The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Smruti sagarika Mohanty

Tragedy

5.0  

Smruti sagarika Mohanty

Tragedy

ଅଧା ସ୍ବପ୍ନ

ଅଧା ସ୍ବପ୍ନ

3 mins
244


ଶାଶ୍ୱତ ପ୍ରେମର ରଙ୍ଗ କେତେବେଳେ ଗୋଲାପୀ ତ କେତେବେଳେ ବାଇଗଣୀ ରଙ୍ଗର ଛିଟା ପ୍ରଜାପତିଟିଏ... ସମୟ ସୁବିଧା ଦେଖି ରଙ୍ଗ ବଦଳାଏ

ସକାଳୁ ସକାଳୁ newspaper ର ଶୀର୍ଷରେ ବଡ ବଡ ଅକ୍ଷରରେ ଲେଖା ହେଇଚି ନଦୀ କଡରୁ ଗୋଟେ ଝିଅର ମୃତ ଦେହ ଉଦ୍ଧାର । ଓଠରେ ଟିକେ ମୁରୁକି ହସ ଭରି ଦେଇ କହିଦେଲି ଏଇଟା କଉ ବିଚିତ୍ର କଥା । ପ୍ରତିଦିନ ଏମିତି ଘଟଣା ସବୁ ପଢି ମୁଣ୍ଡରେ ପଶିଲା ବେଳକୁ ମୁଣ୍ଡ ବୁଲେଇ ଦେଉଛି ଆଗାମୀ ପିଢିକଥା ଭାବି । ପ୍ରତିଦିନ ଏମିତି ଘଟଣା ସବୁ ପଢି ବିରକ୍ତ ଲାଗିଲାଣି ଏଇ କିଛି ଦିନ ହେଲା ସେସବୁ ଘଟଣା ଉପରେ ଆଖି ବୁଲେଇ ଦେଇ ଯାଏ। ସେଦିନ କାଇଁ ଆଖି ବୁଲାଉ ବୁଲାଉ ହଠାତ ନଜର ପଡିଲା ଜଗତସିଂହପୁର ଉପରେ ଆହୁରି ପଢିବା ପାଇଁ ଆଗ୍ରହ ହେଲା । ସମ୍ପୂର୍ଣ ପଢ଼ିଲି ମଧ୍ୟ ଘଟଣାଟି ଥିଲା ଜଗତସିଂହପୁର ସ୍ଥିତ ବିଲୁଆ ଘାଇ ନଦୀ କଡରୁ ଗୋଟେ ଝିଅର ମୃତ ଦେହ ଉଦ୍ଧାର ଆଉ ପୋଲିସ ସୂତ୍ରରୁ ଜଣାପଡ଼ିଛି ଝିଅଟିର ଗୋଟେ ପୁଅ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଆଉ ସେଇ ସେଇ ପ୍ରେମିକ ହିଁ ତାର ମୃତ୍ୟୁ ର କାରଣ ସାଜିଥିଲା । ଝିଅଟି ଥିଲା ଜଗତସିଂହପୁର ଜିଲ୍ଲାର କୁସୁପୁର ସ୍ଥିତ କୁହୁଡ଼ିଆ ମୁଣ୍ଡା ବସ୍ତିର ଧନୁ ମୁଣ୍ଡା ଙ୍କ ଝିଅ । ଧନୁ ମୁଣ୍ଡା ଗରିବ ହେଲେ ମଧ୍ୟ ଝିଅଟିକୁ ପାଠ ସାଠ ପଢେଇଥାନ୍ତି। ଝିଅଟି ଗୋଟେ ନର୍ସିଂହୋମ ରେ ନର୍ସ ହିସାବରେ କାମ କରୁଥାଏ। ବାପା ମା ଙ୍କର ପୋଷ୍ୟ ପୁତ୍ର କହିଲେ ଚଳେ ନିଜେ ଯେତିକି ରୋଜଗାର କରୁଥାଏ ସେଇଥିରେ ପରିବାର ଚଳୁଥାଏ। ଶେଷରେ ସବୁ ଫିକା ପଡିଗଲା ପ୍ରେମ ଆଗରେ । ପ୍ରେମ ତ ଅମାନିଆ ନା ମାନେ ମାନ ଅପମାନ ନା ପରିସ୍ଥିତି। ରୁନି ମଧ୍ୟ ସେ ବାଟରେ ପାଦ ଖସେଇ ସାରିଥିଲା ଚାହିଁଲେ ବି ଆଉ ନିଜକୁ ରୋକି ପାରୁ ନ ଥିଲା । ଘର ଲୋକ ଜାଣିପାରି ରୁନିକୁ ଯେତେ ମନା କଲେ ମଧ୍ୟ ସେ କିନ୍ତୁ ବୁଝୁ ନ ଥିଲା । ଘର ଲୋକ ମନା କରିବାର କାରଣ ଥିଲା ପୁଅଟି ଆଜି ବେରୋଜଗାରିଆ ଥିଲା ଏବଂ ଆଜି କାଲିର ବାତେରା ପିଲାମାନଙ୍କ ପରି ବୁଲୁଥିଲା । ଆଉ ମଧ୍ୟ ପୁଅଟି ଝିଅ ଠାରୁ ଉଚ୍ଚ ଜାତିର ଥିଲା ଧନୁ ମୁଣ୍ଡା ମନରେ ଭୟ ମଧ୍ୟ ଥିଲା ମୋ ଝିଅର କିଛି କରିପାରେ । ଏସବୁ କଥା ଦେଖି ଧନୁ ମୁଣ୍ଡା ଝିଅକୁ ନ ଜଣେଇ ତା ବାହାଘର କରିବା ପାଇଁ ଚିନ୍ତା କରିଥିଲେ ଯେଉଁ କଥା କି ରୁନି ଜାଣିପାରିଥିଲା । ସବୁଦିନ ପରି ରୁନି ସେ ଦିନବି ନର୍ସିଂହୋମ କୁ ଯାଇଥିଲା ଆଉ ଯିବା ବାଟରେ ତାର ପ୍ରେମିକକୁ ସବୁ କଥା ମଧ୍ୟ କହିଥିଲା ଆଉ ରାଗରେ କହିଦେଇଥିଲା ତମେ ବେକରିଆ କିଛି ରୋଜଗାର ନାହିଁ ମୋ ବାପାଙ୍କ କଥାରେ ମୁ ରାଜି ହେଇ ବାହା ହେଇଯିବି ।କିନ୍ତୁ ତା କଥା ସବୁ ସତ ନ ଥିଲା ଅଭିମାନ ରେ କହିଦେଇଥିଲା । ସେଇଦିନ ରୁନି ନର୍ସିଂହୋମ କୁ ଯାଇଥିଲା ସତ କିନ୍ତୁ ଫେରି ନ ଥିଲା । ନର୍ସିଂହୋମ ରୁ ଘରକୁ ଫେରିବା ବେଳେ ତାର ପ୍ରେମିକ ଘରେ ଛାଡ଼ି ଦବ କହି ସେ ନେଇଯାଇଥିଲା ଗୋଟେ ସୁନସାନ ଘର ଭିତରକୁ ଯେଉଁଠି କାଉ ରୂପ କାହାର ବି ଶବ୍ଦ ନ ଥିଲା । ଆଉ ରୁନି କିଛି ବୁଝିବା ଆଗରୁ ସବୁ କିଛି ଶେଷ ହେଇ ଯାଇଥିଲା । ଆଉ କେହି ଜାଣିବା ପୂର୍ବରୁ ସେ ତାକୁ ଗୋଟେ ଅଖାରେ ବାନ୍ଧି ବିଲୁଆ ଘାଇ ନଦୀକୁ ପକେଇ ଦେଇଥିଲା। ସେଇଠି ଲିଭି ଯାଇଥିଲା ରୁନିର ଜୀବନ ଦୀପ ଆଉ ଅଧା ରହିଯାଇଥିଲା ତାର ସ୍ବପ୍ନ... ..... ଘରେ ଧନୁ ମୁଣ୍ଡା ତା ସ୍ତ୍ରୀ ଦୁଇଅଜଣଯାକ ବ୍ୟସ୍ତ ହେଇପଡିଥିଲେ ଝିଅ ନ ଫେରିବାରୁ ସେଦିନ ରାତିରେ ଫୋନ ଦ୍ୱାରା ସବୁଠି ବୁଝା ବୁଝି କରି କିଛି ଖବର କାହା ଠାରୁ ପାଇ ନ ଥିଲେ ରାତିରେ ବା ଆଉ କଉଠି ଖୋଜ ଖବର କରିବେ ବୁଢା ବୁଢ଼ୀ ଦି ଟା ତା ପର ଦିନ ସ୍ୱାମୀ ସ୍ତ୍ରୀ ୨ ଜଣ ଯାକ ମିଶି ବିଲ ବାଡ଼ି ସବୁଠି ଦେଖିଲେ କିନ୍ତୁ କଉଠି ପାଇଲେନାହିଁ । ଝିଅକୁ ନ ପାଇ ତାଙ୍କ ମୁଣ୍ଡରେ ଯେମିତି ବଜ୍ର ଛିଣ୍ଡି ପଡୁଥିଲା । ଏମିତି ଦୁଇଦିନ ଧରି ଖୋଜା ଖୋଜି କରି ଶେଷରେ ଉପାୟ ଶୂନ୍ୟ ହେଇ ପୋଲିସ ପାଖରେ ପହଞ୍ଚି ଥିଲେ।

ଧନୁ ମୁଣ୍ଡା : (ହାତ ଯୋଡି) ଆଜ୍ଞା ସାହେବ "ଦୁଇଦିନ ହେଲାଣି ଝିଅଟିକୁ ଖୋଜି ଖୋଜି ଆମେ ସ୍ୱାମୀ ସ୍ତ୍ରୀ ଦୁଇଟା ନୟାନ୍ତ ହେଇ ଗଲୁଣି... ବିଦ୍ୟାଳୟ ଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ଯାଏ ଏପରିକି ଗାଁ କୂଅମୂଳ ପୋଖରୀତୁଠ ବି ବାଦ ଦେଇନୁ କିନ୍ତୁ ବାବୁ ଝିଅର କିଛି ଖବର ମିଳୁନି । ସାଙ୍ଗସାଥି କେହିବି କିଛି କହିପାରୁନାହାନ୍ତି ଆମକୁ ଦୟା କରନ୍ତୁ ସାହେବ "..... କାନ୍ଦି କାନ୍ଦି ଧନୁମୁଣ୍ଡା ପୋଲିସ ବାବୁଙ୍କୁ ଗୁହାରି କରୁଥିଲା ।

ପୋଲିସ ବାବୁ: ଝିଅର ବୟସ ନାମ ଆଉ କୁଆଡେ ଯାଇଥିଲା ଏମିତି ସବୁ ପଚାରି ସାରି ଧନୁମୁଣ୍ଡା କୁ କହିଲେ ହଉ ତମେ ଯାଅ ଆମେ investigation କରୁଛୁ ।

ଧନୁମୁଣ୍ଡା ବିନମ୍ର ଅନୁରୋଧ କରି ଚାଲିଯାଇଥିଲା ।

ପରଦିନ ସକାଳୁ ସବୁଆଡେ ପ୍ରଚାର ହେଇଯାଇଥିଲା ବିଲୁଆ ପଠା ନଦୀ କଡରୁ ଗୋଟେ ଝିଅର ମୃତ ଶରୀର ମିଳିଛି । ପୋଲିସ ସେ ଜାଗାକୁ ଆସି ତଦନ୍ତ କରି ଦେଖେତ ଝିଅଟି ରୁନି ହିଁ ଥିଲା । ଆଉ ପୋଲିସ ର ତଦନ୍ତ ରେ ରୁନିର ପ୍ରେମିକ କୁ ପୋଲିସ ଧରି ନେଇଥିଲା ପୋଲିସ ର ମାଡରେ ରୁନିର ପ୍ରେମିକ ମର୍ମାହତ ହେଇ ସବୁ ସତ କଥା ମାନିଯାଇଥିଲା । ହେଲେ ତାର ସେଇ ରାଗର ଅଭିଶାପ ପୂର୍ବକ ଛଡେଇ ନେଇଥିଲା ଗୋଟେ ବାପା ଠାରୁ ଗୋଟେ ପୋଷ୍ୟ ପୁତ୍ର ରୂପକ ସନ୍ତାନ। ଆଉ ଧନୁ ମୁଣ୍ଡା ତା ପରିବାର ମୁହଁରୁ ହଜି ଯାଇଥିଲା ଆହାର ।


ଗାଳ୍ପିକ ବିସ୍ମିତା ସାହୁ ଙ୍କ ଦ୍ୱାରା ପ୍ରଦତ୍ତ ଗଳ୍ପଅଂଶ ୧ ଟି ମୋତେ ଭଲ ଲାଗିଲା କାରଣ ଆଜିର ସମାଜ ରେ ଗୋଟେ ଝିଅ ନିରାପଦ ନୁହେଁ ସେ ଗୋଟେ କଣ୍ଢେଇ ପାଲଟି ଯାଇଛି ନିଜ ଇଛା ବିରୁଦ୍ଧରେ ଯାଇ ତାକୁ ବଞ୍ଚିବାକୁ ପଡୁଛି ନୁହେଁତ ତାକୁ ଅପହରଣ ରେ ଶୋସିତ ହେବାକୁ ପଡୁଛି।


Rate this content
Log in

More oriya story from Smruti sagarika Mohanty

Similar oriya story from Tragedy