STORYMIRROR

Sukanti Mohanty

Abstract

3  

Sukanti Mohanty

Abstract

ଆଶାର ଆଲୋକ ଭାଗ ୫

ଆଶାର ଆଲୋକ ଭାଗ ୫

2 mins
120


ଅଶ୍ଵିନୀ ରାସ୍ତା ସାରା ଭାବି ଭାବି ଆସୁଥିଲା ସେଇ ରୋଜି କଥା। ଦୁହେଁ ପରସ୍ପରର ନାଁ ଜାଣି ନାହାଁନ୍ତି। ଅଶ୍ଵିନୀ ଭାବୁଛି ସେଇ ଗାଇଡ୍ କଥା। ରୋଜୀର ସୁଢଳ ଚେହେରା ଖୁବ୍ ଆକର୍ଷଣୀୟ। ତେଣୁ ଏ ଲୋକ ଖୁବ୍ ଚରିତ୍ର ହୀନ। ଏଇ ଝିଅ ଟିକୁ ଦେଖିଲେ ସେ ଚେଷ୍ଟା କରିବ ତା ଫାଶ ରେ ବାନ୍ଧିବାକୁ। ବିଭିନ୍ନ ଆଳ ଦେଖାଇ ତାକୁ ହଇରାଣ କରିବ। ସେଇଥି ପାଇଁ ପ୍ରଥମରୁ ତାକୁ ହଇରାଣ କରିବାର ଟ୍ରେଲର ଦେଖେଇ ସାରିଛି। ବିଚାରା ଝିଅଟି ଏବେ ଫସି ଯାଇଛି। ତାକୁ ଯେତେ କହିଲି ସେ କଣ ଶୁଣିଲା। ନ ଶୁଣୁ ନିଜେ ଭୋଗିବ।

କିନ୍ତୁ ଲାଗୁଥିଲା ଝିଅଟି ଖୁବ୍ ସରଳ ଆଉ ସାଦା ସିଧା। ଭଲ ବି ହୋଇ ଥିବ। ମୁଁ ଅଚିହ୍ନା, ଅପରିଚିତ। ତେଣୁ ହଠାତ୍ ମୋ କଥା ଗ୍ରହଣ କରିବା ଉଚିତ୍ ମନେ କଲାନି। ସେ ବି ଠିକ୍ କରିଛି। ନିଜର ବ୍ୟକ୍ତି ଗତ ଜୀବନ କେମିତି ହ୍ୟାଣ୍ଡଲ କରିବା କଥା ତାକୁ ବେଶ୍ ଜଣା।

 ତଥାପି ଅଶ୍ଵିନୀ ମନଟା ବୁଝୁ ନି କାହିଁକି। ଅନ୍ୟର ଯନ୍ତ୍ରଣା ଅନୁଭବ କଲେ କେତେ ଜଣ ଆତ୍ମ ସନ୍ତୋଷ ପାଆନ୍ତି। ସେଥି ମଧ୍ୟରୁ ଏ ଅଶ୍ଵିନୀ ଜଣେ। ପୁଣି କେବେ ଦେଖା ହେଲେ ସବୁ କଥା ବୁଝାଇଦେବ ନିଶ୍ଚୟ। ଜାଣୁ ଜାଣୁ ଗୋଟିଏ ଝିଅକୁ ହଇରାଣ ହେବାକୁ ଦେବନି।


ସକାଳୁ ସକାଳୁ ପୂର୍ଣ୍ଣିମା ଝିଅକୁ ଉଠାଇବାକୁ ଯାଇ ଦେଖିଲେ ଝିଅ ଦେହରେ ତାତିରେ ଖଇ ଫୁଟିଛି। ଭୀଷଣ ଜ୍ଵର। ଖୁବ୍ ଜୋର୍ ରେ ଡାକ ପକାଇଲେ। ସାନ ଝିଅ ଦୌଡ଼ି ଆସିଲା। ଦେଖିଲା ବୋଉ କାନ୍ଦୁଛି। ଦୌଡ଼ି ଯାଇ ବାପାଙ୍କୁ ଦାଣ୍ଡରୁ ଡାକି ଆଣିଲା। ବାପା ଦେଖିଲେ ରୋଜି ଦେହରେ ଏତେ ଜ୍ଵର। ତାକୁ ଡାକ୍ତର ଖାନା ନେବାକୁ ପଡିବ। ଶୀଘ୍ର ଶୀଘ୍ର ଯିବାକୁ ହେବ।

 ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କୁ ଦେଖାଇଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଜିକୁ ଆଡମିଟ୍ କରିବାକୁ ପଡିଲା। ହଠାତ୍ ଅଶ୍ଵିନୀ କିଛି ଔଷଧ ପତ୍ର ଧରି ସେଇ ୱାର୍ଡରେ ପହଞ୍ଚି ଗଲେ। ଅଶ୍ଵିନୀର ମାଆଙ୍କ ଦେହ ଅସୁସ୍ଥ। କାଲି ରାତିରେ ଆଡମିଟ୍ ହୋଇଛନ୍ତି। ଅପୂର୍ବ ସଂଯୋଗ। ରୋଜି ଶୋଇଛି। ଆଖି ଖୋଲି ନି। ନୂଆ ରୋଗୀଟିଏ କିଏ ଆସିଛି ବୋଲି ଅଶ୍ଵିନୀ ଯାଇ ଦେଖିଲା। ଯାହା ଦେଖିଲା ତା ଆଖିକୁ ବିଶ୍ବାସ କରି ପାରିଲାନି।

" ଏଇ ତ ସେଇ ଝିଅ। ଯାହାକୁ ମୁଁ କାଲି ଦେଖିଥିଲି। ସେ ଆଉ କେହି ଅନ୍ୟ ଝିଅ ନୁହେଁ ତ। ଦେହରେ ଚାଦର ଘୋଡେ଼ଇ ହୋଇ ରହିଛି। କେବଳ ମୁହଁର ଗୋଟିଏ ପାଖ ଦିଶୁଛି। ତାଙ୍କର କେହି ନିଜ ଲୋକ ନିଶ୍ଚୟ ଥିବେ। ତାଙ୍କୁ ପଚାରି ବୁଝିଲେ ସବୁ ଜଣା ପଡ଼ିବ "ଠିକ୍ ଏତିକି ବେଳେ ରୋଜି ବାପା ଗରମ ପାଣି ଧରିକି ଆସିଲେ। ଥୋଇ ଦେଇ ପାଖରେ ଥିବା ଚଉକିରେ ବସି ପଡିଲେ।


ଅଶ୍ଵିନୀ ପାଖକୁ ଯାଇ ପଚାରିଲା। କୋଉଠୁ ଆସୁଛନ୍ତି। ଏକଣ ହେବେ ଇତ୍ୟାଦି ଇତ୍ୟାଦି କେତେ କଥା। ସବୁ ଶୁଣି ସାରି ଅଶ୍ଵିନୀ

ନିଶ୍ଚିତ ହୋଇଗଲା ଇଏ ସେଇ ଝିଅ। ଅଶ୍ଵିନୀ ମଧ୍ୟ ନିଜ ପରିଚୟ ଦେଲା। କାଲିର ଘଟଣା କଥା କହିଲା। ରୋଜି ବାପା ମଧ୍ୟ ଜାଣି ଗଲେ ଇଏ ସେଇ ପିଲା ଯାହା କଥା ରୋଜି କହିଥିଲା।

ଅଶ୍ଵିନୀ ଏଥର ଗୋଟିଏ ମଉକା ପାଇ ଗଲା।ରୋଜି ବାପାଙ୍କ ଆଗରେ ସେ ଗାଇଡ୍ ବିଷୟରେରେ ସବୁ କହି ପାରିଲା। କହି ସରିଲା ପରେ ଟିକେ ହାଲକା ଅନୁଭବ କଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract