Sukanti Mohanty

Others

3.4  

Sukanti Mohanty

Others

ଆଶାର ଆଲୋକ ଭାଗ୭

ଆଶାର ଆଲୋକ ଭାଗ୭

2 mins
206


ରୋଜି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ। ପଢ଼ା ପଢ଼ିରେ ଟିକେ ଲାଗିଲାଣି ।

ବାପା କହିଥିବା କଥାକୁ ସେ ଟିକେ ଧ୍ୟାନ ଦେଲା। ବାପା ଏମିତି ସେମିତି କଥା କେବେ କୁହନ୍ତିନି କି ଶୁଣନ୍ତିନି। ବାପା ଯେଉଁଠୁ ହେଲେ କିଛି ନିଶ୍ଚୟ ଖାସ୍ କଥା ଜାଣିଛନ୍ତି। ସେ ସାମାନ୍ୟ ସାଧାରଣ କଥାରେ ବିଶ୍ୱାସ ଯାନ୍ତିନାହି। ଅନୁସନ୍ଧାନ କରିବାକୁ ପଡ଼ିବ ନିଶ୍ଚୟ। ବିଶ୍ୱବିଦ୍ୟାଳୟ ଆଡେ଼ ଟିକେ ଯାଇ ଅନୁସନ୍ଧାନ କଲେ ଜଣା ପଡ଼ିବ ଭାବି ରୋଜି ଗଲା। ଠିକ୍ ଫାଟକ ପାଖରେ ଅଶ୍ଵିନୀ ଦେଖା ହୋଇ ଗଲା। ରୋଜି ନ ଦେଖିଲା ପରି ଚାଲି ଯାଉ ଯାଉ ଅଶ୍ଵିନୀ ପଚାରି ଦେଲା -"ହାଏ ରୋଜି! କଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଗଲ ତ"ରୋଜି ଆଶ୍ଚର୍ଯ୍ୟ ହୋଇଗଲା। ୟା ଭିତରେ ମୋ ନାଁ ଆଉ ମୋ ଅସୁସ୍ଥ କଥା ସେ ଜାଣି ଗଲାଣି। ବଡ଼ ସାଙ୍ଘାତିକ ପିଲା। ସେ ମୋ ପଛରେ ପଡ଼ିଯାଇଛି।

 -" ଆପଣ ମୋ ନାଁ ରୋଜି ବୋଲି ଜାଣିଲେ କିପରି। ପୁଣି ଦେହ ଅସୁସ୍ଥ କଥା? କଣ ମୋ ପଛରେ ଗୁଇନ୍ଦା ଗିରି ଆରମ୍ଭ କରି ଦେଇଛନ୍ତି କି?"

-" ନା ନା ମୁଁ ଗୋଇନ୍ଦାଗିରି କାହିଁକି କରିବି। ଏଇ ତୁମେ ଯେଉଁ ବେଡ୍ରେ ଥିଲ ସେ ପାଖ ବେଡ୍ରେ ମୋ ମାଆ ପଡ଼ିଥିଲେ।"

ରୋଜି ଠିକ୍ ବୁଝି ଗଲା। ଏ ସବୁ ଏ ପିଲାର କାମ। ବାପାଙ୍କୁ ସବୁ ଏଇ ପିଲା ହିଁ କହିଛି। ତା ହେଲେ ବାପା ସବୁ କହିଛନ୍ତି।

-" ହଁ ସୁସ୍ଥ ହୋଇ ଯାଇଛି। ଆପଣ ତା ହେଲେ ବାପାଙ୍କ ସହ ଗପ ଜମେଇ ଦେଇଛନ୍ତି।"

-" ଗପ ନୁହେଁ। ପାଖ ବେଡ୍ ତ। ସାଧାରଣ ଭାବେ ଡାକ୍ତରଖାନାରେ ପାଖାପାଖି ବେଡ୍ ଲୋକ ସହ ସମ୍ପର୍କ ରଖିବାକୁ ପଡ଼େ। ସମ୍ପର୍କ ମାନେ ଚିହ୍ନା ପରିଚିତ,। ତେଣୁ ଆମେ ଦୁହେଁ କଥା ବାର୍ତ୍ତା ହୋଇ ଥିଲୁ। ତା ପରେ ତୁମେ ଶୋଇଥିବା ବେଳେ ମୁଁ ତୁମକୁ ଚିହ୍ନି ଦେଲି "

-" ଓହୋ ଏମିତି କଥା। ଆଉ ସବୁ ବାପାଙ୍କୁ କଣ କହିଛନ୍ତି।

-" ହଁ ଏଇ guide କଥା।

-" ଠିକ୍ ଅଛି ମୋ କଥା ମୁଁ ବୁଝିବି। ଆପଣ ବ୍ୟସ୍ତ ହୁଅନ୍ତୁନି।

ରୋଜି ଆଗକୁ ବଢିଲା। ପଛରୁ ଅଶ୍ଵିନୀ ଦେଖୁ ଥିଲା। ତାର ତା ପ୍ରତି ଏଇ କଥା କେଇ ପଦରେ ଦୁର୍ବଳତା ଆସି ଗଲା। କାରଣ ସେ ଖୁବ୍ ଭଲ ବ୍ୟକ୍ତିତ୍ୱର ଝିଅ ବୋଲି ଜଣା ପଡିଲା। ବ୍ୟକ୍ତିତ୍ଵ ମଣିଷକୁ ସବୁଠାରେ ପରିଚୟ କରାଇ ଥାଏ। ସୁନ୍ଦରତା ସେଇ ବ୍ୟକ୍ତିତ୍ଵରେ ଥାଏ। ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ଅନ୍ତର ସୌନ୍ଦର୍ଯ୍ୟ ବେଶ ମନୋରମ ଆଉ ଶୃଙ୍ଖଳ। ଯାହା ରୋଜି ପାଖରେ ଥିଲା।

 ରୋଜି ଘରକୁ ଫେରିବା ବାଟରେ ଭାବି ଭାବି ଆସୁଥିଲା। କାହିଁକି ଏ ପିଲା ମିଛ କହିବ? ତାର କି ସ୍ୱାର୍ଥ ଅଛି। କିଛି ସତ୍ୟତା ଥିବ ନିଶ୍ଚୟ। ତଥାପି ଅନୁସନ୍ଧାନ ଆଉ ଟିକେ କରିବାକୁ ପଡ଼ିବ। ଏମିତି ଶୁଣି ଦେଇ ବିଶ୍ୱାସ କରିବା ଅର୍ଥ ପର ତୁଣ୍ଡରେ ସୁଆଦ ଚାଖିବା। କିଛି ଦିନରେ ଜଣା ପଡ଼ିଯିବ ନିଶ୍ଚୟ।

ଘରକୁ ଫେରି ଆସିଲା ରୋଜି।

ଅଶ୍ଵିନୀ ଭାବୁଥିଲା ରୋଜି କଥା। ତାର ପ୍ରତ୍ୟେକ କଥା ଧାଡ଼ି ଧାଡ଼ି ହୋଇ କାନରେ ବାଜି ଯାଇଥିଲା। ଝିଅଟି ସୁନ୍ଦର ଯେମିତି ଗୁଣର ସେମିତି। ପାଠ ପଢା ମଧ୍ୟ ତତୋଧିକ । ସର୍ବ ଗୁଣ ସମ୍ପର୍ନ୍ନ। କ୍ଵଚିତ ଝିଅ ଏ ଯୁଗରେ ଏମିତି।



Rate this content
Log in