STORYMIRROR

Sukanti Mohanty

Abstract

3  

Sukanti Mohanty

Abstract

ଆଶାର ଆଲୋକ ଭାଗ-୩

ଆଶାର ଆଲୋକ ଭାଗ-୩

1 min
184


ମଣିଷ ହିଁ ପୃଥିବୀରେ ସବୁଠାରୁ ସଚେତନ ଭବିଷ୍ୟତ ପାଇଁ। ତେଣୁ ସେ ଭବିଷ୍ୟତ ପାଇଁ ସୁନ୍ଦର ସୁନେଲି ସ୍ବପ୍ନ ଦେଖେ ଆଉ କଳ୍ପନା ବି କରେ। ସେଥି ପାଇଁ ସେ ଦୁଃଖ ଭୋଗ ମଧ୍ୟ କରେ। ଆଦିମ କାଳରୁ ଅଦ୍ୟମ ପ୍ରଚେଷ୍ଟା ଆଉ ଉଦବେଗ କେବଳ ଏଇ ଭବିଷ୍ୟତ ପାଇଁ। ରୋଜି ମଧ୍ୟ ଭବିଷ୍ୟତ ପାଇଁ ଅନେକ ଯୋଜନା ଆଉ ସ୍ବପ୍ନ ଦେଖିଛି। ଭାଇ ଭଉଣୀଙ୍କୁ ମଣିଷ କରିବ। ବାପା ମାଆଙ୍କର ଭଲ ଭାବେ ଦାୟିତ୍ଵ ନେବ। ଏମିତି ଅନେକ କିଛି ତା ମନରେ ଅଛି।


ବିବାହ କରିବା କଥା ଶୁଣୁ ଶୁଣୁ ସେ ଚିହିଁକି ଉଠିଲା। ଏବେ ବିବାହ କଥା କେହି ନାଁ ଧର ନାହିଁ ବୋଲି ସଫା ସଫା ଶୁଣାଇ ଦେଲା। ପାଠ ପଢା ବ୍ୟାଘାତ ହେବାର ଭୟ ଅଛି ବୋଲି ମାଆ ଆଗରେ କହିଦେଇଛି। ତେଣୁ ବାପା ମାଆ ନୀରବ ରହିଲେ।


ଆଜି Phd entrance ର ଫଳ ବାହାରିଛି। ଯିଏ ପିଲା ଦିନରୁ ପ୍ରଥମ ହୋଇ ଆସିଛି ସେ କଣ ଏ ପରୀକ୍ଷାରେ ହାର ମାନିବ। ଖୁବ୍ ଭଲ ହୋଇଛି। ଷ୍ଟାଇପେଣ୍ଡ ପାଇ ପାଠ ପଢ଼ିବ। ବାପାର ଗୋଡ଼ ତଳେ ଲାଗୁନି। ମାଆ କେତେ ଦିଅଁ ଦେବତାଙ୍କୁ ପୂଜା କରି ପକାଇଲେ।


ଆତ୍ମ ବିଶ୍ୱାସ ମଣିଷକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦିଏ, ଯଦି ଅଧ୍ୟବସାୟ ଥାଏ। ରୋଜିର ନିଜ ଉପରେ ପ୍ରଗାଢ଼ ବିଶ୍ୱାସ ହିଁ ସଫଳତା ଆଣିବାରେ ସାହାର୍ଯ୍ୟ କରିଛି। ସମସ୍ତଙ୍କର ବିଶ୍ବାସ ଭାଜନ ହୋଇ ପାରିଛି ରୋଜି। ଭଦ୍ରୋଚିତ ବ୍ୟବହାର, ଶାନ୍ତ, ନମ୍ରତା ଯୋଗୁଁ ସାଙ୍ଗ ସାଥୀ ଶିକ୍ଷକ ମହଲରେ ଅତି ପ୍ରିୟ ପାତ୍ରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract