The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Smruti sagarika Mohanty

Abstract

3.7  

Smruti sagarika Mohanty

Abstract

ମାତୃଭାଷା ର ପରିଚୟ

ମାତୃଭାଷା ର ପରିଚୟ

4 mins
652


ସମୟ ଅନ୍ତରାଳରେ ମନୁଷ୍ୟ ବଣ ମଲ୍ଲୀ ପରି ବଣରେ ଝଡି ପଡୁଛି। ନା କିଏ ଜାଣିପାରୁଛି ନା ଜାଣିବାକୁ ଚେଷ୍ଟା କରୁଚି ତା'ର ଅନ୍ତର୍ନିହିତ ବାସ୍ନା ର ମହକ ।ସତରେ କଣ ସିଏ ଜଣେଇବାକୁ ଚାଂହୁନାହିଁ? କିନ୍ତୁ କଣ ପାଇଁ ତା ବାସ୍ନାରେ ବିମୋହିତ ହେଇ ମଧ୍ୟ ସବୁ ଫୁଲ ପରି ଆଦର ନ କରି ଗୋଡ ରେ ଆଡ଼େଇ ଦେଓ ଚାଲି ଯାଉଛନ୍ତି ଯେ? ସତରେ କଣ ଆଜିର ସମାଜ ଏମିତିକା?


ସେଇ ସୁଦୂର ପ୍ରସାର ଗାଁ ର ଶେଷ ମୁଣ୍ଡରେ ରାଜୁଭାଇ ଙ୍କ ଘର । ଘରେ ୪ ଜଣ ପ୍ରାଣୀ ରହୁଥାନ୍ତି।ଖୁସିରେ ପରିବାର ଟି ଚଳିଯାଉଥିଲେ ମଧ୍ୟ ଗୋଟିଏ ଦୁଃଖ ରହିଯାଇଥାଏ ରାଜୁ ଭାଇ ର ଵିଭାଘରର ୩ କି ୪ ବର୍ଷ ପରେ ମଧ୍ୟ ତାଙ୍କର ସନ୍ତାନ ସନ୍ତତି କିଛି ହେଇ ନ ଥାଏ । ଆଜିର ସମାଜ ତାଙ୍କୁ ଉପହାସ କଲା ଭଳି ମନେ ହେଉ ଥାଏ। ତଥାପି ସେ ଦୁହେଁ ଆଶାର ସ୍ବପ୍ନ ଦେଖୁଥାନ୍ତି। ଶେଷରେ ଅପେକ୍ଷା ର ଅନ୍ତଃ ଘଟି ତାଙ୍କ କୋଳରେ ଝିଅ ଟିଏ ଜାତ ହେଲା।ଝିଅ ଟିଏ ହେଲେ ବି ସେମାନଙ୍କର ଖୁସି କହିଲେ ନ ସରେ ସତେ ଯେମିତି ଝିଅଟି ତାଙ୍କର ଅଧା ସ୍ବପ୍ନ ପୂରା କରିଦେଇଚି ସେଇ ଖୁସି ରେ ଝିଅଟିର ନାମ ରଖିଲେ "ପୂର୍ଣ୍ଣଦା" । ଆଉ ଅଧା ସ୍ବପ୍ନ ପୂର୍ଣ୍ଣଦା ପୂରଣ କରିବାର ସ୍ବପ୍ନ ମଧ୍ୟ ତାଙ୍କ ଅଶାଥାଏ । ଯାହା ସବୁ ବାପା ମା ଙ୍କ ମନରେ ଥାଏ । ସମୟ କ୍ରମେ ପୂର୍ଣ୍ଣଦା ବଡ ହେଲା। ୪ ରୁ ୫ ଜଣ ହେଲେ କ୍ରମେ ଖର୍ଚ୍ଚ ବଢିଲା।ରାଜୁଭାଇଙ୍କୁ ଶେଷରେ ଘର ଛାଡ଼ି ବିଦେଶ ଯିବାକୁ ପଡିଲା।ପୂର୍ଣ୍ଣଦା କୁ ଯେତେବେଳେ ୫ ବର୍ଷ ହେଲା ଗାଁ ପାଖ ବିଦ୍ୟାଳୟ ରେ ନାମ ଲେଖାଇଲେ। ପୂର୍ଣ୍ଣଦା କୁ ସବୁଦିନ ତା'ର ଜେଜେ ସ୍କୁଲ ରେ ଛାଡ଼ି ଦେଇ ଆସନ୍ତି ଆସିଲା ବେଳେ ଗାଁ ପିଲାଙ୍କ ସହ ପୂର୍ଣ୍ଣଦା ଆସେଭାରି କେବେ କେବେ କିଏ ଯାଇ ନେଇ ଆସନ୍ତି। ଝିଅଟି ହେଲେ ବି ଅତି ଗେଲ୍ହା ରେ ବଢିଥାଏ। ଏହି ଭିତରେ ପୂର୍ଣ୍ଣଦା ଦ୍ଵିତୀୟ ଶ୍ରେଣୀ ରେ ପଢୁଥାଏ। ଶ୍ରେଣୀରେ ମଧ୍ୟ ପ୍ରଥମ ସ୍ଥାନ ରେ ରହୁଥାଏ।ରାଜୁଭାଇ ଚିନ୍ତା କଲେ ଝିଅକୁ ଇଂରାଜୀ ସ୍କୁଲ ରେ ପଢେଇବା ପାଇଁ।ଆଜି କାଲି ସମାଜ ତ ଦେଖୁଥିବ ଯିଏ ଇଂରାଜୀ ରେ ପଦେ କଥା କହିପାରିଲା ତାକୁ ଲୋକମାନେ ଶିକ୍ଷିତ ମନେ କରୁଛନ୍ତି।ଶେଷରେ ରାଜୁଭାଇ ରହୁଥିବା ଜାଗାରେ ପାଖରେ ଗୋଟେ ଘରୋଇ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ମନସ୍ଥ କଲେ।ନାମ ଲେଖାଇଲେ ମଧ୍ୟ। ପୂର୍ଣ୍ଣଦା ଗାଁ ଛାଡି ଯିବାପାଇଁ ଚାଂହୁନଥାଏ କି ତାର ଆଦରର ଜେଜେ ଓ ଜେଜେ ମା କୁ।ଛୋଟ ପିଲାଟି ବାପା ମା ଙ୍କ କଥା ମାନି ଯିବା ପାଇଁ ରାଜି ହେଲା।ପିଲାଟିକୁ ଛାଡି ତାର ଜେଜେ ଜେଜେମା କେମିତି ରହିବେ ଯେ? ତାଙ୍କ ପାଇଁ କଷ୍ଟ ହେଇ ପଡ଼ିଲା ତଥାପି ମନକୁ ବୁଝାଇ ରହିବାକୁ ପଡିବ। ପୂର୍ଣ୍ଣଦା ଯିବାର ପ୍ରାୟ ୬ ମାସ ହେଲାଣି।ତା ବାପା ମା ଙ୍କ ସହ ରହୁଥାଏ। ସେଇ ଇଂରାଜୀ ବିଦ୍ୟାଳୟ ରେ ପଢୁଥାଏ।କିନ୍ତୁ ତାର ମନ ଗାଁ ବିଦ୍ୟାଳୟରେ ଥାଏ ଛୋଟ ପିଲାଟା ଗାଁ ରେ ଜନ୍ମ ଓଡ଼ିଆରୁ ହଠାତ ଇଂରାଜୀ ଧରିବା ତା ପାଇଁ କଷ୍ଟ ହେଇ ପଡ଼ୁଥିଲା। ତଥାପି ସେ ଚେଷ୍ଟା କରି ଭଲ ପଢୁଥିଲା। ଦିନକର ପୂର୍ଣ୍ଣଦା ବାପା ମା ସହ ଗାଁ କୁ ଆସିଥାଏ ବୁଲିବାକୁ।ଗାଁ ରେ ସଂସ୍କାରୀ ଝିଅଟି ପରି ସମସ୍ତଙ୍କୁ ତା ବ୍ୟବହାରରେ ମୁଗ୍ଧ କରୁଥିଲା।ଗାଁ କଥା ଜାଣିଥିବ ସମସ୍ତେ ଭାବୁଥିଲେ କି ବିଦେଶ ରେ ରହି ଏଇ ସବୁ ଶିଖିଛି ହୁଏ ତା ଗାଁ ରେ ରହିଥିଲେ ଶିଖିପାରି ନ ଥାନ୍ତା । ତାକୁ ରାଜୁଭାଇ କାନେ କାନେ କହିବୁଲୁଥାନ୍ତି କି ଗାଁ ରେ ସମସ୍ତଙ୍କ ସହ ଇଂରାଜୀ ରେ କଥାବାର୍ତ୍ତା କରିବୁ। ଯାହା ଫଳରେ ସମସ୍ତେ ଭାବିବେ ଝିଅଟି ବହୁତ ଶିକ୍ଷିତ ମଧ୍ୟ। ଗାଁ ର ଅର୍ଦ୍ଧ ଶିକ୍ଷିତ କିଛି ଲୋକ ଅଳ୍ପ କେତେ ପଦ କିଏ ଇଂରାଜୀ ରେ କହିଦେଲା ଯଦି ତାକୁ ଘୋଷି ବୁଲୁଥିବେ କି ସେ ପିଲାଟି ବହୁତ ଶିକ୍ଷିତ।କିନ୍ତୁ ପୂର୍ଣ୍ଣଦା କୁ ସେ ସବୁ ପସନ୍ଦ ନ ଥିଲା।ପୂର୍ଣ୍ଣଦା ସମସ୍ତଂକ ସହ ମଧୁର ଭାଷାରେ କଥା ହେଉଥିଲା। ରାଜୁଭାଇଙ୍କର ଇଛା ଥାଏ ଝିଅକୁ ଡାକ୍ତର କରିବା ପାଇଁ।କିନ୍ତୁ ପୂର୍ଣ୍ଣଦା ର ଇଂରାଜୀ ପ୍ରତି ଜମା ଇଛା ନ ଥାଏ।କିଛି ଦିନ ଗାଁ ରେ ରହିବା ପରେ ରାଜୁଭାଇ ଚିନ୍ତା କଲେ ଗାଁ ରେ ରହିବା ଦ୍ୱାରା ପୂର୍ଣ୍ଣଦା ର ଦୁଷ୍ଟାମୀ ବଢି ଯାଉଛି।ତେଣୁ ତାକୁ ନେଇ ପୁଣି ଯିବା ପାଇଁ ବାହାରିଲେ ସେ ରହୁଥିବା ଜାଗାକୁ।ଘରୁ ଯିବା କଥା ଶୁଣି ପୂର୍ଣ୍ଣଦା ବହୁତ ଜୋର ରେ କାନ୍ଦୁଥାଏ।ପୂର୍ଣ୍ଣଦା ର କାନ୍ଦ ଶୁଣି ମୁଁ ଦଉଡ଼ି ଯାଇ ଦେଖେ ତ ପୂର୍ଣ୍ଣଦା ତାର ଯିବା କଥା ଶୁଣି କାନ୍ଦୁଥାଏ।ରାଜୁଭାଇ କିଛି ବୁଝିବାକୁ ନାରାଜ।ମୁଁ ଭାବିଲି ପୂର୍ଣ୍ଣଦା ଛୋଟ ପିଲା ତାକୁ ବୁଝେଇ ଦେଲେ ହୁଏ ତ ବୁଝିଯିବ।ତା ସହ କଥା ବାର୍ତ୍ତା ହେଇ ତାକୁ ବୁଝେଇବାକୁ ଚେଷ୍ଟା କଲି ଏଇ ସବୁ ଭିତରେ ପୂର୍ଣ୍ଣଦା କଥାରୁ ମୁଁ ଜାଣିବାକୁ ପାଇଲି ଛୋଟ ହେଲେ ମଧ୍ୟ ସତେ ଯେପରି ମାତୃଭାଷା କୁ ସେ ବୁଝି ପାରିଛି ଓ ମାତୃଭାଷା ପ୍ରତି ଥିବା ତାର କର୍ତ୍ତବ୍ୟ କୁ ପୂରଣ କରିବାକୁ ଚାଂହୁଛି।ଏଇ ସବୁ ଦେଖି ମୁଁ ରାଜୁଭାଇ ଙ୍କୁ ବୁଝେଇବାକୁ ଚେଷ୍ଟା କଲି। କାହିଁ କେତେ ସମୟ ପରେ ଟିକେ ବୁଝିଲେ ଏବଂ ତା ପର ଦିନ ସକାଳୁ ପୂର୍ଣ୍ଣଦା କୁ ସାଙ୍ଗରେ ନ ନେଇ ଚାଲିଗଲେ।କିଛି ଦିନ ପରେ ପୁଣି ପୂର୍ଣ୍ଣଦା ଗାଁ ବିଦ୍ୟାଳୟରେ ନାମ ଲେଖାଇଲା।ଗାଁ ବିଦ୍ୟାଳୟ ପାଇଁ ପୂର୍ଣ୍ଣଦା ବହୁତ ଖୁସି ଥାଏ।ସେ ବିଦ୍ୟାଳୟ ରେ ପୂର୍ଣ୍ଣଦା ସବୁ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଉତ୍ତୀର୍ଣ୍ଣ ହେଉଥାଏ।ଏଇ ସବୁ ରାଜୁଭାଇ ଜାଣି ଅଳ୍ପ ଖୁସି ହେଉଥାନ୍ତି କାରଣ ସେ ଭାବୁଥାନ୍ତି ଓଡ଼ିଆ ବିଦ୍ୟାଳୟରେ ସେ ବା କଣ କରିପାରିବ।ଇଂରାଜୀ ବିଦ୍ୟାଳୟରେ ସେ ବହୁତ କିଛି ଶିଖିଥାନ୍ତା ।ପୂର୍ଣ୍ଣଦା ସେତେବେଳେ ନବମ ଶ୍ରେଣୀ ରେ ପଢୁଥାଏ।ତାଙ୍କ ବିଦ୍ୟାଳୟ ରେ ପୂର୍ଣ୍ଣଦା ବଛା ହେଇଥାଏ ଜାତୀୟ ସ୍ତରରେ ଓଡ଼ିଆ ଭାଷାର ପ୍ରତିଯୋଗିତା ଭାବେ।ସେଠି ମଧ୍ୟ ପ୍ରଥମ ସ୍ଥାନ ରେ ରହି ରାଜ୍ୟପାଳ ଙ୍କ ଠାରୁ ପୁରସ୍କୃତ ହେଲା ।ସେଇଠୁ ସେ ଭାବିଲା ତାର ନିଜ ଭାଷା ରେ ପରିଚୟ ସୃଷ୍ଟି କରିବ।ସେତେବେଳେ କୁ ସେ ନିଜ ଅଞ୍ଚଳ ରେ ବେସ ପରିଚିତ ହେଇ ସାରିଥିଲା।ତା ପରେ ସେ ଆରମ୍ଭ କଲା ଓଡ଼ିଆ ଭାଷାର ଅନୁସନ୍ଧାନ।ସେଥିରେ ତାର ଘର ପରିବାର ସମସ୍ତେ ଖୁସି ଥିଲେ।ରାଜୁଭାଇ ମଧ୍ୟ ବେସ ଖୁସି ଥିଲେ କାରଣ ସେ ବୁଝିପାରିଥିଲେ ସମସ୍ତଙ୍କ ଭଳି ମୁଁ ଯଦି ଇଂରାଜୀ ବିଦ୍ୟାଳୟରେ ପଢେଇଥାନ୍ତି ମରୀଚିକା ପଛରେ ଧାଇଁବା ଛଡ଼ା ଆଉ କିଛି ନ ଥିଲା।


Rate this content
Log in

More oriya story from Smruti sagarika Mohanty

Similar oriya story from Abstract