Sukanti Mohanty

Abstract

4  

Sukanti Mohanty

Abstract

ଆଶାର ଆଲୋକ (ଭାଗ ୨)

ଆଶାର ଆଲୋକ (ଭାଗ ୨)

2 mins
295



"ଏଇ ରୋଜି ଆମର କଣ ଘରେ ନାହିଁ କି ରାଜେଶ୍? କଣ ତାର ଦେଖା ଦର୍ଶନ ନାହିଁ। କୁଆଡେ଼ ଯାଇଛି କି?"

-"ହଁ ସେ ଭୁବନେଶ୍ୱର ଯାଇଛି। Phd ପାଇଁ ତାର କାଲି entrance ଅଛି। ଆଜି ସକାଳେ ଯାଇଛି। ସାଙ୍ଗ ପାଖରେ ରହିବ। ପରୀକ୍ଷା ସରିଲେ ଫେରିବ।"।

-" ହଉ ମୁଁ ଆସୁଛି। ମୋ କଥା ବିଚାର କରି ଜଣାଇବୁ। ଆସୁଛି ଭାଉଜ। ଆଉ ଦିନେ ଆସିଲେ ତୁମ ହାତ ରନ୍ଧା ଖାଇ କି ଯିବି।"

ଶରତ ଚାଲିଗଲେ। ପୂର୍ଣ୍ଣିମା ଦେବୀ ଘର ଭିତରୁ ବାହାରି ଆସିଲେ।

-" କଣ ତୁମ ସାଙ୍ଗ କହୁଥିଲେ କି?"

-" ଏଇ ଆମ ରୋଜି କଥା। ତା ପୁଅ ପାଇଁ ପ୍ରସ୍ତାବ।" 

-" କଣ କରୁଛି?

-"  ବିଦେଶ ରେ ଡାକ୍ତର। ପ୍ରସ୍ତାବ ମନ୍ଦ ନୁହେଁ। କିନ୍ତୁ ......।

-" କି ଭଲ ପ୍ରସ୍ତାବ ମ। ବିଦେଶ ମାଟିରେ ଚାକିରି। ମଲା ଗଲା ବେଳେ ମୁଁହ ଦେଖିବାକୁ ମିଳିବନି। ପୁଣି .......।

-" ପୁଣି କଣ। କହୁନ ଅଟକି ଗଲ କାହିଁକି?

-" ଏଇ ବିଦେଶ ମାଟି। ଯିଏ ଗଲା ସେଇଠି ରହିଲା। ସେଠିକାର ଝିଅ ମାନଙ୍କର ଆମ ମାନଙ୍କ ପରି କଣ ଶୃଙ୍ଖଳା ଅଛି ନା ବାଛବିଚାର ଅଛି। ଉପରେ ପଡ଼ିବେ। ବର୍ଷେ ଦି ବର୍ଷ କାଟି ଦେଲାପରେ ପୁଣି ନୂଆ ଖୋଜିବେ।"

-" ହଁ ତୁମେ ଠିକ୍ କହିଛ। କିନ୍ତୁ ସମସ୍ତେ କଣ ସେପରି "

-" ଏଇ ନନ୍ଦ ବାବୁଙ୍କ ପୁଅ କଥା ଦେଖିଲ ନି। କେତେ ହଇରାଣ ହେଲେ। ଏଠିକି ଆସିଲା। ବର୍ଷ ଦି ଟା ରହିଲା କି ନାହିଁ। ତା ଦେଶକୁ ସେ ଚାଲିଗଲା। ପୁଅ ପାଇଁ ଗୋଟେ ପ୍ରସ୍ତାବ ଖୋଜିଲା ବେଳକୁ ନାକେଦମ୍ ହେଲେ। ସମସ୍ତେ ଦୋଡ ପକ୍ଷ କହି ନାକ ଟେକିଲେ।

ସିଆଡେ ଯିଏ ଗଲେ ସେଇଠି ଗୋଟେ ବାହା ହୋଇ ପଡ଼ୁଛନ୍ତି।"।

-" ହଉ ରୋଜି ଆସୁ। ତାକୁ ପଚାରିବା। ସିଏ କଣ କହୁଛି।

-" ତୁମେ କଣ ଭାବୁଛ ସେ ହଁ କରିବ। ମୁଁ ତାର ମାଆ। ତୁମ ଅପେକ୍ଷା ମୁଁ ତାକୁ ବେଶି ଚିହ୍ନିଛି।"

-" ହଉରେ ବାବା। ତୁମ କଥା ରହୁ। ସରକାର ନାରୀ ସଶକ୍ତି କରଣ ଡେଙ୍ଗୁରା ପିଟୁଛନ୍ତି। ତୁମକୁ ସବୁ ସ୍ଵାଧୀନତା ଦିଆ ହେଇଛି।"।


ରୋଜି ଆସି ପହଞ୍ଚି ଯାଇଛି। ପରୀକ୍ଷା ଖୁବ୍ ଭଲ ହୋଇଛି। ଭଲ ଛାତ୍ରୀ। ପରୀକ୍ଷାରେ

ଭଲ କରି ଥିବ ନିଶ୍ଚୟ। ବାପା ବୋଉ ବିଶ୍ବାସ ରଖି ଛନ୍ତି। ଫେଲୋସିପ ପାଇ ସେ Phd କରିବ। ସରକାର ଷ୍ଟାଇପେଣ୍ଡ ଦେବେ। ତାର ପଢ଼ା ଖର୍ଚ୍ଚ ହୋଇ ଯିବ ଆଉ କିଛି ମଧ୍ୟ ଘରକୁ ସାହାର୍ଯ୍ୟ କରି ପାରିବ। ବାପା ଟିକେ ଆର୍ଥିକ ହାଲିଆ ହେଲେଣି। ଭାଈ ଭଉଣୀ ଦୁଇ ଜଣ ପଢ଼ୁଛନ୍ତି। ତାଙ୍କ କଥା ବୁଝିବାକୁ ପଡ଼ିବ। ଦୃଢ଼ ମନୋବଳ ଆଗରେ ସବୁ ବାଧା ବିଘ୍ନ ହାର ମାନେ। ଏ କଥା ରୋଜି ପିଲା ଦିନୁ ବାପାଙ୍କ ଠାରୁ ଶିଖିିଛି।

 



Rate this content
Log in

Similar oriya story from Abstract