତେ ସ୍ୱାର୍ଥପର କହିବ । କିନ୍ତୁ ଘରେ ଯଦି ଏବେ ତାକୁ ବାହା ହେବା କଥା କୁହେ ଘରେ ରୋକଠୋକ ମନା କରିଦେବେ ସେ ଝିଅକୁ ବାହା ହେବା ପାଇଁ କିନ୍ତୁ ଘରେ ଯଦି ମନା କରିବେ ମୋର କର୍ତବ୍ୟ କଣ ମୁଁ ଛାଡ଼ିଦେବୀ। କିନ୍ତୁ ଛାଡ଼ିବି ବା କଣ ପାଇଁ ଝିଅଟିର ଯଦି ରେପ ହେଇଚି ତା ଶରୀର ସହ ହେଇଚି ତ ତା ଆତ୍ମା ସହ ହେଇନି ନା । ତ ମୁଁ ଛାଡ଼ିଦେବୀ କଣ ପାଇଁ ମୁ କଣ ତା ଶରୀର କୁ ଭଲ ପାଉଥିଲି। ସେ ରାତି ପାହି ସକାଳ ହେଲା ଘରକୁ ଯାଇ ସମସ୍ତଙ୍କୁ ବୁଝା ବୁଝି କରି ମନ୍ଦିରା କିଛି ନିଷ୍ପତ୍ତି ନେବା ପୂର୍ବରୁ ମୁଁ ତାକୁ ବାହା ହେବା ପାଇଁ ଶୁଣେଇ ଦେଇଥିଲି। ମନ୍ଦିରା କିନ୍ତୁ ଜିଦ ଧରି ବସିଥିଲା ନାଁ ମୁଁ ବାହା ହେବିନି। କାଇଁ ମୁଁ ବାହା ହେଇ ଆଉ ଜଣଙ୍କ ଜୀବନ ନଷ୍ଟ କରିବି। ଦୁନିଆ ତୁମକୁ କଣ କହିବ । କିନ୍ତୁ ତାକୁ ବହୁତ ବୁଝା ବୁଝି କରି ରାଜି କରେଇ ମନ୍ଦିରା କୁ ହିଁ ବାହା ହେଲି। ଆଉ ସେ ଦିନର ମୁହୂର୍ତ ସବୁ କେମିତି ସମାଧାନ ହେଇଗଲା ମୁଁ ବି ଜାଣିପାରୁନଥିଲି।


ଅଜୟ ମହଲାଙ୍କ ଦ୍ୱାରା ପ୍ରଦତ୍ତ ଗଳ୍ପଅଂଶ ବେଶ ଆକର୍ଷଣୀୟ ଥିଲା । ଆଜି କାଲି ର ସାମାଜରେ କେତେକ କୁ ଲୋକଙ୍କୁ ଛାଡିଦେଲେ ମାନବିକତା ଥିବା ଲୋକ ମଧ୍ୟ ଅଛନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract