Sukanti Mohanty

Abstract

4  

Sukanti Mohanty

Abstract

ଜୀବନ ଜୀବନ ବନ୍ଧୁ

ଜୀବନ ଜୀବନ ବନ୍ଧୁ

5 mins
314



"ହ୍ୟାଲୋ! ହ୍ୟଲୋ! କିଏ କହୁଛନ୍ତି?, ବାରମ୍ବାର ଏ ନମ୍ବର ରୁ କଲ ଟା ଆସୁଛି। ଉଠେଇଲା ବେଳକୁ ଚୁପ୍ ହୋଇ ଯାଉଛି। କିଏ?, କିଏ କରି ଥାଇ ପାରେ? ନମ୍ବର ଟା ଚିହ୍ନା ଚିହ୍ନା ଲାଗୁନି। ହଉ ଯିଏ କରିଥାଉ।

ସେ ତ କିଛି କହୁନି। ପୁଣି କରିବ ନିଶ୍ଚୟ "ଏତିକି କହି ଫୋନ୍ ଟା ରଖିଲା ପ୍ରଗତି। ପୁଣି ରିଙ୍ଗ ହେବା ଶୁଣି ପ୍ରଗତି ବିରକ୍ତରେ କହିଲା

"କିଏ ବାରମ୍ବାର କରୁଛ। ଫୋନ୍ ଉଠେଇଲା ବେଳକୁ କିଛି କହୁନ। ଉଦ୍ଦେଶ୍ୟ କଣ? କିଏ?"।

-"ଆରେ ତୁମେ ଏତେ ରାଗି ଯେଉଁଦିନ ଠାରୁ ହେଲଣି?। ଆଗରୁ ତ ଏମିତି ରାଗି ନ ଥିଲ। ଭାରି ଚୁପ୍ ଚାପ୍, ଧୀର ସ୍ଥିର। ଓହୋ ଏବେ ବୟସ ବଢିବାରୁ ଏମିତି ରାଗ ଆସୁଛି ବୋଧେ। ବେଶୀ ରହିଲେ ସ୍ବାସ୍ଥ୍ୟ ପାଇଁ ଖରାପ। ବୁଝିଲ"।

"ଆପଣ କିଏ ଆଗ ପରିଚୟ ଦିଅନ୍ତୁ "।

ଚିହ୍ନିଲା ପରି ସ୍ଵର ଜଣା ପଡୁନି ତ। କିଏ ହୋଇ ପାରନ୍ତି।?

"ମୁଁ ଜୀବନ"

"ଜୀବନ? କୋଉ ଜୀବନ। ମୁଁ ଜୀବନ ଚାହେଁ ନା। ମୁଁ ମୃତ୍ୟୁ ଚାହେଁ । ମୋର ସେ ଅଲୋଡ଼ା ଅଖୋଜା ଜୀବନ ଦରକାର ନାହିଁ।"।

-"ଆରେ ଏମିତି କଣ କହୁଛ?। ମୁଁ ସେଇ ଜୀବନ। ଯୋଉ ଜୀବନ କୁ ତୁମେ ଜୀବନ ଠୁ ଅଧିକ ଭଲ ପାଉଥିଲ।"

ମନ ପକାଇଲା ପ୍ରଗତି। ମନ ପଡ଼ିଲେ ବି କାହିଁକି ସେ ଅତୀତକୁ ଫେରିବ ଯେ। ଅତୀତ ତ ସବୁ ବେଳେ ଅତୀତ। ତାକୁ ମନ ପକାଇ ଲାଭ କଣ। ବରଂ ମନରେ ଦୁଃଖ, ଅବସାଦ, ଘୃଣା ଭାବ ଆସିବ।

ନ ଜାଣିଲା ପରି କହିଲା -"କୋଉ ଜୀବନ? କାଇଁ ମୋର ମନ ପଡୁନି ତ।

-"ଓହୋ ତା ହେଲେ ତୁମେ ଏ ଭିତରେ ଭୁଲି ଯାଇଛ। ସେଇ ଚାଳିଶ ବର୍ଷ ତଳକୁ ଫେରିଚାଲ ଆଉ ମନ ପକାଅ।"

-"କିଛି ଆବଶ୍ୟକତା ନାହିଁ ମନ ପକାଇ। ଲାଭ କଣ।"

"ଆରେ ମୁଁ ଦୀର୍ଘ ଦିନ ଧରି କେତେ ଖୋଜିଛି। ସେତେବେଳେ କଣ ଫୋନ୍ ର ସୁବିଧା ଥିଲା। ଏବେ ବହୁ କଷ୍ଟରେ ସଂଗ୍ରହ କଲି ତୁମ ନମ୍ବର। କେବଳ ଟିକେ ତୁମ ବିସୟରେ ଜାଣିବାକୁ। କେମିତି ଅଛ?"।

-ଖୁବ୍ ଭଲ ଅଛି।

- ଆଉ ତୁମ ପରିବାର?

- ସବୁ ଭଲ

- ଏମିତି ସଂକ୍ଷିପ୍ତ ଉତ୍ତର କଣ?

- ଯାହା ଜୀବନ ଟା ସଂକ୍ଷିପ୍ତ ହୋଇଯାଇଛି ତାର ଉତ୍ତର ସଂକ୍ଷିପ୍ତ ହେବନି ତ ଆଉ କଣ ହେବ?

- ବୁଝି ପାରିଲିନି କିଛି

-" ଆପଣ କେବେ କିଛି ବୁଝି ପରାନ୍ତିନି। ଆଉ ଏବେ କିପରି ବୁଝିବେ? ମୁଁ ଫୋନ୍ ରଖୁଚି।

ଫୋନ୍ ଟା ରଖିଦେଇ ପ୍ରଗତି ଅତୀତର ସେଇ ସ୍ମୃତିକୁ ରୋମନ୍ଥନ କଲା। ସେଦିନ ସେଇ ବସ୍ ଷ୍ଟାଣ୍ଡରେ ଦେଖା ହୋଇଥିଲା ଜୀବନ ସହିତ। ଥରେ ପ୍ରଗତି ଯାଉଥାଏ ମାମୁଁ ଘର। ବସ କୁ ଅପେକ୍ଷାରେ ଥିଲି। ସାଙ୍ଗରେ ବୋଉ ଥାଏ। ସେ ବି କୁଆଡେ଼ ଯିବାକୁ ସେ ବସ୍ କୁ ଅପେକ୍ଷା କରି ରହିଥିଲେ। ସେ କଣେଇ କଣେଇ ଚାହୁଥିଲେ। ବସ୍ ଆସିଲା। ସମସ୍ତେ ଯେମିତି ଦୌଡ଼ି ହ ଯାଇ ଚଢିଲେ ସେ ବି ସେମିତି ଚଢ଼ି ଗଲେ। ଆଗରେ ଯାଇ ସିଟ୍ ରଖିଦେଲେ। (ବୋଉ ଓ ପ୍ରଗତି ଚଢ଼ିଲା ବେଳକୁ ସବୁ ସିଟ ପୂର୍ଣ୍ଣ। ମାତ୍ର ଦୁଇଟି ସିଟ ସେ ରଖିଥିଲେ। ବୋଉକୁ ଗୋଟିଏ ସିଟ ଛାଡ଼ି ଦେଲେ। ବୋଉ କେତେ ଆଶୀର୍ବାଦ କରି ପକେଇଲା। ଆଉ ନିଜେ ବସିଥିବା ସିଟ ଟିକୁ ପ୍ରଗତି କୁ ଦେଇ ସେ ନିଜେ ଠିଆ ହେଲେ। ମାତ୍ର ପ୍ରଗତି ବସୁ ନ ଥାଏ। ଜବରଦସ୍ତ କରିବାରୁ ଅତି ସଂକୋଚରେ ବସିଲା ଏଇ ବସରେ ଗଲା ବେଳେ କେତେ ଲୋକ ସିଟ ପାଇଁ ପାଟି ତୁଣ୍ଡ କରନ୍ତି। ମହିଳା ବୋଲି ଟିକିଏ ଅନୁକମ୍ପା ନ ଥାଏ। ବସିଥିବେ ଅଥଚ ମହିଳା ସେମିତି ଠିଆ ହୋଇ ଝୁଲି ଝୁଲି ଯାଉଥିବେ। ପୁଣି ଯଦି ଟିକେ ଲୁଗା ଲାଗିଯିବ ତା ହେଲେ ପାଟି ତୁଣ୍ଡ କରିବେ।ଆଉ କେତେଜଣ ଏମିତି ସହୃଦୟ ବ୍ୟକ୍ତି ନିଜେ ଠିଆ ହୋଇଯିବେ ସିଟ ଟିକୁ ମହିଳା ଙ୍କୁ ଛାଡି ଦେବେ ।

ବୋଉଓ ପ୍ରଗତି ବସୁଥିବା ସିଟ୍ ର ଦୁରତ୍ଵ ତିନିଟା ସିଟ ଛାଡ଼ିକି। ସେ ପ୍ରଗତି ପାଖରେ ଠିଆ ହୋଇ ଥାଆନ୍ତି। କୃତଜ୍ଞତା ରେ ମୁଣ୍ଡ ନଇଁ ଯାଉଥାଏ। କିଛି ଦୂର ଗଲା ପରେ ପ୍ରଗତି ପାଖରେ ବସି ଥିବା ଭଦ୍ର ବ୍ୟକ୍ତି ଓହ୍ଲେଇ ଗଲେ। ସେ ସିଟ ରେ ସେ ବସିଲେ। ଟିକେ ସଂଯମତା ରକ୍ଷା କରି ଛାଡିକି ବସିଲେ।

ଆରମ୍ଭ କଲେ ଗପ। ନାଁ ଗାଁ ଇତ୍ୟାଦି ପଚାରି ବୁଝି ଗଲେ। ଏ ଭିତରେ ପ୍ରଗତିର ଡର ଟିକେ ଛାଡ଼ି ଯାଇଥିଲା। ସେ ତାର ଠିକଣା ମାଗି ନେଲେ। ସେ ସେତେବେଳେ BA ପଢ଼ୁଥିଲା। ଏଇ ଗପ କରିବା ଭିତରେ ସେ ବୁଝି ଯାଇଥିଲା ତାଙ୍କର ଉଦ୍ଦେଶ୍ୟ। ସେ ଯାହା ହେଉ ସେଇଠୁ ଆରମ୍ଭ ହୋଇଥିଲା ଦୁହିଁଙ୍କର ସମ୍ପର୍କ।

ୟା ଭିତରେ ସେ କେତେଥର ପ୍ରଗତିର କଲେଜ୍ କୁ ଦେଖା କରିବାକୁ ଆସିଛନ୍ତି। କଥା ପ୍ରସଙ୍ଗରେ ତାଙ୍କର ଉଦ୍ଦେଶ୍ୟ ବ୍ୟକ୍ତ ବି କରିଛନ୍ତି।

ସେ ଗୋଟିଏ ଅଫିସ ରେ ନୂଆ ନୂଆ ଚାକିରି ଖଣ୍ଡିଏ କରିଛନ୍ତି। ଘର ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲେ ସାଧାରଣତଃ ସବୁ ଜାଣି ହୋଇ ଯାଏ ଆସ୍ତେ ଆସ୍ତେ।


ପ୍ରଗତିର ପାଠ ପଢ଼ା ସରିଲା। ଘରେ ଆଉ ଅଧିକ ପଢିବାକୁ ମନା କଲେ। ତେଣୁତାକୁ ଘରେ ବସିବାକୁ ପଡ଼ିଲା। ବାବାଙ୍କର ମୁଣ୍ଡରେ ଚିନ୍ତା ପଶିଲା ତାର ବାହାଘର। ସେ ଚିଠି ମାଧ୍ୟମରେ ଜଣେଇଦେଲା ଜୀବନକୁ। ମାତ୍ର ସେ ସେତେଟା ଗୁରୁତ୍ଵ ଦେଲେନି। ଖାମଖିଆଲ ଭାବେ ଗ୍ରହଣ କଲେ। ସେ କିନ୍ତୁ କିଛି ବୁଝି ପାରୁ ନ ଥାଏ। ଏମିତି କେତେ ଦିନ ଚାଲିଗଲା। ତାର ବାହାଘର ପାଇଁ ବାବା ପ୍ରସ୍ତାବ ଦେଖିଲେ। କୋଉଠି କିଛି ଭଲରେ ଠିକ୍ ହୋଇ ପାରିଲାନି। ସେ ଭାବୁଥାଏ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ।

 ଜୀବନ ଙ୍କ ଗାଁ ଠାରୁ ପ୍ରଗତିର ଗାଁ ବହୁତ୍ ଦୂର। ଏମିତି ଆଜି ପରି ଏଇ ଫୋନ୍ ସୁବିଧା ନ ଥିଲା। ଯାହା ଏଇ ଚିଠି ମାଧ୍ୟମରେ ଜଣା ଶୁଣା। ହଠାତ୍ ଦିନେ ଚିଠି ପାଇଲା ଜୀବନଙ୍କ ଠାରୁ ତାଙ୍କର ବାହାଘର ଗୋଟିଏ ଚାକିରିଆ ଝିଅ ସାଙ୍ଗରେ ହେବାକୁ ଯାଉଛି। ମନ ଦୁଃଖ ଲାଗିଲା। ଲୁଚେଇ ଲୁଚେଇ ଢେର୍ କାନ୍ଦିଛି। ମାତ୍ର ପ୍ରତିବାଦର ସ୍ଵର ଉଠେଇନି। ବିବାହ ସ୍ଵର୍ଗରୁ ଠିକ୍ ହୋଇଥାଏ। କୁହା ଯାଏ ପ୍ରଥମ ପ୍ରେମ ତା ସ୍ଥାୟୀ ନୁହେଁ କିନ୍ତୁ ପ୍ରଥମ ପ୍ରେମକୁ ଭୁଲି ହୁଏନା।


ସେହି ଦିନୁ ଜୀବନ ଠୁ ଅଧିକ ଭଲ ପାଉଥିବା ଜୀବନଙ୍କ ବିଷୟରେ ପ୍ରଗତି ଚିନ୍ତା କରିନି। ଯାହା ପାଖରେ ଟଙ୍କା ପଇସାର ଗୁରୁତ୍ଵ ବେଶୀ ତାକୁ ବିବାହ କରି କି ସୁଖ ପାଇଥାନ୍ତା। ଠିକ୍ କରିଛନ୍ତି ଭଗବାନ। ବାବାଙ୍କ ପାଖରେ ଅଳି କଲା ପ୍ରଗତି ନିଜ ଗୋଡ଼ରେ ଠିଆ ହେଲା ପରେ ବିବାହ କରିବ। ତେଣୁ ସେ ଉଚ୍ଚ ଶିକ୍ଷା ଲାଭ କରିବାକୁ ଚାଲିଗଲା ସହରକୁ। ପାଠ ପଢି ପ୍ରଗତି OAS ପାଇଛି। ବ୍ଲକ ର ବିଡ଼ିଓ ଭାବେ ଜଏନ କରିଲା । କର୍ମ କର୍ତ୍ତବ୍ୟକୁ ବ୍ରତ ଭାବେ ଗ୍ରହଣ କରି ରହିଗଲା ସାରା ଦିନ ଅବିବାହିତ। ଅବଶ୍ୟ ବାବାଙ୍କ ଦେହ ଅସୁସ୍ଥତା ଯୋଗୁଁ ସେ ଶଯ୍ୟା ଶାୟୀ ହେଲେ। ତାଙ୍କର ସେବା କରିବା ପ୍ରଗତି ପକ୍ଷେ ନିହାତି ଜରୁରୀ ବୋଲି ସେ ଭବିଦେଲା।

   ଆଉ ଏତେ ଦିନ ପରେ ଜୀବନର ଶେଷ ପର୍ଯ୍ୟାୟ ରେ ଜୀବନଙ୍କର ମନ ପଡ଼ିଲା ପ୍ରଗତି କଥା। ପ୍ରଗତିର ଗତି ବାଧା ହୀନ ହୋଇ ପଡ଼ିଥିଲା ଏଇ ଜୀବନ ପାଇଁ। ପ୍ରେମୀ ଜୀବନକୁ ସିନା ଛାଡ଼ିଲା କିନ୍ତୁ ନିଜ ଜୀବନକୁ ବଞ୍ଚେଇ ରଖିବାକୁ ପଡିବ ନା। ତେଣୁ ସେ ଜୀବନ କୁ ଗୋଟେ challenge ଭାବେ ଧରିନେଲା।

ଭାବନା ଭିତରୁ ଲେଉଟି ଆସିଲା ପ୍ରଗତି। ଜୀବନ ଯେଉଁ ଫୋନ୍ ନମ୍ବର ରେ ଫୋନ୍ କରିଥିଲେ ସେଇଥିରେ ଫୋନ୍ କରିଲା। ଜୀବନ ସହିତ କଥା ବାର୍ତ୍ତା ହେଲା। ଦୁଃଖ ସୁଖ ପରସ୍ପର କଥା ହେଲେ। ଜୀବନ ଜୀବନ ସାଥୀ ହୋଇ ପାରିଲେନି ସିନା ବନ୍ଧୁ ହୋଇ ରହି ପାରିବେ ତ। ଏମିତି ଦୁଇ ଚାରି ଥର କଥା ବାର୍ତ୍ତା ହେଲା ପରେ ଜୀବନ ଯେତେ ବେଳେ ଜାଣିଲେ ସେ ବର୍ତ୍ତମାନ ଜୀବନ ଠାରୁ ଅନେକ ଉଚ୍ଚରେ ସେତେବେଳେ ଜୀବନଙ୍କର ଈର୍ଷ୍ୟା ହୋଇଛି। ହଠାତ୍ ଦିନେ ଜୀବନ କହିଲେ ମୋର ଦରକାର ବେଳେ ଫୋନ୍ କରିବି ତୁମେ ଫୋନ୍ କରିବନି। ପ୍ରଗତି ର ବନ୍ଧୁତ୍ର ଗତି ମନ୍ଥର ହୋଇଗଲା। କିଛି ଆବଶ୍ୟକ ନାହିଁ ଜୀବନ ସହ ଏପରି ବନ୍ଧୁତ୍ବ। ଏବେ ସେ ତା ଫୋନ୍ ରୁ ଜୀବନ ଙ୍କ ନମ୍ବର ଡିଲିଟ କରି ଦେଇଛି। ତା ନିଜ ଜୀବନକୁ ନିଜର ବନ୍ଧୁ ବୋଲି ଭାବି ସେଇ ବନ୍ଧୁତ୍ୱ ରେ ବାନ୍ଧି ହୋଇ ଯାଇଛି।



Rate this content
Log in

Similar oriya story from Abstract