STORYMIRROR

Sukanti Mohanty

Abstract

4  

Sukanti Mohanty

Abstract

ଆଶାର ଆଲୋକ

ଆଶାର ଆଲୋକ

2 mins
336


ରୋଜି P hd ପାଇଁ ରେଜିଷ୍ଟ୍ରେସନ୍ କରିଦେଲା।guide ମଧ୍ୟ ଠିକ୍ କରି ସାରିଲା। ବିଷୟ ମଧ୍ୟ ଠିକ୍ କରି ସାରିଲା।ଥେସିସ ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ସିନୋପସିସ କରିବାକୁ ହେବ।guide ସହିତ କଥା ହୋଇ ସାରିଛି। ସେ କହିଲେ synopsis କରି ଆଣିଲେ ସେ ଠିକ୍ କରିଦେବେ। ତିଆରି କରିବା ପ୍ରଣାଳୀ କହିଦେଲେ କିନ୍ତୁ ରୋଜି ର ଅବୁଝା ରହି ଗଲା। ରୋଜାଲିନ ଦାସ ଯିଏ ବିଶ୍ୱବିଦ୍ୟାଳୟରେ ଦିନେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ଶ୍ରେଣୀ ରେ ପ୍ରଥମ ହୋଇ ଆସିଛି ସେ ଆଜି ଏ ସୂଚୀପତ୍ର ବୁଝି ପାରୁ ନାହିଁ। ବ୍ୟତିବ୍ୟସ୍ତ ହୋଇ guide ଙ୍କ ଚାମ୍ବର ଭିତରୁ ଆସିଲା ବେଳେ ଦେଖା ହେଲା ଅଶ୍ୱିନୀ ଙ୍କ ସହ। ଅଶ୍ଵିନୀ ସେଇ guide ପାଖରେ ଏବେ Phd କରୁଛନ୍ତି । ଦୁଇ ବର୍ଷ ହୋଇ ଗଲାଣି। ରୋଜିର ଏ ବ୍ୟସ୍ତତା ଦେଖି ତାକୁ ଅଟକାଇଲା

-"  ହ୍ୟା ଲୋ।

ନ ଦେଖିଲା ପରି ରୋଜି ଆଗକୁ ଚାଲିଲା।

-" ମୁଁ କିଛି ପଚାରୁଛି। ଶୁଣିଲେ ଆଉ ଉତ୍ତର ଦେଲେ ଆପଣଙ୍କର ମଙ୍ଗଳ ହେବ।"

-" ଆଜ୍ଞା କୁହନ୍ତୁ। କଣ ପଚାରିବେ ପଚାରନ୍ତୁ।"

-" are you research scholar?

-" yes

-" ଏଇ ସାର୍ ଆପଣ ଙ୍କ guide କି?"

-" ଆଜ୍ଞା "

-" ସେ ମୋଟେ ଭଲ ନୁହଁନ୍ତି। କିଛି ବି ସାହାର୍ଯ୍ୟ କରିବେନି। ଯେହେତୁ ତାଙ୍କ ନାଁ ଲେଖି ରେଜିଷ୍ଟ୍ରେସନ୍ କରି ଦେଇଛନ୍ତି ଆଉ change କଲେ ଭଲ ହେବନି। ତେଣୁ କିଛି ଖରାପ ଭାବିବେନି। ଆଉ ଜଣଙ୍କୁ co guide ରଖନ୍ତୁ। ମୁଁ ଏମିତି ହଇରାଣ ହୋଇ ଥିଲି।

-" ଆପଣ କିଏ ଏପରି ଉପଦେଶ ଦେବାକୁ। ଆପଣ ମୋ ପାଇଁ ଅପରିଚିତ।

-"ଆପଣ ଯଦି ଖରାପ ଭାବୁଛନ୍ତି ତା ହେଲେ ଠିକ୍ ଅଛି ମୁଁ ଆଉ କିଛି କହିବାକୁ ଚାହୁଁ ନି। ମୁଁ ଆସୁଛି।"

ଅଶ୍ଵିନୀ ଚାଲି ଗଲା। କିନ୍ତୁ ରୋଜି ଆସି ଘରେ ବାପାଙ୍କୁ ସବୁ କଥା କହିଲା। ବାପା କହିଲେ -" ମାଆ ସେ ପିଲା ଯଦି କିଛି କହୁ ଥିଲା ତୁ ଶୁଣି ଥାଆନ୍ତୁ। ତାର ନାଁ ଗାଁ ଠିକଣା ବୁଝି ଥାଆନ୍ତୁ"

-" ନା ବାପା ତୁମେ ଜାଣିନ। ଆଜିକାଲି ସାହାର୍ଯ୍ୟ କରିବା ନାଁ ରେ ଏମତି ଅଯାଚିତ ଭାବେ ନିଜର ଫାଇଦା ହାସଲ କରିବାକୁ କିଏ କେତେ ଆସିବେ। ମଣିଷ ଚିହ୍ନିବା ଆଜିକାଲି କଷ୍ଟ ବାପା।"

-" ନା ରେ ମାଆ। ସମସ୍ତେ ସେମିତି ନୁହଁନ୍ତି। ତୋ ପାଖରୁ ଯାହା ଶୁଣିଲି ମୋତେ କାହିଁ ସେମିତି କିଛି ଲାଗିଲାନି। ଭଲ ପିଲା ଟିଏ ହୋଇଥିବ।"

ରୋଜି ବାପାଙ୍କ କଥା ଶୁଣିଲା। । ସବୁ କଥା ମନେ ପକାଇ ଭାବିଲା। ସତରେ ସେମିତି କାହିଁ ଜଣା ପଡୁ ନ ଥିଲା ତ। ହୁଏତ ବାପାଙ୍କ କଥା ଠିକ୍ ହୋଇ ଥିବ। ବାପା ଦୁନିଆଁକୁ ବେଶୀ ଚିହିଁ ଛନ୍ତି। ଆଉ ଦିନେ ଯଦି ଦେଖା ହୁଏ ସବୁ ପଚାରି ବୁଝିବ। ଅନ୍ତତଃ ନାଁ ଟା ବୁଝି ପାରି ଥାନ୍ତା। ଏଥର ନ ହେଲା ନାହିଁ କିନ୍ତୁ ଆଉ ଥରେ ଦେଖା ନିଶ୍ଚୟ ହେବ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract