Sukanti Mohanty

Abstract

4  

Sukanti Mohanty

Abstract

ଆଶାର ଆଲୋକ୧

ଆଶାର ଆଲୋକ୧

3 mins
271


ଦାଣ୍ଡ ପଟୁ ରାଜେଶ ବାବୁ ଖବକାଗଜ ଖଣ୍ଡେ ଧରି ପଶି ଆସୁ ଆସୁ ଡାକ ଛାଡ଼ିଲେ ପୂର୍ଣ୍ଣିମା ଦେବୀ ଙ୍କୁ।-" ହଇ ହେ ଶୁଣୁଛ! ଦେଖ ଏ କାଗଜରେ କଣ ବାହାରିଛି। ଆମ ରୋଜି କଲେଜରେ ପ୍ରଥମ ହୋଇଛି। ସେ ସ୍ଵର୍ଣ୍ଣ ପଦକ ପାଇବ। ଏଇଟା କଣ କମ୍ କଥା। ସେ ଯାହା ହେଉ ମୋର ଆଜି ଗର୍ବରେ ଛାତି କୁଣ୍ଢେ ମୋଟ ହୋଇ ଯାଉଛି। ଆମ ଭଳିଆ ନିମ୍ନ ମଧ୍ୟବିତ୍ତ ପରିବାରର ଏକ ମାତ୍ର ଲକ୍ଷ୍ୟ ପିଲାଙ୍କୁ ମଣିଷ କରିବା।"

ପୂର୍ଣ୍ଣିମା ଦେବୀ ହାତ ଯୋଡ଼ି ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲେ। "ହେ ପ୍ରଭୁ ମୋ ଝିଅକୁ ଆଶିଷ ଦିଅ। ସେ କେମିତି ନିଜ ଗୋଡ଼ରେ ଠିଆ ହେବ।"।

-"କାଲି ପୂର୍ଣ୍ଣିମା ଘରକୁ ଆସୁଛି। ତା ପାଇଁ ଗୋଟିଏ ଛୋଟକାଟିଆ ପାର୍ଟି ର ବ୍ୟବସ୍ଥା କରିବାକୁ ହେବ।"

-" ତୁମେ ଠିକ୍ କହିଛ। ସେ ଆସୁ। କାହାକୁ କାହାକୁ ସେ ଡାକିବ। କେତେଜଣଙ୍କୁ ଡାକିବ ସେ ଆସିଲେ କହିବ।"

ରୋଜି। ନାଁ ଟା ଯେମିତି ରୂପ ମଧ୍ୟ ସେମିତି। ଉଚ୍ଚତା ପାଞ୍ଚ ଫୁଟ ଚାରି ଇଞ୍ଚ୍। ଯାହା ଭାରତୀୟ ନାରୀଙ୍କର ସାଧାରଣ ଉଚ୍ଚତା। ଗୋରା ତକ୍ ତକ୍ ନିଖୁଣ ଶରୀର। ମୁହଁ ଟି ପୂର୍ଣ୍ଣିମା ରାତ୍ରିର ଚାନ୍ଦ ପରି। କ ଅଁ ଳ ଗୋଲାପ ପାଖୁଡ଼ା ପରି ସୁବାସିତ ରୂପ। କଥା ବାର୍ତ୍ତା ମଧ୍ୟ ଅତି ସାଧାରଣ ଆଉ ସରଳ। ଯେ କେହି ରୂପ ଆଉ ଗୁଣରେ ଆକୃଷ୍ଟ ହୋଇଯିବ। କେତେ କେତେ ଯୁବକ ତା ଆଡକୁ ଟାଣି ହୋଇ ଆସି ଛନ୍ତି କିନ୍ତୁ ସେ କାହାକୁ ପ୍ରଶୟ ଦେଇନି। ସେ ସେମିତି କା ଝିଅ ନୁହେଁ। ତା ଉପରେ ଅନେକ ଦାୟିତ୍ଵ ଆଉ କର୍ତ୍ତବ୍ୟ ଅଛି। ସାନ ଭାଇ ଓ ସାନ ଭଉଣୀକୁ ମଣିଷ କରିବାକୁ ସେ ଅଙ୍ଗୀକାର ଓ ପ୍ରତିବଦ୍ଧତା କୁ ନେଇ ସେ ଆଗକୁ ଚାଲିଛି। ତେଣୁ ସେ କୁଆଡ଼କୁ ନଜର ଦେଇନି। ତାର ନଜର ତା ଲକ୍ଷ୍ୟ ସ୍ଥଳ। ଝିଅ ହେବ ତ ପୂର୍ଣ୍ଣିମା ପରି ହେବ ବୋଲି ଗାଁ ଗଣ୍ଡା, ବନ୍ଧୁ ବାନ୍ଧବ ସମସ୍ତେ କୁହନ୍ତି।

ସର୍ବଗୁଣା ସମ୍ପର୍ଣ୍ଣ ଝିଅ ପାଇଁ ବାପା ରାଜେଶ ବାବୁ ଗର୍ବ ଅନୁଭବ କରନ୍ତି। ଆଜି କିନ୍ତୁ ସେ ଛାତି ଦ୍ଵିଗୁଣିତ ହୋଇ ଯାଇଛି। ଝିଅ ଆଜି ଟପ୍ପର ହୋଇଛି। ଚାରି ଆଡୁ ଝିଅ ପାଇଁ ପ୍ରସ୍ତାବର ସୁଅ ଛୁଟିଲା। କିନ୍ତୁ ଝିଅର ଏକା ଜିଦ୍ ପାଠ ପଢ଼ିବ।

 ଏମ୍ ଏ ରେ ନାଁ ଲେଖେଇ ଦେଲା। ଦୃଢ଼ ମନୋବଳ ଆଗରେ ସବୁ ପ୍ରତିବନ୍ଧକ ହାର ମାନେ। ନିଜର ଅଧ୍ୟବସାୟ, ନିଷ୍ଠା, ଚେଷ୍ଟା, ଓ ଉଦ୍ୟମ ମଣିଷକୁ ତା ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦିଏ। ଆତ୍ମ ବିଶ୍ବାସ ହିଁ ହେଉଛି ସବୁଠାରୁ ବଡ଼ ଆୟୁଧ। ଏଇ ଆୟୁଧକୁ ଆଶ୍ରୟ କରି ପୂର୍ଣ୍ଣିମା ଆଗକୁ ବଢିବାର ପ୍ରୟାସ ଜାରି ରଖିଛି।

ଦୃଢ଼ ଇଚ୍ଛା ଶକ୍ତି କେବେ ହାର ମାନେନି। ରୋଜି କିପରି ହାରି ଯାଇ ଥାଆନ୍ତା ଯେ। ସେଇ ସ୍ଵର୍ଣ୍ଣ ପଦକ ପ୍ରାପ୍ତ ହୋଇ ଏମ୍ ଏ ପାସ କଲା। ପୁଣି ତାର ଇଛା Phd କରିବାକୁ। କିନ୍ତୁ ଆର୍ଥିକ ଅବସ୍ଥା ତାର ବଡ଼ ପ୍ରତିବନ୍ଧକ ସାଜିଲା। ଫେଲୋସିପ ପାଇ Phd କରିବାକୁ entrance ଦେବାକୁ ପଡ଼ିବ। କିନ୍ତୁ ଘର କଥା ପୁଣି ବୁଝିବାକୁ ପଡ଼ିବ ନା। କଣ କରିବ ଭାବି ଭାବି ଦୋଦୁଲ୍ୟମାନ ଅବସ୍ଥାରେ ପଡ଼ିଲା।

ଠିକ୍ ଏତିକି ବେଳେ ଦେବଦୂତ ପରି ହଠାତ୍ ଆସି ପହଞ୍ଚି ଗଲେ ବାପାଙ୍କର ପିଲା ଦିନ ସାଙ୍ଗ ଶରତ ନାୟକ। ବେଶ୍ ସ୍ୱଚ୍ଛଳ। ବାପାଙ୍କୁ ଭେଟି ବାକୁ ଆସିଥିଲେ। କେବଳ ସେତିକି ନୁହେଁ। ଠାକୁର ଦେଖିବା ଆଉ କଦଳୀ ବିକିବା ଦୁଇଟି କାମ ଏକାଠି କରିବା ଉଦ୍ଦେଶ୍ୟ ରେ ସେ ଆସିଥିଲେ।

ରାଜେଶ୍ ବାବୁଙ୍କର୍ ଶରତ ବାବୁ ହେଉଛନ୍ତି ପିଲା ଦିନ ସାଙ୍ଗ। ବହୁ ଦିନ ହେଲା ଦେଖା ହୋଇନି। କୃଷ୍ଣ ସୁଦାମା ପରି ସାଙ୍ଗ। ବେଶ୍ ଅନ୍ତରଙ୍ଗ। ଶରତ କୁ ଦେଖି ରାଜେଶ୍ ଖୁବ୍ ଖୁସି ହେବା ସଙ୍ଗେ ସଙ୍ଗେ ଆଶ୍ଚର୍ୟ୍ଯ ମଧ୍ୟ ହୋଇ ଗଲେ। ଏମିତି ଏ ଅବେଳରେ ଖବର ନ ଦେଇ ଚାଲି ଆସିବା ଟା ତା ପାଇଁ ଆଶ୍ଚର୍ଯ୍ୟ ଜନକ ନୁହେଁ କି?

-" କିରେ ରାଜେଶ୍ କେମିତି ଅଛୁ?"

-" ହଁ ଖୁବ୍ ଭଲ। ଆଉ ତୁ?

-" ମୋତେ ଦେଖି କଣ ଆଶ୍ଚର୍ଯ୍ୟ ହୋଇ ଗଲୁ ବୋଧେ। ଏବେ କୁହ ମୋ surprise ଟା କେମିତି ଲାଗିଲା?"

-" ଏବେ ବି ତୋର ସେ ପାଗଳାମି ଗଲାନି। ପାଗଳ କୋଉଠି କାର "

-" ଆରେ ସାଙ୍ଗ ସହିତ ସାଙ୍ଗ ପାଗଳାମି କରିବନି ତ ଆଉ କାହା ସଙ୍ଗରେ କରିବ। ତା ପରେ ତୁ ତ ମୋର ଅନ୍ତରଙ୍ଗ।"

-" ହଉ ବସ ବସ । ମୁଁ ଯାଏ ପୂର୍ଣ୍ଣିମା କୁ କହେ ତୋ ପାଇଁ ରୋଷେଇ ବାସ ର ବ୍ୟବସ୍ଥା କରିବ।

-" ଆରେ ନାଇଁ ନାଇଁ। ମୁଁ ଏବେ ଚାଲି ଯିବି। କେବଳ ଚା କପେ ହେଲେ ଚଳିବ।

ଠିକ୍ ଏଇ ସମୟରେ ପୂର୍ଣ୍ଣିମା ଦେବୀ ଚା ଜଳ ଖିଆ ଧରି ଆସିଲେ।

-"ଆରେ କହୁ କହୁ ଆସି ପହଞ୍ଚି ଗଲା ଚା ଆଉ ଜଳଖିଆ।"

-" ହଁ ମୁଁ ଘରେ ଥାଇ ଶୁଣିଛି ଆପଣ ଙ୍କ ତୁଣ୍ଡ। ମୋତେ ଆଦେଶ ଦେବା କିଛି ଆବଶ୍ୟକ ନାହିଁ।"

-"ଆରେ ବାଃ।Very ସ୍ମାର୍ଟ ।

ଦୁହେଁ ହସି ଉଠିଲେ। ପୂର୍ଣ୍ଣିମା ଦେବୀ ଭିତରକୁ ଚାଲି ଗଲେ।

ଚା ଜଳ ଖିଆ ଖାଉ ଖାଉ ଦୁହେଁ ଭଲ ମନ୍ଦ କଥା ବାର୍ତ୍ତା ହେଲେ। ରୋଜି କଥା ମଧ୍ୟ କଥା ହେଲେ। ଶରତ ମଧ୍ୟ ତାର ଏକ ମାତ୍ର ପୁଅ ଶୋଭନ କଥା କହିଲେ। ଆମେରିକାରେ ଡାକ୍ତର। କଥା ଛଳରେ ରୋଜି ସହ ବିବାହ ପ୍ରସ୍ତାବ ମଧ୍ୟ କହିଦେଲେ। ତାର Phd କଥା ମଧ୍ୟ ସେ ବୁଝିବେ ବୋଲି ପ୍ରସ୍ତାବ ରଖିଲେ। କିନ୍ତୁ ରାଜେଶ୍ ଏଥିରେ ସହ ମତ ହୋଇ ପାରିଲେ ନାହିଁ। କାରଣ ସେ ତାଙ୍କ ଝିଅକୁ ଠିକ୍ ଜାଣିଛନ୍ତି। କାହାର ଅନୁକମ୍ପା ମୂଳକ ସାହାର୍ଯ୍ୟ ସହଜରେ ଗ୍ରହଣ କରି ପାରିବନି। 


Rate this content
Log in

Similar oriya story from Abstract